ଗ୍ରାମ ଦେବୀ

ଆଉ କିଛି ମାସ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭାଜପା ଓ ତୃଣମୂଳ କଂଗ୍ରେସ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗି ରହିଛି। ନିକଟରେ ଭାଜପା ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ଏକ ମନ୍ତବ୍ୟ ଧର୍ମୀୟ ରାଜନୀତିର କୁତ୍ସିତ ଚେହେରାକୁ ପଦାରେ ପକାଇଛି। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ପ୍ରଭୁ ରାମ ଜଣେ ସମ୍ରାଟ ଥିଲେ। ତାଙ୍କୁ ଅବତାର ଭାବେ ଅନେକେ ଦେଖିଥାଆନ୍ତି। ଆମେ ତାଙ୍କ ପୂର୍ବପୁରୁଷଙ୍କ ନାମ ଜାଣୁ। କିନ୍ତୁ ଦୁର୍ଗାଙ୍କ ବିଷୟରେ ଆମେ ସମାନ କଥା ଜାଣିଛେ କି ବୋଲି କହି ଦିଲୀପ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଏହାର ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏହି ଭାଜପା ନେତାଙ୍କୁ ସମାଲୋଚନା କରି କହିଛନ୍ତି, ଦିଲୀପ ଜାଣିନାହାନ୍ତି ନିଜେ ପ୍ରଭୁ ରାମ ଦେବୀ ଦୁର୍ଗାଙ୍କ ପୂଜା କରିଥିଲେ। ଏପରି କି ରାମ ତାଙ୍କ ଚକ୍ଷୁ ମା’ ଦୁର୍ଗାଙ୍କୁ ଅର୍ପଣ କରିଥିଲେ। ଦିଲୀପଙ୍କୁ ଜବାବ ଦେବାକୁ ଯାଇ ଅଭିଷେକ ଭାଜପାକୁ ମହିଷାସୁର ଆଖ୍ୟା ମଧ୍ୟ ଦେଇଛନ୍ତି । ମା’ ଦୁର୍ଗାଙ୍କୁ ରାମ ପୂଜା କରୁଥିବା ବିଷୟ ଅଭିଷେକ ଯାହା ଉଲ୍ଲେଖ କରିଛନ୍ତି, ଅଧିକାଂଶ ଭାରତୀୟ ସେହି କଥା ଜାଣିଛନ୍ତି।
ଅନେକଙ୍କ ଚିନ୍ତାରେ ଦୁର୍ଗା ହେଉଛନ୍ତି ଦୈବୀଶକ୍ତି, ଯାହାର ନାଶ ନାହିଁ। ଲୋକଙ୍କଠାରେ ଥିବା ଆସୁରିକ ଗୁଣକୁ ହଟେଇ ଦୈବୀ ଆଶୀର୍ବାଦ ଦେବାର କ୍ଷମତା ରଖିଥିବାରୁ ତାଙ୍କୁ ସମସ୍ତେ ଆରାଧନା କରିଥାଆନ୍ତି। ଯେହେତୁ ତାଙ୍କର ଜନ୍ମ ନାହିଁ, ସେହେତୁ ତାଙ୍କ ଶକ୍ତିର ସମାପ୍ତି ନାହିଁ। ଅନ୍ୟପକ୍ଷରେ ରାମ ହେଉଛନ୍ତି ଏକ ପୌରାଣିକ ଚରିତ୍ର ବା କାହାଣୀକାରଙ୍କ ସ୍ମୃତିଶକ୍ତିରୁ ନିଃସୃତ ଏକ ଲୋକ ଚରିତ୍ର। ତେଣୁ ତାଙ୍କ ବିଷୟରେ ବିଭିନ୍ନ କଥା ଆଲୋଚନା ହେବା ସ୍ବାଭାବିକ। ତେବେ ଦୁର୍ଗାଙ୍କୁ ଦିଲୀପ ଅସ୍ବୀକାର କରିବା ପଛରେ ଧାର୍ମିକ ଚିନ୍ତାଧାରା ପରିବର୍ତ୍ତେ କେବଳ ରାଜନୀତି ରହିଛି ବୋଲି ବୁଝାପଡ଼ୁଛି। ଯେହେତୁ ଉତ୍ତର ଭାରତୀୟଙ୍କ ଦ୍ୱାରା ଦିଲୀପଙ୍କ ଦଳ ଭାଜପାର ନେତୃତ୍ୱ ଗଠିତ ସେଥିପାଇଁ ରାମଙ୍କ ବ୍ୟତୀତ ଅନ୍ୟସବୁ ଚିନ୍ତାକୁ ହିନ୍ଦୁ ଧର୍ମରେ ଗୌଣ କରି ଦେଖାଇବା ଏକ ନୂତନ କୌଶଳ ଆରମ୍ଭ କରାଯାଇଛି। ହିନ୍ଦୁ ଧର୍ମର ମୌଳିକ ବିଶ୍ୱାସରେ ୩୩ କୋଟି ଦେବଦେବୀଙ୍କୁ ରାଜନୈତିକ ମାନ୍ୟତା ଦେବା ଅସମ୍ଭବ ହୋଇପଡ଼ୁଛି। ଉତ୍ତରପ୍ରଦେଶରେ ଅଧିକ ଲୋକ ସଭା ଆସନ ରହିଛି, ସେଥିପାଇଁ ସେଠାକାର ରାମଙ୍କୁ ଜୋରଜବରଦସ୍ତ ସମଗ୍ର ଭାରତ ଉପରେ ଲଦି ଦେବାର ପ୍ରଚେଷ୍ଟା ଚାଲିଛି। ବଙ୍ଗାଳୀମାନେ ମା’ ଦୁର୍ଗାଙ୍କୁ ଯେତିକି ଭଲ ପାଆନ୍ତି, ଓଡ଼ିଆମାନେ ଯେମିତି ମହାପ୍ରଭୁ ଜଗନ୍ନାଥଙ୍କୁ ଆଦର କରନ୍ତି, ଦକ୍ଷିଣ ଭାରତରେ ତିରୁପତି ଓ ଆୟାପ୍ପା ଏବଂ ପଶ୍ଚିମ ଭାରତ ବିଶେଷକରି ମହାରାଷ୍ଟ୍ରରେ ଗଣପତିଙ୍କୁ ଯେଉଁଭଳି ଭାବେ ଶ୍ରଦ୍ଧା ଦିଆଯାଏ, ତାହା ଆଜିର ନେତାଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି। ଏବକାର ସ୍ଥିତିରେ ଭାରତର ମୂଳ ଚରିତ୍ରରେ ଥିବା ଭିନ୍ନତାକୁ ସହ୍ୟ କରାଯାଉ ନାହିଁ। ଏହାର ଏକମାତ୍ର କାରଣ ଭାବେ ସାମାଜିକ ଓ ଧାର୍ମିକ ଏକତା ହାସଲ କରିପାରିଲେ ଅର୍ଥବଳ ସହିତ ରାଜନୈତିକ କ୍ଷମତା ଅଧିକ ସମୟ ହାତରେ ରଖିପାରିବେ। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)କୁ କୁହାଗଲା-ଗୋଟିଏ ଦେଶ ଗୋଟିଏ ଟିକସ, ହିନ୍ଦୀକୁ କୁହାଯାଉଛି ଗୋଟିଏ ରାଷ୍ଟ୍ର ଗୋଟିଏ ଭାଷା, ଗୋଟିଏ ଦେଶ ଗୋଟିଏ ନିର୍ବାଚନର ପ୍ରଚ୍ଛଦପଟରେ ଦେଖିଲେ ‘ଗୋଟିଏ ଧର୍ମ ଗୋଟିଏ ଠାକୁର’ ନୀତି ପ୍ରଣୟନ ହୋଇପାରିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ।
ଯଦି ଅନ୍ୟସବୁ ଠାକୁରାଣୀ ଠାକୁରଙ୍କୁ ହେୟଜ୍ଞାନ କରାଯାଏ, ତେବେ କେବଳ ରାମଚନ୍ଦ୍ର ଏହି ବିରାଟକାୟ ଉପମହାଦେଶକୁ ଦୁଃଖ ଦୁର୍ଦ୍ଦଶାରୁ ରକ୍ଷା କରିପାରିବେ ବୋଲି ବିଶ୍ୱାସ ହେଉ ନାହିଁ। ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରୁ ରାମଙ୍କର ଗୋଟିଏ ସ୍ଥାନ ରହିଛି। ତେବେ ସେହି ସ୍ରୋତରେ ମତ୍ସ୍ୟଙ୍କ ସହିତ ବରାହ, କୃଷ୍ଣ ଏବଂ ବୁଦ୍ଧ ଅଛନ୍ତି। ଏବେ କୁହାଯାଉଛି ଯେ ଅନ୍ୟ ସମସ୍ତଙ୍କୁ ଆସନଚ୍ୟୁତ କରି କେବଳ ଗୋଟିଏ ମନ୍ଦିର ଓ ଗୋଟିଏ ଠାକୁର ହୋଇପାରିଲେ ଏହି ଧର୍ମକୁ ବ୍ୟବହାର କରିବା ସୁବିଧା ହେବ। ଭାରତୀୟଙ୍କ ଚରିତ୍ରରେ ବିବିଧତା ଏହି ଦେଶକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଛି। ଏହାକୁ ଧ୍ୱଂସ କରି ଯଦି ଏକ ବିକୃତ ସମାନତା ଆଣିବା ଲାଗି ରାଜନୈତିକ କ୍ଷମତା ବ୍ୟବହାର କରାଯାଏ, ତାହା ହିନ୍ଦୁ ଧର୍ମକୁ ଧ୍ୱଂସ କରିବାର ସହଜ ବାଟ ଖୋଲିଦେବ ବୋଲି ବିଶ୍ୱାସ କରାଯାଇପାରିବ। ଶେଷରେ ଏତିକି କୁହାଯାଇପାରେ ଯେ, ହୃଦୟର ସର୍ବୋଚ୍ଚରେ ବାସ କରୁଛନ୍ତି ଆମ ଗ୍ରାମ ଦେବୀ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri