ଉନ୍ନତି କରିବ ଉପାନ୍ତ ଗାଁ

ଢେଙ୍କାନାଳ ଅଫିସ, ୩୦।୯: ଦୁର୍ଗମ ଗାଁକୁ ଫିଟିବ ରାସ୍ତା। ଅପହଞ୍ଚ ଅଞ୍ଚଳରେ ପହଞ୍ଚତ୍ବ ବିକାଶ। ଗୁରୁବାର ଢେଙ୍କାନାଳ ଗସ୍ତରେ ଆସିଥିବା ଉତ୍ତରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଡ. ସୁରେଶ ଚନ୍ଦ୍ର ଦଳାଇ
ଶିଳ୍ପ ଜିଲାର ୩୨ ଅପହଞ୍ଚ ଗ୍ରାମକୁ ୬ମାସ ମଧ୍ୟରେ ରାସ୍ତା ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଉପାନ୍ତ ଅଞ୍ଚଳବାସୀଙ୍କୁ ମୁଖ୍ୟସ୍ରୋତରେ ଯୋଡ଼ିବା ଲାଗି ଜାରି ରହିଥିବା ପ୍ରୟାସ ଆଉ ପାଦେ ଆଗକୁ ବଢ଼ିଛି।
ଏହି ଅବସରରେ ଜିଲା ପରିଷଦ ସଭାଗୃହରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଆର୍‌ଡିସି। ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ, ଧାର୍ଯ୍ୟ ସମୟରେ କାର୍ଯ୍ୟ ସମ୍ପାଦନ ପାଇଁ ଯତ୍ନବାନ ହେବା, ଦୁର୍ଗମ ଅଞ୍ଚଳବାସୀଙ୍କ ନିକଟରେ ଶିକ୍ଷା, ସ୍ବାସ୍ଥ୍ୟସେବା ପହଞ୍ଚାଇବା, ୫-ଟି ବ୍ୟବସ୍ଥାର ଅନୁପାଳନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ସ୍କୁଲ ଭିତ୍ତିଭୂମି ତଦାରଖ କରିବା ଲାଗି ନିୟମିତ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ପାଇଁ ଡିଇଓ, ଏଡିଇଓ, ବିଇଓ, ଏବିଇଓଙ୍କୁ ଆର୍‌ଡିସି ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ମଧୁର ବ୍ୟବହାର ପ୍ରଦର୍ଶନ, ଆବଶ୍ୟକ ସେବା ଯୋଗାଇ ଦେବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି। ଗର୍ଭବତୀମାନେ ଯେପରି ଡାକ୍ତରଖାନାରେ ସୁରୁଖୁରୁରେ ପ୍ରସବ କରିପାରିବେ ସେଥିଲାଗି ଆଶା ଓ ସ୍ବାସ୍ଥ୍ୟକର୍ମୀମାନେ ସଜାଗ ରହିବାକୁ କହିଛନ୍ତି। ଜିଲାରେ ଡ୍ରାଗନ୍‌ ଫ୍ରୁଟ୍‌ ଚାଷକୁ ପ୍ରୋତ୍ସାହନ ଦେବା, ଗୋପାଳନ, ମାଛଚାଷ, ଉଦ୍ୟାନ କୃଷି, ବର୍ଷାଜଳ ସଂରକ୍ଷଣକୁ ବ୍ୟାପକ କରିବାକୁ ଆହ୍ବାନ ଦେଇଛନ୍ତି। ଢେଙ୍କାନାଳକୁ ଆକାଂକ୍ଷା ଜିଲା ଭାବେ ଗ୍ରହଣ କରାଯାଇଥିବାରୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଗଣମାଧ୍ୟମରେ ପ୍ରଚାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ପଞ୍ଜୀକୃତ ହୋଇ ନ ଥିବା ଶ୍ରମିକଙ୍କୁ ସଚେତନ କରାଇ ଅଗ୍ରାଧିକାର ଭିତ୍ତିରେ ପଞ୍ଜୀକରଣ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଆର୍‌ଡିସି ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ୫୦୦୦ ଶିକ୍ଷକ ‘ଇଚ୍‌ ୱାନ ଟିଚ୍‌ ୱାନ’ କାର୍ଯ୍ୟକ୍ରମରେ ସାମିଲ ହୋଇ ସାକ୍ଷରତା ହାର ବୃଦ୍ଧି ପାଇଁ ଅଭିନବ ପ୍ରୟାସ କରିଥିବାରୁ ସେ ପ୍ରଶଂସା କରିଛନ୍ତି। ବିଦ୍ୟାଳୟରେ ସ୍ବଚ୍ଛତା ବଜାୟ ରଖିବା, ସମସ୍ତ ସୁବିଧା ଯୋଗାଇଦେବା, ଆସନ୍ତା ବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକରୁ ଅଧିକ ଛାତ୍ରୀଛାତ୍ର ଯେପରି ଏ-୧ ଗ୍ରେଡ୍‌ରେ ପାସ କରିବେ, ସେଥିପ୍ରତି ଶିକ୍ଷକମାନେ ଯତ୍ନବାନ ହେବାକୁ ଆର୍‌ଡିସି କହିଛନ୍ତି।
ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲାପାଳ ସରୋଜ ସେଠୀ ଅବଗତ କରାଇଥିଲେ। ଅତିରିକ୍ତ ଜିଲାପାଳ (ରାଜସ୍ବ) ଉଦୟ ମହାପାତ୍ର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ ଦରୱାନ, ଅତିରିକ୍ତ ଉନ୍ନୟନ ନିର୍ବାହୀ ଅଧିକାରୀ ସରୋଜ ଦତ୍ତ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ହିନ୍ଦୋଳ ଉପଜିଲାପାଳ ଶିବାନନ୍ଦ ସ୍ବାଇଁ, ସିଡିଏମ୍‌ଓ ଅଶୋକ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଟକ-ବାରବାଟୀରେ ଭାଜପାର ବଡ଼ ଗେମ୍‌, ଏହି ଅଭିନେତାଙ୍କୁ ମିଳପାରେ ଚାନ୍ସ!

ଭୁବନେଶ୍ୱର,୧୭।୪: ଅନୁଭବ ମହାନ୍ତିଙ୍କୁ ଭାଜପା କଟକ-ବାରବାଟୀରୁ ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି। ଅନ୍ୟପଟେ କେନ୍ଦ୍ରାପଡା ଏମପି ହୋଇଥିବାରୁ ଏହି ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁରରୁ...

ରାମନବମୀ ଅବସରରେ ମୋଟର ସାଇକେଲ ରାଲିରେ ଦୁଇ ରାଜନୈତିକ ଦଳର ସମର୍ଥକ ଶ୍ରେୟ ନେବା ପ୍ରୟାସ

ପଟ୍ଟାଙ୍ଗି,୧୭।୦୪(ଶରତ ଧଳ)ସାରା ରାଜ୍ୟରେ ରାମନବମୀକୁ ନେଇ ରାମ ଓ ହନୁମାନ ମନ୍ଦିର ମାନଙ୍କରେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଯୁବ ଗୋଷ୍ଠୀଙ୍କ କ୍ଷେତ୍ରରରେ ଏହାକୁ ନେଇ...

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା...

କଳ୍ପନାଜଳ୍ପନାର ଅନ୍ତ: ବର୍ଷାଙ୍କୁ ପୁଣି ଭରସା କଲା ବିଜେଡ଼ି

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ଆସନ୍ତା ନିର୍ବାଚନ ପାଇଁ ବିଜେଡି ବରଗଡ଼ ଜିଲାର ୫ ବିଧାନସଭା ନିର୍ବାଚନ ଣ୍ଡଳୀ ମଧ୍ୟରୁ ପଦ୍ମପୁର ଆସନକୁ ପ୍ରାର୍ଥୀ ଘୋଷଣାର ଚତୁର୍ଥ ପର୍ଯ୍ୟାୟ ପର୍ଯ୍ୟନ୍ତ...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

ମାଓବାଦୀ କ୍ୟାମ୍ପ ଧ୍ୱଂସ: ଖସିଗଲେ ଟପ ମାଓନେତା

ବଣାଇଁ, ୧୭।୪(ପ୍ରଦୀପ ତ୍ରିପାଠୀ): ନିର୍ବାଚନ ପୁର୍ବରୁ ସୀମାନ୍ତରେ ମାଓବାଦୀ କ୍ୟାମ୍ପ ଠାବ ହୋଇଥିବା ଜଣାପଡିଛି। ଓଡିଶା-ଝାଡଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଟେଣ୍ଟୋ ଜଙ୍ଗଲରେ କମ୍ବିଂ ଅପରେଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri