Posted inଜାତୀୟ

ମାଫିଆ ଡନ୍‌ କାହା ବଳରେ ହେଉଛନ୍ତି ବାହୁବଳୀ ?

ନୂଆଦିଲ୍ଲୀ, ୧୧।୭: ବିକାଶ ଦୁବେଙ୍କ ଭଳି ମାଫିଆ ଡନ୍‌ କାହା ବଳରେ ବାହୁବଳୀ ହେଉଛନ୍ତି ସେ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ବିକାଶଙ୍କ ସରେଣ୍ଡର ଘଟଣା, ଏହାପରେ ଏନ୍‌କାଉଣ୍ଟର ଏକ ଫିଲ୍ମର କାହାଣୀ ପରି ଜଣାପଡୁଛି। ଏହାର କିଛି ଦିନ ପୂର୍ବରୁ ୮ ଜଣ ପୋଲିସଙ୍କ ହତ୍ୟା ମଧ୍ୟ ବହୁ ପ୍ରଶାସନିକ ଅଧିକାରୀ ଏବଂ ରାଜନେତାଙ୍କୁ ସନ୍ଦେହ ଘେରକୁ ଆଣୁଛି। ତରବରିଆ ଭାବେ ଏନ୍‌କାଉଣ୍ଟର କରାଯାଇଥିବା କେତେକ ଏହି ଘଟଣା ପରେ ମତଦେଇଛନ୍ତି। ତେବେ ଏଭଳି ବାହୁବଳୀ ଗ୍ୟାଙ୍ଗ୍‌ଷ୍ଟରଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ସମୟରେ ବହୁ ରାଜନୈତିକ ଦଳ ଅଣ୍ଟା ଭିଡୁଥିବାର ଉଦାହରଣ ମଧ୍ୟ ରହିଛି। ବିକାଶଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି। ବିକାଶଙ୍କର ମଧ୍ୟ କିଛି ରାଜନୈତିକ ଦଳ ସହିତ ଭଲ ସମ୍ପର୍କ ଥିଲା। ଏହି ସମ୍ପର୍କ ନିର୍ବାଚନ ଜିତାଇବାଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ପ୍ରକାରର ବୋଲି ଅଭିଯୋଗ ହେଉଛି। ଏନ୍‌କାଉଣ୍ଟର ପରେ ବିରୋଧୀ ଦଳ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଏନ୍‌କାଉଣ୍ଟର ଯୋଗୁ ବିକାଶଙ୍କ ସହିତ ଯୋଗସୂତ୍ରରେ ଥିବା ବଡ଼ ଅଧିକାରୀ ଏବଂ ରାଜନେତାଙ୍କ ନାମ ସବୁଦିନ ପାଇଁ ଅଜଣା ରହିଯାଇଥିବା ବିରୋଧୀ କହିଛନ୍ତି। ଏନେଇ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ, ଅପରାଧୀଙ୍କର ତ ଅନ୍ତ ହୋଇଗଲା, ତେବେ ଅପରାଧ ଏବଂ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଅଜଣା ବ୍ୟକ୍ତି ବିଶେଷଙ୍କ ନାମ ସବୁଦିନ ପାଇଁ ଅନ୍ଧାରରେ ରହିଗଲା। ବିକାଶଙ୍କୁ ପଚରାଉଚରା କରାଯାଇଥିଲେ ହୁଏତ ଭଲ ହୋଇଥାନ୍ତା। ବିକାଶଙ୍କ ନାମରେ ୬୦ରୁ ଅଧିକ ମାମଲା ରହିଥିଲା। ଉତ୍ତରପ୍ରଦେଶ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ସିଂଙ୍କ ଅନୁସାରେ ରାଜ୍ୟରେ ଅପରାଧୀ ଏବଂ ରାଜନୈତିକ ଦଳ ମଧ୍ୟରେ ରହିଥିବା ସମ୍ପର୍କ ସମସ୍ତଙ୍କୁ ଜଣା। ୧୯୯୩ରେ ଗଠିତ ହୋଇଥିବା ବୋହରା କମିଟି ରିପୋର୍ଟ ସମ୍ପର୍କରେ ଆଲୋଚନା କରି କହିଛନ୍ତି ଯେ, ଏଥିରେ ଦର୍ଶାଯାଇଛି ଅପରାଧୀ, ରାଜନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଥିବା ଯୋଗାଯୋଗ ସମାଜ ପାଇଁ ବିପଦ ସୃଷ୍ଟି କରୁଛି। ତେବେ ଏହାର ସମାପ୍ତି ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ପ୍ରଭାବଶାଳୀ ହୋଇ ପାରୁ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

CBSE ପ୍ରସଙ୍ଗକୁ ନେଇ ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୮।୫: CBSE ର ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରମାନଙ୍କ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ ମଧ୍ୟରେ, ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟ ତୀବ୍ର ହୋଇଛି। ଗୁରୁବାର,…

ସଚିନ ତେନ୍ଦୁଲକରଙ୍କ ଟୁଇଟ ଉପରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟା ଭାଇରାଲ, କହିଲେ ‘କ୍ରିକେଟର ଭଗବାନ’…

ନୂଆଦିଲ୍ଲୀ,୨୮।୫: ବୈଭବ ସୂର୍ଯ୍ୟବଂଶୀ ଇଣ୍ଡିଆନ ପ୍ରିମିୟର ଲିଗରେ ଚମକାଇ ଚାଲିଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ସନରାଇଜର୍ସ…

ଟିମ ଇଣ୍ଡିଆରେ ବୈଭବ ସୁର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ପକ୍କା? ବହୁ ଆଗରୁ ଫ୍ୟାନ ହୋଇସାରିଛନ୍ତି କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ,୨୮।୫: ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ପୋଷ୍ଟ ଶେୟାର କରିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ଏଲିମିନେଟର ମ୍ୟାଚରେ ରାଜସ୍ଥାନ ରୟାଲ୍ସ…

ମାମୁଁ ଘରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ; ୧୬ ବର୍ଷୀୟା ନାବାଳିକା ୮ ମାସର ଗର୍ଭବତୀ, ଯୁବକ ଗିରଫ

ବଞ୍ଚୋ/ଘସିପୁରା, ୨୮।୫(ପ୍ରଦୋଷ କୁମାର ବିଶ୍ୱାଳ /ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ…

‘ଯଦି ସରକାର ପରିବର୍ତ୍ତନ ହୋଇନଥାନ୍ତା, ତେବେ ମୋତେ ବିହାର ଫେରିବାକୁ ପଡିଥାନ୍ତା…’ – ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢି ଖୁଆଇଥିବା ବିକ୍ରମ କାହିଁକି କହିଲେ ଏମିତି? ଜାଣନ୍ତୁ…

କୋଲକାତା,୨୮।୫: ‘ଯଦି ବଙ୍ଗଳାରେ ସରକାର ପରିବର୍ତ୍ତନ ହୋଇନଥାନ୍ତା, ତେବେ ଆମକୁ ସବୁକିଛି ପରିତ୍ୟାଗ କରି ବିହାର ଫେରିଯିବାକୁ ପଡ଼ିଥାନ୍ତା।’ ଏଗୁଡ଼ିକ ହେଉଛି ଝାରଗ୍ରାମର ଜଣେ ଝାଲମୁଢି ବିକ୍ରେତା…

ଅର୍ଦ୍ଧନିର୍ମିତ ବ୍ରିଜ୍ ପାଇଁ ବିପଦରେ ଲୋକଙ୍କ ଜୀବନ, ସମାଧାନ ପାଇଁ ପ୍ରଶାସନକୁ ଦାବି କଲେ ସ୍ଥାନୀୟ ବାସିନ୍ଦା

ଛତ୍ରପୁର,୨୮।୫(ଦିଲ୍ଲୀପ ସାମଲ) : ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ବିକାଶମୂଳକ ପଦକ୍ଷେପ ନେଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri