ଭଗବାନ୍‌ଙ୍କ ମିଜାଜ ମଣିଷ ତିଆରି

ଧର୍ମର ଧାରଣା ଆଣି ମଣିଷ ଭଗବାନ୍‌ ତିଆରିକଲା ପରେ ଭଗବାନ୍‌ଙ୍କ ମିଜାଜ ବା ମୁଡ୍‌ ବି ତିଆରିକଲା। ଭଗବାନ୍‌ଙ୍କ ସାମର୍ଥ୍ୟ ବର୍ଣ୍ଣନା କରିବାକୁ ଯାଇ ଭଗବାନ୍‌ଙ୍କୁ ଯାଦୁକର (ମାଜିସିଆନ୍‌) କରିଦେଲା। ଯାଦୁକର ତା’ ଆଦେଶକୁ ଇଙ୍ଗିତରେ ଦିଏ, କାମ କରେ ଓ କରାଇନିଏ। ଏ ଯାଦୁକରୀ ମିଜାଜ ଭକ୍ତ ହିଁ ଈଶ୍ୱରଙ୍କୁ ଦେଇଛ। ଭଗବାନ୍‌ ନିମିତ୍ତ ମାତ୍ର, ମଣିଷ ହିଁ ସବୁ।
ଧର୍ମ-ସଂସ୍ଥାପକ ତାଙ୍କ ଭାବନା (ଇଂରାଜୀରେ ମୁଡ୍‌) ଅନୁଯାୟୀ ପରମେଶ୍ୱର (ଭଗବାନ୍‌) ତିଆରି କରିଥାନ୍ତି। ଗୋଟିଏ ଧର୍ମର ମୂଳ ଗ୍ରନ୍ଥରେ ଈଶ୍ୱର ଏକ ଓ ଅଦ୍ୱିତୀୟ ବୋଲି ଲେଖାହୋଇଛି ତ ଆଉ ଏକ ଧର୍ମର ମୂଳ ଗ୍ରନ୍ଥରେ ଏକାଧିକ ଈଶ୍ୱର ସହ ବହୁ ଦେବଦେବୀଙ୍କ ଅବତାରଣା ଅଛି। ଅଦ୍ୱୈତବାଦରେ ସମାଜରେ ଈଶ୍ୱର ଏକ, ଅନ୍ୟ କୌଣସି ନାମର ଈଶ୍ୱରଙ୍କ ସ୍ଥାନ ନାହିଁ। ତେଣୁ ଅନ୍ୟ କୌଣସି ଈଶ୍ୱରରେ ବିଶ୍ୱାସ କରୁଥିବା ଲୋକଙ୍କ ବଞ୍ଚିବାର ଅଧିକାର ନାହିଁ। ଅଦ୍ୱୈତବାଦର ଈଶ୍ୱରଙ୍କୁ ଅସହିଷ୍ଣୁ ମିଜାଜ ଦିଆଯାଇଛି। ତାଙ୍କୁ ଖୁସି କରିବା ଲାଗି ଅନ୍ୟ ମତବାଦର ଈଶ୍ୱରଙ୍କୁ ଓ ତାଙ୍କୁ ବିଶ୍ୱାସ କରୁଥିବା ଲୋକଙ୍କୁ ପୃଥିବୀରୁ ବିଦାୟ କରିଦେବା ଧର୍ମ ବୋଲି ମୌଳବାଦୀମାନେ କହନ୍ତି। ଇସ୍‌ଲାମ ଧର୍ମରେ ଆଲ୍‌କାଏଦା, ଆଇଏସ୍‌ଆଇ ଭଳି ସଂଗଠନର ଲୋକେ ଖୋଲାଖୋଲି ପ୍ରଚାର କରନ୍ତ। ଆଲ୍ଲା ହିଁ ଏକମାତ୍ର ସ୍ରଷ୍ଟା, ତାଙ୍କୁ ନ ମାନୁଥିବା ଲୋକଙ୍କୁ ନିପାତ କଲେ ଆଲ୍ଲା ଖୁସି ହୋଇ ସ୍ବର୍ଗକୁ ନେଇଯିବେ – ଏଭଳି ବାଣୀ ଅଲ୍‌କାଏଦା ଜିହାଦୀମାନେ ଖୋଲାଖୋଲି କହନ୍ତି। ଆଲ୍ଲାଙ୍କୁ ଏପରି ଅସହିଷ୍ଣୁ ମିଜାଜ ଦେଇଛନ୍ତି ମୌଳବାଦୀ ମୁଲ୍ଲାମାନେ।
ଉପସ୍ଥିତ ସାମାଜିକ ବ୍ୟବସ୍ଥାରେ ଉତିଷ୍ଠ ହୋଇ ପ୍ରଫେଟ୍‌ ବା ଅବତାର ନୂଆ ରୀତିନୀତି ପ୍ରଚାରକରି ସମାଜରେ ଶୃଙ୍ଖଳା ଆଣିବାକୁ ଚେଷ୍ଟା କରନ୍ତି। ଏଭଳି ନୂଆ ଆଚରଣକୁ ଧର୍ମ ବା କର୍ତ୍ତବ୍ୟ କୁହାଯାଏ। ଉପସ୍ଥିତ ଶାସନ ବ୍ୟବସ୍ଥାର ପ୍ରତିକୂଳ ହେଉଥିବାରୁ ସମକାଳୀନ ଶାସକ ବିରୋଧ କରେ। ତେଣୁ ପ୍ରତି ଧର୍ମର ସଂସ୍ଥାପନ ସମୟରେ ଯୁଦ୍ଧର ଅବତାରଣା ଅଛି – ତାହା ଇହୁଦୀ, ଖିରସ୍ତାନୀ ବା ଇସ୍‌ଲାମ ଭଳି ଆବ୍ରାହମୀୟ ଧର୍ମ ହେଉ କି ଆମର ସନାତନ ଧର୍ମ ହେଉ। ଇଂଲିଶ ‘ରେଲିଜିଅନ୍‌’ ଆମ ଭାଷାର ଧର୍ମ ନୁହେଁ। ରେଲିଜିଅନ୍‌ର ଜଣେ ସର୍ବୋଚ୍ଚ ନିୟାମକ ଥାଏ, ଯିଏ ଦ୍ୱନ୍ଦ୍ୱ ଉପୁଜିଲେ ନିଜର ରାୟ ଦିଅନ୍ତି, ସନାତନୀ ବା ହିନ୍ଦୁଧର୍ମରେ କୌଣସି ଜଣେ ନିର୍ଦ୍ଧାରକ ନାହାନ୍ତି, ଏକାଧିକ ଧର୍ମ ଗ୍ରନ୍ଥ ଅଛି ଯାହା ଶାଖା-ଧର୍ମକୁ ବଖାଣେ। ଈଶ୍ୱର ହିଂସ୍ର ହେବେ କି ସହିଷ୍ଣୁ ହେବେ ତାହା ପୂଜକ ସ୍ଥିରକରେ, ମଙ୍ଗଳ କରିବାର ମୂଲ୍ୟ (ପରିମାଣ) ଉପରେ ଅର୍ପଣ ବା ଭୋଗ ନିର୍ଭରକରେ ବୋଲି ପୂଜକ ସ୍ଥିର କରେ, ଦେବତାଙ୍କ ଇଚ୍ଛା (ଯାହାର ପ୍ରଶାସନିକ ନାମ ଲାଞ୍ଚ)ର ପରିମାଣ ପୂଜକ ନିର୍ଣ୍ଣୟ କରେ। ସନାତନୀ ଧର୍ମ କୌଳିକ ଧର୍ମ – ପରିବାର କେଉଁ ପ୍ରକାର ପେସା ଆଦରିବ – ଅର୍ଥନୀତି ଶାସ୍ତ୍ରରେ ଯାହାକୁ କହନ୍ତି ଡିଭିଜନ ଅଫ୍‌ ଲେବର- ତା’ ଉପରେ ନିର୍ଭରକରେ। ଜନ୍ମରୁ ପିତାଙ୍କ ବୃତ୍ତି ଆଦରିବା ହୋଇଗଲା ସନାତନୀ ଧର୍ମ। ତାହାକୁ ପରିବର୍ତ୍ତନ କରିବା ଅଧର୍ମ ବୋଲି ଗୀତା କହିଛି – ‘ପର-ଧର୍ମ’ ଭୟାବହ। ପାଶ୍ଚାତ୍ୟ ଶିକ୍ଷା ଆମକୁ କହିଲା ପ୍ରତି ରେଲିଜିଅନର ଗୋଟିଏ ମୂଳ ଗ୍ରନ୍ଥ ରହିବା ଆବଶ୍ୟକ, ପାଶ୍ଚାତ୍ୟ ଶିକ୍ଷା ପ୍ରଭାବରେ ଶ୍ରୀମଦ୍ଭଗବଦ୍‌ ଗୀତାକୁ ମୂଳ ଧରାଗଲା – ତହିଁରେ ଅଧ୍ୟାୟ୧ଶ୍ଳୋକ ୪୦ରେ ଅର୍ଜୁନ କହିଛନ୍ତି, କୁଳକ୍ଷୟେଃ ପ୍ରଣଶ୍ୟନ୍ତି କୁଳଧର୍ମାଃ ସନାତନାଃ। ସନାତନ ଏକ ବିଶେଷଣ, ବିଶେଷ୍ୟ ନୁହେଁ। କୁଳ ଧର୍ମ ମାନି ଚଳୁଥବା ଲୋକେ ସନାତନୀ। ‘ଯୁଦ୍ଧରେ ପରିବାରର ଅଭିଭାବକ/ନିୟନ୍ତାମାନେ ମରିଗଲେ ନାରୀମାନେ କୁଳଟା ହୋଇଯିବେ, ଅଧର୍ମ ବ୍ୟାପିବ, ତେଣୁ ମୁଁ ଯୁଦ୍ଧ କରିବି ନାହିଁ’ ବୋଲି ଅର୍ଜୁନ କହିବାରୁ ସମଗ୍ର ଗୀତାର ଅବତାରଣା। ଗୀତାରେ ସମସ୍ତଙ୍କ ବୀଜ-ପ୍ରଦ ପିତା (‘ଅଦ୍ୱୈତ’ ବା ଏକ ମାତ୍ର ଈଶ୍ୱର) ହୋଇଥିଲେ ବି ଶ୍ରୀକୃଷ୍ଣ କହିଛନ୍ତି (ଅଧ୍ୟାୟ୯ ଶ୍ଳୋକ ୨୩ରେ) ଯେଉଁମାନେ କୌଣସି ନା କୌଣସି ଦେବତାଙ୍କୁ ସଶ୍ରଦ୍ଧ ପୂଜାକରୁଛନ୍ତି ତାହା ବିଧି ଅନୁଯାୟୀ ହୋଇ ନ ଥିଲେ ମଧ୍ୟ ସେ ପୂଜା ତାଙ୍କ ପାଖରେ ପହଞ୍ଚେ। ସର୍ବଗୁଣ ସମ୍ପନ୍ନ ଈଶ୍ୱର ତାଙ୍କର ଏକ ବା ଏକାଧିକ ଗୁଣ ପ୍ରଦାନ (ଡେଲିଗେଟ୍‌) କରିଛନ୍ତି ଭିନ୍ନ ଭିନ୍ନ ଦେବତାଙ୍କୁ। ଧନ ସମ୍ପଦ ପାଇବା ଲାଗି ଲକ୍ଷ୍ମୀଙ୍କୁୁ ଏବଂ ସମୃଦ୍ଧିକୁ ସବୁଦିନିଆ କରିବା ଲାଗି କୁବେରଙ୍କୁ ପୂଜା କରାଯାଏ। ସରସ୍ବତୀ ଲେଖାପଢ଼ାର ଜ୍ଞାନ ଦିଅନ୍ତି, ସବୁପ୍ରକାର ଜ୍ଞାନକୁ ନିଜସ୍ବ କରିନେବାର କୌଶଳ ଗଣେଶ ଦିଅନ୍ତ। କି ପ୍ରକାରର ପୂଜା, କି ପ୍ରକାରର ଅର୍ପଣ (ଭୋଗ) କଲେ ସମ୍ପୃକ୍ତ ଦେବଦେବୀଙ୍କ ମିଜାଜ (ମୁଡ୍‌) ଭକ୍ତ ସପକ୍ଷରେ ଆସିଯିବ ତାହା ପୂଜକମାନେ ସ୍ଥିର କରନ୍ତି।
ଖିରସ୍ତାନମାନଙ୍କ ବାଇବେଲରେ ଭଗବାନ୍‌ଙ୍କୁ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ମନ ବା ମୁଡ୍‌ ଦିଆଯାଇଛି। ଡିୟୁଟରୋନମି ପୁସ୍ତକରେ ରୋକ୍‌ଠୋକ୍‌ ନିର୍ଦ୍ଦେଶ ଅଛି ଯେ ହିଟାଇଟ୍‌, ଅମୋରାଇଟ୍‌, କନାନାଇଟ୍‌, ପେରିଜାଇଟ୍‌, ହାଇବାଇଟ୍‌ ଓ ଜେବୁସାଇଟ୍‌ ଭଳି ୟାହୱେଙ୍କୁ ପୂଜା କରୁ ନ ଥିବା ଭଳି ମ୍ଲେଚ୍ଛ ଲୋକଙ୍କୁ ହତ୍ୟା କଲେ ୟାହୱେଙ୍କ ମିଜାଜ ଭଲ ରହିବ। ‘ବୁକ୍‌ ଅଫ୍‌ ଜଜେସ୍‌’ରେ ଇଜ୍‌ରାଏଲାଇଟ୍‌ ସେନାପତି ଓମୋନାଇଟ୍‌ମାନଙ୍କ ସହ ସହାବସ୍ଥାନ ପ୍ରସ୍ତାବ ଦିଅନ୍ତି- ‘ତୁମ ଠାକୁର ଚେମୋସ୍‌ ଯାହା କିଛି ଦେଇଛନ୍ତି ତୁମ୍ଭେମାନେ ସେତକ ଧରି ରୁହ, ଆମ ଠାକୁର ୟାହୱେ ଯାହା ଦେଇଛନ୍ତି ତାହା ଆମେ ଭୋଗ କରିବୁ।’ ମୋ ଠାରେ ହିଁ ସମର୍ପିତ ହୁଅ’ କହୁଥିବା (ଅଦ୍ୱୈତ) କୃଷ୍ଣ ବି ଗୀତାରେ କହିଛନ୍ତି ‘ଯିଏ ମୋତେ ଯେଉଁ ରୂପରେ ପ୍ରାର୍ଥନା କରିବ (ବହୁ ଈଶ୍ୱର ବିଶ୍ୱାସୀଙ୍କୁ) ମୁଁ ଗ୍ରହଣ କରିବି।’ କୋରାନ୍‌ରେ ଏହିଭଳି ବଦଳୁଥିବା ମିଜାଜର ଆଲ୍ଲା (ଈଶ୍ୱର)ଙ୍କ ଉଦାହରଣ ଅଛି। ମନେରଖିବା କଥା ଯେ ଜିୟୁ, ଖ୍ରୀଷ୍ଟିଆନିଟି ଓ ଇସ୍‌ଲାମ ତିନୋଟି ଯାକ ଧର୍ମର ମୂଳରେ ଆବ୍ରାହାମ୍‌ ଅଛନ୍ତି। କୋରାନ୍‌ର ଗୋଟିଏ ଅଂଶରେ ଅଛି ଏକାଧିକ ଈଶ୍ୱରରେ ବିଶ୍ୱାସ କରୁଥିବା ଲୋକଙ୍କୁ ଯେଉଁଠି ପାଉଛ ନିପାତ କର, ଆଉ ଗୋଟିଏ ଅଂଶରେ ଅବିଶ୍ୱାସୀଙ୍କୁ ଗ୍ରହଣ କରିବାକୁ କୁହାଯାଇଛି ତୁମେ ତୁମ ଧର୍ମ ଦେଖ, ମୋତେ ମୋ ଧର୍ମ ବଡ଼।
ଈଶ୍ୱରଙ୍କ ମିଜାଜ ପରିସ୍ଥିତି ଘେନି ବଦଳିଛି – ସହନଶୀଳ ବା ହିଂସ୍ର। କେଉଁ ପରିସ୍ଥିତିରେ ଧର୍ମଗ୍ରନ୍ଥ ରଚୟିତା ପରମେଶ୍ୱରଙ୍କୁ ଉଦାର କରିଛନ୍ତି ଜାଣିଲେ ଆଜିର ଭକ୍ତମାନେ ଉଦାର ହୋଇଯିବେ। ପୃଥିବୀରେ ଜଣେ ମାତ୍ର ଈଶ୍ୱର ରହିବେ ବୋଲି ଯେଉଁ ଧର୍ମ କହେ ସେ ଅନ୍ୟ ସବୁ ଧର୍ମର ଈଶ୍ୱରକୁ ଖରାପ ଈଶ୍ୱର କହେ ଏବଂ ତାଙ୍କର ଅନୁଗାମୀଙ୍କୁ ସେ ଇଲାକାର ଭାଷାରେ କହେ କାଫେର୍‌ ବା ମ୍ଳେଚ୍ଛ ବା ସଇତାନ ଏବଂ ସେମାନଙ୍କ ବିନାଶରେ ଧର୍ମ ପ୍ରସାର ହୁଏ ବୋଲି କହେ। ଏସବୁ ଧର୍ମଗ୍ରନ୍ଥ ଲେଖିଥିବା ବ୍ୟକ୍ତିର ମିଜାଜ ଯାହା ସେ ଈଶ୍ୱର-ମୁଖ-ଶ୍ରୁତ ବୋଲି ଲେଖିଦିଏ ଅର୍ଥାତ୍‌ ଈଶ୍ୱରଙ୍କ ମିଜାଜ ତିଆରିକରେ।
ଇସ୍ରାଏଲର ବହୁ ଜ୍ଞାନୀ ସମ୍ରାଟ ସୋଲୋମନ୍‌ (ଖ୍ରୀ.ପୂ. ୧୦ମ ଶତାବ୍ଦୀ) ଏକାଧିକ ଈଶ୍ୱରରେ ବିଶ୍ୱାସ କରୁଥିବାର କାରଣ ରାଜନୀତି, ଧର୍ମଭାବ ନୁହେଁ। ପରାସ୍ତ ରାଜ୍ୟରୁ ବିଦ୍ରୋହ ଆଶଙ୍କା ଦୂରକରିବା ଲାଗି ପରାସ୍ତ ରାଜା ବା ସମ୍ରାଟଙ୍କ କନ୍ୟାକୁ ବିବାହ କରୁଥିଲେ ଏବଂ ପରାସ୍ତ ଭୂଖଣ୍ଡର ଈଶ୍ୱରଙ୍କୁ ନିଜ ଈଶ୍ୱରର ଅନୁରୂପ ସମ୍ମାନ ଦେଉଥିଲେ। ରାଜୁଡ଼ା ଯାଇ ସାଧାରଣତନ୍ତ୍ର ହେଲେ ମଧ୍ୟ ଆମ ଦେଶର ନେତାଏ ଭୋଟରଙ୍କ ସମର୍ଥନ ପାଇଁ ଭିନ୍ନ ଭିନ୍ନ ଧର୍ମସ୍ଥଳରେ ସେଠାକାର ପୂଜାନୀତି ଓ ପୂଜାରୀତି ପାଳନ କରନ୍ତି; ଗୁରୁଦ୍ୱାରରେ ମୁଣ୍ଡରେ ଓଢ଼ଣା ଢାଙ୍କିବା, ଆଜ୍‌ମିର୍‌ ଦର୍ଘାରେ ଚାଦର ଦେବା, ମୁସ୍‌ଲିମ୍‌ ଇଫ୍‌ତାହାର ଭୋଜନରେ ଯୋଗଦେବା। ସମସ୍ତଙ୍କୁ ଦେଖାଦେବାକୁ ଯଦି ଜଗନ୍ନାଥ ରଥରେ ବସି ବୁଲିପାରୁଛନ୍ତି ତେବେ ମନ୍ଦିରର ରୀତିନୀତି ମାନୁଥିବା ଲୋକେ ମନ୍ଦିର ଭିତରକୁ ଯିବା ଅଧର୍ମ କାହିଁକି? ୧୮୦୫ରୁ ୧୨ ଭିତରେ ତ ବାରଣ-ଫଳକ ଲେଖିବା ଲାଗି ଇଂଲିଶ୍‌ ଓ ପାର୍ସୀ (ଉର୍ଦ୍ଦୁ ଭଳି) ଭାଷା ବ୍ୟବହାରକାରୀଙ୍କୁ ସିଂହଦ୍ୱାରକୁ ନେଇଥିଲ। ଏବେ କାହିଁକି ଗୋରାଚର୍ମ ଆଉ ଅଣଭାରତୀୟଙ୍କୁ ମନ୍ଦିର ପ୍ରବେଶ ମନା? ମାଆବାପାଙ୍କ ନଁା ନ ନେଉଥିବା ଗୋତ୍ର କହୁ ନ ଥିବା ଆଚାର୍ଯ୍ୟ/ସ୍ବାମୀମାନଙ୍କୁ ପ୍ରବେଶ ଅନୁମତି ଅଛି ତ ଗୋତ୍ର କହି ନ ପାରୁଥିବା ବାଲିଦ୍ୱୀପର ହିନ୍ଦୁଙ୍କୁ ମନା? ଜଗନ୍ନାଥଙ୍କୁ ଜଗତର ନାଥ ଭଳି ଦେଖିବାର ସମୟ ଆସିଗଲାଣ।

ସହଦେବ ସାହୁ
-sahadevas@yahoo.com

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ରେ ଇତିହାସ ରଚିଲେ ପ୍ରେମା: ମାତ୍ର ୧୪ ବଲ୍‌ରେ କଲେ ଏମିତି କାରନାମା, ଭାଙ୍ଗିଲେ ପାକିସ୍ତାନୀ ଖେଳାଳିଙ୍କ ରେକର୍ଡ

ନୂଆଦିଲ୍ଲୀ,୩।୧୧:ଛକା ଓ ଚୌକା ବର୍ଷା କରି ମାତ୍ର ୧୪ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଉତ୍ତରାଖଣ୍ଡର ମହିଳା କ୍ରିକେଟର ପ୍ରେମା ରାୱତ। ସିନିୟର ମହିଳା ଟି-୨୦ ଟ୍ରଫିରେ…

ବେଲ୍‌ଜିୟମ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବ୍ରସେଲ୍ସ, ୩ା୧୧: ବେଲ୍‌ଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ତାଙ୍କର ୫ ଦଳୀୟ ମେଣ୍ଟ ମଧ୍ୟରେ ବଜେଟ ଆଲୋଚନା ବିଫଳ ହେବା ପରେ ସୋମବାର ରାଜା ଫିଲିପ୍‌ଙ୍କୁ…

କିଏ ଜିଣିବ ଜଣା

ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦେଖାଦେଇଥିବା ସଦ୍ୟ ହିଂସା ନୂଆ କାହାଣୀ ଲେଖିବାକୁ ପ୍ରସ୍ତୁତ ହେଲାଣି। ସେଠାରେ ପ୍ରମୁଖ ସମ୍ପ୍ରଦାୟ ମଧ୍ୟରେ ଅଛନ୍ତି ହିନ୍ଦୁ ମେଇତି, ଆଦିବାସୀ…

ଆଦାନୀ ଓ ନରାଜ ଡାଟା ସେଣ୍ଟର

କଟକ ଜିଲା ନରାଜ ବ୍ୟାରେଜ ନିକଟସ୍ଥ ୨୫୦ ଏକର ଜମିରେ ଏକ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା ଡାଟା ସେଣ୍ଟର ପାଇଁ କାମ ଆରମ୍ଭ ହୋଇଗଲାଣି। ଆଦାନୀ ଗ୍ରୁପ୍‌ର…

ଏଇ ଭାରତରେ

ଶିଖିବା ଓ ଶିଖାଇବା ପ୍ରବୃତ୍ତି ଜୀବନର ଶେଷ ଯାଏ ରହେ। ମଣିଷ ପାଖରେ ଯେଉଁ ଜ୍ଞାନ ଓ କଳା ଥାଏ ତାହାକୁ ସେ ଜୀବନର ଅପରାହ୍ନରେ ବି…

IPLକ୍ୟାଲେଣ୍ଡରରେ ବଡ଼ ପରିବର୍ତ୍ତନ ଚାହୁଁଛନ୍ତି ଲଲିତ ମୋଦି: ଦେଲେ ଏମିତି ପ୍ରସ୍ତାବ

ନୂଆଦିଲ୍ଲୀ,୩।୧୧: ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଫ୍ରାଞ୍ଚାଇଜ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ଆୟୋଜନକୁ ନେଇ ବଡ଼ ପ୍ରସ୍ତାବ ଦେଇଛନ୍ତି ଲିଗ୍‌ର ପ୍ରତିଷ୍ଠାତା ଲଲିତ ମୋଦି।…

ସ୍ଥଳଭାଗ ଛୁଇଁଲା ‘ମୁରାସୁ’: ୧୨୦ କିମି ବେଗରେ ବହୁଛି ପବନ, ୫ ରାଜ୍ୟରେ ହାଇଆଲର୍ଟ

ଅମରାବତୀ,୩।୧୧: ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ‘ମୁରାସୁ’ର ପ୍ରଭାବ ଆରମ୍ଭ ହୋଇଛି। ଓଙ୍ଗୋଲ ନିକଟ ଦକ୍ଷିଣ ଉପକୂଳ ଅଞ୍ଚଳରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଏହାର ପ୍ରଭାବରେ…

ଆଜି ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ

ଓ୍ବାଶିଂଟନ,୩ା୧୧: ଆମେରିକାରେ ମଙ୍ଗଳବାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ପାଳିର ଶେଷ ୨ ବର୍ଷ ପାଇଁ ଆମେରିକା କଂଗ୍ରେସକୁ କେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?