ସରକାରଙ୍କ ବଡ଼ ଘୋଷଣା, ରୋପ୍ୟ ପଦକ ବିଜେତା ଭଳି ସମ୍ମାନ ଓ ସୁବିଧା ପାଇବେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୮।୮: ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ହେବା ପରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗେଟ କୁସ୍ତିରୁ ସନ୍ୟାସ ଘୋଷଣା କରିଛନ୍ତି। ସେପଟେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଏକ ବଡ଼ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଭିନେଶଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆମ ହରିୟାଣାର ସାହାସୀ ଝିଅ ଭିନେଶ ଫୋଗଟ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ଫାଇନାଲରେ ପ୍ରବେଶ କରିଥିଲେ ହେଲେ କିଛି କାରଣ ଯୋଗୁଁ ସେ ଏଥିରୁ ବାଦ୍‌ ପଡିଲେ। ଏସବୁ ପରେ ମଧ୍ୟ ସେ ଜଣେ ଚାମ୍ପିୟନ ଅଟନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆମ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଭିନେଶ ଫୋଗଟଙ୍କୁ ପଦକ ବିଜେତା ଭଳି ସ୍ବାଗତ ଓ ସମ୍ମାନିତ କରାଯିବ। ଅଲିମ୍ପିକରେ ରୋପ୍ୟ ପଦକ ବିଜେତା ଭଳି ଭିନେଶ ହରିୟାଣା ସରକାରଙ୍କ ଠାରୁ ସମସ୍ତ ସମ୍ମାନ, ପୁରସ୍କାର ଏବଂ ସୁବିଧା ପାଇବେ। ଆମେ ତୁମକୁ କୃତଜ୍ଞତା ଜଣାଉଛୁ। ତୁମ ପାଇଁ ଆମେ ଗର୍ବିତ!

ସୂଚନାଯୋଗ୍ୟ, ପ୍ୟାରିସ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳିଙ୍କୁ ହରିୟାଣା ସରକାର ୬ କୋଟି ଟଙ୍କା, ରୋପ୍ୟ ପଦକ ବିଜେତାଙ୍କୁ ୪ କୋଟି, ବ୍ରୋଞ୍ଜ ପଦକ ବିଜେତାଙ୍କୁ ୪ କୋଟି ପ୍ରଦାନ କରନ୍ତି। ଏହା ବ୍ୟତୀତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର କହଛନ୍ତି। ଏହା ସହିତ ପଦକ ଅନୁଯାୟୀ ଗ୍ରୁପ ଏ, ଗ୍ରୁପ ବି କିମ୍ବା ଗ୍ରୁପ ସି ସରକାରୀ ଚାକିରି ମଧ୍ୟ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟର ୫ ନୂଆ ବିଚାରପତି ଶପଥ ନେଲେ

ନୂଆଦିଲ୍ଲୀ,୩ା୬: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତ ମଙ୍ଗଳବାର ସୁପ୍ରିମକୋର୍ଟର ୫ ଜଣ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ସେମାନଙ୍କୁ ମିଶାଇ ସର୍ବୋଚ୍ଚ ଅଦାଲତର…

ନୂଆ ସ୍ରୋତରେ ଆନ୍ନାମଲାଇ

DHARତାମିଲନାଡ଼ୁରେ ଗତ ବିଧାନସଭା ନିର୍ବାଚନ ଫଳାଫଳ କେବଳ ସେହି ରାଜ୍ୟ ନୁହେଁ, ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ପାରମ୍ପରିକ ଦ୍ରାବିଡୀୟ ପାର୍ଟି ଓ ଜାତୀୟ ଦଳ…

ପଛରେ ପଡ଼ିଲା ଭାରତ

ନୂଆଦିଲ୍ଲୀ,୩ା୬: ବିଶ୍ୱର ପ୍ରମୁଖ ଶେୟାର ବଜାରଗୁଡ଼ିକ ମଧ୍ୟରେ ଭାରତ ପଛରେ ପଡ଼ିଛି। ଦକ୍ଷିଣ କୋରିଆ ଭାରତକୁ ପଛରେ ପକାଇ ବିଶ୍ୱର ୬ଷ୍ଠ ବୃହତ୍‌ ଶେୟାର ବଜାର ଭାବେ…

କୋଲକାତାରେ ମମତାଙ୍କ ଧାରଣା: ୮୦ ବିଧାୟକଙ୍କ ମଧ୍ୟରୁ ମାତ୍ର ଆସିଲେ ଏତିକି…

କୋଲକାତା,୩ା୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ମଙ୍ଗଳବାର ରାଜଧାନୀ କୋଲକାତାରେ ବିଶାଳ ଧାରଣାରେ ଯୋଗଦେଇଛନ୍ତି। ତାଙ୍କ…

ବୈଭବଙ୍କୁ ମିଳିବା ଉଚିତ୍‌ ନୁହେଁ ଅନ୍ତର୍ଜାତୀୟ ଡେବ୍ୟୁ, ଏମିତି କାହିିଁକି କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ, ୩।୬: ବୈଭବ ସୂର୍ଯ୍ୟବଂଶୀଙ୍କ IPL ୨୦୨୬ଏକ ଚମତ୍କାର ପ୍ରଦର୍ଶନ ଥିଲା। ସେ IPL ଇତିହାସରେ ୭୭୬ ରନ ସହିତ ଅରେଞ୍ଜ କ୍ୟାପ ଜିତିଥିବା ସବୁଠାରୁ କମ…

ଥମୁନି ଧାନ ବିକ୍ରି ଟୋକନ ତାତି: ଚୋରି ଅଭିଯୋଗ ଆଣିଲେ ଚାଷୀ

ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ୩ ସପ୍ତାହ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଧାନ କିଣାବିକା ସମସ୍ୟା ଲାଗି ରହିଛି। ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ…

ଡିକେ ଶିବକୁମାରଙ୍କ ଶପଥ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବଡ଼ ନିଷ୍ପତ୍ତି: ସିଦ୍ଦାରାମାୟାଙ୍କୁ ଦିଲ୍ଲୀରେ ମିଳିଲା ଏହି ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ, ୩।୬: କର୍ନାଟକର ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାରଙ୍କ ଶପଥ ଗ୍ରହଣ ପୂର୍ବରୁ, ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ…

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ! ଆମେରିକା ଶିବିର ଉପରେ ଇରାନର ମିସାଇଲ ବର୍ଷା, ପାଲଟା ଜବାବରେ ଆମେରିକା…

ନୂଆଦିଲ୍ଲୀ, ୩।୬: ଶାନ୍ତି ଚୁକ୍ତିନାମା ପାଇଁ ପ୍ରୟାସ ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ବୁଧବାର ଇରାନ କୁଏତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri