Posted inଜାତୀୟ

ମାଫିଆ ଡନ୍‌ କାହା ବଳରେ ହେଉଛନ୍ତି ବାହୁବଳୀ ?

ନୂଆଦିଲ୍ଲୀ, ୧୧।୭: ବିକାଶ ଦୁବେଙ୍କ ଭଳି ମାଫିଆ ଡନ୍‌ କାହା ବଳରେ ବାହୁବଳୀ ହେଉଛନ୍ତି ସେ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ବିକାଶଙ୍କ ସରେଣ୍ଡର ଘଟଣା, ଏହାପରେ ଏନ୍‌କାଉଣ୍ଟର ଏକ ଫିଲ୍ମର କାହାଣୀ ପରି ଜଣାପଡୁଛି। ଏହାର କିଛି ଦିନ ପୂର୍ବରୁ ୮ ଜଣ ପୋଲିସଙ୍କ ହତ୍ୟା ମଧ୍ୟ ବହୁ ପ୍ରଶାସନିକ ଅଧିକାରୀ ଏବଂ ରାଜନେତାଙ୍କୁ ସନ୍ଦେହ ଘେରକୁ ଆଣୁଛି। ତରବରିଆ ଭାବେ ଏନ୍‌କାଉଣ୍ଟର କରାଯାଇଥିବା କେତେକ ଏହି ଘଟଣା ପରେ ମତଦେଇଛନ୍ତି। ତେବେ ଏଭଳି ବାହୁବଳୀ ଗ୍ୟାଙ୍ଗ୍‌ଷ୍ଟରଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ସମୟରେ ବହୁ ରାଜନୈତିକ ଦଳ ଅଣ୍ଟା ଭିଡୁଥିବାର ଉଦାହରଣ ମଧ୍ୟ ରହିଛି। ବିକାଶଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି। ବିକାଶଙ୍କର ମଧ୍ୟ କିଛି ରାଜନୈତିକ ଦଳ ସହିତ ଭଲ ସମ୍ପର୍କ ଥିଲା। ଏହି ସମ୍ପର୍କ ନିର୍ବାଚନ ଜିତାଇବାଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ପ୍ରକାରର ବୋଲି ଅଭିଯୋଗ ହେଉଛି। ଏନ୍‌କାଉଣ୍ଟର ପରେ ବିରୋଧୀ ଦଳ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଏନ୍‌କାଉଣ୍ଟର ଯୋଗୁ ବିକାଶଙ୍କ ସହିତ ଯୋଗସୂତ୍ରରେ ଥିବା ବଡ଼ ଅଧିକାରୀ ଏବଂ ରାଜନେତାଙ୍କ ନାମ ସବୁଦିନ ପାଇଁ ଅଜଣା ରହିଯାଇଥିବା ବିରୋଧୀ କହିଛନ୍ତି। ଏନେଇ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ, ଅପରାଧୀଙ୍କର ତ ଅନ୍ତ ହୋଇଗଲା, ତେବେ ଅପରାଧ ଏବଂ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଅଜଣା ବ୍ୟକ୍ତି ବିଶେଷଙ୍କ ନାମ ସବୁଦିନ ପାଇଁ ଅନ୍ଧାରରେ ରହିଗଲା। ବିକାଶଙ୍କୁ ପଚରାଉଚରା କରାଯାଇଥିଲେ ହୁଏତ ଭଲ ହୋଇଥାନ୍ତା। ବିକାଶଙ୍କ ନାମରେ ୬୦ରୁ ଅଧିକ ମାମଲା ରହିଥିଲା। ଉତ୍ତରପ୍ରଦେଶ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ସିଂଙ୍କ ଅନୁସାରେ ରାଜ୍ୟରେ ଅପରାଧୀ ଏବଂ ରାଜନୈତିକ ଦଳ ମଧ୍ୟରେ ରହିଥିବା ସମ୍ପର୍କ ସମସ୍ତଙ୍କୁ ଜଣା। ୧୯୯୩ରେ ଗଠିତ ହୋଇଥିବା ବୋହରା କମିଟି ରିପୋର୍ଟ ସମ୍ପର୍କରେ ଆଲୋଚନା କରି କହିଛନ୍ତି ଯେ, ଏଥିରେ ଦର୍ଶାଯାଇଛି ଅପରାଧୀ, ରାଜନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଥିବା ଯୋଗାଯୋଗ ସମାଜ ପାଇଁ ବିପଦ ସୃଷ୍ଟି କରୁଛି। ତେବେ ଏହାର ସମାପ୍ତି ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ପ୍ରଭାବଶାଳୀ ହୋଇ ପାରୁ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇରନ୍‌ ଲେଡିଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୯।୧୧: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୨ତମ ଜୟନ୍ତୀ ଅବସରରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ...

ବନ୍ୟା ପୀଡିତ ପରିବାରଙ୍କୁ ୬ ହଜାର ଟଙ୍କା ଦେବାକୁ ଘୋଷଣା କଲେ ନୀତୀଶ

ପାଟନା,୧୯।୭: ବିହାରରେ ଚଳିତ ବର୍ଷ ବନ୍ୟା ପରିସ୍ଥିତି ଉତ୍କଟ ରୂପ ଧାରଣ କରିଛି ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଶୁକ୍ରବାର...

ଛଅ ବର୍ଷରେ ୧୫ ଏମ୍ସକୁ ମିଳିଛି ମଞ୍ଜୁରୀ, ୨୦୧୪ ପର୍ଯ୍ୟନ୍ତ ଥିଲା ମାତ୍ର ଛଅ: ମୋଦି

ନୂଆଦିଲ୍ଲୀ,୨୬ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନସିଂ ଜରିଆରେ ତାମିଲନାଡୁର ଡା. ଏମ୍‌ଜିଆର୍ ମେଡିକାଲ ୟୁନିଭର୍ସିଟିର ୩୩ ତମ ଦିକ୍ଷାନ୍ତ ସମାରୋହକୁ ସାମ୍ବୋଧିତ...

୧୭୦ ବିଧାୟକଙ୍କ ସମର୍ଥନ ରହିଛି

ମୁମ୍ବାଇ, ୨୪ା୧୧(ପି.ଟି.) : ମହାରାଷ୍ଟ୍ରରେ ଭାଜପା ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ସମସ୍ତ ଏନ୍‌ସିପି ବିଧାୟକ ଓ ୧୧ ସ୍ବାଧୀନ ବିଧାୟକ ଆମକୁ ସମର୍ଥନ...

ଦିନେ ନା ଦିନେ ସତ ସାମ୍ନାକୁ ଆସିବ: ମୋଦି

ନୂଆଦିଲ୍ଲୀ, ୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କର୍ନାଟକର ତୁମାକୁରୁ ଜିଲାର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ହାଲ)ର ଦେଶର ସର୍ବବୃହତ ହେଲିକପ୍ଟର ଉତ୍ପାଦନ ୟୁନିଟର ଉଦଘାଟନ କରିଛନ୍ତି।...

୧.୯ ଲକ୍ଷ ନେଲେ

ନୂଆଦିଲ୍ଲୀ, ୧୭।୧(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶରେ ବିଶ୍ୱର ସର୍ବବୃହତ୍‌ କୋଭିଡ୍‌ ଟିକାକରଣ ଅଭିଯାନ ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ପ୍ରାୟ ୩ ଲକ୍ଷ...

୮୫ % କମିଶନ ଖାଉଥିବା କଂଗ୍ରେସ କର୍ନାଟକର ଯୁବକଙ୍କ ଭବିଷ୍ୟତ କ’ଣ ଗଢିବ: ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୭।୫: ମେ’୧୦ରେ କର୍ନାଟକ ବିଧାନସଭା ନିର୍ବାଚନ। ଏଥିନେଇ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ପ୍ରଚାର କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରବିବାର ଶିବାମୋଗାରେ ନିର୍ବାଚନୀ...

ଇସ୍ତଫା ଦେଲେ ଚନ୍ନି

ଚଣ୍ଡିଗଡ,୧୧।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ସିଂ ଚନ୍ନି ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ନିକଟରେ...

Advertisement
Archives

Model This Week