ରାଜ୍ୟରେ ବଢୁଛି ନାରୀ ନିର୍ଯାତନା, ସରକାରଙ୍କ ଅପାରଗତା ନେଇ ଗର୍ଜିଲା ମହିଳା ବିଜେଡି

ବରଗଡ଼,୧୮ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ନାରୀ ନିର୍ଯାତନା ବଢ଼ିଚାଲିଛି। ବଳାତ୍କାର, ମହିଳାଙ୍କ ନିଖୋଜ, ଅପହରଣ, ହତ୍ୟା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଏଭଳି ଘଟଣା ବୃଦ୍ଧି ପାଉଛି ଏବଂ ରାଜ୍ୟର ନାରୀମାନେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ଏଭଳି ଅଭିଯୋଗ କରି ବୁଧବାର ବିଜୁ ମହିଳା ଜନତା ପକ୍ଷରୁ ବରଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ବରଗଡ଼ ଏସ୍‌ପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଅତିରିକ୍ତ ଏସ୍‌ପି ସ୍ମାରକପତ୍ର ଗ୍ରହଣ କରିଥିଲେ। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ସରକାର ପରିବର୍ତ୍ତନ ପରେ ପରେ ଦିନକୁ ଦିନ ମହିଳାମାନେ ବଳାତ୍କାରର ଶିକାର ଓ ନିର୍ଯାତିତ ହେବାରେ ଲାଗିଛନ୍ତି। ଚିନ୍ତାଜନକ ଭାବେ ବିଗତ ୯ ମାସ ମଧ୍ୟରେ ୨୦ ହଜାରରୁ ଊର୍ଦ୍ଧ୍ୱ ମହିଳା ନିଖୋଜ ହେବା ମାମଲା ପଞ୍ଜୀକୃତ ହୋଇଛି। ସେମାନଙ୍କ ମଧ୍ୟରୁ ମାତ୍ର ୭ ହଜାର ୪୮ ଜଣଙ୍କୁ ଠାବ କରାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନ ସଭାରେ ସୂଚନା ଦେଇଛନ୍ତି। ଏଥିରୁ ମହିଳାଙ୍କ ସୁରକ୍ଷା ପ୍ରତି ରାଜ୍ୟ ସରକାର କେତେ ସମ୍ବେଦନଶୀଳ, ତାହା ତାଙ୍କ ପ୍ରଦତ୍ତ ତଥ୍ୟରୁ ପ୍ରମାଣିତ ହୋଇଛି। ଏଭଳି ଅଭିଯୋଗ ନେଇ ବିଜୁ ମହିଳା ଜନତାର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ଶକୁନ୍ତଳା ମହାପାତ୍ର, ଅତାବିରା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହଲିଙ୍ଗ, ଜିଲା ପରିଷଦ ସଭ୍ୟ ପଦ୍ମିନୀ ଗଡ଼ତିଆ, ପିଙ୍କି ବଢେଇ ରାଗିଣୀ ମହାନା, ବବିତା ମହାନନ୍ଦ ସସ୍ମିତା ବାରିକ, ମମତା ସାହୁ, ନୀତୁ ମହାନା, ଜ୍ୟୋତ୍ସ୍ନା ପାଇକ, ପ୍ରିୟା ତାଣ୍ଡି, ସୁନନ୍ଦା ପଣ୍ଡା, ବେଦମତି ସେଟ, ରେବତୀ ବେହେରା, ସାରଳା ବଗର୍ତ୍ତି ପ୍ରମୁଖଙ୍କ ସମେତ ଶତାଧିକ ମହିଳା ଏସ୍‌ପି ଅଫିସ ଘେରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ଉଦ୍‌ବେଗଜନକ ରହିଥିବା ବେଳେ ମହିଳାଙ୍କ ପ୍ରତି ହେଉଥିବା ନିର୍ମମ ଆକ୍ରମଣ, ଅତ୍ୟାଚାର, ଗଣବଳାତ୍କାର, ଯୌନ ଉତ୍ପୀଡନ ଓ ବିଭିନ୍ନ ପ୍ରକାର ହିଂସା ଆଚରଣକୁ ନେଇ ସେମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

ରାଜ୍ୟରେ ପ୍ରତିଦିନ ୧୫ରୁ ଊଦ୍ଧର୍‌ବ ବଳାତ୍କାର ଭଳି ସମ୍ବେଦନସୀଳ ଘଟଣା ଘଟି ଚାଲିଛି ଏବଂ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଥିବା ବେଳେ ଶାସକ ଦଳର ବିଧାୟକ ମାନଙ୍କ ମହିଳା ବିରୋଧୀ ଓ ଅପମାନ ସୂଚକ ମନ୍ତବ୍ୟ ଅତ୍ୟନ୍ତ ଦୁଃଖ ଦାୟକ ଓ ନିନ୍ଦନୀୟ ବୋଲି ସେମାନେ କହିଥିଲେ। ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀ ନିଜର ସୁରକ୍ଷା ପାଇଁ ସାମାଜିକ ଗଣମାଧ୍ୟମ ଜରିଆରେ ଶାସକ ଦଳର ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ, ମାତ୍ର ରାଜ୍ୟ ସରକାର ତାଙ୍କୁ ନ୍ୟାୟ ଦେଇ ନ ପାରିବାରୁ ଅକାଳରେ ତାଙ୍କ ଜୀବନ ଚାଲିଗଲା ବୋଲି ବିଜେଡି ନେତ୍ରୀମାନେ କହିଥିଲେ।

ସେହିପରି ବିଗତ ୧୫ ମାସ ମଧ୍ୟରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରାବାସରେ ମଧ୍ୟ ବାଳିକା ଓ ଛାତ୍ରୀ ନିର୍ଯାତିତ ହେଉଛନ୍ତି। ସୁନ୍ଦରଗଡ଼, କୋରାପୁଟ ସମ୍ବଲପୁର ଇତ୍ୟାଦି ଜିଲାରେ ଆଦିବାସୀ ଓ ଦଳିତ ଝିଅମାନଙ୍କ ପ୍ରତି ସମାନ ଘଟଣାମାନ ଘଟି ଆସୁଛି। ମହିଳାମାନଙ୍କୁ ସୁରକ୍ଷିତ ରଖିବା ଓ ନ୍ୟାୟ ଦେବାରେ ଏ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ବିଜୁ ମହିଳା ଜନତା ଦଳ ଅଭିଯୋଗ କରିଛି। ରାଜ୍ୟ ସରକାର ତୁରନ୍ତ ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ ଏବଂ ମହିଳା ସୁରକ୍ଷା ଓ ନ୍ୟାୟ ବ୍ୟବସ୍ଥାକୁ ପୁନରୁଦ୍ଧାର କରନ୍ତୁ, ନଚେତ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ବିଜୁ ମହିଳା ଜନତା ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?