ବର୍ଷାଦିନେ ଜଳବନ୍ଦୀ ନାଗୁପଡ଼ା ଗ୍ରାମବାସୀ

ଭବାନୀପାଟଣା,୪।୯(ଉତ୍ତମ କୁମାର ଦାଶ):ଦୀର୍ଘ ବର୍ଷର ଦାବି ଓ ୨ଟି ସାଧାରଣ ନିର୍ବାଚନ ପରେ ଶେଷରେ ଗ୍ରାମର ନାଳରେ ପୋଲ ନିର୍ମାଣ କରିବା ପାଇଁ ପ୍ରଶାସନର ଚେତାପଶିଥିଲା। ହେଲେ ଏହି ପୋଲ କାମ ଏବେ ଅଧାପନ୍ତରିଆ ଅବସ୍ଥାରେ ଥିବାରୁ ପୂର୍ବ ବର୍ଷଭଳି ବର୍ଷା ଦିନେ ଏଥର ମଧ୍ୟ ଜଳବନ୍ଦିର ଜୀବନ କଟାଉଛନ୍ତି ଗ୍ରାମବାସୀ। ଏପରି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ନାଗୁପଡା ଗ୍ରାମରେ। ଏହି ଗ୍ରାମରେ ଭୋଟର ସଂଖ୍ୟା ପାଖାପାଖି ୫ଶହ ଥିବା ବେଳେ ହଜାରେ ଲୋକ ବାସ କରନ୍ତି। ଗାଁକୁ ଯିବାକୁ ହେଲେ ଛଞ୍ଚାଣ ନାଳ ପାରି ହୋଇଯିବାକୁ ପଡିଥାଏ। ଗାଁର ଗୋଟେ ପଟେ ନଇଁ ଓ ଆର ପଟେ କେନାଲ ରହିଥିବା ବେଳେ ଛଞ୍ଚାଣ ନାଳ ହିଁ ଲୋକଙ୍କ ପାଇଁ ଯାତାୟାତର ଏକ ମାତ୍ର ମାଧ୍ୟମ ହୋଇଛି। ବର୍ଷା ଦିନେ ନାଳରେ ବଢ଼ି ପାଣି ଆସିଲେ ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସହ ଜଳବନ୍ଦି ଅବସ୍ଥାରେ ରହିବାକୁ ପଡିଥାଏ। ଗ୍ରାମବାସୀ ଦୀର୍ଘ ବର୍ଷ ଧରି ଏଠାରେ ପୋଲ ନିର୍ମାଣ ଦାବି କରିବା ସହ ଦୁଇ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ପରେ ପ୍ରଶାସନର ଚେତା ପଶିଥିଲା। ପରେ ୬ କୋଟି ଟଙ୍କା ବ୍ୟୟରେ ଏଠାରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଠିକାଦାର ବର୍ଷାଦିନ ପୂର୍ବରୁ କାମ ସାରି ନ ଥିବାରୁ ଲୋକଙ୍କୁ କିଛି ସୁଫଳ ମିଳିପାରି ନାହିଁ। ପିଲାଙ୍କୁ ଶିକ୍ଷାଦାନ ପାଇଁ ଗାଁରେ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ରହିଛି। ହେଲେ ବର୍ଷା ଦିନ ଆସିଲେ ନାଳ ପାରି ହୋଇ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରୀଛାତ୍ର ସ୍କୁଲ ଯିବା ଅସମ୍ଭବ ହୋଇପଡିଥାଏ। ମାସକୁ ଥରେ ଦୁଇଥର ନାଳପାଣି ପାରି ହୋଇ ସ୍ବାସ୍ଥ୍ୟକର୍ମୀ ଗାଁକୁ ଆସି ପିଲାଙ୍କ ଟିକାକରଣ ଓ ଗର୍ଭବତୀଙ୍କ ପରୀକ୍ଷା କରୁଥିବା ବେଳେ କୌଣସି ଜରୁରୀ କାମ ଏମିତିକି ହାଟ, ବଜାର, ମେଡିକାଲ ଯିବାକୁ ହେଲେ ଉଛୁଳା ପାଣିରେ ବିପଦସଙ୍କୁଳ ଅବସ୍ଥାରେ ଯିବାକୁ ବାଧ୍ୟ ହୋଇଥାନ୍ତି ଗ୍ରାମବାସୀ। ଗର୍ଭବତୀ ମହିଳା ଆଉ ଗୁରୁତର ରୋଗୀଙ୍କୁ ଭାରରେ ବୋହି ନାଳ ପାରିହୋଇ ଆରପଟକୁ ନେବା ପରେ ଆମ୍ବୁଲାନ୍ସ ଯୋଗେ ପାଖ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଉଥିବା ଲୋକେ ପ୍ରକାଶ କରିଛନ୍ତି। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

ଶୌଚ ହେବାକୁ ଯାଇଥିଲେ ଜନୁ: ତୁଠରେ ଖସିଗଲା ଗୋଡ଼, ଆଉ ତା’ପରେ…

ନନ୍ଦପୁର/ଲମତାପୁଟ, ୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି। ନିଜ ଘର ପାର୍ଶ୍ୱ ବିଭାଯୋଡି…

ଶୌଚ ହେବାକୁ ଯାଇ ପୋଖରୀରେ ବୁଡିଗଲେ ମହିଳା, ତାପରେ….

ନନ୍ଦପୁର/ଲମତାପୁଟ,୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି । ନିଜ ଘର ପାର୍ଶ୍ୱ ବିଭାଯୋଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri