ସହପାଠିନୀ ପ୍ରତ୍ୟୁଷାଙ୍କୁ ବିବାହ କରିବେ ବିଜୟ ଶଙ୍କର

କଟକ,୬ା୧୦ (କାର୍ତ୍ତିକ ସାହୁ):ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ। କଟକ ଅରୁଣୋଦୟ ମାର୍କେଟ ଅଞ୍ଚଳର ପ୍ରତ୍ୟୁଷା ନନ୍ଦ ନାମ୍ନୀ ମହିଳାଙ୍କୁ ବିବାହ ପାଇଁ ସେ କଟକସ୍ଥିତ ରେଜିଷ୍ଟ୍ରାର ଅଫ୍‌ ମ୍ୟାରେଜଙ୍କ କାର୍ଯ୍ୟାଳୟରେ ଗତ ସେପ୍ଟେମ୍ବର ୨୧ରେ ଆବେଦନ କରିଥିବା ଜଣାପଡିଛି। ପ୍ରତ୍ୟୁଷା ହେଉଛନ୍ତି ବିଜୟ ଶଙ୍କରଙ୍କ ସହପାଠିନୀ। ବିଜୟଙ୍କ ବିରୋଧରେ ଦୀର୍ଘଦିନର ବାନ୍ଧବୀ ସୋମାଲିକା ଦାଶଙ୍କ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଆବେଦନ ତାରିଖଠୁ ୧ ମାସର ନୋଟିସ ଅବଧି ଶେଷ ପରେ ବିଧାୟକ ଦାସ ପ୍ରତ୍ୟୁଷାଙ୍କୁ ବିବାହ କରିବେ। ନିୟମ ଅନୁସାରେ ବର ଓ କନ୍ୟାଙ୍କ ଘର ଅଞ୍ଚଳରେ ବିବାହ ନିମନ୍ତେ ଆବେଦନ କରାଯାଇପାରିବ। ପ୍ରତ୍ୟୁଷାଙ୍କ ଘର କଟକରେ ହୋଇଥିବାରୁ ଉଭୟ କଟକ ରେଜିଷ୍ଟ୍ରାର ଅଫ୍‌ ମ୍ୟାରେଜଙ୍କ କାର୍ଯ୍ୟାଳୟରେ ବିବାହ ପାଇଁ ଆବେଦନ କରିଛନ୍ତି। ପ୍ରତ୍ୟୁଷା ପୂର୍ବରୁ ବିବାହ କରିଥିଲେ ବି ପ୍ରଥମ ସ୍ବାମୀଙ୍କ ସହ ବିବାହ ବିଚ୍ଛେଦ ହୋଇଥିବା ଜଣାଯାଇଛି। ପ୍ରତ୍ୟୁଷା କିଛିମାସ ପୂର୍ବରୁ ଏକ ୱେବ୍‌ ଚ୍ୟାନେଲ ସ୍ଥାପନ କରି ଗଣମାଧ୍ୟମ ଦୁନିଆରେ ପାଦ ଥାପିଛନ୍ତି। ତେବେ ପ୍ରତ୍ୟୁଷାଙ୍କ ସହ ସମ୍ପର୍କ ଗଢ଼ିଉଠିବା ପରେ ବିଧାୟକ ଦାସ ତାଙ୍କର ଦୀର୍ଘଦିନର ପ୍ରେମିକା ସୋମାଲିକାଙ୍କଠୁ ଦୂରେଇ ଯାଇଥିଲେ। ୨୦୨୧ରେ ବିଧାୟକ ଦାସ ଓ ସୋମାଲିକାଙ୍କ ସମ୍ପର୍କ ମଧ୍ୟରେ ପ୍ରତ୍ୟୁଷାଙ୍କ ପ୍ରବେଶ ପରଠାରୁ ବିବାଦ ସୃଷ୍ଟି ହୋଇଥିଲା। ଏନେଇ ସୂଚନା ପାଇବା ପରେ ସୋମାଲିକା ପ୍ରତିକ୍ରିୟାରେ କହିଛନ୍ତି, ବିଜୟଙ୍କୁ ଛାଡ଼ିବି ନାହିଁ। କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କଠାରେ ଅଭିଯୋଗ କରିବି। ମୋର କ’ଣ କିଛି ଇଜ୍ଜତ ନାହିଁ। ସେ ଯେତେବେଳେ ଯାହାକୁ ଚାହିଁବେ ତାଙ୍କ ଜୀବନ ନଷ୍ଟ କରିବେ। ଝିଅ ବୋଲି କ’ଣ ମୋତେ ଏମିତି ହଇରାଣ କରାଯିବ ନା କ’ଣ। ୩୦ ଦିନ ଭିତରେ ନିଶ୍ଚିତ ଅଭିଯୋଗ କରିବି ବୋଲି ସୋମାଲିକା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବିଧାୟକ ଦାସ ୨୦୨୨ ମେ’ ୧୭ ତାରିଖରେ ସୋମାଲିକାଙ୍କୁ ବିବାହ କରିବାକୁ ଜଗତ୍‌ସିଂହପୁର ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ହେଲେ ଏକମାସର ନୋଟିସ ଅବଧି ପରେ ସେ ବିବାହ ପାଇଁ ଉପସ୍ଥିତ ହୋଇ ନ ଥିଲେ, ଯାହାକୁ ନେଇ ସୋମାଲିକା ଜଗତ୍‌ସିଂହପୁର ଥାନାରେ ଯୌନ ନିର୍ଯାତନା ଓ ବଳାତ୍କାର ମାମଲା ଦାଏର କରିଥିଲେ। ଏହାକୁ ନେଇ ରାଜନୈତିକ ହଟଚମଟ ହୋଇଥିଲା। ଏହି ମାମଲାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଫଳରେ ସୋମାଲିକା ନ୍ୟାୟ ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲା ଏବେ ଅଦାଲତରେ ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri