ଶୁଣିଲାନି ପ୍ରଶାସନ: କୋଡ଼ି କୋଦାଳ ଧରି ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ, ସରକାରଙ୍କୁ ଚେତାବନୀ ଦେଇ କହିଲେ…

ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): ପଞ୍ଚାୟତ କାର୍ଯ୍ୟାଳୟଠାରୁ ଜିଲା ପ୍ରଶାସନ କେହି ଗୁହାରି ଶୁଣିଲେନି କି ରାସ୍ତା ସମ୍ପ୍ରସାରଣ କିମ୍ବା ମରାମତି କଲେନି। ଶେଷରେ ଗାଁ ଲୋକ ବୈଠକ କରି ନିଷ୍ପତ୍ତି ନେଲେ ଆମ ଗାଁ କାମ ଆମେ କରିବୁ। ସମସ୍ତେ କୋଡ଼ି, କୋଦାଳ, ଝୁଡ଼ି ହାତରେ ଧରି ବାହାରିପଡ଼ିଲେ ନିଜ ଗାଁ ରାସ୍ତାକୁ ମରାମତି କରିବାକୁ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଗାଁ ରାସ୍ତା ମରାମତି କଲେ। ମାଟି ଖୋଳି ତାକୁ ବୋହି ଆଣି ରାସ୍ତାରେ ପକାଇଲେ। ବଡ଼ବଡ଼ ଖାଲଖମା ଓ ପଥୁରିଆ ରାସ୍ତାକୁ ମରାମତି କଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଦଡ଼ିବାଡ଼ି ଗ୍ରାମରେ।

ପ୍ରକାଶ ଯେ, ସିମନବାଡ଼ି ବଜାର ଛକଠାରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦେଇ ଦଡ଼ିବାଡ଼ି ଗ୍ରାମ ରହିଛି ଦଡ଼ିବାଡ଼ି ଆଗକୁ ଲାଦାମାଲା ସାହି ରହିଛି ତେବେ ଏହି ରାସ୍ତାର ଏକାଧିକ ସ୍ଥାନ ବିଶେଷ କରି ସ୍କୁଲ ସାହି ଏବଂ ଦଡ଼ିବାଡ଼ି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ଧରି ଏଭଳି ପଥୁରିଆ ଓ ଖାଲଖମା ରାସ୍ତା ଦେଇ ବିଦ୍ୟାଳୟକୁ ଛାତ୍ରୀଛାତ୍ରଙ୍କ ସମେତ ଗ୍ରାମବାସୀ ଯାତାୟାତ କରୁଛନ୍ତି। ତେବେ ସେହିରାସ୍ତାରେ ୨ ଚକିଆଠାରୁ ଆରମ୍ଭ କରି ଟ୍ରାକ୍ଟର ମଧ୍ୟ ଯାତାୟାତ କରିବା ମୁସ୍କିଲ ହେଉଛି। ଦଡ଼ିବାଡ଼ିରେ ମଧ୍ୟ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ରହିଛି ସେଠାକୁ ଛାତ୍ରୀଛାତ୍ର ଯାତାୟାତ ପାଇଁ ହଇରାଣ ଭୋଗିବା ସହ ରାସ୍ତାରେ ଝୁଣ୍ଟି ପଡୁଥିବା ଗ୍ରାମର ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ଏନେଇ ସରପଞ୍ଚ ଅମିତା ପ୍ରଧାନଙ୍କ ସମେତ ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କେହି ଗୁହାରି ଶୁଣି ନ ଥିବା ଅଭିଯୋଗ ହୋଇଛି। ଗ୍ରାମର ସୁରେଶ ଦିଗାଲ, ସଞ୍ଜୟ ଦିଗାଲ, ସଂଚାରୀ ପ୍ରଧାନ, ମଥୁଶିଲ ପ୍ରଧାନଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି। ସେମାନେ କହିବା ପ୍ରକାରେ ନିଜେ ସରପଞ୍ଚ ତାଙ୍କ ଘରକୁ ଏହି ରାସ୍ତା ଦେଇ ଯାତାୟାତ କରୁଥିଲେ ମଧ୍ୟ ସେ ମଧ୍ୟ ଏଥିପ୍ରତି ପଦକ୍ଷେପ ନେଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନେ ଶେଷରେ ଗାଁରେ ବୈଠକ କରି ଗାଁ ରାସ୍ତା ମରାମତି ନିଜ ଶ୍ରମଦାନରେ କରିବାକୁ ନିଷ୍ପତ୍ତି ଅନୁଯାୟୀ ସୋମବାର ସକାଳୁ ହିଁ ଗାଁ ରାସ୍ତା ମରାମତି ଆରମ୍ଭ କରିଛନ୍ତି।

ଏନେଇ ସରପଞ୍ଚ ଅମିତା ପ୍ରଧାନ କହିଛନ୍ତି, ସେ ବାରମ୍ବାର ଆକ୍ସନ ପ୍ଲାନ୍‌ରେ ଉକ୍ତ ରାସ୍ତାକୁ କଂକ୍ରିଟ ରାସ୍ତା କରିବାକୁ ଉଦ୍ୟମ କରିଛନ୍ତି। ଏଥିସହ ଦାରିଙ୍ଗବାଡ଼ି ବିଡିଓଙ୍କୁ ମଧ୍ୟ ଉକ୍ତ ରାସ୍ତା ପାଇଁ ଅର୍ଥ ମଞ୍ଜୁର କରିବାକୁ ଏକାଧିକ ଥର ନିବେଦନ କରିଛନ୍ତି ହେଲେ ବିଡିଓ ଉକ୍ତ ରାସ୍ତାକୁ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ତେଣୁ ଉକ୍ତ ରାସ୍ତାକୁ ଏମଜିଏନଆରଇଜିଏସ୍‌ରେ ମାଟି ପକାଇବାକୁ ଗାଁ ସାଥୀଙ୍କୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି। କେଉଁ ପରିସ୍ଥିତିରେ ଗାଁ ଲୋକ ନିଜ ଶ୍ରମଦାନରେ କାର୍ଯ୍ୟ କରୁଛନ୍ତି ସେ ତଦନ୍ତ କରିବା ସହ ସେମାନଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନ୍ତର୍ଭୁକ୍ତ କରି ଶ୍ରମିକ ମୂଲ୍ୟ ପ୍ରଦାନ ପାଇଁ ସେ ପ୍ରୟାସ କରିବେ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ଗଭୀରରେ ଭାରତର ସବୁଠାରୁ ବଡ଼ ସନ୍ଧାନ! ମିଳିବ କି ଶ୍ରୀକୃଷ୍ଣଙ୍କ ଦ୍ୱାରକା? ୨୦୩୦ ଯାଏଁ ଚାଲିବ…

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଭାରତର ପ୍ରାଚୀନ ଇତିହାସକୁ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ବର୍ଷ ୨୦୩୦ ପର୍ଯ୍ୟନ୍ତ…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

ପେଲେଟ୍ ଗନ୍ କ’ଣ, ଏହା କେତେ ଘାତକ? କେଉଁ ପରିସ୍ଥିତିରେ ବ୍ୟବହାର ହୁଏ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୭: ସଂସଦରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ସମୟରେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ…

ବିଦ୍ୟୁତ୍‌ ଖୁଣ୍ଟ ଉପରେ ୫ ଦିନ ହେଲା ପଡ଼ିଛି ଗଛ, ହଟାଇବାର ନାଁ ଧରୁନି ବିଭାଗ, ଆନ୍ଦୋଳନ ପାଇଁ…

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲିଠାରୁ ଗଣ୍ଡିଗୁଡ଼ାକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ପାଙ୍ଗାଲି ନିକଟ…

ହେଲିକପ୍ଟର ଯୋଗେ ବନ୍ୟା ସ୍ଥିତିର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର,୩୦।୭: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲାର ବନ୍ୟାଞ୍ଚଳ ଓ ଜଳବନ୍ଦୀ ଅଞ୍ଚଳ ଆକାଶମାର୍ଗରୁ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ AAPର ବିକ୍ଷୋଭ ପ୍ରଦର୍ଶନ, ଜିଲାପାଳଙ୍କୁ ଦେଲେ ଏହି ଦାବିପତ୍ର

ଛତ୍ରପୁର,୩୦।୭(ଦିଲ୍ଲୀପ ସାମଲ/ ଦ୍ଵାରିକା ପଟନାୟକ): ଗଞ୍ଜାମ ଜିଲାପାଳଙ୍କ ଅଫିସ ଆଗରେ ଆମ ଆଦମୀ ପାର୍ଟୀର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ…

୬ ମାସ ହେଲା ହୋଇନି ଛତ୍ରପୁର ପଞ୍ଚାୟତ ସମିତି ବୈଠକ, ବ୍ଲକ ଅଧ୍ୟକ୍ଷା ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ତୁରନ୍ତ କରିବାକୁ ଗୁରୁବାର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଗଞ୍ଜାମ ଜିଲାପାଳଙ୍କୁ ଭେଟି…

କାଦୁଅ ପଚପଚରେ ଖୋଲା ଜିମ୍‌ କେନ୍ଦ୍ର ନିର୍ମାଣ, ବିନା ସୂଚନାଫଳକକୁ ନେଇ ତାତିଲେ ଗ୍ରାମବାସୀ

କେସିଙ୍ଗା,୩୦ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ତୁର୍ଳାଖମାନ ଗ୍ରାମରେ ଲୋକଙ୍କ ସ୍ବାସ୍ଥ୍ୟ ସୁଦୃଢ଼ କରିବା ପାଇଁ ଲୋକ ସଭା ଏମ୍‌ପି ସୁଜିତ କୁମାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri