କଟକ ଜିଲା ନରାଜ ବ୍ୟାରେଜ ନିକଟସ୍ଥ ୨୫୦ ଏକର ଜମିରେ ଏକ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା ଡାଟା ସେଣ୍ଟର ପାଇଁ କାମ ଆରମ୍ଭ ହୋଇଗଲାଣି। ଆଦାନୀ ଗ୍ରୁପ୍ର ଆଦାନୀ ଇନ୍ଫ୍ରା (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଏହା ନିର୍ମାଣ କରାଯିବ। ଏଥିପାଇଁ ଆଦାନୀ ଗ୍ରୁପ୍ ଏକ ଲକ୍ଷ ଚାରି ହଜାର କୋଟି ଟଙ୍କା ଓ ଆବୁଧାବୀ ଇଣ୍ଟରନ୍ୟାଶନାଲ ହୋଲ୍ଡିଂ କମ୍ପାନୀ ୫୫୦ କୋଟି ଟଙ୍କା ବ୍ୟୟ କରିବେ ବୋଲି କୁହାଯାଉଛି। ଏହି ପ୍ରୋଜେକ୍ଟକୁ ଏତେ ଗୁରୁତ୍ୱ ଦିଆଯାଉଛି କାହିଁକି? କାରଣ ଏ ପର୍ଯ୍ୟନ୍ତ ଭାରତର ବିଭିନ୍ନ ସ୍ଥାନରେ ଯେଉଁସବୁ ଡାଟା ସେଣ୍ଟର ଅଛି, ସେ ସବୁର ମିିଳିତ କ୍ଷମତା ପ୍ରାୟ ୧.୫ ଗିଗା ୱାଟ। କିନ୍ତୁୁ ନରାଜ ପ୍ରୋଜେକ୍ଟର ବର୍ତ୍ତମାନ କ୍ଷମତା ହେବ ୧ ଗିଗା ୱାଟ ଓ ୨୦୩୫ ମସିହା ବେଳକୁ ଏହାର କ୍ଷମତା ୫ ଗିଗା ୱାଟକୁ ବୃଦ୍ଧି କରାଯିବ। ଏବେ ମୁମ୍ବାଇ, ନିଉ-ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଦିଲ୍ଲୀ, ପୁଣେ ଓ କଲିକତାରେ ଯେତେସବୁ ଡାଟା ସେଣ୍ଟର ଅଛି, ସେସବୁଠାରୁ ନରାଜ ପ୍ରୋଜେକ୍ଟ ବଡ଼ ଧରଣର ହେବ ବୋଲି ପ୍ରଚାର କରାଯାଉଛି।
ପ୍ରଥମତଃ ଆଦାନୀ ଓଡ଼ିଶାରେ ଏହି ପ୍ରୋଜେକ୍ଟ ପାଇଁ ଯେଉଁ ଏକ ଲକ୍ଷ ଚାରି ହଜାର କୋଟି ଟଙ୍କା ବ୍ୟୟ କଲେ, ସେ କ’ଣ ପାଇବେ? କାହିଁକି ଏହି ବିପୁଳ ପରିମାଣର ଅର୍ଥ ବିନିଯୋଗ କରାଯାଉଛି? ଏହାର କାରଣ ବିଶ୍ୱ ବଜାରରେ ବତ୍ତର୍ର୍ମାନ (ଏଆଇ) କୃତ୍ରିମ ବୁଦ୍ଧିମତ୍ତାର ବଜାର ବଢି ଚାଲିଛି। ଗୁଗୁୁଲ୍, ମାଇକ୍ରୋସଫ୍ଟ୍ଟ, କ୍ଲାଉଡ ଭଳି କମ୍ପାନୀମାନେ ବିଶ୍ୱ ବଜାରକୁ ଦଖଲ କରିଚାଲିଛନ୍ତି। ନିକଟରେ ଗୁଗୁଲ୍ ଓ ରିଲାଏନ୍ସ କମ୍ପାନୀ ମଧ୍ୟ ଆନ୍ଧ୍ର ପ୍ରଦେଶରେ ଏଆଇ ଡାଟା ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି।
ଏହି ପଟ୍ଟଭୂମିରେ ଆଦାନୀ ତାଙ୍କର ଆଦାନୀ ଗ୍ରୀନ୍ ପ୍ରୋଜେକ୍ଟର ଶକ୍ତିକୁ ଏହା ଦ୍ୱାରା ବିନିଯୋଗ କରିପାରିବେ ଓ ବର୍ତ୍ତମାନ କମ୍ପ୍ୟୁଟରଗୁଡିକରେ ଯେଉଁ ସିପିୟୁ ବ୍ୟବହାର ହେଉଛି, ତା’ଠାରୁ ହଜାର ଗୁଣର କ୍ଷମତା ସମ୍ପନ୍ନ କମ୍ପ୍ୟୁଟର ବଜାରକୁ ଆସିବ। ଭାରତର ଜଣେ ବିଶାଳ ପୁଞ୍ଜିପତି ନିଜର ପୁଞ୍ଜି ଓ ମୁନାଫାକୁ କ୍ଷିପ୍ରଗତିରେ ବଢାଇବା ପାଇଁ ଏଆଇ ଶିଳ୍ପ ବଜାରକୁ ଦଖଲ କରିବାକୁ ଯାଉଛନ୍ତିି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟର ଭାଜପା ସରକାର ଆମ ଜମି, ପାଣି ଓ ବିଦ୍ୟୁତ୍କୁ ପ୍ରାୟତଃ ବିନାମୂଲ୍ୟରେ ଆଦାନୀ ହାତରେ ସମର୍ପି ଦେଇଛନ୍ତିି। ଭୂମିହୀନ ଆଦିବାସୀମାନେ ଜମି ମାଗିଲେ ତାଙ୍କୁ ନକ୍ସଲ କହି ପୋଲିସ ଗୁଳି କରୁଛି, କିନ୍ତୁ ଆଦାନୀକୁ ରାଜ୍ୟର ୨୫୦ ଏକର ଜମି କେତେ ମୂଲ୍ୟରେ ଦିଆଗଲା, ସରକାର ତାହା ଜଣାଉ ନାହାନ୍ତି କାହିଁକି? ଆଦାନୀ କମ୍ପାନୀକୁ କେତେ ଟଙ୍କାରେ ଜମି, କେତେ ପାଣି ଓ ବିଜୁଳି ଦିଆଯିବ, ତାହା ରାଜ୍ୟ ସରକାର ପ୍ରକାଶ କରନ୍ତୁ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଦାବି କରିଛନ୍ତି ଯେ ଓଡ଼ିଶାର ଅର୍ଦ୍ଧେକ ବିଜୁଳି ଓ ୩୦୦ ଲକ୍ଷ ଲିଟର ପାଣି ପ୍ରତ୍ୟେକ ଦିନ ନରାଜ ପ୍ରୋଜେକ୍ଟ ପାଇଁ ଦରକାର। ରାଜ୍ୟ ସରକାର ଆଦାନୀଙ୍କ ପ୍ରୋଜେକ୍ଟକୁ ନରାଜ ବ୍ୟାରେଜରୁ ଦିନକୁ ତିନିକୋଟି ଲିଟର ପାଣି ଦେଇଦେଲେ, ରାଜ୍ୟବାସୀ କେଉଁଠୁ ପାଣି ପାଇବେ? ଏହି ପ୍ରୋଜେକ୍ଟ ପାଇଁ ଯେଉଁ ବିପୁଳ ବିଦ୍ୟୁତ୍ ଶକ୍ତି ଆବଶ୍ୟକ, ତାହା କେଉଁଠୁ ଉପତ୍ାଦନ ହେବ? ଓଡ଼ିଶାର କୋଇଲାକୁ ପୋଡି ସେଥିରୁ ଏତେ ବ୍ୟାପକ ପରିମାଣର ବିଦ୍ୟୁତ୍ ଉପତ୍ାଦନ କଲେ, ପରିବେଶର ଅବସ୍ଥା କ’ଣ ହେବ? ଏବେ ଜଣେ ପୁଞ୍ଜିପତିର ମୁନାଫା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯେପରି ବ୍ୟାକୁଳ ହୋଇ ରାଜ୍ୟବାସୀଙ୍କୁ ନ ପଚାରି, ରାଜ୍ୟବାସୀଙ୍କୁ ନ ଜଣାଇ, ଗ୍ରାମ ସଭା ନ କରି ରାଜ୍ୟର ଜମି, ପାଣି ଓ ବିଦ୍ୟୁତ୍ ଶକ୍ତି ଦେବାକୁ ଆଗେଇ ଆସିଛନ୍ତି, ତାହା ପଛରେ କି ଉଦ୍ଦେଶ୍ୟ ନିହିତ ଅଛି?
ବିଶ୍ୱ ବଜାରରେ ଯେଉଁ ଶିଳ୍ପରେ ବେଶି ମୁନାଫା ମିିଳିବ, ସେହି କ୍ଷେତ୍ରକୁ ପୁଞ୍ଜିପତିମାନେ ଲମ୍ଫ ପ୍ରଦାନ କରିଥାନ୍ତିି। ତାହା ସାମରିକ ଉପତ୍ାଦନ ହେଉ ବା ବିଷ ଉପତ୍ାଦନ ହେଉ। ମାଇକ୍ରୋସଫ୍ଟ, ଗୁୁଗୁଲ୍, ଆଇ-କ୍ଲାଉଡ ଭଳି ଆଦାନୀ ନିଜର ବହୁଳ ମୁନାଫା ଅର୍ଜନ ପାଇଁ ଓ ଏଆଇର ବିଶ୍ୱ ବଜାର ଦଖଲ ସକାଶେ ଏହି ଡାଟା ସେଣ୍ଟର କରୁଛନ୍ତିି। ଆଦାନୀ କମ୍ପାନୀ ଆଜି ଭାରତର ବିମାନ ବନ୍ଦର, ପୋତାଶ୍ରୟ, ଜାତୀୟ ରାଜପଥ, ଖଣିଜ ସମ୍ପଦକୁ ଦଖଲ କରିସାରିଛି। ଓଡ଼ିଶାର ଧାମରା ବନ୍ଦର ଓ ଗୋପାଳପୁର ବନ୍ଦରକୁ ନିଜ ମାଲିକାନାକୁ ନେବା ପରେ ସୁନ୍ଦରଗଡ଼ର ଖଣ୍ଡାଧାର ଜଳ ପ୍ରପାତକୁ ଧ୍ୱଂସ କରି ତାହା ନିକଟସ୍ଥ ଲୁହାଖଣିକୁ ଦଖଲକୁ ନେଇସାରିଛିିି। ଏବେ ଆଦାନୀଙ୍କୁ ଜୟ ଜୟକାର ଶବ୍ଦରେ ଓଡ଼ିଶା ସରକାର ଉତ୍ଫୁଲ୍ଲିତ। କିନ୍ତୁ ଏହା ଜଣେ ଅତିଶୟ ଧନାଢ୍ୟ ବ୍ୟକ୍ତିର ବ୍ୟବସାୟର ପ୍ରସାରଣ ମାତ୍ର। ଏହାକୁ ଓଡ଼ିଶାର ବିକାଶ ବୋଲି ଭାବିବା ନିରର୍ଥକ। ବରଂ ଆଦାନୀଙ୍କ ମୁନାଫାର ଭଣ୍ଡାରକୁ ଓଡ଼ିଶାବାସୀଙ୍କ ଜମି, ପାଣି ଓ ବିଦ୍ୟୁତ୍ ଅଧିକ ଭରଣା କରିବ, ଏଥିପାଇଁ ରାଜ୍ୟ ସରକାର ଓ ଆଦାନୀ ଭକ୍ତମାନେ ଛାତିରେ ହାତ ବାଡ଼େଇ ଚାଲିଛନ୍ତି।
ଯେଉଁ ଯେଉଁ କାରଖାନାର ମାଲିକମାନେ ଓଡ଼ିଶାର ଖଣିଜ ସମ୍ପଦ ଶସ୍ତାରେ ନେଇ ଉପତ୍ାଦନ କରୁଛନ୍ତି, ସେମାନେ କ’ଣ ଓଡ଼ିଶାବାସୀଙ୍କୁ ଅପେକ୍ଷାକୃତ କମ୍ ମୂଲ୍ୟରେ ଇସ୍ପାତ, ଆଲୁମିନିୟମ, ନିକେଲ, ଟିଣ ଆଦି ଦେଇଛନ୍ତି। ଓଡ଼ିଶାର ଖଣିଜ ସମ୍ପଦକୁ ବ୍ୟବହାର କରି ସେମାନେ ଅତିଶୟ ଧନୀ ହୋଇଛନ୍ତି, କିନ୍ତୁ ଓଡ଼ିଶାବାସୀ କୌଣସି ଫାଇଦା ପାଇନାହାନ୍ତି।
ନରାଜସ୍ଥିତ ଏଆଇ ଡାଟା ସେଣ୍ଟର ଯୋଗୁ ଆଦାନୀଙ୍କ ସମ୍ପଦ ବଢ଼ିବ, ମାତ୍ର ଓଡ଼ିଶାବାସୀଙ୍କର କିଛି ଉପକାର ହେବ ନାହିଁ। ବରଂ ଓଡ଼ିଶାର ଅନେକ ସହରରେ ଜଳ ସଙ୍କଟ ଦେଖାଦେବ ଓ ଉଷ୍ମ ଜଳବାୟୁର କୁପରିଣାମ ରାଜ୍ୟବାସୀଙ୍କୁ ଭୋଗିବାକୁ ପଡ଼ିବ।
ଜନାର୍ଦ୍ଦନ ପତି
ମୋ:୯୪୩୭୦୦୭୭୭୦

