ପିପିିଇ କିଟ୍‌ ଖୋଲିବା ପରେ ବାହାରୁଛି ଲିଟର ପରିମାଣର ଝାଳ: ଭିଡିଓ ଭାଇରଲ

ବେଜିଂ,୧୩।୮: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଏବେସୁଦ୍ଧା ୨ କୋଟିରୁ ଊର୍ଦ୍ଧ୍ୱ ଲୋକ ଏହାର ଶିକାର ପାଲଟି ଗଲେଣି। ଏହାସହ ୭ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଲାଣି। ଏହି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଞ୍ଚାଇବାରେ ଲାଗି ପଡିଛନ୍ତି ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀ। ଏମାନେ ଘଣ୍ଟାଘଣ୍ଟାଧରି ପିପିଇ କିଟ୍‌ ପିନ୍ଧି କରୋନା ସଂକ୍ରମିତଙ୍କ ଚିକିତ୍ସା କରି ଚାଲିଛନ୍ତି। ଏମାନଙ୍କର କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଡେଲି ମେଲର ରିପୋର୍ଟ ଅନୁଯାୟୀ, ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଡାକ୍ତର ନିଜ ଡ୍ୟୁଟି ସାରି ଫେରିବା ପରେ ନିଜର ପିପିଇ କିଟ୍‌ ଖୋଲୁଥିବା ଦେଖାଯାଉଛି। ଆଉ ଏଥିରୁ ଲିଟର ପରିମାଣର ଝାଳ ପାଣିଭଳି ବାହାରି ଆସୁଛି। ଏହା ଚାଇନାର ଏକ କୋଭିଡ ହସ୍ପିଟାଲର ଦୃଶ୍ୟ ବୋଲି କୁହାଯାଉଛି। ଯାହା ଚାଇନା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ ଏହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କୁ ରିୟଲ ହିରୋ ବୋଲି ସମ୍ବୋଧନ କରିଛନ୍ତି। ତେବେ ଡାକ୍ତରମାନେ ଘଣ୍ଟା ଘଣ୍ଟା ଧରି ପିପିଇ କିଟ୍‌ ପିନ୍ଧିବା ପରେ ନା ପାଣି ପିଇ ପାରୁଛନ୍ତି ନା ଓ୍ବାଶରୁମ ଯାଇପାରୁଛନ୍ତି। ତେଣୁ ସବୁପ୍ରକାର କଠିନ ପରିସ୍ଥିତିରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ମହାମାରୀର ଆଗଧାଡିର ଯୋଦ୍ଧା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୨୨୨ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୪।୧(ବ୍ୟୁରୋ): ଗୁରୁବାର ରାଜ୍ୟରେ ୨୨୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୭୬୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ମୁଁ ଆଇନକୁ ମାନୁଥିବା ନାଗରିକ- ଚୋକ୍‌ସି

ନୂଆଦିଲ୍ଲୀ,୬।୬ : ମୁଁ ଜଣେ ଆଇନ ମାନୁଥିବା ନାଗରିକ। କେବଳ ଚିକିତ୍ସା ପାଇଁ ଭାରତ ଛାଡ଼ି ଆଣ୍ଟିଗୁଆ ଆସିଥିଲି ବୋଲି ଦାବି କରିଛନ୍ତି ପଳାତକ ହୀରା...

କରୋନା ଭାଇରସକୁ ତୃତୀୟ ବିଶ୍ୱଯୁଦ୍ଧ ବୋଲି କହିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଲି ଫଜଲ କରୋନା ଭାଇରସକୁ ତୃତୀୟ ବିଶ୍ୱଯୁଦ୍ଧ କହିବାକୁ କହିଛନ୍ତି। ତେବେ ବରିଷ୍ଠ ନାଗରିକଙ୍କୁ ସେ ଏହା କହିବାକୁ କହିଛନ୍ତି। ତାଙ୍କ...

ଦେଶରେ ସଂକ୍ରମଣ ବୃଦ୍ଧି ହାର ସର୍ବନିମ୍ନ

ନୂଆଦିଲ୍ଲୀ,୨୬।୪(ପି.ଟି.): ଭାରତରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲାବେଳେ ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଛି। ଏବେ ସଂକ୍ରମିତ ମାମଲା ଦ୍ୱିଗୁଣିତ ହେବା ଲାଗି ୯ ଦିନରୁ...

୧୫ ଲକ୍ଷରୁ ଅଧିକ ଆଫଗାନୀଙ୍କ ଗୁପ୍ତ ତଥ୍ୟ ଲିକ୍‌…

ନୂଆଦିଲ୍ଲୀ,୨୯।୮: ଲକ୍ଷ ଲକ୍ଷ ଆଫଗାନିସ୍ତାନ ନାଗରିକଙ୍କ ଗୁପ୍ତ ତଥ୍ୟ ଲିକ ହୋଇଛି। ଆମେରିକା ଏସବୁ ତଥ୍ୟକୁ ଗତ ୨୦ ବର୍ଷ ମଧ୍ୟରେ ଏକତ୍ରିତ କରିଥିଲା। ଏବେ...

ବନ୍ଦ ହେବ ଓ୍ବିଣ୍ଡୋଜ୍‌ ୧୦

ଜୁନ୍‌ ୨୪ରେ ଅପରେଟିଂ ସିଷ୍ଟମ୍‌ ଓ୍ବିଣ୍ଡୋଜ୍‌ର ନୂଆ ଭର୍ସନ ଆସିଯିବ। ପରେ ୨୦୨୫ ଅକ୍ଟୋବରରେ ମାଇକ୍ରୋସଫ୍ଟ ପକ୍ଷରୁ ଓ୍ବିଣ୍ଡୋଜ୍‌ ୧୦ ସପୋର୍ଟକୁ ବନ୍ଦ କରିଦିଆଯିବ ବୋଲି...

ମିଳିଲା ନର୍କର ସନ୍ଧାନ, ଗ୍ରହରେ ପାଦ ଦେଲେ ଜଳିଯିବ ମଣିଷ…

ଓ୍ବାଶିଂଟନ : ବୈଜ୍ଞାନିକମାନେ ମହାକାଶରେ ଏକ ଉତ୍ତପ୍ତ ଗ୍ରହର ଆବିଷ୍କାର କରିଛନ୍ତି। ଏହି ଗ୍ରହ ଆକାରରେ ପୃଥିବୀ ସହିତ ସମାନ। ଏହାର ଭୂପୃଷ୍ଠର ତାପମାତ୍ରା ଏତେ...

୨୧ ଜିଲାରୁ ୧୩୦ କରୋନା ପଜିଟିଭ ଚିହ୍ନଟ: ସର୍ବାଧିକ କଟକରୁ

ଭୁବନେଶ୍ୱର, ୫।୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୩୦ କରୋନା ଆକ୍ରାନ୍ତ ୨୧ଟି ଜିିଲାର। ତେବେ କଟକରୁ ସର୍ବାଧିକ ୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ...

Advertisement
Archives

Model This Week