କଷ୍ଟ ଦେଉଛି ଗଁ। ରାସ୍ତା

ମାଧପୁର,୮ା୮ – ୩ ଗ୍ରାମର ଲୋକଙ୍କ ଭରସା ଗୋଟିଏ ରାସ୍ତା। ହେଲେ ଟିକେ ବର୍ଷା ହୋଇଗଲେ ଆଉ ସେହି ରାସ୍ତା ଦେଇ ଯିବାଆସିବା ସହଜ ହୋଇପାରୁନି। ଭଲ ରାସ୍ତାଟିଏ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନି। ଫଳରେ ମାଟି, କାଦୁଅ ଭିତରେ ପଶି ଯାତାୟାତ ପାଇଁ ବାଧ୍ୟ ହେଉଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କମ୍ପଲା ପଞ୍ଚାୟତର ୩ ଗ୍ରାମର ଲୋକେ।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ମୁତାବକ, କମ୍ପଲା ପଞ୍ଚାୟତ ଦେଉଳି ଗ୍ରାମ୍ୟ ରାସ୍ତା ଉପରେ ଦେଉଳି, ମୋହନଖଳି, କଳାଧ୍ୱନୀ ଆଦି ଗ୍ରାମ ମୁଖ୍ୟତଃ ନିର୍ଭରଶୀଳ। ପ୍ରସିଦ୍ଧ ଗୁପ୍ତେଶ୍ୱର ବାବାଙ୍କ ଶୈବପୀଠ ଏହି ବାଟେ ପଡେ। ହେଲେ ମାଟି ରାସ୍ତା ହୋଇଥିବାରୁ ସାମାନ୍ୟ ବର୍ଷାରେ କାଦୁଅ ଭର୍ତ୍ତି ହୋଇଯାଉଛି। ତେଣୁ ବର୍ଷା ଦିନେ ଯାତାୟାତ କରିବା କଷ୍ଟକର ହୋଇପଡ଼ୁଛି। ଗାଡ଼ିମୋଟର ତ ଦୂର କଥା ଚାଲିକରି ଯିବାରେ ମଧ୍ୟ ଅସୁବିଧା ହେଉଛି। କିଛିଦିନ ହେବ ବର୍ଷା ଲାଗି ରହିଥିବାରୁ ରାସ୍ତା ପାଣି, କାଦୁଅରେ ଭର୍ତ୍ତି ହୋଇଯାଇଛି। ଏ ନେଇ ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ କମ୍ପଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ତିଳକରାଜ ବେହେରା କହିଛନ୍ତି, ଦୁଇଟି ପଞ୍ଚାୟତର ଦାୟିତ୍ୱରେ ଥିବାରୁ ଠିକ୍‌ ତଥ୍ୟ ଏବେ ଦେଇପାରିବେନି। ସମସ୍ୟାର ତର୍ଜମା କରାଯାଇ କିପରି ସମାଧାନ କରାଯିବ ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।
ଗଁ। ରାସ୍ତା ହୋଇଥିବାରୁ ଅବହେଳା
ଗଁ। ରାସ୍ତା ହୋଇଥିବାରୁ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ତେଣୁ ବର୍ଷ ବର୍ଷ ଧରି ଏହା ଏପରି ଶୋଚନୀୟ ଅବସ୍ଥାରେ ରହିଛି। ସ୍ଥାନୀୟ ଲୋକ ପ୍ରତିନିଧି ଚାହିଁଲେ ଲୋକେ ଗମନାଗମନର ଭଲ ସୁବିଧା ପାଇପାରନ୍ତେ।
-ମନୋଜ କୁମାର ବାହୁକ, ଦେଉଳି
ପ୍ରଶାସନ ସମାଧାନ କରୁ
ଗଁ। ଗଁ। ରେ ସରକାର ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ଏହି ରାସ୍ତା ପ୍ରତି ଆଦୌ ଦୃଷ୍ଟି ଦିଆଯାଉ ନାହିଁ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଗଲେ ଅନେକ ଲୋକ ଉପକୃତ ହୋଇପାରନ୍ତେ। ପ୍ରଶାସନ ଆମ ସମସ୍ୟାର ସମାଧାନ କରୁ।
-ମନୁ ଦେହୁରୀ, କଳାଧ୍ୱନି


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri