Posted inଖେଳ

କୋହଲି ବନାମ ରୋହିତ: ଟି୨୦ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ଉଭୟଙ୍କ ମଧ୍ୟରେ ଚାଲିଛି ଏହି ପ୍ରତିଯୋଗିତା; ଆଗରେ…

ନୂଆଦିଲ୍ଲୀ,୨୨।୧: ଭାରତୀୟ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ କୌଣସି ନା କୌଣସି କାରଣରୁ ମୁକାବିଲା ଦେଖିବାକୁ ମିଳେ। ଚଳିତ ବର୍ଷ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଥିବା ବେଳେ ଉଭୟଙ୍କ ଉପରେ କୋଟି କୋଟି ପ୍ରଶଂସକଙ୍କ ନଜର ରହିବ। ବିଶେଷକରି ଏକ ରେକର୍ଡ ପାଇଁ ଉଭୟ ପ୍ରତିନ୍ଦ୍ୱନ୍ଦିତା କରୁଛନ୍ତି।

ବିରାଟ ଏବଂ ରୋହିତ ଟି୨୦ କ୍ରିକେଟରେ ଅନେକ ରେକର୍ଡ କରିଛନ୍ତି। ଆଇପିଏଲ୍‌ରେ ମଧ୍ୟ ରନ୍‌ କରିବାକୁ ନେଇ ଉଭୟଙ୍କ ମଧ୍ୟ ଟକ୍କର ଦେଖିବାକୁ ମିଳୁଛି। ହେଲେ ଏବେ ଯେଉଁ ରେକର୍ଡ କଥା ଉଠୁଛି ତାହା ହେଲା ଟି୨୦ ଅନ୍ତଃରାଷ୍ଟ୍ରୀୟ କ୍ରିକେଟର ଭାବେ ରେକର୍ଡ। ଦେଶ ପାଇଁ ଖେଳୁଥିବା ଖେଳାଳି ଭାବେ ଗୋଟିଏ ପାଳିରେ ସବୁଠାରୁ ଅଧିକ ଥର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ହେବାର ରେକର୍ଡ ତାଲିକାରେ ଉଭୟ ପ୍ରତିନ୍ଦ୍ୱନ୍ଦିତା କରୁଛନ୍ତି।

ଏହି ମାମଲାରେ ଶୀର୍ଷରେ ଅଛନ୍ତି ରୋହିତ। ସେ ଏଯାବତ ୧୦୮ ଟି୨୦ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିଥିବା ବେଳେ ୨୭ ଥର୍‌ ଟିମ୍‌ ପାଇଁ ସବୁଠୁ ଅଧିକ ରନ୍‌ କରିଛନ୍ତି। ସେହିଭଳି ବିରାଟ ୮୫ ମ୍ୟାଚ୍‌ରେ ୨୫ ଥର ଟିମ୍‌ର ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ପାଲଟିଛନ୍ତି।

ଗୋଟିଏ ପାଳିରେ ସର୍ବାଧିକ ଥର ଦଳ ପକ୍ଷରୁ ସର୍ବାଧିକ ରନ୍‌ କରିଥିବା ଖେଳାଳି:
୧- ରୋହିତ ଶର୍ମା-୨୭ ଥର
୨-ବିରାଟ କୋହଲି-୨୫ ଥର
୩- ପୋଲ ଷ୍ଟର୍ଲିଂ-୨୨ ଥର, ମାର୍ଟିନ ଗୁଷ୍ଟିଲ-୨୨ ଥର
୪-ଡେଭିଡ୍‌ ଓ୍ବାର୍ନର-୨୧ ଥର, ଆରୋନ ଫିଞ୍ଚ-୨୧ ଥର
୫-ମହମ୍ମଦ ହାଫିଜ୍‌-୨୦ ଥର

ଟି୨୦ କ୍ରିକେଟରେ ରନ୍‌ ବିଷୟରେ କଥା ହେଲେ ବିରାଟ ରୋହିତଙ୍କ ଆଗରେ ରହିଛନ୍ତି। ସେ ଏଯାବତ ୮୫ ଟି୨୦ ମ୍ୟାଚ୍‌ ଖେଳି ୨୯୨୮ ରନ୍‌ କରିଛନ୍ତି। ଅପରପକ୍ଷେ ରୋହିତ ୧୦୮ ମ୍ୟାଚ୍‌ରେ ୨୭୭୩ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ନୂଆ ଲୁକ୍‌

ନୂଆଦିଲ୍ଲୀ,୧୮।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ପରେ ଏସିଆ କପ୍‌ରେ ଫର୍ମକୁ ଫେରିଛନ୍ତି। ସେ ଏହି ଟୁର୍ନାମେଣ୍ଟର ୫ଟି ମ୍ୟାଚରେ ୨୭୬ ରନ...

ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ସଚିନ

ନୂଆଦିଲ୍ଲୀ,୭।୨- ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଶୁକ୍ରବାର ଅଷ୍ଟ୍ରେଲିଆର ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି) ଗସ୍ତ କରି ଷ୍ଟାଡିୟମରେ ତାଙ୍କ ପସନ୍ଦୀୟ ଜାଗା ଦେଖାଇଛନ୍ତି।...

ଧ୍ୟାନଚାନ୍ଦଙ୍କୁ ‘ଚାନ୍ଦ୍‌’ କହି ଡାକୁଥିଲେ ସାଥୀ ଖେଳାଳି

ଆଜି ହେଉଛି ଜାତୀୟ କ୍ରୀଡା ଦିବସ।୧୯୦୫ ମସିହା ଆହ୍ଲାବାଦର ପ୍ରୟାଗଠାରେ ହକିର ଯାଦୁଗର ଓ କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦ ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣ...

କର ବା ମର ମ୍ୟାଚ୍‌: ୨୭୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୨୭।୩: ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨ର ୨୮ତମ ମ୍ୟାଚ୍‌ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯାଉଛି। ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଭାରତୀୟ ଦଳକୁ...

ଆଜି କଟକ ଆସିବେ ରାଇନା ଓ ପ୍ରଜ୍ଞାନ

କଟକ ଅଫିସ,୧୫।୨: ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସୁରେଶ ରାଇନା ଏବଂ ପ୍ରଜ୍ଞାନ ଓଝା ବୁଧବାର କଟକ ଆସିବେ। ଗୁରୁଡିଝାଟିଆର କପୁରସିଂହ ଖେଳ ପଡ଼ିଆରେ ଏମଜିଏମ ସ୍କୁଲ...

ଧୋନୀଙ୍କଠାରେ ଏବେ ବି ବହୁତ କ୍ରିକେଟ ବାକି ଅଛି: ଅନିରୁଦ୍ଧ

ନୂଆଦିଲ୍ଲୀ,୩୦।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମର୍ଥନରେ ବାହାରିଛନ୍ତି। ଧୋନୀଙ୍କ ପାଖରେ...

ଡୋପିଂ: ଟେନିସ ଖେଳାଳି ମାର୍ଟିନ ସସ୍‌ପେଣ୍ଡ

ଲଣ୍ଡନ, ୧୦ା୮(ଏପି): ଟେନିସ ଖେଳାଳି ଆନ୍ଦ୍ରେଜ ମାର୍ଟିନ ଏକ ପ୍ରତିଯୋଗିତା ବେଳେ ହୋଇଥିବା ଡୋପ୍‌ ଟେଷ୍ଟରେ ବିଫଳ ହେବାରୁ ମଙ୍ଗଳବାର ତାଙ୍କୁ ସସ୍‌ପେଣ୍ଡ କରାଯାଇଛି। ସ୍ଲୋଭାକିଆର...

ଅନ୍‌ଲାଇନ ଚେସ୍‌: ଆରିନ ଚାମ୍ପିୟନ, ରବୀନ୍ଦ୍ର ରନର୍ସଅପ୍‌

ଭୁବନେଶ୍ୱର, ୪।୫(କ୍ରୀଡ଼ା ପ୍ରତିନିଧି)- ରାଜ୍ୟର ଅଗ୍ରଣୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୨୭ତମ ଅନ୍‌ଲାଇନ୍‌ ଚେସ୍‌ରେ ଲୋୟଲା ସ୍କୁଲର ଆରିନ ଅନ୍ବେଷ...

Advertisement
Archives

Model This Week