ଏଡ଼ୱାର୍ଡ଼ସ ସିଣ୍ଡ୍ରୋମ ଏକ ଜିନ୍‌ଗତ ସମସ୍ୟା

ଏଡ଼ୱାର୍ଡ଼ସ ସିଣ୍ଡ୍ରୋମ ଏକ ଜିନ୍‌ ଗତ ସମସ୍ୟା। କ୍ରୋମୋଜୋମ ୧୮ର ତୃତୀୟ କପିର ଆଂଶିକ ବା ସମ୍ପୂର୍ଣ୍ଣ ଉପସ୍ଥିତି ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ୱାରା ଶରୀରର ବହୁ ଅଂଶ ପ୍ରଭାବିତ ହୁଏ । ଏହାର ପ୍ରଭାବରେ ଜନ୍ମ ସମୟରେ ଶିଶୁର ଆକାର ଛୋଟ ହୁଏ ଓ ଜନ୍ମଠାରୁ ହାର୍ଟରେ ସମସ୍ୟା ରୁହେ। ନବଜାତ ଶିଶୁର ଛୋଟ ମୁଣ୍ଡ ଓ ଛୋଟ ନିମ୍ନ ହନୁ ହାଡ଼ ଥାଏ। ସେହିପରି ଆଙ୍ଗୁଳି ଗୁଡ଼ିକ ତଳ ଉପର ଛନ୍ଦି ହୋଇ ମୁଠା ଆକାରରେ ଥିବାର ଦେଖିବାକୁ ମିଳେ। ଏହା ଯୋଗୁ ଶିଶୁ ବୌଦ୍ଧିକସ୍ତରରେ ପଛୁଆ ରହିଥାଏ। ପ୍ରଜନନ ପରବର୍ତ୍ତୀ ସମୟରେ ଜୀବକୋଷର ତିଆରି ବେଳେ ଭୃଣର ବିକାଶରେ ସମସ୍ୟା ଯୋଗୁ ଏଭଳି ସ୍ଥିତି ଉତ୍ପନ୍ନ ହୁଏ । ବେଳେ ଏହା ବଂଶାନୁକ୍ରମିକ ମଧ୍ୟ ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। ଗର୍ଭବତୀଙ୍କର ଅଲଟ୍ରାସାଉଣ୍ଡ କରାଗଲେ ଗର୍ଭସ୍ଥ ଶିଶୁଠାରେ ଏଭଳି ସମସ୍ୟା ଥିବା ଅନୁମାନ କରାଯାଇପାରେ। ତେବେ ଆମ୍ନିଓସେଣ୍ଟେସିସ ଦ୍ୱାରା ଏହାର ଚିହ୍ନଟ ହୋଇପାରିଥାଏ। ଜୀବନ୍ତ ଜନ୍ମ ହୋଇଥିବା ପ୍ରତି ୫୦୦୦ ଶିଶୁଙ୍କ ମଧ୍ୟରୁ ଜଣକଠାରେ ଏଭଳି ସମସ୍ୟା ଦେଖାଯିବାର ଆଶଙ୍କା ରହିଥାଏ। ଏହି ସମସ୍ୟା ସହିତ ଜନ୍ମ ହୋଇଥିବା ଅଧିକାଂଶ ଶିଶୁକନ୍ୟା ହିଁ ରହିଥାନ୍ତି। ଅଧିକାଂଶ ଶିଶୁଙ୍କର ଜନ୍ମ ପୁର୍ବରୁ ମା’ ପେଟରେ ମୃତ୍ୟୁ ଘଟିଥାଏ। ଜୀବିତ ଜନ୍ମ ହୋଇଥିବା ଶିଶୁଙ୍କ ମଧ୍ୟରୁ ଏକ ବର୍ଷ ବୟସ ପରେ ବଞ୍ଚିବା ହାର ୭.୫ ପ୍ରତିଶତ ରହିଥାଏ ବୋଲି ଚିକିତ୍ସକ କହିଥାନ୍ତି। ଜନ ହିଲଟନ ଏଡ଼ୱାର୍ଡ଼ସ ନାମାନୁସାରେ ଏହି ସମସ୍ୟାର ନାମକରଣ ହୋଇଛି। ୧୯୬୦ରେ ସେ ଏହି ସମସ୍ୟା ସମ୍ପର୍କରେ ଜାଣିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୃଦ୍‌ରୋଗୀ ଓ ଶୀତଦିନ

ଶୀତଦିନେ ପରିବେଶ ଥଣ୍ଡା ରହିଥାଏ। ବେଳେବେଳେ କେତେକ ସ୍ଥାନରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସିଯାଏ। ଏହି ଋତୁରେ ବିଶେଷଭାବରେ ହୃଦ୍‌ରୋଗୀ ଅଧିକ ସତର୍କ ରହିବା...

ହୋଲିରେ ଆପଣାନ୍ତୁ ଏହିି ଖାସ୍‌ ବାସ୍ତୁ ଟିପ୍ସ, ବର୍ଷସାରା ମିଳିବ ସୁଫଳ

ରଙ୍ଗର ପର୍ବ ହୋଲି। ସାଙ୍ଗସାଥୀଙ୍କ ସହ ହୋଲି ଖେଳିବା ଆଉ ନାନାଦି ସୁସ୍ବାଦୁ ବ୍ୟଞ୍ଜନ ଖାଇବାରେ ଏହି ଶୁଭଦିନଟି କିପରି ବିତିଯାଏ ଜଣାପଡ଼େନି। କିନ୍ତୁ ବାସ୍ତୁବିତ୍‌ଙ୍କ...

ପିଲାଙ୍କୁ କରନ୍ତୁ ସଂସ୍କାରୀ

ଛୋଟ ପିଲା ମାଟି ପିଣ୍ଡୁଳା। ଏହି ସମୟରୁ ସେମାନଙ୍କୁ ଆଚାର ବ୍ୟବହାର ଶିଖାଇଲେ ସେମାନେ ଭବିଷ୍ୟତରେ ନିଜକୁ ଜଣେ ଆଦର୍ଶ ପିଲା ଭାବରେ ଗଢ଼ିପାରିବେ। ତେବେ...

ଦୀପାବଳିରେ ଏହି ୪ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ

ଆଜି ଆଲୋକର ପର୍ବ ଦୀପାବଳି। ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଏହି ଦିନ ମା’ ଲକ୍ଷ୍ମୀ ଘରକୁ ଆସିଥାନ୍ତି। ଫଳରେ ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି...

ଭେଜିଟେବଲ ଆଇସ୍‌ କ୍ୟୁବ୍‌

ଥଣ୍ଡା ଥଣ୍ଡା ଆଇସ୍‌ କ୍ୟୁବ୍‌କୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବି ବ୍ୟବହାର କରିପାରିବେ। ଏହା ବିଭିନ୍ନ ପନିପରିବା ରସରେ ତିଆରି ହୋଇଥିବାରୁ ତ୍ୱଚା ପାଇଁ ବରଦାନ...

ଧନିଆ ପତ୍ରରେ ରହିଛି ଏପରି ଗୁଣ

ଧନିଆ ପତ୍ର କେବଳ ତରକାରିର ସ୍ବାଦ ବଢ଼ାଇଥାଏ ତାହା ନୁହେଁ, ଏଥିରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲ୍‌ସିୟମ, ଭିଟାମିନ୍‌ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ରହିଥାଏ। ଯାହା...

ଘରୋଇ ଉପଚାରରେ ଦୂର କରନ୍ତୁ ବ୍ଲାକ୍‌ହେଡ୍‌ସ

ବର୍ତ୍ତମାନ ସମୟରେ ପ୍ରଦୂଷଣଜନିତ ତ୍ୱଚା ସମସ୍ୟା ଦେଖାଯାଉଛି। ଏହା ମଧ୍ୟରୁ କଳାଦାଗ ବା ବ୍ଲାକ୍‌ହେଡ୍‌ସ ଅନ୍ୟତମ। ଯେତେବେଳେ ତ୍ୱଚା ତେଲିଆ, ବ୍ୟାକ୍ଟେରିଆ ଏବଂ ଡେଡ୍‌ ସ୍କିନ୍‌...

ସକାଳେ ଗ୍ଲାସେ ଉଷୁମ ପାଣି…

ସକାଳୁ ଖାଲି ପେଟରେ ଗ୍ଲାସେ ଉଷୁମ ପାଣି ପିିଇଲେ ଅନେକ ସୁଫଳ ମିଳିଥାଏ। ଏହା ମ୍ୟୁକୋଲାଇଟିସ୍‌ ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା ଫୁସ୍‌ଫୁସ୍‌ରେ ଜମିଥିବା କଫ...

Advertisement
Archives

Model This Week