ଭାଇରାଲ ଓ୍ବାର୍ଡ ଗେମ୍‌ ‘ଓ୍ବାର୍ଡଲେ’

ନ୍ୟୁୟର୍କ,୧୩।୧: ମହାମାରୀବେଳେ ଲୋକେ ଅଧିକ ସମୟ ଘରେ ବିତାଉଥିବାବେଳେ ଏକ ମଜାଦାର ଗେମ୍‌ ଅନଲାଇନରେ ବେଶ୍‌ ଲୋକପ୍ରିୟ ହୋଇଛି। ସହଜ ଏବଂ କୌତୁହପୂର୍ଣ୍ଣ ହୋଇଥିବାରୁ ବହୁ ସଂଖ୍ୟାରେ ୟୁଜର୍ସ ଏବେ ଏହି ଖେଳରେ ମାତିଛନ୍ତି। ଏହାର ନାମ ହେଉଛି ‘ଓ୍ବାର୍ଡଲେ’। ନିଜ ପାର୍ଟନରଙ୍କୁ ଉପହାର ଦେବାକୁ ନ୍ୟୁୟର୍କ ବାସିନ୍ଦା ଜୋଶ୍‌ ଓ୍ବାର୍ଡଲେ ଏହି ଗେମ୍‌ ପ୍ରସ୍ତୁତ କରିଥିଲେ। ଗତ ନଭେମ୍ବରରୁ ଚଳିତ ଜାନୁୟାରୀ ମଧ୍ୟରେ ଓ୍ବାର୍ଡଲେ ଗେମ୍‌ର ୟୁଜର୍ସ ୯୦ରୁ ୩ ଲକ୍ଷକୁ ବୃଦ୍ଧି ପାଇଥିବା ଜୋଶ୍‌ କହିଛନ୍ତି। କୋଭିଡ୍‌-୧୯ରେ ଲୋକେ ଘର ଭିତରେ ରହୁଥିବାବେଳେ ସେମାନଙ୍କୁ ମନୋରଞ୍ଜନ ଯୋଗାଇ ଦେଇପାରିଥିବାରୁ ସେ ଖୁସି ବୋଲି ଜୋଶ୍‌ ପ୍ରକାଶ କରିଛନ୍ତି।
ଓ୍ବାର୍ଡଲେ ଏକ ଅନ୍‌ଲାଇନ ଶବ୍ଦ ଖେଳ। ଜଣେ ଏହାକୁ ପ୍ରତିଦିନ ଖେଳିପାରିବେ। ଦିନକୁ ମାତ୍ର ଗୋଟିଏ ପଜଲ୍‌ ଏଥିରେ ସମାଧାନ କରିବାକୁ ରହିଛି। ଏହାର କୌଣସି ଆପ୍ଲିକେଶନ ନାହିଁ। ଗେମ୍‌ର ଅଫିସିଆଲ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଏହାକୁ ଅନ୍‌ଲାଇନ ଖେଳିହେବ। ଏହି ପଜଲରେ ୫ଟି ବର୍ଣ୍ଣର ଶବ୍ଦ ରହିଛି, ଯାହାକୁ ୬ଟି ଉଦ୍ୟମରେ ବାହାର କରିବାକୁ ହେବ। ପ୍ରତି ଉଦ୍ୟମରେ ବୈଧ ୫ ବର୍ଣ୍ଣ ବିଶିଷ୍ଟ ଶବ୍ଦ ବାହାରିବା ଆବଶ୍ୟକ। ପ୍ରତ୍ୟେକ ଥରରେ ବର୍ଣ୍ଣ ପାଇଁ ଥିବା ବକ୍ସଗୁଡ଼ିକର ରଙ୍ଗ ବଦଳିବ। ଯଦି ସେଗୁଡ଼ିକ ସବୁଜ ରଙ୍ଗ ହୋଇଯାଏ ତେବେ ଆପଣଙ୍କ ଶବ୍ଦ ଠିକ୍‌ ଅଛି ଏବଂ ବର୍ଣ୍ଣଗୁଡ଼ିକ ଠିକ୍‌ ସ୍ଥାନରେ ରହିଛି ବୋଲି ଜଣାପଡ଼ିବ। ଯଦି ତାହା ହଳଦିଆ ହୁଏ ତେବେ ବର୍ଣ୍ଣଗୁଡ଼ିକ ଠିକ୍‌ ଅଛି କିନ୍ତୁ ତାହା ଉପଯୁକ୍ତ ସ୍ଥାନରେ ରହିନାହିଁ ବୋଲି ଧରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ସମସ୍ତଙ୍କ ପାଇଁ ହେବି ପ୍ରଧାନମନ୍ତ୍ରୀ’: ନେତନ୍ୟାହୁ

ଜେରୁଜେଲମ,୧୪ ।୧୧: ଇସ୍ରାଏଲର ରାଷ୍ଟ୍ରପତି ଆଇଜ୍ୟାକ ହର୍ଜୋଗ ରବିବାର ଅର୍ଥାତ୍ ନଭେମ୍ବର ୧୩ରେ ନୂଆ ସରକାର ଗଠନ ପାଇଁ ଅଫିସିଆଲି ବେନଜାମିନ ନେତନ୍ୟାହୁଙ୍କୁ ନିମନ୍ତ୍ରଣ କରିଛନ୍ତି...

ଥରିଲା ତୁର୍କୀ, ୫୦ ଆହତ

ଆଙ୍କରା,୨୩ା୧୧: ତୁର୍କୀର ଏକ ସହରରେ ବୁଧବାର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ତୁର୍କୀର ଆଙ୍କରାରୁ...

ଜାତିସଂଘରେ ଭାରତ ସୀମାରେ ଅସ୍ତ୍ରଶସ୍ତ୍ର ଚୋରା କାରବାର ପ୍ରସଙ୍ଗ…

କେନେଭା/ନୂଆଦିଲ୍ଲୀ, ୨୯।୬ : ଭାରତ ସୀମାରେ ହେଉଥିବା ଚୋରା ଅସ୍ତ୍ରଶସ୍ତ୍ର କାରବାର ପ୍ରସଙ୍ଗ ଜାତିସଂଘରେ ଉପସ୍ଥାପନ କରାଯାଇଛି। ପ୍ରତିବର୍ଷ ଅନ୍ତ୍ରଜାର୍ତୀୟ ସୀମାରେ ଚୋରା କାରବାର ହେଉଥିବା...

ସେନା ବିରୋଧୀ ଦଳକୁ ମିଳିଲା ବହୁ ଆସନ, ଏହାପରେ ବି ଶାସନ କ୍ଷମତା ରହିବ ସେନା ହାତରେ

ବ୍ୟାଙ୍କକ,୧୫।୫: ଥାଇଲାଣ୍ଡରେ ହୋଇଥିବା ସାଧାରଣ ନିର୍ବାଚନରେ ସେନା ଶାସନ ବିରୋଧୀ ଦଳଙ୍କୁ ବହୁ ଆସନ ମିଳୁଛି। ଏହାପରେ ଅନୁମାନ କରାଯାଉଛି କି ଥାଇଲାଣ୍ଡରେ ପ୍ରାୟ ଗୋଟିଏ...

ନିଜ ସମ୍ପତିକୁ ଉପହାରରେ ଦେବାକୁ ଚାହୁଁଛନ୍ତି ଦିଲିପ କୁମାର!

ଇସ୍‌ଲାମାବାଦ,୧୪ ।୨: ବଲିଉଡ୍ ଟ୍ରାଜେଡି କିଙ୍ଗ ଦିଲିପ କୁମାରଙ୍କ ଜଣେ ବନ୍ଧୁ ଶୁକ୍ରବାର ଦାବି କରିଛନ୍ତି କି ପାକିସ୍ତାନରେ ଥିବା ଦିଲିପଙ୍କ ଏକ ଘରର ପାୱାର...

ପାର୍କରେ ଗୁଳି: ୨ ମୃତ, ୫ ଆହତ

ଲସ୍‌ ଆଞ୍ଜେଲ୍‌ସ,୨୫ା୭: ଯୁକ୍ତରାଷ୍ଟ୍ରରେ ରବିବାର ସନ୍ଧ୍ୟାରେ ଏକ ପାର୍କରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

ଫ୍ରିଜ୍‌ରୁ ମିଳିଲା ମଡେଲଙ୍କ ଗୋଡ଼

ହଂକଂ, ୨୭।୨: ନିଖୋଜ ଥିବା ହଂକଂ ମଡେଲ ତଥା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଆବୀ ଚୋଇଙ୍କ କଟା ଗୋଡ଼ ରୁରାଲ ଟାଇ ପୋ’ରେ ଥିବା ଘର...

ଡ୍ରୋନ୍ ଆକ୍ରମଣର ଅଭିଯୋଗ ଆଣିଲା ରୁଷିଆ, ୟୁକ୍ରେନ ଦେଲା ଚେତବାନୀ

ମସ୍କୋ/କ୍ୱିଭ,୩୦ ।୧୦: ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ୟୁକ୍ରେନ୍ ଉପରେ ବଡ ଅଭିଯୋଗ ଆଣିଛି । ରୁଷିଆ କହିଛି ୟୁକ୍ରେନ କ୍ରିମିୟାର ସବୁଠାରୁ ବଡ ସହର...

Advertisement
Archives

Model This Week