ମଦ ଦୋକାନରେ କରୋନା ମାର୍ଗଦର୍ଶିକା ଉଲ୍ଲଂଘନ…

ନୋଏଡା,୧୨।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶରେ ସଙ୍କଟ ଜାରି ରହିଛି। ଉତ୍ତରପ୍ରଦେଶରେ ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢୁଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କର ଚିନ୍ତା ବୃଦ୍ଧି ପାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ମଦ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ନୋଏଡାର ଗୌତମବୁଦ୍ଧ ନଗରରେ ଏକ ମଦ ଦୋକାନ ଆଗରେ ଲୋକେ କରୋନା ମାର୍ଗଦର୍ଶିକାକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ସାମାଜିକ ଦୂରତା ବଜାୟ ରଖିବା କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ଲାଗି ଅପରିହାର୍ଯ୍ୟ ହୋଇଥିବାବେଳେ ଲୋକେ ଏହାକୁ ମାନୁ ନାହାନ୍ତି। ଏବେ ଏକ ମଦ ଦୋକାନ ଆଗରେ ଜମା ହୋଇଥିବା ଭିଡ଼ ଦୃଶ୍ୟ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଇପିସି ଧାରା ୧୮୮ ଅନ୍ତର୍ଗତ ୨୧ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୌତମବୁଦ୍ଧ ନଗରରେ ମୋଟ ୫୨୪ ମଦ ଦୋକାନ ରହିଛି। ପୂର୍ବାହ୍ନ ୧୦ରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନଗୁଡ଼ିକ ଖୋଲା ରହୁଛି। ରାଜ୍ୟରେ ଲକ୍‌ଡାଉନ୍‌ ସତ୍ତ୍ୱେ ଗୌତମବୁଦ୍ଧ ନଗରରେ ମଦ ଦୋକାନ ଖୋଲିବାକୁ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ପ୍ରଦେଶରୁ ମିଳିଲା ବିରଳ କଇଁଚ୍ଛ

ଇଟାନଗର: ବିରଳ ପ୍ରଜାତିର କଇଁଚ୍ଛ ‘ମନୌରିଆ ଇମ୍ପ୍ରେସା’ ଏବେ ଅରୁଣାଚଳ ପ୍ରଦେଶରେ ଦ୍ୱିତୀୟ ଥର ଦେଖିବାକୁ ମିଳିଛି। ଏହା ପ୍ରଥମଥର ଜୁନ, ୨୦୧୯ରେ ଦେଖିବାକୁ ମିଳିଥିଲା।...

ଶହେ ବର୍ଷ ପରେ ଭାରତକୁ ଫେରିବ ନିଜାମଙ୍କ ଖଣ୍ଡା

ହାଇଦ୍ରାବାଦ,୨୩ା୯: ଚତୁର୍ଦ୍ଦଶ ଶତାବ୍ଦୀରେ ହାଇଦ୍ରାବାଦ ନିଜାମ ଧରୁଥିବା ଏକ ସର୍ପାକୃତିର ପାରମ୍ପରିକ ଖଡ୍ଟ ଭାରତକୁ ଫେରିବ। ବିଂଶ ଶତାବ୍ଦୀରେ ଏହି ଖଣ୍ଡାକୁ ଜଣେ ବ୍ରିଟିଶ ଜେନେରାଲଙ୍କୁ...

କାହିଁକି ‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହୋଇଥିଲେ କମଲ ହାସନ, ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୧୬।୧: ନିକଟରେ ଦିଲ୍ଲୀରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ରେ ଅଂଶଗ୍ରହଣ କରିଥିବା ଅଭିନେତା ତଥା ମକ୍କାଲ ନିଧି ମାୟାମର ମୁଖ୍ୟ କମଲ...

ନେପାଳରୁ ଚୋରାରେ ଆସୁଛି ତେଲ

ନୂଆଦିଲ୍ଲୀ,୨୫ା୨: ଭାରତରେ ତେଲ ଦରରେ ନିଆଁ ଲାଗିଛି। ଦେଶର କେତେକ ଭାଗରେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ପେଟ୍ରୋଲ ପ୍ରଥମ...

ବଦଳୁ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ନାମିତ ସହର,ରାସ୍ତା, କୋଠାର ନାମ: ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ …

ନୂଆଦିଲ୍ଲୀ,୧୧।୨ : ଦେଶରେ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ସହର, ସଡ଼କ, କୋଠା ଏବଂ ଅନୁଷ୍ଠାନର ନାମ ପରିବର୍ତ୍ତନ କରିବାକୁ ଆୟୋଗ ଗଠନ ଦାବିରେ ସୁପ୍ରିମକୋର୍ଟରେ ଏକ...

ଆକାଶରୁ ଖସୁଛି ରହସ୍ୟମୟ ବଲ୍‌, ଲୋକେ ଆତଙ୍କିତ…

ଅହମଦାବାଦ, ୧୬।୫ : ଗୁଜରାଟର ବହୁ ଗାଁରେ ଏବେ ଆତଙ୍କ ଖେଳି ଯାଇଛି। ଏସବୁ ଗାଁରେ ଆକାଶରୁ ରହସ୍ୟମୟ ବଲ ଆକୃତିର ପଦାର୍ଥ ଖସୁଛି। ଇତିମଧ୍ୟରେ...

ଅକାଳୀ ଦଳ ନେତା ସୁଖବୀରଙ୍କ ଉପରେ ଆକ୍ରମଣ

ଜଲାଲାବାଦ୍‌, ୨।୨: ପଞ୍ଜାବ ଜଲାଲାବାଦ୍‌ରେ ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ଉପରେ ଆକ୍ରମଣ ହୋଇଛି। ମଙ୍ଗଳବାର ସେ ନଗର ପରିଷଦ ନିର୍ବାଚନ ପାଇଁ...

୪୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୨।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

Advertisement
Archives

Model This Week