ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ: ବିବିଏରେ ଗୁନଗୁନ, ବିସିଏରେ ସଲୋନୀ ଟପ୍ପର…

ଭବାନୀପାଟଣା,୩୦।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ପୁଣିଥରେ ଉତ୍କୃଷ୍ଟ ଶିକ୍ଷାଗତ ସଫଳତା ହାସଲ କରିଛି। ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ସଦ୍ୟ ପ୍ରକାଶିତ ସ୍ନାତକ ପରୀକ୍ଷା ଫଳାଫଳରେ ଅନୁଷ୍ଠାନର ଛାତ୍ରୀ ଗୁନଗୁନ ପ୍ରିୟଦର୍ଶିନୀ ପ୍ରଧାନ ବିବିଏ ବିଭାଗରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଥିବାବେଳେ ସଲୋନି ବେହେରା ବିସିଏ ବିଭାଗରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇ ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି।

ଚଳିତ ବର୍ଷ ଅନୁଷ୍ଠାନର ସମସ୍ତ ସ୍ନାତକ ଛାତ୍ରୀଛାତ୍ର ଶତପ୍ରତିଶତ (୧୦୦%) ଫଳାଫଳ ହାସଲ କରିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅନୁଷ୍ଠାନର ନିର୍ଦ୍ଦେଶକ ଡି. ଶ୍ୟାମ ଓ ଡି. ରାମ କୁମାର, ମୁଖ୍ୟ ଏକାଡେମିକ ଅଫିସର ଡି. ବିଜୟା ଓ ଡି. ପଦ୍ମିନୀଙ୍କ ସହ ଅନୁଷ୍ଠାନର ଅଧ୍ୟକ୍ଷ ଡ. ସୁଦୀପ୍ତ କୁମାର ଜାନା ଏବଂ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଟପ୍ପର ଓ ସମସ୍ତ ସଫଳ ସ୍ନାତକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନୁଷ୍ଠାନର ଏହି ସଫଳତା ପଛରେ ଛାତ୍ରୀଛାତ୍ରଙ୍କ ନିଷ୍ଠା, ଅଧ୍ୟବସାୟ ଏବଂ ଅଧ୍ୟାପକମାନଙ୍କ ନିରନ୍ତର ମାର୍ଗଦର୍ଶନ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମତ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଲମ୍ବନର ପ୍ରତିଶୋଧ: ବିଭାଗ ମୁଖ୍ୟଙ୍କୁ ଛୁରାମାଡ଼ , ବାରମ୍ବାର ନିବେଦନ ସତ୍ତ୍ୱେ ପ୍ରତ୍ୟାହାର ହୋଇ ନ ଥିଲା ନିଲମ୍ବନ

ସମ୍ବଲପୁର, ୩୧।୧୦ (ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ (ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।…

୨ ଯାଏଁ ଗଞ୍ଜାମରେ ସ୍କୁଲ ଛୁଟି: ସୂଚନା ଦେଇ ଜିଲାପାଳ କହିଲେ…

ଛତ୍ରପୁର, ୩୧।୧୦: ଗଞ୍ଜାମ ଜିଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲକୁ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଏ ନେଇ…

ବନ୍ୟାଞ୍ଚଳ ପରିଦର୍ଶନବେଳେ ଖଲ୍ଲିକୋଟ ବିଧାୟକଙ୍କୁ ଆକ୍ରମଣ କଲେ ଲୋକେ, ଭିଡିଓ ଭାଇରାଲ…

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭୟଙ୍କର ବନ୍ୟାରେ ଲୋକଙ୍କ ଘରଦ୍ୱାର ଭାଙ୍ଗି ଜୀବନଜୀବିକା ଉଜୁଡ଼ିଯାଇଛି। ହେଲେ ବନ୍ୟା ବିପନ୍ନ ଲୋକେ ପାଣିଘରରେ…

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲାରେ ୧୦ ଅଧିକାରୀ ନିଯୁକ୍ତ

ଛତ୍ରପୁର,୩୧ା୧୦(ଦିଲ୍ଲୀପ ସାମଲ): ‘ଅର୍ଣ୍ଣବ’ ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ରିଲିଫ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ…

ବନ୍ୟାଞ୍ଚଳ ସ୍ଥିତି ପରଖିଲେ ଜଳସମ୍ପଦ ପ୍ରମୁଖ ସଚିବ, ବିପର୍ଯ୍ୟସ୍ତର ବାସ୍ତବ ଚିତ୍ର ଦେଖି…

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି କୂଳ ଲଂଘନ ସହ ବନ୍ଧ ଭାଙ୍ଗିଯିବା ଫଳରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ…

ଅପରାଧ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ, ଫୋନ୍‌ କଲ୍‌ ପ୍ରତି…

ପାଟଣା,୩୧ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ପରିସରରେ ଶନିବାର ‘ଆମ ପୋଲିସ’ ସମିତି, ନିଶାମୁକ୍ତ ଭାରତ ପାଇଁ ଶପଥ ପାଠ, ରାଷ୍ଟ୍ରୀୟ ଏକତା ଦିବସ…

ପ୍ରଖର ସ୍ରୋତରେ ଦବିଲା ଋଷିକୁଲ୍ୟା ନଦୀ ପଥର ବନ୍ଧ, ପାଣି ପଶିବା ଭୟରେ ତୁରନ୍ତ ସହାୟତା ପାଇଁ ଆଗେଇ ଆସିଲେ…

ଗଞ୍ଜାମ, ୩୧।୧୦(ବିଦ୍ୟାଧର ସାହୁ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ନଦୀର ସ୍ରୋତ…

ରାତିରୁ ନିଖୋଜ ଥିଲେ, ପୋଖରୀ କୂଳରୁ ମିଳିଲା ଛାତ୍ରୀଙ୍କ ମୃତଦେହ; ଏକତରଫା ପ୍ରେମରୁ ହତ୍ୟାକୁ ନେଇ…

ମାର୍ଶାଘାଇ, ୩୧।୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଏକ ଅଭାବନୀୟ ଓ ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗତକାଲି ରାତିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?