ଆଉ ଶୁଭିବନି ଖୁମ୍ପିଦେଲୁ…ଧେ…ତ୍‌

‘ନାଁ ଟା ତା’ହେଲେ ମିନା… ଭଲ ନାଚିଲ…, ଖୁମ୍ପି ଦେଲୁ…ଭଲ କଲୁ…ଧେ…ତ୍‌।’ ୯୦ ଦଶକରେ ଯାତ୍ରା ଜଗତରେ ଛାଇ ହୋଇଯାଇଥିବା ଭିଲେନ ଭିକୁ ସେଠ୍‌ଙ୍କ ଏହି ଦମ୍‌ଦାର ସଂଳାପକୁ କିଏ ବା ଭୁଲିପାରିବ। ‘ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରାର ଏହି ଡାଏଲଗ୍‌କୁ ଆଜି ବି ଦର୍ଶକ ସେହି ସ୍ବର ଓ କଣ୍ଠରେ କହୁଛନ୍ତି। ହେଲେ ଏହି ସଂଳାପ ପଛର ମୁଖ୍ୟ ଚରିତ୍ର ଜଣକ ଆଜି ଆମ ଗହଣରେ ନାହାନ୍ତି। ଭିକୁ ସେଠ୍‌ ନାମରେ ପରିଚିତ ମହେନ୍ଦ୍ର ଦାଶ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଛାଡ଼ି ଶନିବାର ଆରପାରିକୁ ଚାଲିଯାଇଛନ୍ତି। ତେବେ ତାଙ୍କର ସେହି ଅଭୁଲା ଡାଏଲଗ୍‌ ଆଉ ଶୁଭିବନି। ହେଲେ ତାଙ୍କର ସେହି ଜୀବନ୍ତ ଅଭିନୟ ଓ ସଂଳାପ ତାଙ୍କୁ ଚିରକାଳ ପାଇଁ ଅମର କରି ରଖିବ।

ଶାଗୁଣା ଦେଇଥିଲା ପରିଚୟ
ସଚ୍ଚି ଦାସଙ୍କ ନିର୍ଦ୍ଦେଶିତ ଜନତା ଗଣନାଟ୍ୟର ‘ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରାରେ ଭିକୁ ସେଠ୍‌ ଚରିତ୍ରରେ ଅଭିନୟ କରି ମହେନ୍ଦ୍ର ଦାଶ ରାତାରାତି ଯଲିଉଡ୍‌ର ଷ୍ଟାର୍‌ ଖଳନାୟକ ପାଲଟିଥିଲେ। ଡିମାଣ୍ଡ୍‌ ଏତେ ବଢ଼ିଗଲା ଯେ, ସବୁଥିରେ ତାଙ୍କୁ ଖୋଜାପଡ଼ିଲା। ଲୋକେ ତାଙ୍କୁ ଭିକୁ ସେଠ୍‌ ନାମରେ ଜାଣିଲେ। ଏହାପରେ ମହେନ୍ଦ୍ର ଯେଉଁଠାକୁ ବି ଯାଉଥିଲେ ସେଠାରେ ‘ଶାଗୁଣା ଆସିଲା’ ବୋଲି ଚର୍ଚ୍ଚା ହେଉଥିଲା। ଗାଁ ଡ୍ରାମାରୁ ଅଭିନୟ ଜୀବନ ଆରମ୍ଭ କରିଥିବା ମହେନ୍ଦ୍ରଙ୍କ ଅଭିନୀତ ଏହି ନାଟକ ଯାତ୍ରା ଇତିହାସରେ ଆଜି ବି ଏକ ମାଇଲଷ୍ଟୋନ ହୋଇରହିଛି। ୨୯ ବର୍ଷ ତଳର ଏହି ନାଟକ ଏବେ ବି ଦର୍ଶକଙ୍କ ମନକୁ ବାନ୍ଧି ରଖିଥିବାବେଳେ ସେ ସମୟରେ ଶାଗୁଣାକୁ ନେଇ ଅନେକ ଯାତ୍ରାପାର୍ଟି ନାଟକ ମଞ୍ଚସ୍ଥ କରିଥିଲେ। ମହେନ୍ଦ୍ର ଯେଉଁ ପାର୍ଟିକୁ ଯାଉଥିଲେ ସେଠାରେ ଶାଗୁଣାକୁ ନେଇ ନାଟକର ସଂଳାପ ଲେଖାଯାଉଥିଲା। ଗୌରୀ ଗଣନାଟ୍ୟର ‘ଏ କୋଉ ଯୁଗର ଶାଗୁଣା’, କଳିଙ୍ଗ ଗଣନାଟ୍ୟର ’ପୁଣି ଶାଗୁଣା ଫେରିଲା’, ଯାତ୍ରା ବିଶ୍ୱଜନନୀର ‘ଶାଗୁଣା ଯାଉଛି ଶ୍ୱଶୁର ଘର’, ବାଣେଶ୍ୱରୀ ଗଣନାଟ୍ୟର ‘ଶାଗୁଣାର ପୁଣି ବାସର ରାତି’ ନାମରେ ମଞ୍ଚସ୍ଥ ହୋଇଥିଲା ଓ ପ୍ରତିଥର ଭିକୁ ସେଠ୍‌ଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିଣୁଥିଲା।

ଡାଏଲଗ୍‌ କିଙ୍ଗ୍‌
ଯାତ୍ରା ଜଗତରେ ସବୁବେଳେ ଚ୍ୟାଲେଞ୍ଜ ସୃଷ୍ଟି କରୁଥିଲେ ମହେନ୍ଦ୍ର। କେତେବେଳେ ତାଙ୍କୁ କେଉଁ ରୂପରେ ଷ୍ଟେଜ୍‌ରେ ଦେଖିବାକୁ ମିଳୁଥିଲା ତାହା କହିବା ମୁସ୍କିଲ ହୋଇପଡ଼ୁଥିଲା। ତେବେ ଟେଲିଭିଜନ ଓ ଇଣ୍ଟରନେଟ୍‌ ଯୁଗର ପ୍ରବେଶ ପରେ ଯାତ୍ରାର ଲୋକପ୍ରିୟତା କମିଥିଲେ ମଧ୍ୟ ମହେନ୍ଦ୍ରଙ୍କ ଡାଏଲଗ୍‌ କିନ୍ତୁ ସବୁବେଳେ ଚର୍ଚ୍ଚାରେ ରହିଆସିଥିଲା। ବିଶେଷକରି ଯୁବବର୍ଗଙ୍କ ମଧ୍ୟରେ ତାଙ୍କ ପ୍ରତିଟି ନାଟକର ଡାଏଲଗ୍‌ ବେଶ୍‌ ଆଦୃତ ହୋଇଥିଲା। ଏପରି କି ଟିକ୍‌ଟକ୍‌ରେ ଭିକୁ ସେଠ୍‌ଙ୍କ ସଂଳାପକୁ ନେଇ ସେମାନେ ଭଳିକି ଭଳି ଭିଡ଼ିଓ କରୁଥିଲେ। ‘ନାଁ ଟା ତା’ହେଲେ ମୀନା, ଭଲ ନାଚିଲ, ଖୁମ୍ପିଦେଲୁ, ପୁଣି ମୋତେ, ଭଲ କଲୁ। ହେଲେ ତୋର ଏ ଖୁମ୍ପାଟା ମୋ ମନର ଲେନ୍ସ ଭିତରେ ଗୋଟେ ଗାର ହୋଇ ରହିଗଲା’ ଭଳି ସଂଳାପ ଟିକ୍‌ଟକ୍‌ରେ ବେଶ୍‌ ଚହଳ ପକାଇଥିଲା।

ସିନେମା ମୋହ ଆକର୍ଷିତ କରିପାରି ନ ଥିଲା
ଭିକୁ ସେଠ୍‌ ଓରଫ ମହେନ୍ଦ୍ର ଦାଶ ଖଳନାୟକଭାବେ ଏତେ ଲୋକପ୍ରିୟ ହୋଇଥିଲେ ଯେ ପ୍ରଯୋଜକ ବସନ୍ତ ନାୟକ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ରରେ ସୁଯୋଗ ଦେଇଥିଲେ। ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ହୋଇଥିବା ସିନେମା ‘ଯଶୋଦା’ରେ ମହେନ୍ଦ୍ର ଦାସ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ‘ଶାଗୁଣା ବସିଛି ଡେଣା ମେଲାଇ’ ନାଟକର ବହୁଚର୍ଚ୍ଚିତ ସଂଳାପ ‘ଧେ…ତ୍‌’କୁ ‘ଯଶୋଦା’ ସିନେମାରେ ଦୋହରାଇଥିଲେ ମହେନ୍ଦ୍ର। ତାଙ୍କ ପାଇଁ ଏହି ସିନେମା ବେଶ୍‌ ହିଟ୍‌ ହୋଇଥିଲା। ତେବେ ଓଡ଼ିଆ ସିନେମା ଓ କିଛି ଭଜନରେ ଅଭିନୟ କରିଥିଲେ ମଧ୍ୟ ସେ ସିନେମା ମୋହରେ ପଡ଼ି ନ ଥିଲେ। ଯାତ୍ରା ମୋହ ତାଙ୍କୁ ପୁଣିଥରେ ମଞ୍ଚକୁ ଫେରାଇ ଆଣିଥିଲା। ରାତିରେ ରଙ୍ଗ ପାଉଡର ମାରି ଲୋକଙ୍କ ମନୋରଞ୍ଜନ କରିବାକୁ ସେ ଅଧିକ ଭଲ ପାଉଥିଲେ।

ଯାତ୍ରା ଜଗତର ଯାତ୍ରା
‘ଆକାଶ କଇଁଆ ଚିଲିକା ମାଛ’ ନାଟକରୁ ଯାତ୍ରା ଜଗତରେ ପାଦ ଦେଇଥିଲେ ମହେନ୍ଦ୍ର। ଏହାପରେ ସେ ‘କନ୍ୟାଦାନ ମହାପୁଣ୍ୟ’, ‘ଅନ୍ଧ ଦେଶେ ଗଲି ଦର୍ପଣ ବିକି’, ‘ତୁ ଥା ମୁଁ ଯାଉଛି ରୁଷି’, ‘ପୁଣି ଶାଗୁଣା ଫେରିଛି’, ‘ନଖି ନାନୀ ପୁଅ ଭଗିଆ’, ‘କହ ଗୌର ଦାସ କାହାର ଦୋଷ’, ‘କାଳିଆ ଆଖିରେ ଲୁହ’, ‘ଭକ୍ତ ସାଲବେଗ’, ‘ବଳାତ୍କାର’ ଭଳି ଅନେକ ଲୋକପ୍ରିୟ ନାଟକ ପାଇଁ ସେ ଚର୍ଚ୍ଚିତ ହୋଇଥିଲେ। ଦୀର୍ଘ ବର୍ଷର ଯାତ୍ରା ଜୀବନରେ ମହେନ୍ଦ୍ର ଅନେକ ସଫଳ ଓ ଚର୍ଚ୍ଚିତ ନାଟକରେ ଅଭିନୟ କରିଥିଲେ। କଳିଙ୍ଗ, ଧଉଳି, ଗୌରୀ, ତୁଳସୀ, ସାତଶଙ୍ଖ, ଯାତ୍ରା ସୋମାନାଥ, ପୃଥୀ ଅପେରା ଭଳି ଯାତ୍ରା ଅନୁଷ୍ଠାନରେ ସେ ନିଜ ପ୍ରତିଭା ଦେଖାଇଥିଲେ।

ରିପୋର୍ଟ: ସସ୍ମିତା ପାଇକରାୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?