କୋଭିଡ୍‌ କଟକଣା ମାନିଲେନି ପ୍ରାର୍ଥୀ

ଜଗତ୍‌ସିଂହପୁର ଅଫିସ, ୨୨ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ଦିନରେ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାର ମୋଟ ୨୬ ଜିଲା ପରିଷଦ ଆସନ ପାଇଁ ୧୦୬ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ ଶୁକ୍ରବାର ୭୯ ଜଣ ନାମାଙ୍କନ ଭରିଛନ୍ତି। ଏହି ପଦବୀ ପାଇଁ ୧୨୧ ପ୍ରାର୍ଥତ୍ପତ୍ର କାଗଜ କିଣାଯାଇଥିବା ବେଳେ ସେଥିମଧ୍ୟରୁ ୧୫ଟି କୌଣସି କାରଣରୁ ଦାଖଲ ହୋଇପାରି ନାହିଁ। ନାମାଙ୍କନପତ୍ର ଦାଖଲ ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡିଆରେ ଭିଡ ଦେଖିବାକୁ ମିଳିଥିଲା। ଯେହେତୁ ବିଜେଡି ପ୍ରାର୍ଥୀ ତାଲିକା ଗୁରୁବାର ରାତି ୧୧ଟା ପର୍ଯ୍ୟନ୍ତ ଚୂଡାନ୍ତ ହୋଇପାରି ନ ଥିଲା ତେଣୁ ଦଳରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା। ବିଳମ୍ବିତ ରାତିରେ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଥିଲା। ଫଳରେ ନିରାଶ ଆଶାୟୀମାନେ ସ୍ବାଧୀନ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରିବାକୁ ସୁଯୋଗ ପାଇଲେନି ବୋଲି କେତେଜଣ କହିଛନ୍ତି। ଏଭଳି ପରିସ୍ଥିତି ଉପୁଜିବା ଆଶଙ୍କା କରି ଦଳ ପକ୍ଷରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନ ଥିବା କୁହାଯାଇଛି। କିନ୍ତୁ ଭାଜପା ଓ କଂଗ୍ରେସ କ୍ଷେତ୍ରରେ ସେଭଳି ସମସ୍ୟା ଦେଖାଯାଇ ନ ଥିଲା। ତେବେ ଅନ୍ତିମ ଦିନରେ ଜିଲାର ସମସ୍ତ ଜୋନରୁ ଦଳୀୟ ନେତାମାନେ ପ୍ରାର୍ଥତ୍ପତ୍ର ଦାଖଲ କରିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଯିବାରୁ ପରିସ୍ଥିତି ଜଟିଳ ହୋଇଥିଲା। କୋଭିଡ୍‌ ନିୟମ ପାଳନରେ ବାଧା ଉପୁଜିଥିଲା। ଶେଷ ଦିନରେ ନାମାଙ୍କନପତ୍ର ଦାଖଲ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଏରସମା ୧ ନଂ. ଜୋନରୁ ୪ ଜଣ, ଏରସମା ୨ରୁ ୩, ଏରସମା ୩ରୁ ୩ , ଏରସମା ୪ ରୁ ୨ ଜଣ ଲେଖାଏ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେହିପରି କୁଜଙ୍ଗ୧ରୁ ୪, କୁଜଙ୍ଗ ୨ରୁ ୩, କୁଜଙ୍ଗ ୩ ରୁ ୨, କୁଜଙ୍ଗ ୪ରୁ ୨, ଜଗତ୍‌ସିଂହପୁର ୧ରୁ ୩, ଜଗତ୍‌ସିଂହପୁର ୨ରୁ ୪, ଜଗତ୍‌ସିଂହପୁର ୩ରୁ ୪, ଜଗତ୍‌ସିଂହପୁର ୪ରୁ ୫, ତିର୍ତ୍ତୋଲ ୧ରୁ ୨, ତିର୍ତ୍ତୋଲ ୨ରୁ ୪, ତିର୍ତ୍ତୋଲ ୩ରୁ ୩ ଓ ତିର୍ତ୍ତୋଲ ୪ରୁ ୨ ଜଣ ପ୍ରାର୍ଥୀ ହୋଇଛନ୍ତି। ସେହିପରି ନାଉଗାଁ ୧ରୁ ୨, ନାଉଗାଁ ୨ରୁ ୩, ବାଲିକୁଦା ୧ରୁ ୨, ବାଲିକୁଦା ୨ରୁ ୫, ବାଲିକୁଦା ୩ରୁ ୪, ବାଲିକୁଦା ୪ରୁ ୪, ବିରିଡ଼ି ୧ରୁ ୨, ବିରିଡ଼ି ୨ରୁ ୩, ରଘୁନାଥପୁର ୧ରୁ ୨ ଓ ରଘୁନାଥପୁର ୨ରୁ ୩ ଜଣ ଲେଖାଏ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri