ନିଯୁକ୍ତି, ଦୁର୍ନୀତିର ଜବାବ ଦେବେ ଭୋଟର

ଯାଜପୁର ଅଫିସ,୨୨ା୧: ଫେବୃୟାରୀ ୧୮ରୁ ୫ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବ। ଏହି ନିର୍ବାଚନରେ ଯାଜପୁର ଜିଲାର ୩୧୧ ଗ୍ରାମପଞ୍ଚାୟତ, ୧୦ ପଞ୍ଚାୟତ ସମିତି ଓ ୩୯ ଜିଲା ପରିଷଦ ସଭ୍ୟ ପାଇଁ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏଥର କରୋନା କଟକଣା ପାଇଁ ଶୋଭାଯାତ୍ରା, ସାଧାରଣ ସଭା, ଭୋଟରଙ୍କ ଘରକୁ ଯାଇ ପ୍ରଚାର ଉପରେ ରୋକ୍‌ ଲାଗିଛି। ଫଳରେ ପ୍ରାର୍ଥୀମାନେ ଅଡ଼ୁଆରେ ପଡ଼ିଛନ୍ତି। ନିର୍ବାଚନ ପ୍ରଚାର ପାଇଁ ଡିଜିଟାଲକୁ ପ୍ରାର୍ଥୀମାନେ ପ୍ରମୁଖ ମାଧ୍ୟମ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ନିର୍ବାଚନ ଫଳାଫଳକୁ ଅବଲୋକନ କଲେ ଏଥର ବି ବିଜେଡି ସହିତ ଭାଜପା କଡ଼ା ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି। ଖଣି ଓ ଶିଳ୍ପ ସମୃଦ୍ଧ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନିଯୁକ୍ତି, ଦୁର୍ନୀତି ଆଦି ପ୍ରସଙ୍ଗ ଭୋଟରଙ୍କୁ ଅଡ଼ୁଆରେ ପକାଇଛି। ଏହାର ପ୍ରଭାବ ଏହି ନିର୍ବାଚନ ଉପରେ ପଡ଼ିବ ବୋଲି ଅନୁମାନ କରାଯାଇଛି।
ସୂଚନା ଅନୁଯାୟୀ, ସୁକିନ୍ଦା ନିର୍ବାଚନମଣ୍ଡଳୀ ଅଧୀନ ଦାନଗଦି ଓ ସୁକିନ୍ଦା ବ୍ଲକରେ ଯଥାକ୍ରମେ ୮,୯,୧୦ ଓ ୩୭, ୩୮,୩୯ ନମ୍ବର ୬ ଜିଲା ପରିଷଦ ଆସନ ରହିଛି। ଏଥିପାଇଁ ଏଥର ବିଜେଡି ଓ ଭାଜପା ଟାଣୁଆ ନେତ୍ରୀ ଓ ନେତାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ତେବେ ପ୍ରତି ନିର୍ବାଚନରେ ନେତା ବଦଳୁଥିଲେ ହେଁ ପଞ୍ଚାୟତ ବ୍ୟବସ୍ଥାରେ ସେଭଳି କିଛି ଆଖିଦୃଶିଆ ଉନ୍ନତି ଏଠାରେ ଦେଖିବାକୁ ମିଳିନାହିଁ। ଆଦିବାସୀ ଅଧ୍ୟୁଷିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଆଜି ବି ୫୦ରୁ ଊର୍ଦ୍ଧ୍ୱ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ହୋଇନାହିଁ। ୨୦୧୬ରେ ନଗଡ଼ାର ନଗ୍ନ ଚିତ୍ର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଥିଲା। ହେଲେ ଜିଲାର ସଚେତନ ଭୋଟର ଏହାର କାରଣ ଖୋଜିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଭୋଟର ତାଙ୍କ ମତଦାନରେ ଏହାର ଜବାବ୍‌ ରଖିଥିଲେ। ବିଜେଡି ୭୭୫୧୦(୪୮.୨୦%), ଭାଜପା ୬୦୭୮୦(୩୭.୭୯%) ଓ କଂଗ୍ରେସ ୧୮୬୧୯(୧୧.୮୫%) ଭୋଟ ପାଇଥିଲା। ଏଥିରୁ ରାଜନୈତିକ ଭିତ୍ତିଭୂମି ବଦଳୁଥିବା ସମସ୍ତେ ଅନୁଭବ କରିଥିଲେ। ଏହି ନିର୍ବାଚନରେ କଂଗ୍ରେସ ଧରାଶାୟୀ ହୋଇଥିବାବେଳେ ଭାଜପା ଦ୍ୱିତୀୟ ବିରୋଧୀ ଦଳ ଭାବେ ଉଭା ହୋଇଥିଲା। କଂଗ୍ରେସଠାରୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ଭାଜପା ରଣନୀତି ଆପଣାଇ ବିଜେଡିକୁ ଆହ୍ବାନ କରିଥିଲା।
ସୁକିନ୍ଦା ଖଣି ଅଞ୍ଚଳରେ ଶ୍ରମିକମାନଙ୍କୁ ନିୟମିତ ଛଟେଇ କରିବା କାରଣକୁ ନେଇ ଅଧିକାଂଶ ସମୟରେ ଆନ୍ଦୋଳନ, ଧାରଣା, ବନ୍ଦ ଡାକରା ଜାରି ରହିଛି। ବିଭିନ୍ନ ସମୟରେ ଶ୍ରମିକ ଶ୍ରେଣୀର ଲୋକଙ୍କ ଉପରେ ଖଣି ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ପରୋକ୍ଷ ନିର୍ଦ୍ଦେଶରେ ପୋଲିସର ଜୁଲମ ବି ବଢ଼ିଛି। ଫଳରେ ଏହି ଅଞ୍ଚଳ ପ୍ରାୟ ଅଶାନ୍ତ ରହୁଥିବାରୁ ଶ୍ରମିକ ଓ ସାଧାରଣ ଲୋକଙ୍କ ମୁହଁରେ ଶାସକ ଦଳ ପ୍ରତି ପ୍ରାୟ ବିରୋଧାଭାସ ଦେଖିବାକୁ ମିଳିଛି। ବାସ୍ତବରେ ସ୍ଥାନୀୟ ବେକାର ଯୁବତୀଯୁବକଙ୍କ ପାଇଁ କିଛି ସୁଫଳ ମିଳୁନାହିଁ। ବିଡ଼ମ୍ବନା, ଏଠାରେ ବିଭିନ୍ନ କମ୍ପାନୀରେ ୩୬୪ ଅଣଓଡ଼ିଆ ଏବଂ ୧୮୪ ଓଡ଼ିଆ ଠିକାସଂସ୍ଥା ନିୟୋଜିତ ହୋଇଛନ୍ତି। ଏଥିରୁ ଓଡ଼ିଆଙ୍କୁ ନିଯୁକ୍ତି ସଂଖ୍ୟା କେତେ ତାହା ସହଜେ ଅନୁମେୟ। ଗୁରୁତ୍ୱପୂର୍ଣ୍ଣ ବିଷୟ, ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରି ମଧ୍ୟ ଏହି ଠିକାସଂସ୍ଥାମାନେ ଶ୍ରମିକଙ୍କୁ ଦେଉ ନ ଥିବା ଅଭିଯୋଗ ହୋଇଛି। ଅଣଓଡ଼ିଆ ଠିକାସଂସ୍ଥାରୁ ନିୟମିତ ଦରମା ମିଳୁନାହିଁ, ଜାଣିଶୁଣି ହଇରାଣ ଆଦି କାରଣରୁ ଶତାଧିକ ଶ୍ରମିକ ଓ କର୍ମଚାରୀ ବାଧ୍ୟ ହୋଇ ଚାକିରି ଛାଡ଼ି ଦାଦନ ଖଟି ଯାଉଥିବା ଦେଖିବାକୁ ମିଳିଛି। ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୨୫ ହଜାର ଓଡ଼ିଆ ଠିକା ଶ୍ରମିକ ଏଠାରେ ନିଯୁକ୍ତି ହରାଇଥିବା ଏକ ତଥ୍ୟରୁ ସୂଚନା ମିଳିଛି। ଛଟେଇ କ୍ଷେତ୍ରରେ ଓଡ଼ିଆଙ୍କୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ନିୟମିତ ନିଯୁକ୍ତିରେ ଅଣଓଡ଼ିଆଙ୍କୁ ଅଧିକ ଅଗ୍ରାଧିକାର ଦିଆଯାଉଛି। ଏହି କ୍ରମରେ ଶିଳ୍ପ ଓ ଖଣି ଜନସହଯୋଗରେ ନୁହେଁ କେତେଜଣ ପ୍ରତିଭାଶାଳୀ ବ୍ୟକ୍ତି, ରାଜନେତା ତଥା ପ୍ରଶାସନର ଛତ୍ରଛାୟା ତଳେ ଗଢ଼ି ଉଠୁଛି। ଅନ୍ୟପକ୍ଷେ ନଗଡ଼ାକୁ ନିର୍ମାଣ ହୋଇଥିବା ରାସ୍ତାର ମରାମତି କାମରେ ପ୍ରାୟ ୪୪ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଗ୍ରାମ୍ୟ ନିର୍ମାଣ ବିଭାଗର ଖୋଦ୍‌ ଅଧୀକ୍ଷଣ ଯନ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଉପରେ ତଦନ୍ତ ଚାଲିଛି। ତେବେ ସମ୍ପୃକ୍ତ ଯନ୍ତ୍ରୀ, ଠିକାଦାରଙ୍କ ମଧ୍ୟରେ ଭାଗବଣ୍ଟା ନ ଛିଡ଼ିବାରୁ ଏଭଳି ଅଭିଯୋଗ ହୋଇଛି ବୋଲି ଚର୍ଚ୍ଚା ହେଉଛି। ଦୁଃଖର କଥା, ଏତେବଡ଼ ଦୁର୍ନୀତିକୁ ଭିଜିଲାନ୍ସ କିମ୍ବା ବିଭାଗୀୟସ୍ତରରେ ନ କରି ପୋଲିସ ଦ୍ୱାରା ତଦନ୍ତ କରାଯିବା ଘଟଣା ସାରା ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ଏହାବାଦ୍‌ ବିସ୍ଥାପିତ କଲୋନୀକୁ ଅତ୍ୟାଧୁନିକ, ସୁପର ସ୍ପେଶାଲିଟି ଡାକ୍ତରଖାନା, ଇଏସ୍‌ଆଇ ହସ୍ପିଟାଲ ଆଦି ଦାବି ସଂକ୍ରାନ୍ତରେ ସରକାର, ଶିଳ୍ପ କିମ୍ବା ଖଣି ସଂସ୍ଥା ଶୁଣୁ ନାହାନ୍ତି। ଏଥିରେ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ଜଡ଼ିତ ପରିବାରବର୍ଗ ଚଳିତ ପଞ୍ଚାୟତ ନିର୍ବାଚନରେ ଏହାର ଜବାବ୍‌ ଭୋଟର ଦେବେ ବୋଲି ଏବେ ସବୁଠି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?