ସବୁଠି କଟକଣା ଉଲ୍ଲଂଘନ

ଭୁବନେଶ୍ୱର, ୨୨।୧ (ବ୍ୟୁରୋ): କଟକଣା କଡ଼ା, ହେଲେ କାର୍ଯ୍ୟକାରୀ ଶୂନ। ପୋଲିସ, ପ୍ରଶାସନଠାରୁ ସାଧାରଣ ଜନତା ସମସ୍ତେ ଢିଲା। ଯେଉଁଥିପାଇଁ ସଂକ୍ରମଣ ଓ ସକ୍ରିୟ ଆକ୍ରାନ୍ତ ସଂଖ୍ୟାରେ ଦେଶର ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ତେବେ ରାଜଧାନୀ ଭୁବନେଶ୍ୱର ପାଇଁ ରାଜ୍ୟର ସ୍ଥିତି ବିଗିଡିବାରେ ଲାଗିଛି ବୋଲି କୁହାଯାଉଛି। ରାଜ୍ୟରେ ସଂକ୍ରମଣ କମିଥିଲେ ମଧ୍ୟ ଭୁବନେଶ୍ୱରରେ ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି। ଯେଉଁଠି ଦେଖିବ ସେଠି କରୋନା କଟକଣା ଓ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେଉଥିବା ଦେଖାଯାଉଛି। ରାସ୍ତାଘାଟ, ହାଟ, ବଜାରରେ ଅସମ୍ଭାଳ ଭିଡ଼ ହେଉଥିବାବେଳେ ହଲ୍‌, ମଲ୍‌, ପ୍ରେକ୍ଷାଳୟ, କାର୍ଯ୍ୟାଳୟରେ ବି ନିୟମ ଠିକ୍‌ ଭାବେ ପାଳନ ହେଉ ନାହିଁ। ସାମାଜିକ ଦୂରତା ଦୂରେ ଥାଉ, ଠିକ୍‌ ଭାବେ ମାସ୍କ ଓ ଅନ୍ୟାନ୍ୟ ନିର୍ଦ୍ଦେଶ ଉଲ୍ଲଂଘନ ହେଉଛି। ଦେଖିଲେ ଲାଗୁଛି କାହାର ଯେମିତି କରୋନାକୁ ଆଉ ଡର ନାହିଁ। ଭିଡ଼ ଭିତରେ ବି ବରିଷ୍ଠ ଓ ଛୋଟ ପିଲାଙ୍କୁ ଦେଖିବାକୁ ମିଳୁଛି। ଲୋକଙ୍କର ଏପରି ଖାମଖିଆଲ ମନୋଭାବ ପାଇଁ କରୋନା, ଓମିକ୍ରନ୍‌ ଭଳି ଭୂତାଣୁ ଦ୍ରୁତଗତିରେ ମାଡ଼ି ଚାଲିଛି।
ଲହର ସଂକ୍ରମଣ ବୃଦ୍ଧି ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହର ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ କରିଛି। କମିଶନରେଟ ପୋଲିସ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରୁଥିବା କହୁଛି। କିନ୍ତୁ ସହରର ପ୍ରତିଦିନର ବାସ୍ତବ ଚିତ୍ରକୁ ଦେଖିଲେ, କଟକଣା କରି ପୋଲିସ ଓ ପ୍ରଶାସନ ପୂରା ଚୁପ୍‌ ବସିଛି। ସହରର ପ୍ରମୁଖ ସ୍ଥାନ ୟୁନିଟ୍‌-୧ ମାର୍କେ, ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ, ୟୁନିଟ୍‌-୪ ମାର୍କେଟ, ବାପୁଜୀନଗର, ରାଜମହଲ, ରସୁଲଗଡ଼, ଆଚାର୍ଯ୍ୟବିହାର ଆଦି ସ୍ଥାନରେ ଲୋକଙ୍କ ଭିଡ଼ ଲାଗି ରହୁଛି।
ମଧ୍ୟ ଗାଇଡ୍‌ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ୫୦ ପ୍ରତିଶତ ଲୋକଙ୍କୁ ନେଇ ପ୍ରେକ୍ଷାଳୟରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିୟମ ରହିଛି। ପୁଣି ସିଟ୍‌ ଛାଡ଼ି ଅନ୍ୟ ସିଟ୍‌ରେ ଲୋକଙ୍କୁ ବସିବାର ବ୍ୟବସ୍ଥା କରିବାକୁ କୁହାଯାଇଛି। ପ୍ରେକ୍ଷାଳୟରେ ବସିଥିବା ସମସ୍ତେ ମାସ୍କ ପିନ୍ଧିବା ସହ କୋଭିଡ୍‌ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ମାତ୍ର ଅଧିକାଂଶ ସ୍ଥାନରେ ସେପରି ହେଉନାହିଁ। ଗୁରୁବାର ଇଡ୍‌କଲ ଅଡିଟୋରିୟମ୍‌ଠାରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ ଏଭଳି ଉଲ୍ଲଂଘନ ନଜରକୁ ଆସିଥିଲା। ପ୍ରେକ୍ଷାଳୟର ପୂରା ସିଟ୍‌ ଭର୍ତ୍ତି ଥିବାବେଳେ ବହୁ ଲୋକ ଛିଡା ହୋଇ କାର୍ଯ୍ୟକ୍ରମ ଦେଖୁଥିଲେ। ପୁଣି ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ମଧ୍ୟ ନ ଥିଲା।
ମେଟ୍ରୋ ସହରରେ ଚାଲୁଥିବା ମୋ ବସ୍‌ ଗୁଡିକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ବସ୍‌ରେ ଯେତିକି ସିଟ୍‌ ଅଛି ସେତିକି ଯାତ୍ରୀ ଯିବାର ନିୟମ ରହିଛି। ମାତ୍ର ବସ୍‌ଗୁଡିକରେ ଏକାଧିକ ଯାତ୍ରୀ ଠିଆ ହୋଇ ଯାତ୍ରା କରୁଛନ୍ତି। ମୋ ବସ୍‌ରେ ଯାତ୍ରା ଭଡ଼ା କମ୍‌ ରହୁଥିବାରୁ ସହର ମଧ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଅଟୋ ଅପେକ୍ଷା ଲୋକମାନେ ଏହାକୁ ଅଧିକ ପସନ୍ଦ କରୁଛନ୍ତି।
ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲବେଳେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ପ୍ରାର୍ଥୀମାନେ ଜଣେ ସମର୍ଥକଙ୍କୁ ନେଇ ପ୍ରାର୍ଥତ୍ପତ୍ର ଦାଖଲ ଓ ୫ଜଣ ସମର୍ଥକଙ୍କୁ ନେଇ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ପ୍ରାର୍ଥୀମାନେ ଏକାଧିକ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରା କରି ନାମାଙ୍କନପତ୍ର ଦାଖଲ କରୁଥିବା ଦେଖାଯାଇଥିଲା। ତେବେ ଶୁକ୍ରବାର ଶେଷ ଦିନରେ ଭୁବନେଶ୍ୱର ଏଡିଏମ୍‌ ଅଫିସ ସହ ଅନ୍ୟ କେତେକ ସ୍ଥାନରେ କୋଭିଡ୍‌ କଟକଣା ଖୋଲାଖୋଲି ଉଲ୍ଲଂଘନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri