Posted inଜାତୀୟ

ବିକାଶ ଦୁବେଙ୍କ ସମ୍ପତ୍ତିର ହେବ ହିସାବ କିତାବ

କାନପୁର,୧୧।୭: ମୋଷ୍ଟ ଓ୍ବାଣ୍ଟେଡ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ପରେ ବି ତାଙ୍କୁ ନେଇ ଚର୍ଚ୍ଚା କମିବାର ନାଁ ନେଉନି। ଏନ୍‌କାଉଣ୍ଟର ପରେ ଏବେ ତାଙ୍କ ସମ୍ପତ୍ତିର ହିସାବ କିତାବ କରାଯିବ ବୋଲି ଜଣାପଡିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ ସମ୍ପତ୍ତିର ହିସାବ କିତାବ ଆରମ୍ଭ କରିଥିବା ଜଣାପଡିଛି। ଇଡି ଉତ୍ତରପ୍ରଦେଶ ପୋଲିସକୁ ବିକାଶ ଦୁବେ, ତାଙ୍କ ପରିବାର, ସହଯୋଗୀ ଓ ଅପରାଧ ମାମଲାର ସହଯୋଗୀଙ୍କ ସମ୍ପୂର୍ଣ୍ଣ ବିବରଣୀ ମାଗିଛି। ଏହାସହ ବିକାଶ ଦୁବେଙ୍କ ବିରୋଧର ଆପରାଧିକ ମାମଲର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମଧ୍ୟ ତଥ୍ୟ ମାଗିଛି। ସୂଚନାଯୋଗ୍ୟ, ଏନ୍‌କାଉଣ୍ଟର ପୂର୍ବରୁ ବିକାଶଙ୍କ ରାଜପ୍ରାସାଦ ଭଳି ଏକ ଘରକୁ ଭାଙ୍ଗି ଦିଆଯିବା ସହ ପୋଲିସ ଉପସ୍ଥିତିରେ ତାଙ୍କ କାର୍‌କୁ ମଧ୍ୟ ଜେସିବି ମେଶିନ ଲଗାଇ ଭାଙ୍ଗି ଦିଆଯାଇଥିଲା। ଏବେ ଲକ୍ଷ୍ନୌରେ ତାଙ୍କର ଏକ ଘର ଥିବା ବେଳେ ପୋଲିସର ନଜର ତା’ଉପରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

ଆଶ୍ଚର୍ଯ୍ୟ ହେଲେବି ସତ, ଏହି ରାଜ୍ୟରେ ୭ ହଜାର ଛାତ୍ର HIV ପଜିଟିଭ୍

ବେଙ୍ଗାଲୁରୁ,୨୯।୭: କର୍ନାଟକରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୧୮ ରୁ ୨୫ ବର୍ଷ ବୟସର ପ୍ରାୟ ୭ ହଜାର…

ପ୍ରବଳ ବର୍ଷା; କଳାହାଣ୍ଡିରେ ବଢ଼ିଲା ସ୍କୁଲ ଛୁଟି ଅବଧି, ଜିଲାପାଳ କହିଲେ…

ଭବାନୀପାଟଣା,୨୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଜାରି ରହିଛି ବର୍ଷା । ଏହାକୁ ଦୃଷ୍ଟିରେ ରଖି ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସ୍କୁଲ ଛୁଟି…

ଖେମୁଣ୍ଡି କଲେଜରେ ବନ ମହୋତ୍ସବ: ଅତିଥି ,ଅଧ୍ୟାପିକା,  ଅଧ୍ୟାପକ ମିଳିମିଶିକଲେ …

ଦିଗପହଣ୍ଡି,୨୯|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଯୁକ୍ତ ୨ ଏବଂ ଯୁକ୍ତ ୩ ଜାତୀୟ ସେବା ଯୋଜନା(ଏନଏସଏସ) ୟୁନିଟ ପକ୍ଷରୁ କଲେଜ ପରିସରରେ…

ହୁମାରେ ବଡ଼ ଧରଣର ସିରିଜ୍ ଚୋରି: ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହୁମା,୨୯।୭ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ହୁମା ଫାଣ୍ଡି ଅଧୀନ ପାଟଣା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସିରିଜ୍ ଚୋରି ଘଟିଛି। ଗୋଟିଏ…

କାଦୁଅ ପାଇଁ ହନ୍ତସନ୍ତ ରୋଗୀ, ଥୁଆମୂଳ ରାମପୁର CHC ରାସ୍ତାରେ ଅଟକୁଛି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତା ଓ ଗେଟ୍ ସମ୍ମୁଖରେ ଏବେ ସ୍ଥିତି ଶୋଚନୀୟ ହୋଇପଡିଛି ।…

ଗର୍ଜିଲେ ରାହୁଲ; ଅମିତ ଶାହାଙ୍କୁ ପଦବୀରୁ ହଟାନ୍ତୁ, ଭାଜପାକୁ କ୍ଷମା ମାଗିବି….

ନୂଆଦିଲ୍ଲୀ,୨୯।୭: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଭାଜପା ତାଙ୍କୁ ଗୃହରେ କହିବାକୁ ଦେଲାନାହିଁ । ବାରମ୍ବାର ବାଚସ୍ପତିଙ୍କୁ ଅନୁରୋଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri