କୋଭିଡ୍‌ କଟକଣା ମାନିଲେନି ପ୍ରାର୍ଥୀ

ଜଗତ୍‌ସିଂହପୁର ଅଫିସ, ୨୨ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ଦିନରେ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାର ମୋଟ ୨୬ ଜିଲା ପରିଷଦ ଆସନ ପାଇଁ ୧୦୬ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ ଶୁକ୍ରବାର ୭୯ ଜଣ ନାମାଙ୍କନ ଭରିଛନ୍ତି। ଏହି ପଦବୀ ପାଇଁ ୧୨୧ ପ୍ରାର୍ଥତ୍ପତ୍ର କାଗଜ କିଣାଯାଇଥିବା ବେଳେ ସେଥିମଧ୍ୟରୁ ୧୫ଟି କୌଣସି କାରଣରୁ ଦାଖଲ ହୋଇପାରି ନାହିଁ। ନାମାଙ୍କନପତ୍ର ଦାଖଲ ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡିଆରେ ଭିଡ ଦେଖିବାକୁ ମିଳିଥିଲା। ଯେହେତୁ ବିଜେଡି ପ୍ରାର୍ଥୀ ତାଲିକା ଗୁରୁବାର ରାତି ୧୧ଟା ପର୍ଯ୍ୟନ୍ତ ଚୂଡାନ୍ତ ହୋଇପାରି ନ ଥିଲା ତେଣୁ ଦଳରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା। ବିଳମ୍ବିତ ରାତିରେ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଥିଲା। ଫଳରେ ନିରାଶ ଆଶାୟୀମାନେ ସ୍ବାଧୀନ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରିବାକୁ ସୁଯୋଗ ପାଇଲେନି ବୋଲି କେତେଜଣ କହିଛନ୍ତି। ଏଭଳି ପରିସ୍ଥିତି ଉପୁଜିବା ଆଶଙ୍କା କରି ଦଳ ପକ୍ଷରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନ ଥିବା କୁହାଯାଇଛି। କିନ୍ତୁ ଭାଜପା ଓ କଂଗ୍ରେସ କ୍ଷେତ୍ରରେ ସେଭଳି ସମସ୍ୟା ଦେଖାଯାଇ ନ ଥିଲା। ତେବେ ଅନ୍ତିମ ଦିନରେ ଜିଲାର ସମସ୍ତ ଜୋନରୁ ଦଳୀୟ ନେତାମାନେ ପ୍ରାର୍ଥତ୍ପତ୍ର ଦାଖଲ କରିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଯିବାରୁ ପରିସ୍ଥିତି ଜଟିଳ ହୋଇଥିଲା। କୋଭିଡ୍‌ ନିୟମ ପାଳନରେ ବାଧା ଉପୁଜିଥିଲା। ଶେଷ ଦିନରେ ନାମାଙ୍କନପତ୍ର ଦାଖଲ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଏରସମା ୧ ନଂ. ଜୋନରୁ ୪ ଜଣ, ଏରସମା ୨ରୁ ୩, ଏରସମା ୩ରୁ ୩ , ଏରସମା ୪ ରୁ ୨ ଜଣ ଲେଖାଏ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେହିପରି କୁଜଙ୍ଗ୧ରୁ ୪, କୁଜଙ୍ଗ ୨ରୁ ୩, କୁଜଙ୍ଗ ୩ ରୁ ୨, କୁଜଙ୍ଗ ୪ରୁ ୨, ଜଗତ୍‌ସିଂହପୁର ୧ରୁ ୩, ଜଗତ୍‌ସିଂହପୁର ୨ରୁ ୪, ଜଗତ୍‌ସିଂହପୁର ୩ରୁ ୪, ଜଗତ୍‌ସିଂହପୁର ୪ରୁ ୫, ତିର୍ତ୍ତୋଲ ୧ରୁ ୨, ତିର୍ତ୍ତୋଲ ୨ରୁ ୪, ତିର୍ତ୍ତୋଲ ୩ରୁ ୩ ଓ ତିର୍ତ୍ତୋଲ ୪ରୁ ୨ ଜଣ ପ୍ରାର୍ଥୀ ହୋଇଛନ୍ତି। ସେହିପରି ନାଉଗାଁ ୧ରୁ ୨, ନାଉଗାଁ ୨ରୁ ୩, ବାଲିକୁଦା ୧ରୁ ୨, ବାଲିକୁଦା ୨ରୁ ୫, ବାଲିକୁଦା ୩ରୁ ୪, ବାଲିକୁଦା ୪ରୁ ୪, ବିରିଡ଼ି ୧ରୁ ୨, ବିରିଡ଼ି ୨ରୁ ୩, ରଘୁନାଥପୁର ୧ରୁ ୨ ଓ ରଘୁନାଥପୁର ୨ରୁ ୩ ଜଣ ଲେଖାଏ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

୭ ଦିନ ବନ୍ଦ ରହିବ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପଛରେ ରହିଛି ଏମିତି କାରଣ

ଭଞ୍ଜନଗର,୧୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ…

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଅଗଷ୍ଟ ୧୫ରେ କ’ଣ ଖୋଲା କ’ଣ ବନ୍ଦ? ଘରୁ ବାହାରିବା ପୂର୍ୱରୁ ଜାଣି ନିଅନ୍ତୁ ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୧୪।୮: ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସରେ ସମଗ୍ର ଭାରତ ସ୍ୱାଧୀନତା ଉତ୍ସବ ପାଳନ କରିବ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ନିରାପତ୍ତା ପାଇଁ ନିୟମରେ କେତେକ…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri