୨ ବୁଥ୍‌ରେ ହିଂସା, ମତଦାନ ବନ୍ଦ

ଜଗତ୍‌ସିଂହପୁର ଅଫିସ, ୧୯ା୨: ଜଗତ୍‌ସିଂହପୁର ଜିଲାରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ହିଂସା ପୋଲିସ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ନିର୍ବାଚନ ବେଳେ ଜଗତ୍‌ସିଂହପୁର ଥାନା ପଟସରା ପଞ୍ଚାୟତ ଅନ୍ତର୍ଗତ ଢିଅପଟସରା ପ୍ରାଥମିକ ବିଦ୍ୟାଳୟ ୧ନଂ. ଓ ଢୋଲବନ୍ଧ ପ୍ରାଥମିକ ବିଦ୍ୟାଳୟର ୨ନଂ. ବୁଥ୍‌ରେ ମାରପିଟ୍‌ ହୋଇଛି। ଭଙ୍ଗାରୁଜା ସାଙ୍ଗକୁ ବାଲଟ୍‌ ପେପର ଚିରି ଦିଆଯାଇଛି। ଏପରି କି ୧ ନଂ. ବୁଥ୍‌ରୁ ଦୁର୍ବୃତ୍ତମାନେ ବାଲ୍‌ଟ ବାକ୍ସ ନେଇଯାଇଛନ୍ତି। ଗଣ୍ଡଗୋଳରେ ୨ଜଣ ଗୁରୁତର ହେବା ସହ ମୋଟ ୫ ଜଣ ଆହତ ହୋଇଛନ୍ତି । ପରିସ୍ଥିତିକୁ ଦେଖି ନିର୍ବାଚନକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛିି। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ। କମିଶନଙ୍କ ନିଷ୍ପତ୍ତି ଅନୁସାରେ ପରବର୍ତ୍ତୀ ତାରିଖରେ କଡା ସୁରକ୍ଷା ବଳୟ ମଧ୍ୟରେ ନିର୍ବାଚନ କରାଯିବ ବୋଲି ଅତିରିକ୍ତ ଜିଲାପାଳ (ପ୍ରଶାସନ) ସଚ୍ଚିଦାନନ୍ଦ ସାହୁ ସୂଚନା ଦେଇଛନ୍ତି।
ପୂର୍ବ ନିଷ୍ପତ୍ତି ଅନୁଯାୟୀ, ସକାଳ ୭ଟାରୁ ଢ଼ୋଲବନ୍ଧ ପ୍ରାଥମିକ ବିଦ୍ୟାଳୟ ୨ନଂ. ବୁଥରେ ନିର୍ବାଚନ ଆରମ୍ଭ ହୋଇଥିଲା। ପ୍ରଥମେ ସବୁକିଛି ଠିକଠାକ୍‌ ଚାଲିଥିଲା। ଏହାର ଅଧ ଘଣ୍ଟା ପରେ ପରିସ୍ଥିତି ବିଗିଡ଼ି ଯାଇଥିଲା। ଏ ସମ୍ପର୍କରେ ପ୍ରିଜାଇଡିଂ ଅଫିସର ତ୍ରିଲୋଚନା ସ୍ବାଇଁ ଓ ପ୍ରଥମ ପୋଲିଂ ଅଧିକାରୀ ଦେବେନ୍ଦ୍ର ପଣ୍ଡା କହିଛନ୍ତି, ସକାଳ ପ୍ରାୟ ୭ଟା୩୫ରେ ହଠାତ୍‌ ୨୦ରୁ ୨୫ ଜଣ ହାତରେ ରଡ, ଶାବଳ ଆଦି ମାରଣାସ୍ତ୍ର ଧରି ବୁଥ୍‌ ମୁହାଁ ହେବା ସେମାନେ ଦେଖିଥିଲେ। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସେମାନେ ମତଦାନ ସ୍ଥଗିତ ରଖିବା ସହ ଭିତରପଟୁ କବାଟ ବନ୍ଦ କରି ଦେଇଥିଲେ। କିନ୍ତୁ ଆକ୍ରମଣକାରୀମାନେ କବାଟ ତାଡିବା ପାଇଁ ବଳ ପ୍ରୟୋଗ କରିବାରୁ ସେମାନେ ବାଧ୍ୟହୋଇ କବାଟ ଖୋଲି ଦେଇଥିଲେ। ତା’ପରେ ଆକ୍ରମଣକାରୀମାନେ ସେମାନଙ୍କ ସାମ୍‌ନାରେ ଯାହା ପଡିଥିଲା ବାଡେଇ ଭାଙ୍ଗି ଦେଇଥିଲେ। ବୁଥ୍‌ରେ ୨୪୫ ଜଣ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ ବାକ୍ସରେ ୩୩ ଜଣଙ୍କ ବାଲଟ୍‌ ପଡ଼ିଥିଲା। ଅଭିଯୁକ୍ତମାନେ ଶେଷରେ ବାଲଟ୍‌ ବାକ୍ସ ନେଇ ପଳାଇଯାଇଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସୌଭାଗ୍ୟବଶତଃ ଦୁର୍ବୃତ୍ତମାନଙ୍କ କବଳରୁ ସେମାନେ ବର୍ତ୍ତି ଯାଇଥିଲେ। ଅବଶିଷ୍ଟ ବାଲଟ୍‌ ଓ ଅନ୍ୟ କାଗଜପତ୍ର ସୁରକ୍ଷିତ ଅଛି ବୋଲି ପ୍ରିଜାଇଡିଂ ଅଫିସର ସ୍ବାଇଁ କହିଛନ୍ତି। ଏହି ଗଣ୍ଡଗୋଳରେ ୨ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏମାନଙ୍କୁ ମିଶାଇ ଉଭୟ ପକ୍ଷର ୫ ଜଣ ଆହତ ହୋଇଥିବା କୁହାଯାଇଛି। ଗଣ୍ଡଗୋଳର କାରଣ ସ୍ପଷ୍ଟ ହୋଇ ନ ଥିଲେ ସୁଦ୍ଧା ଗୋଟିଏ ରାଜନୈତିକ ଦଳ ସମର୍ଥିତ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସେହିପରି ଢ଼ଇପଟସରା ୧ନଂ. ବୁଥ୍‌ରେ ମଧ୍ୟ ଉପରୋକ୍ତ ଅଭିଯୁକ୍ତମାନେ ଗଣ୍ଡଗୋଳ କରିଥିଲେ। ଏ ସମ୍ପର୍କରେ ପ୍ରିଜାଇଡିଂ ଅଫିସର ଅଶୋକ କୁମାର କୁଣ୍ଡୁ କହିଛନ୍ତି, ବୁଥ୍‌ରେ ୨୧୧ ଜଣ ଭୋଟର ଅଛନ୍ତି। ସକାଳ ପ୍ରାୟ ୮ଟା ସୁଦ୍ଧା ୨୪ ଜଣ ଭୋଟ ଦେଇଥିଲେ। ତା’ପରେ ଆକ୍ରମଣକାରୀମାନେ ପହଞ୍ଚତ୍ ତାଙ୍କ ସହ ଅନ୍ୟମାନଙ୍କୁ ମାଡ ମାରିଥିଲେ। ବାଲାଟ ବାକ୍ସ ବାଡେଇ ଚେପା କରି ଦେଇଥିଲେ। କିଛି ବାଲଟ ସହ ଅନ୍ୟ କାଗଜପତ୍ର ଚିରି ଦେଇଥିଲେ। ଜଣେ ବ୍ୟକ୍ତି ଏଜେଣ୍ଟ ବୋଲି ପରିଚୟ ଦେଇ ବିଳମ୍ବରେ ପହଞ୍ଚତ୍ ବାଲଟ ବାକ୍ସ ଖୋଲିବା ପାଇଁ ବାଧ୍ୟ କରିଥିଲେ। ଯେହେତୁ ୬ଟା୩୦ ସୁଦ୍ଧା ପ୍ରାର୍ଥୀଙ୍କ ଏଜେଣ୍ଟମାନେ ଉପସ୍ଥିତ ରହିବା କଥା ଏବଂ ସମ୍ପୃକ୍ତ ବ୍ୟକ୍ତି ପହଞ୍ଚତ୍ ନ ଥିବାରୁ ଅନ୍ୟମାନଙ୍କ ଉପସ୍ଥିତିରେ ବାକ୍ସ ସିଲ୍‌ କରି ଦିଆଯାଇଥିଲା। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଏଥିରେ ପ୍ରତିକ୍ରିୟାଶୀଳ ହୋଇ ପାଟିତୁଣ୍ଡ କରିଥିଲେ। ତା’ପରେ ତାଙ୍କର ଅନ୍ୟ ସହଯୋଗୀମାନେ ପହଞ୍ଚତ୍ ଗଣ୍ଡଗୋଳ କରିଥିଲେ ବୋଲି ପ୍ରିଜାଇଡିଂ ଅଫିସର କୁଣ୍ଡୁ କହିଛନ୍ତି। ଏହାପରେ ଘଟଣାସ୍ଥଳରେ ଏସ୍‌ପି ଅଖିଳେଶ୍ୱର ସିଂ, ଅତିରିକ୍ତ ଜିଲାପାଳ ସାହୁ, ଜଗତ୍‌ସିଂହପୁର ତହସିଲଦାର, ବିଡିଓ, ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri