ଗଣପର୍ବ ପାଇଁ ସଜେଇ ହେଉଛି ଗାଁ

ବଅଁରପାଳ, ୮ା୧୦ (ଡି.ଏନ.ଏ.) ଗଣପର୍ବ ଲକ୍ଷ୍ମୀ ପୂଜା ପାଇଁ ସଜେଇ ହେଉଛି ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗାଁ। କରୋନା କଟକଣା ଯୋଗୁ ଗତ ୨ ବର୍ଷ ହେଲା ପୂଜା ଫିକା ପଡିଥିବା ବେଳେ ଚଳିତବର୍ଷ କିନ୍ତୁ ଏହା ଅତି ଆଡ଼ମ୍ବରରେ ପାଳନ କରାଯିବ। ଏଥିପାଇଁ ସମଗ୍ର ଗ୍ରାମ ଉତ୍ସବମୁଖର ହୋଇପଡ଼ିଥିବା ବେଳେ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୯ରୁ ୨୧ ତାରିଖ ଯାଏ ପୂଜା ପାଳନ ହେବାକୁ ଥିବାରୁ ଏହି ସମୟ ମଧ୍ୟରେ ଗ୍ରାମରେ ଆମିଷ ଦ୍ରବ୍ୟ ପଶିବ ନାହିଁ ବୋଲି ସୂଚନା ମିଳିଛି।
କୁଲାଡ ଗ୍ରାମର ୯ ମଣ୍ଡପରେ ହେବ ମା’ ଲକ୍ଷ୍ମୀଙ୍କ ପୂଜା। ହାତରେ ଆଉ ଅଧିକ ଦିନ ନ ଥିବାରୁ କୁଲାଡ଼ ଛକ, ବ୍ରାହ୍ମଣୀଦେବୀ ସାହି, ବିଗ୍‌ ପଣ୍ଡ, ଫ୍ରେଣ୍ଡସ କ୍ଲବ, ସାହାରା କ୍ଲବ, ପ୍ରିନ୍ସ କ୍ଲବ, ବଣିକ ସଂଘ, ବାବାସ କ୍ଲବ, ଆଲୁମିନିୟମ ହାଇସ୍କୁଲ ମଣ୍ଡପରେ ଜୋର୍‌ଧରିଛି ସାଜସଜ୍ଜା କାର୍ଯ୍ୟ। ମଣ୍ଡପ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନାଲ୍‌କୋ ଏଫ୍‌ସିଆଇ ଛକଠାରୁ ବ୍ରାହ୍ମଣୀ ଦେବୀ ସାହି ପର୍ଯ୍ୟନ୍ତ ଆଲୋକ ସଜ୍ଜିତ କରାଯିବ। ଫଳରେ ନବବଧୂ ପରି ସଜେଇ ହେବ କୁଲାଡ଼ ଗାଁ। ଆଲୁମିନିୟମ ହାଇସ୍କୁଲ ତରଫରୁ ଏଥର ମେଢ଼କୁ ଆକର୍ଷଣୀୟ କରାଯିବାର ଯୋଜନା ରହିଛି। ତେବେ ବିଗ୍‌ପଣ୍ଡ ପକ୍ଷରୁ ପୋଖରୀ ଭିତରେ ହେଉଥିବା ମଣ୍ଡପ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବୋଲି କୁହାଯାଉଛି। ପ୍ରାୟ ୫ ଶହ ପାଇପ୍‌ ଦ୍ୱାରା ଏହି ମଣ୍ଡପ ନିର୍ମାଣ ଚାଲିଥିବାବେଳେ ରଙ୍ଗିନ ଆଲୋକରେ ସଜାସଜ୍ଜା କରାଯିବ। ସେହିପରି କୁଲାଡ଼ ଛକ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ତୋରଣ ନିର୍ମାଣ କରାଯିବ। ୧୩ ଦିନ ଧରି ପୂଜା ପାଳନ ହେବାକୁ ଥିବାରୁ ପ୍ରବଳ ଜନସମାଗମ ହେବ। ଏଥିସହ ଲୋକଙ୍କ ମନୋରଞ୍ଜନ ପାଇଁ ଦଣ୍ଡନୃତ୍ୟ, ମେଲୋଡ଼ି ପରି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଶ୍ରଦ୍ଧାଳୁମାନେ ପୂଜା ବୁଲିବା ସହ ମିନା ବଜାର ଓ ଭଳି କି ଭଳି ଖାଦ୍ୟ ଷ୍ଟଲର ମଜା ନେଇପାରିବେ।

ଗୋଟିଏ ମଣ୍ଡପରୁ ୯ ମଣ୍ଡପ
୨୫ ବର୍ଷ ତଳେ କୁଲାଡ଼ ଛକରେ ପ୍ରଥମେ ମା’ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା। ପରେ ଗ୍ରାମର ଯୁବଗୋଷ୍ଠୀଙ୍କ ପ୍ରଚେଷ୍ଟାରେ ଏହି ପୂଜା ଏବେ ୯ ମଣ୍ଡପରେ ପହଞ୍ଚିଛି। ଏହା ଗାଁର ଗଣପର୍ବ ହୋଇଥିବାରୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଧୁମ୍‌ଧାମରେ ପୂଜା ପାଳନ କରାଯିବ।
-ଜିତେନ୍ଦ୍ର ଜେନା, ସଭାପତି, କୁଲାଡ଼ ଛକସାହି ପୂଜା କମିଟି

ଆଲୋକମାଳାରେ ଝଲସିବ ଗ୍ରାମ ପୋଖରୀ
କରୋନା ଯୋଗୁ ୨ ବର୍ଷ ହେଲା ପୂଜା ଫିକା ପଡିଥିଲା। ହେଲେ ଚଳିତବର୍ଷ ବହୁ ଆଡ଼ମ୍ବରରେ ପୂଜା ପାଇଁ ପୋଖରୀ ଭିତରେ ମଣ୍ଡପ ନିର୍ମାଣ କରାଯାଉଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ରଙ୍ଗିନ ଆଲୋକମାଳାରେ ସାଜସଜ୍ଜା କରାଯାଉଛି।
-ରାଜୀବ ଜେନା, ସଭାପତି, ବିଗ୍‌ପଣ୍ଡ ପୂଜା କମିଟି

ଆଡ଼ମ୍ବରରେ ହେବ ଭସାଣି
ଚଳିତବର୍ଷ ବହୁ ଆଡ଼ମ୍ବରରେ ପୂଜା ସହ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଭିନ୍ନ ବାଦ୍ୟରେ ଗ୍ରାମ ଦୁଲୁକି ଉଠିବ। ଏଫ୍‌ସିଆଇ ଛକଠାରୁ ଗ୍ରାମ ଭିତର ପର୍ଯ୍ୟନ୍ତ ଶୋଭାଯାତ୍ର ଯିବ। ଏଥିପାଇଁ ମେଲୋଡି, ସାଉଣ୍ଡ ଓ ବାଦ୍ୟ ଦଳକୁ ଅଗ୍ରିମ ଦିଆସରିଛି।

-ମୁକେଶ ଜେନା, ସଭାପତି, ଆଲୁମିନିୟମ ହାଇସ୍କୁଲ ପୂଜା କମିଟି

ମହକିବ ଅରୁଆ ଅନ୍ନ ବାସ୍ନା
ପୂଜା ୧୩ ଦିନ ଧରି ପାଳନ ହେବାକୁ ଥିବାବେଳେ ଏହି ସମୟ ମଧ୍ୟରେ ଗ୍ରାମରେ ଆମିଷ ଦ୍ରବ୍ୟ ପଶିବ ନାହିଁ। ଘରେ ଘରେ ଅରୁଆ ଅନ୍ନର ମହକ ଛୁଟିବ। ଚଳିତବର୍ଷ ପୂଜାକୁ ବହୁ ଆକର୍ଷଣୀୟ କରାଯାଉଛି। ବିଶେଷକରି ଆଲୋକ ତୋରଣ ଉପରେ ଧ୍ୟାନ ଦିଆଯାଉଛି।
-ମିଲନ ସ୍ବାଇଁ, ସଭାପତି, ସାହାରା କ୍ଲବ


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?