Posted inଜାତୀୟ

ବିକାଶ ଦୁବେଙ୍କ ସମ୍ପତ୍ତିର ହେବ ହିସାବ କିତାବ

କାନପୁର,୧୧।୭: ମୋଷ୍ଟ ଓ୍ବାଣ୍ଟେଡ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ପରେ ବି ତାଙ୍କୁ ନେଇ ଚର୍ଚ୍ଚା କମିବାର ନାଁ ନେଉନି। ଏନ୍‌କାଉଣ୍ଟର ପରେ ଏବେ ତାଙ୍କ ସମ୍ପତ୍ତିର ହିସାବ କିତାବ କରାଯିବ ବୋଲି ଜଣାପଡିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ ସମ୍ପତ୍ତିର ହିସାବ କିତାବ ଆରମ୍ଭ କରିଥିବା ଜଣାପଡିଛି। ଇଡି ଉତ୍ତରପ୍ରଦେଶ ପୋଲିସକୁ ବିକାଶ ଦୁବେ, ତାଙ୍କ ପରିବାର, ସହଯୋଗୀ ଓ ଅପରାଧ ମାମଲାର ସହଯୋଗୀଙ୍କ ସମ୍ପୂର୍ଣ୍ଣ ବିବରଣୀ ମାଗିଛି। ଏହାସହ ବିକାଶ ଦୁବେଙ୍କ ବିରୋଧର ଆପରାଧିକ ମାମଲର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମଧ୍ୟ ତଥ୍ୟ ମାଗିଛି। ସୂଚନାଯୋଗ୍ୟ, ଏନ୍‌କାଉଣ୍ଟର ପୂର୍ବରୁ ବିକାଶଙ୍କ ରାଜପ୍ରାସାଦ ଭଳି ଏକ ଘରକୁ ଭାଙ୍ଗି ଦିଆଯିବା ସହ ପୋଲିସ ଉପସ୍ଥିତିରେ ତାଙ୍କ କାର୍‌କୁ ମଧ୍ୟ ଜେସିବି ମେଶିନ ଲଗାଇ ଭାଙ୍ଗି ଦିଆଯାଇଥିଲା। ଏବେ ଲକ୍ଷ୍ନୌରେ ତାଙ୍କର ଏକ ଘର ଥିବା ବେଳେ ପୋଲିସର ନଜର ତା’ଉପରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ବିବାହ ପାଇଁ କାର୍ଡ ବଣ୍ଟା ସରିଥିଲା, ଅଟକିଲା ବାହାଘର; କାରଣ ଜାଣିଲେ…

ଲକ୍ଷ୍ନୌ,୨୯।୪: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। କାର୍ଡ ବି ବଣ୍ଟା ସରିଥିଲା। ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ଦିଆସରିଥିଲା। ଏପରିକି ବନ୍ଧୁବାନ୍ଧବ ବିବାହ ଉତ୍ସବରେ ଯୋଗ ଦେବେ...

ଅଗଷ୍ଟ କ୍ରାନ୍ତିରୁ ଆରମ୍ଭ ହୋଇଥିଲା ଇଂରେଜଙ୍କ ଫେରିବାର ଓଲଟା ଗଣତି

ନୂଆଦିଲ୍ଲୀ,୮।୮: ଜାତିର ପିତା ମହାତ୍ମା ଗାନ୍ଧୀ ୮ ଅଗଷ୍ଟ ୧୯୪୨ରେ ମୁମ୍ବାଇଠାରେ ଭାରତ ଛାଡ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ ଅଗଷ୍ଟ କ୍ରାନ୍ତି ନାମରେ...

ଭାଜପା ଗଣତନ୍ତ୍ର ରାଜନୀତି ଛାଡ଼ି ଆପଣେଇଛି ଧନବଳ ରାଜନୀତି, ହେମନ୍ତ ସୋରେନଙ୍କ ସମାଲୋଚନା…

ରାଞ୍ଚି, ୪।୮ : ଝାଡଖଣ୍ଡରେ କଂଗ୍ରେସ ବିଧାୟକମାନଙ୍କୁ ଟଙ୍କା ଦେବା ପଛରେ କ’ଣ ରହସ୍ୟ ରହିଛି ଏବଂ କେଉଁ ଷଡଯନ୍ତ୍ର କରାଯାଇଛି ତାହାର ତଦନ୍ତ ପଣ୍ଚିମବଙ୍ଗ...

ଦେଶର ନୂତନ ସଂସଦ ଭବନ ଗୋଲାକାର ନୁହେଁ ବରଂ ନିର୍ମାଣ ହେବ ତ୍ରିଭୁଜ ଆକାରର, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଆମ ଦେଶର ନୂତନ ସଂସଦ ଭବନର ପ୍ରାରମ୍ଭିକ ଫଟୋ ପ୍ରକାଶ ପାଇଛି। ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ନୂତନ...

କ୍ଷେତ୍ରୀୟ ଅଖଣ୍ଡତା-ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ଆବଶ୍ୟକ: ଜୟ ଶଙ୍କର

ନୂଆଦିଲ୍ଲୀ,୧୫।୧୧: କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଦେବା ଦ୍ୱାରା ଦେଶ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇପାରିବ। ସେହିପରି ଅନ୍ତର୍ଜାତୀୟ ଆଇନର ପାଳନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ...

ପାର୍ଥୋ ଦାସଗୁପ୍ତାଙ୍କୁ ଜାମିନ

ମୁମ୍ବାଇ, ୩ା୩: ଟେଲିଭିଜନ ରେଟିଂ ପଏଣ୍ଟ (ଟିଆର୍‌ପି) ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବ୍ରଡ୍‌କାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ(ବିଏଆର୍‌ସି)ର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କୁ ମଙ୍ଗଳବାର...

ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍‌

ନୂଆଦିଲ୍ଲୀ,୧୧।୭: କୋର୍ଟ ଆଦେଶ ଅବମାନନା ମାମଲାରେ ସୋମବାର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଚାରିମାସ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ଦୁଇ ହଜାର ଟଙ୍କା...

ମାର୍ଚ୍ଚରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ,୧୫।୨: ମାର୍ଚ୍ଚ ମାସରୁ ୫୦ ବର୍ଷ ବୟଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ କରୋନା ଟିକାକରଣ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର ଘୋଷଣା କରିଛନ୍ତି।...

Advertisement
Archives

Model This Week