ଚମକିଲେ ବିକାଶ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ର: ବାଣିଜ୍ୟରେ ମୟଙ୍କ,ବିଜ୍ଞାନରେ ଶିଳା ନୟନ ଜିଲା ଟପ୍ପର

ଭବାନୀପାଟଣା,୧୩।୫(ଉତ୍ତମ କୁମାର ଦାଶ)- ସିବିଏସ୍‌ଇ ଦ୍ଵାଦଶ ପରୀକ୍ଷାରେ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ର ଅଭୂତପୂର୍ବ ସଫଳତା ହାସଲ କରି ଜିଲାରେ ଚମକଛନ୍ତି। ବିଜ୍ଞାନ ବିଭାଗରେ ମୋଟ ୧୬୦ ଜଣ ଛାତ୍ରୀ ଛାତ୍ରପରୀକ୍ଷା ଦେଇଥିବା ବେଳେ ପାସ୍ ହାର ଶତ ପ୍ରତିଶତ ରହିଛି । ୯୫% ରୁ ଉର୍ଦ୍ଧ୍ବ ୨ ଜଣ, ୯୦%ରୁ ଉର୍ଦ୍ଧ୍ବ ୮ ଜଣ ୮୦% ରୁ ଉର୍ଦ୍ଧ୍ବ ୪୧ ଜଣ ଥିବା ବେଳେ ୯୯ ଜଣ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ହାର ୯୫.୬% ନମ୍ବର ରଖି ଶିଳା ନୟନ କୁମାର ଜିଲା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି ।

ସେହିପରି ବାଣିଜ୍ୟ ବିଭାଗରେ ମୋଟ ୩୫ ଜଣ ପରୀକ୍ଷା ଦେଇଥିବା ବେଳେ ପାସ୍ ହାର ଶତ ପ୍ରତିଶତ ରହିଛି। ମୟଙ୍କ ଅଗ୍ରୱାଲ ସର୍ବୋଚ୍ଚ ୯୭% ପ୍ରତିଶତ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ୪ ଜଣ ଛାତ୍ର ୯୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ୨୯ ଜଣ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀଛାତ୍ର ମାନଙ୍କର ଏହି ସଫଳତାରେ ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ ର ଚେୟାରମ୍ୟାନ ଡି ନାଗେଶ୍ୱର ରାଓ, ନିର୍ଦ୍ଦେଶକ ଡି ଶ୍ୟାମ, ନିର୍ଦ୍ଦେଶକ ଡି ରାମ କୁମାର, ମୁଖ୍ୟ ଶିକ୍ଷା ଅଧିକାରୀ ଡି ବିଜୟା, ଡି ପଦ୍ମିନୀ , ପ୍ରିନସପାଲ୍ କମ ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ଯକ୍ଷା ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଉପାଧ୍ୟକ୍ଷ ପ୍ରସନ୍ନଜିତ ଦତ୍ତ ପ୍ରମୁଖ ଖୁସି ବ୍ୟକ୍ତ କରିବା ସହ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ପରୀକ୍ଷା ଫଳାଫଳକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

ଶୌଚ ହେବାକୁ ଯାଇଥିଲେ ଜନୁ: ତୁଠରେ ଖସିଗଲା ଗୋଡ଼, ଆଉ ତା’ପରେ…

ନନ୍ଦପୁର/ଲମତାପୁଟ, ୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି। ନିଜ ଘର ପାର୍ଶ୍ୱ ବିଭାଯୋଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri