ଗ୍ରାମ ଦେବୀ

ଆଉ କିଛି ମାସ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭାଜପା ଓ ତୃଣମୂଳ କଂଗ୍ରେସ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗି ରହିଛି। ନିକଟରେ ଭାଜପା ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ଏକ ମନ୍ତବ୍ୟ ଧର୍ମୀୟ ରାଜନୀତିର କୁତ୍ସିତ ଚେହେରାକୁ ପଦାରେ ପକାଇଛି। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ପ୍ରଭୁ ରାମ ଜଣେ ସମ୍ରାଟ ଥିଲେ। ତାଙ୍କୁ ଅବତାର ଭାବେ ଅନେକେ ଦେଖିଥାଆନ୍ତି। ଆମେ ତାଙ୍କ ପୂର୍ବପୁରୁଷଙ୍କ ନାମ ଜାଣୁ। କିନ୍ତୁ ଦୁର୍ଗାଙ୍କ ବିଷୟରେ ଆମେ ସମାନ କଥା ଜାଣିଛେ କି ବୋଲି କହି ଦିଲୀପ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଏହାର ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏହି ଭାଜପା ନେତାଙ୍କୁ ସମାଲୋଚନା କରି କହିଛନ୍ତି, ଦିଲୀପ ଜାଣିନାହାନ୍ତି ନିଜେ ପ୍ରଭୁ ରାମ ଦେବୀ ଦୁର୍ଗାଙ୍କ ପୂଜା କରିଥିଲେ। ଏପରି କି ରାମ ତାଙ୍କ ଚକ୍ଷୁ ମା’ ଦୁର୍ଗାଙ୍କୁ ଅର୍ପଣ କରିଥିଲେ। ଦିଲୀପଙ୍କୁ ଜବାବ ଦେବାକୁ ଯାଇ ଅଭିଷେକ ଭାଜପାକୁ ମହିଷାସୁର ଆଖ୍ୟା ମଧ୍ୟ ଦେଇଛନ୍ତି । ମା’ ଦୁର୍ଗାଙ୍କୁ ରାମ ପୂଜା କରୁଥିବା ବିଷୟ ଅଭିଷେକ ଯାହା ଉଲ୍ଲେଖ କରିଛନ୍ତି, ଅଧିକାଂଶ ଭାରତୀୟ ସେହି କଥା ଜାଣିଛନ୍ତି।
ଅନେକଙ୍କ ଚିନ୍ତାରେ ଦୁର୍ଗା ହେଉଛନ୍ତି ଦୈବୀଶକ୍ତି, ଯାହାର ନାଶ ନାହିଁ। ଲୋକଙ୍କଠାରେ ଥିବା ଆସୁରିକ ଗୁଣକୁ ହଟେଇ ଦୈବୀ ଆଶୀର୍ବାଦ ଦେବାର କ୍ଷମତା ରଖିଥିବାରୁ ତାଙ୍କୁ ସମସ୍ତେ ଆରାଧନା କରିଥାଆନ୍ତି। ଯେହେତୁ ତାଙ୍କର ଜନ୍ମ ନାହିଁ, ସେହେତୁ ତାଙ୍କ ଶକ୍ତିର ସମାପ୍ତି ନାହିଁ। ଅନ୍ୟପକ୍ଷରେ ରାମ ହେଉଛନ୍ତି ଏକ ପୌରାଣିକ ଚରିତ୍ର ବା କାହାଣୀକାରଙ୍କ ସ୍ମୃତିଶକ୍ତିରୁ ନିଃସୃତ ଏକ ଲୋକ ଚରିତ୍ର। ତେଣୁ ତାଙ୍କ ବିଷୟରେ ବିଭିନ୍ନ କଥା ଆଲୋଚନା ହେବା ସ୍ବାଭାବିକ। ତେବେ ଦୁର୍ଗାଙ୍କୁ ଦିଲୀପ ଅସ୍ବୀକାର କରିବା ପଛରେ ଧାର୍ମିକ ଚିନ୍ତାଧାରା ପରିବର୍ତ୍ତେ କେବଳ ରାଜନୀତି ରହିଛି ବୋଲି ବୁଝାପଡ଼ୁଛି। ଯେହେତୁ ଉତ୍ତର ଭାରତୀୟଙ୍କ ଦ୍ୱାରା ଦିଲୀପଙ୍କ ଦଳ ଭାଜପାର ନେତୃତ୍ୱ ଗଠିତ ସେଥିପାଇଁ ରାମଙ୍କ ବ୍ୟତୀତ ଅନ୍ୟସବୁ ଚିନ୍ତାକୁ ହିନ୍ଦୁ ଧର୍ମରେ ଗୌଣ କରି ଦେଖାଇବା ଏକ ନୂତନ କୌଶଳ ଆରମ୍ଭ କରାଯାଇଛି। ହିନ୍ଦୁ ଧର୍ମର ମୌଳିକ ବିଶ୍ୱାସରେ ୩୩ କୋଟି ଦେବଦେବୀଙ୍କୁ ରାଜନୈତିକ ମାନ୍ୟତା ଦେବା ଅସମ୍ଭବ ହୋଇପଡ଼ୁଛି। ଉତ୍ତରପ୍ରଦେଶରେ ଅଧିକ ଲୋକ ସଭା ଆସନ ରହିଛି, ସେଥିପାଇଁ ସେଠାକାର ରାମଙ୍କୁ ଜୋରଜବରଦସ୍ତ ସମଗ୍ର ଭାରତ ଉପରେ ଲଦି ଦେବାର ପ୍ରଚେଷ୍ଟା ଚାଲିଛି। ବଙ୍ଗାଳୀମାନେ ମା’ ଦୁର୍ଗାଙ୍କୁ ଯେତିକି ଭଲ ପାଆନ୍ତି, ଓଡ଼ିଆମାନେ ଯେମିତି ମହାପ୍ରଭୁ ଜଗନ୍ନାଥଙ୍କୁ ଆଦର କରନ୍ତି, ଦକ୍ଷିଣ ଭାରତରେ ତିରୁପତି ଓ ଆୟାପ୍ପା ଏବଂ ପଶ୍ଚିମ ଭାରତ ବିଶେଷକରି ମହାରାଷ୍ଟ୍ରରେ ଗଣପତିଙ୍କୁ ଯେଉଁଭଳି ଭାବେ ଶ୍ରଦ୍ଧା ଦିଆଯାଏ, ତାହା ଆଜିର ନେତାଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି। ଏବକାର ସ୍ଥିତିରେ ଭାରତର ମୂଳ ଚରିତ୍ରରେ ଥିବା ଭିନ୍ନତାକୁ ସହ୍ୟ କରାଯାଉ ନାହିଁ। ଏହାର ଏକମାତ୍ର କାରଣ ଭାବେ ସାମାଜିକ ଓ ଧାର୍ମିକ ଏକତା ହାସଲ କରିପାରିଲେ ଅର୍ଥବଳ ସହିତ ରାଜନୈତିକ କ୍ଷମତା ଅଧିକ ସମୟ ହାତରେ ରଖିପାରିବେ। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)କୁ କୁହାଗଲା-ଗୋଟିଏ ଦେଶ ଗୋଟିଏ ଟିକସ, ହିନ୍ଦୀକୁ କୁହାଯାଉଛି ଗୋଟିଏ ରାଷ୍ଟ୍ର ଗୋଟିଏ ଭାଷା, ଗୋଟିଏ ଦେଶ ଗୋଟିଏ ନିର୍ବାଚନର ପ୍ରଚ୍ଛଦପଟରେ ଦେଖିଲେ ‘ଗୋଟିଏ ଧର୍ମ ଗୋଟିଏ ଠାକୁର’ ନୀତି ପ୍ରଣୟନ ହୋଇପାରିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ।
ଯଦି ଅନ୍ୟସବୁ ଠାକୁରାଣୀ ଠାକୁରଙ୍କୁ ହେୟଜ୍ଞାନ କରାଯାଏ, ତେବେ କେବଳ ରାମଚନ୍ଦ୍ର ଏହି ବିରାଟକାୟ ଉପମହାଦେଶକୁ ଦୁଃଖ ଦୁର୍ଦ୍ଦଶାରୁ ରକ୍ଷା କରିପାରିବେ ବୋଲି ବିଶ୍ୱାସ ହେଉ ନାହିଁ। ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରୁ ରାମଙ୍କର ଗୋଟିଏ ସ୍ଥାନ ରହିଛି। ତେବେ ସେହି ସ୍ରୋତରେ ମତ୍ସ୍ୟଙ୍କ ସହିତ ବରାହ, କୃଷ୍ଣ ଏବଂ ବୁଦ୍ଧ ଅଛନ୍ତି। ଏବେ କୁହାଯାଉଛି ଯେ ଅନ୍ୟ ସମସ୍ତଙ୍କୁ ଆସନଚ୍ୟୁତ କରି କେବଳ ଗୋଟିଏ ମନ୍ଦିର ଓ ଗୋଟିଏ ଠାକୁର ହୋଇପାରିଲେ ଏହି ଧର୍ମକୁ ବ୍ୟବହାର କରିବା ସୁବିଧା ହେବ। ଭାରତୀୟଙ୍କ ଚରିତ୍ରରେ ବିବିଧତା ଏହି ଦେଶକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଛି। ଏହାକୁ ଧ୍ୱଂସ କରି ଯଦି ଏକ ବିକୃତ ସମାନତା ଆଣିବା ଲାଗି ରାଜନୈତିକ କ୍ଷମତା ବ୍ୟବହାର କରାଯାଏ, ତାହା ହିନ୍ଦୁ ଧର୍ମକୁ ଧ୍ୱଂସ କରିବାର ସହଜ ବାଟ ଖୋଲିଦେବ ବୋଲି ବିଶ୍ୱାସ କରାଯାଇପାରିବ। ଶେଷରେ ଏତିକି କୁହାଯାଇପାରେ ଯେ, ହୃଦୟର ସର୍ବୋଚ୍ଚରେ ବାସ କରୁଛନ୍ତି ଆମ ଗ୍ରାମ ଦେବୀ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri