ଶକ୍ତି, ଶୌର୍ଯ୍ୟର ପ୍ରତୀକ ଖଣ୍ଡାବସା

ଆସୁଛି ପାର୍ବଣ। ଚାଲିଛି ପ୍ରସ୍ତୁତି। ଶରତକାଳୀନ କାଶତଣ୍ଡୀ ଫୁଲର ସମ୍ଭାର ପାର୍ବଣ ଋତୁ ଆଗମନର ସୂଚନା ଦେଲାଣି। ମା’ ଦୁର୍ଗାଙ୍କ ଆବାହନ ପାଇଁ ସଜେଇ ହେଉଛି ପୂଜା ମଣ୍ଡପ। ଶକ୍ତିପୀଠରେ ବି ଜମି ଆସୁଛି ଶ୍ରଦ୍ଧାଳୁଙ୍କ ଭିଡ। ମହିଷମର୍ଦ୍ଦିନୀ ମା’ ଦୁର୍ଗାଙ୍କ ପୂଜାର ଅବ୍ୟବହିତ ପୂର୍ବରୁ କଳାହାଣ୍ଡି ଜିଲା ଜୁନାଗଡ ସହରରେ କେଉଁ ଆବହମାନ କାଳରୁ ପାଳିତ ହୋଇଆସୁଛି ମା’ ଲଙ୍କେଶ୍ୱରୀଙ୍କ ପ୍ରସିଦ୍ଧ ଖଣ୍ଡାବସା ଉତ୍ସବ। କଳାହାଣ୍ଡି ଜିଲାର ପୁରାତନ ରାଜଧାନୀ ଭାବେ ଜୁନାଗଡ ସହର ପରିଚିତ। ଜିଲାର ମନ୍ଦିର ମାଳିନୀ ସହର ଭାବେ ମଧ୍ୟ ଜୁନାଗଡ ସହର ଖ୍ୟାତି ଅର୍ଜନ କରିଛି। ଛଅକୋଡି ବନ୍ଧ ଓ ନଅକୋଡି ତୋଟା ପରିବେଷ୍ଟିତ ଏହି ଐତିହାସିକ ସହରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଲଙ୍କେଶ୍ୱରୀ। ମା’ଙ୍କ ବାରମାସରେ ତେରପର୍ବ ପାଳିତ ହୁଏ। ସେଥିମଧ୍ୟରୁ ଖଣ୍ଡାବସା ପର୍ବ ପ୍ରସିଦ୍ଧି ଲାଭ କରିଛି।

ଖଣ୍ଡାବସାର ନାମକରଣ: ଜୁନାଗଡ ସହର ବଙ୍ଗଳାଛକ ନିକଟରେ ଦୀର୍ଘ ଦଶନ୍ଧି ଧରି କୁଳଦେବୀ ଭାବେ ମା’ ଲଙ୍କେଶ୍ୱରୀ ପୂଜା ପାଇ ଆସୁଛନ୍ତି। ପୂର୍ବକାଳରେ ନାଗବଂଶୀୟ ରାଜାମାନେ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ଉତ୍ସବକୁ ପ୍ରତିବର୍ଷ ମହାସମାରୋହରେ ପାଳନ କରିଆସୁଥିଲେ ବୋଲି କୁହାଯାଏ। ସେହି ପରମ୍ପରା ବର୍ତ୍ତମାନ ମଧ୍ୟ ନିରବଚ୍ଛିନ୍ନ ଭାବେ ଉତ୍ସାହ ଉଦ୍ଦିପନା ସହ ଚାଲିଆସୁଛି। ଅଭୟ ବରଦା, ଚତୁର୍ଭୁଜା, ପଦ୍ମାସୀନା, ମା’ ଲଙ୍କେଶ୍ୱରୀ ଶକ୍ତିପୀଠାଧିଶ୍ୱରୀ ଭାବେ ପୂଜା ପାଇଆସୁଛନ୍ତି। ଆଶ୍ୱିନ ମୂଳାଷ୍ଟମୀ ଦିନ ଦେବୀଙ୍କ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୁଏ। ଦେବୀଙ୍କ ଖଡ୍ଖ ବା ଖଣ୍ଡା ହେଉଛି ଶକ୍ତି ଓ ସୌର୍ଯ୍ୟର ପ୍ରତୀକ। ସେଥିପାଇଁ କେଉଁ ଆବାହନ କାଳରୁ ରାଜାମାନେ ଦେବୀ ଉପାସନା କରିବା ସହିତ ଶକ୍ତି ଓ ଶୌର୍ଯ୍ୟର ପ୍ରତୀକ ରୂପେ ଖଣ୍ଡାକୁ ପୂଜା କରିଆସୁଛନ୍ତି। ଏହି ପର୍ବ ପୂର୍ବରୁ ଖଣ୍ଡାକୁ ବାହାର କରି ମାର୍ଜନା କରାଯାଏ ଓ ଶୁଦ୍ଧପୂତ୍ତ କରି ଅକ୍ଷତ ଅରୁଆ ଚାଉଳ ଉପରେ ଥୋଇ ପୂଜାର୍ଚ୍ଚନା କରାଯାଏ। ତା’ପରେ ଏହାକୁ ମା’ଙ୍କ ସିଂହାସନ ପାଖରେ ରଖାଯାଇଥାଏ।
ଉତ୍ସବର ପୁରୋଧା: କଳାହାଣ୍ଡି ମହାରାଜା ହେଉଛନ୍ତି ଏହି ପର୍ବର ମୁଖ୍ୟ ପୁରୋଧା। ପର୍ବ ପାଳନର ପର୍ବଦିନ ସେ ଭବାନୀପାଟଣା ରାଜବାଟୀରୁ ଜୁନାଗଡ ଆସି ଡାକବଙ୍ଗଳାରେ ସପରିବାର ଉପସ୍ଥିତ ହୋଇଥାନ୍ତି। ତାଙ୍କ ଆଗମନରେ ସ୍ବାଗତ ଜଣାଇବା ପାଇଁ ବାଜି ଉଠେ ବୀରବାଦ୍ୟ ଘୁମୁରା। ଲୋକେ ତାଙ୍କୁ ବାଜା ରୋଶଣିରେ ପାଛୋଟି ଆଣନ୍ତି ଡାକ ବଙ୍ଗଳାକୁ। ପୂର୍ବରୁ କଳାହାଣ୍ଡି ମହାରାଜ ଜୁନାଗଡକୁ ଆସିଲେ ଏହି ପୁରାତନ ଡାକବଙ୍ଗଳାରେ ଅବସ୍ଥାନ କରୁଥିଲେ। ସେହି ପରମ୍ପରା ଅନୁସାରେ ଉତ୍ସବ ଦିନ ରାଜ ପରିବାର ଡାକବଙ୍ଗଳାରେ ରହିଥାନ୍ତି। ଲଙ୍କେଶ୍ୱରୀ ମନ୍ଦିର ନିକଟ ବୁଢାରଜା ମନ୍ଦିରରୁ ସଙ୍ଗୁଆରୀ ଖଣ୍ଡା ଓ ଲଙ୍କେଶ୍ୱରୀ ମନ୍ଦିରରୁ ପାଟଖଣ୍ଡା ଡାକବଙ୍ଗଳା ପରିସରରେ ନିର୍ମିତ ହୋଇଥିବା ଅସ୍ଥାୟୀ କୁଡିଆକୁ ପୂଜକ ଆଣିବେ। ପରେ ସ୍ବର୍ଣ୍ଣକାର ଦୁଇଟି ଖଣ୍ଡାକୁ ମାର୍ଜନା କରିବେ। ମାର୍ଜନା ପରେ ବିବିଧ ବାଦ୍ୟ ବାଦିତ ହୋଇ ଏକ ଶୋଭାଯାତ୍ରାରେ ପୂଝାରୀ ଖଣ୍ଡାକୁ ମନ୍ଦିରରେ ପ୍ରବେଶ କରାଇବା ପରେ ରାଜା ମନ୍ଦିରକୁ ଆସନ୍ତି। ସେଠାରେ ଦେବୀଙ୍କ ଖଣ୍ଡାବସା ପୂଜା ନିମିତ୍ତ ଷୋଡଶ କଳସ ସ୍ଥାପନ ପୂର୍ବକ ପଣ୍ଡିତମାନଙ୍କୁ ଯଥା ଯୋଗ୍ୟ ବରଣ କରି ପାଟଖଣ୍ଡାକୁ ଦେବୀଙ୍କ ପାର୍ଶ୍ୱରେ ଥିବା ଚାଉଳ ଉପରେ ଉପବେଶନ କରାନ୍ତି। ପରେ ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ଆରମ୍ଭ ହୁଏ। ବାମ ଓ ଦକ୍ଷିଣ ପାର୍ଶ୍ୱରେ ସ୍ଥାପନ ପୂର୍ବକ ଶକ୍ତି ପୂଜା ଓ ତନ୍ତ୍ର ପୂଜା ମାଧ୍ୟମରେ ପୂଜା ପାଠ କରନ୍ତି। ପରେ ଅଖଣ୍ଡ ଓ ମହାଯୋଗ ନାମକ ଦୁଇଟି ଦୀପକୁ ପ୍ରଜ୍ୱଳନ କରନ୍ତି। ଲୋହିତ ପାଟବସ୍ତ୍ର ସୁଶୋଭିତା, ମନ୍ଦାର ମାଳା ବିମଣ୍ଡିତା ଦେବୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରନ୍ତି। ଧୂପଦୀପ, ନୈବେଦ୍ୟ ଅର୍ପଣ ପରେ ଲଙ୍କେଶ୍ୱରୀଙ୍କ ପୂଜକ ପାଟଗଡରା ନାମକ ପଶୁ (ମେଷ) ଓ ମହାପଶୁ(ପୋଢ) ମା’ଙ୍କ ଉଦ୍ଦେଶ୍ୟରେ ବଳି ଦିଆଯାଏ। ଏହାପରେ ଜନସାଧାରଣ ଆଳତି ଦର୍ଶନ କରନ୍ତି, ପୂଜା ସମାପନ ହୁଏ। ଖଣ୍ଡାବସା ସାରି ମହାରାଜା ଲଙ୍କେଶ୍ୱରୀଙ୍କ ପାର୍ଶ୍ୱଦେବତା ଶ୍ରୀ ଶ୍ରୀ ବୁଢାରଜା ଲିଙ୍ଗକୁ ପୂଜାର୍ଚ୍ଚନା ପାଇଁ ବୁଢାରଜାଙ୍କ ମନ୍ଦିରକୁ ବିଜେ କରନ୍ତି। ବୁଢାରଜାଙ୍କ ପୂଜା ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ହୁଏ। ଏଥିପାଇଁ ପୂଜକ, ପୂଝାରୀ, ସୁଆର, ବୋଉଦ, ଫୁଲବାଲା, ବାଜାବାଲା, ଘଣ୍ଟୁଆ, ଶଙ୍ଖୁଆ ବଂଶାନୁକ୍ରମେ ଦେବୀଙ୍କ ସେବା କରିଆସୁଛନ୍ତି।
ଉତ୍ସବର ମାହୋଲ: ଖଣ୍ଡାବସା ରାତିରେ ହସିଉଠେ ଜୁନାଗଡ ସହର। ଜିଲାର ବିଭିନ୍ନ ଅଞ୍ଚଳ ସମେତ ଜିଲା ବାହାରୁ ଏପରିକି ରାଜ୍ୟ ବାହାରରୁ ବହୁ ଦର୍ଶକ, ଶ୍ରଦ୍ଧାଳୁ ଏହି ପର୍ବ ଦେଖିବାକୁ ଆସିଥାନ୍ତି। ଅତୀତରେ ପଡୋଶୀ ଛତିଶଗଡ ରାଜ୍ୟ ଲୋକଙ୍କ ମଧ୍ୟ ଏହା ପ୍ରିୟ ଉତ୍ସବ ଥିଲା। ପାର୍ବଣ ସମୟରେ ସେଠାରୁ ଅନେକ ବ୍ୟବସାୟୀ ଏଠାକୁ ଆସନ୍ତି। ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ନୃତ୍ୟଗୀତ ପ୍ରତିଯୋଗିତା, ଘୁମୁରା ପ୍ରତିଯୋଗିତା, ଘୋଡାନାଚ, ଫୁଟବଲ ପ୍ରତିଯୋଗିତା, ନାଟକ, କୀର୍ତ୍ତନ ପରିବେଷଣ ହୋଇଥାଏ। ଶୁକ୍ରବାର ମା’ଙ୍କ ଖଣ୍ଡାବସା ପର୍ବ ପାଳନ ହେଉଥିବାରୁ ଜୁନାଗଡ ସହର ଚଳଚଞ୍ଚଳ ହୋଇଉଠିଛି।

ରିପୋର୍ଟ- ଉତ୍ତମ କୁମାର ଦାଶ, କଳାହାଣ୍ଡି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?