ବର୍ଷାଦିନେ ଜଳବନ୍ଦୀ ନାଗୁପଡ଼ା ଗ୍ରାମବାସୀ

ଭବାନୀପାଟଣା,୪।୯(ଉତ୍ତମ କୁମାର ଦାଶ):ଦୀର୍ଘ ବର୍ଷର ଦାବି ଓ ୨ଟି ସାଧାରଣ ନିର୍ବାଚନ ପରେ ଶେଷରେ ଗ୍ରାମର ନାଳରେ ପୋଲ ନିର୍ମାଣ କରିବା ପାଇଁ ପ୍ରଶାସନର ଚେତାପଶିଥିଲା। ହେଲେ ଏହି ପୋଲ କାମ ଏବେ ଅଧାପନ୍ତରିଆ ଅବସ୍ଥାରେ ଥିବାରୁ ପୂର୍ବ ବର୍ଷଭଳି ବର୍ଷା ଦିନେ ଏଥର ମଧ୍ୟ ଜଳବନ୍ଦିର ଜୀବନ କଟାଉଛନ୍ତି ଗ୍ରାମବାସୀ। ଏପରି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ନାଗୁପଡା ଗ୍ରାମରେ। ଏହି ଗ୍ରାମରେ ଭୋଟର ସଂଖ୍ୟା ପାଖାପାଖି ୫ଶହ ଥିବା ବେଳେ ହଜାରେ ଲୋକ ବାସ କରନ୍ତି। ଗାଁକୁ ଯିବାକୁ ହେଲେ ଛଞ୍ଚାଣ ନାଳ ପାରି ହୋଇଯିବାକୁ ପଡିଥାଏ। ଗାଁର ଗୋଟେ ପଟେ ନଇଁ ଓ ଆର ପଟେ କେନାଲ ରହିଥିବା ବେଳେ ଛଞ୍ଚାଣ ନାଳ ହିଁ ଲୋକଙ୍କ ପାଇଁ ଯାତାୟାତର ଏକ ମାତ୍ର ମାଧ୍ୟମ ହୋଇଛି। ବର୍ଷା ଦିନେ ନାଳରେ ବଢ଼ି ପାଣି ଆସିଲେ ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସହ ଜଳବନ୍ଦି ଅବସ୍ଥାରେ ରହିବାକୁ ପଡିଥାଏ। ଗ୍ରାମବାସୀ ଦୀର୍ଘ ବର୍ଷ ଧରି ଏଠାରେ ପୋଲ ନିର୍ମାଣ ଦାବି କରିବା ସହ ଦୁଇ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ପରେ ପ୍ରଶାସନର ଚେତା ପଶିଥିଲା। ପରେ ୬ କୋଟି ଟଙ୍କା ବ୍ୟୟରେ ଏଠାରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଠିକାଦାର ବର୍ଷାଦିନ ପୂର୍ବରୁ କାମ ସାରି ନ ଥିବାରୁ ଲୋକଙ୍କୁ କିଛି ସୁଫଳ ମିଳିପାରି ନାହିଁ। ପିଲାଙ୍କୁ ଶିକ୍ଷାଦାନ ପାଇଁ ଗାଁରେ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ରହିଛି। ହେଲେ ବର୍ଷା ଦିନ ଆସିଲେ ନାଳ ପାରି ହୋଇ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରୀଛାତ୍ର ସ୍କୁଲ ଯିବା ଅସମ୍ଭବ ହୋଇପଡିଥାଏ। ମାସକୁ ଥରେ ଦୁଇଥର ନାଳପାଣି ପାରି ହୋଇ ସ୍ବାସ୍ଥ୍ୟକର୍ମୀ ଗାଁକୁ ଆସି ପିଲାଙ୍କ ଟିକାକରଣ ଓ ଗର୍ଭବତୀଙ୍କ ପରୀକ୍ଷା କରୁଥିବା ବେଳେ କୌଣସି ଜରୁରୀ କାମ ଏମିତିକି ହାଟ, ବଜାର, ମେଡିକାଲ ଯିବାକୁ ହେଲେ ଉଛୁଳା ପାଣିରେ ବିପଦସଙ୍କୁଳ ଅବସ୍ଥାରେ ଯିବାକୁ ବାଧ୍ୟ ହୋଇଥାନ୍ତି ଗ୍ରାମବାସୀ। ଗର୍ଭବତୀ ମହିଳା ଆଉ ଗୁରୁତର ରୋଗୀଙ୍କୁ ଭାରରେ ବୋହି ନାଳ ପାରିହୋଇ ଆରପଟକୁ ନେବା ପରେ ଆମ୍ବୁଲାନ୍ସ ଯୋଗେ ପାଖ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଉଥିବା ଲୋକେ ପ୍ରକାଶ କରିଛନ୍ତି। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri