ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କଙ୍କଡ଼ାକୁ ଦେଖିବାକୁ ମିଳୁଛି। କଙ୍କଡ଼ାକୁ ଦେଖି ମାଙ୍କଡ଼ ଛୁଆମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ଭୟରେ ତାକୁ ଧରିବାକୁ ଚେଷ୍ଟା କରୁଛନ୍ତି। ସେ ଚାଲିଯାଉଥିବା ବେଳେ କେହି ତାକୁ ଛୁଇଁବାକୁ ଚେଷ୍ଟା କରୁଛନ୍ତି ତ କିଏ ଡରିକି ଛାନିଆ। ଆଉ କେହି କେହି ଗଳିକି ଚାହୁଁଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପ୍ଶନରେ ଲେଖିଛନ୍ତି ‘ମର୍ଫୋଲୋଜି କ୍ଲାସ ଚାଲିଛି’। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Morphology class in progress pic.twitter.com/2GEdHVsDV2
— Susanta Nanda IFS (@susantananda3) May 12, 2021