ଶକ୍ତି, ଶୌର୍ଯ୍ୟର ପ୍ରତୀକ ଖଣ୍ଡାବସା

ଆସୁଛି ପାର୍ବଣ। ଚାଲିଛି ପ୍ରସ୍ତୁତି। ଶରତକାଳୀନ କାଶତଣ୍ଡୀ ଫୁଲର ସମ୍ଭାର ପାର୍ବଣ ଋତୁ ଆଗମନର ସୂଚନା ଦେଲାଣି। ମା’ ଦୁର୍ଗାଙ୍କ ଆବାହନ ପାଇଁ ସଜେଇ ହେଉଛି ପୂଜା ମଣ୍ଡପ। ଶକ୍ତିପୀଠରେ ବି ଜମି ଆସୁଛି ଶ୍ରଦ୍ଧାଳୁଙ୍କ ଭିଡ। ମହିଷମର୍ଦ୍ଦିନୀ ମା’ ଦୁର୍ଗାଙ୍କ ପୂଜାର ଅବ୍ୟବହିତ ପୂର୍ବରୁ କଳାହାଣ୍ଡି ଜିଲା ଜୁନାଗଡ ସହରରେ କେଉଁ ଆବହମାନ କାଳରୁ ପାଳିତ ହୋଇଆସୁଛି ମା’ ଲଙ୍କେଶ୍ୱରୀଙ୍କ ପ୍ରସିଦ୍ଧ ଖଣ୍ଡାବସା ଉତ୍ସବ। କଳାହାଣ୍ଡି ଜିଲାର ପୁରାତନ ରାଜଧାନୀ ଭାବେ ଜୁନାଗଡ ସହର ପରିଚିତ। ଜିଲାର ମନ୍ଦିର ମାଳିନୀ ସହର ଭାବେ ମଧ୍ୟ ଜୁନାଗଡ ସହର ଖ୍ୟାତି ଅର୍ଜନ କରିଛି। ଛଅକୋଡି ବନ୍ଧ ଓ ନଅକୋଡି ତୋଟା ପରିବେଷ୍ଟିତ ଏହି ଐତିହାସିକ ସହରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଲଙ୍କେଶ୍ୱରୀ। ମା’ଙ୍କ ବାରମାସରେ ତେରପର୍ବ ପାଳିତ ହୁଏ। ସେଥିମଧ୍ୟରୁ ଖଣ୍ଡାବସା ପର୍ବ ପ୍ରସିଦ୍ଧି ଲାଭ କରିଛି।

ଖଣ୍ଡାବସାର ନାମକରଣ: ଜୁନାଗଡ ସହର ବଙ୍ଗଳାଛକ ନିକଟରେ ଦୀର୍ଘ ଦଶନ୍ଧି ଧରି କୁଳଦେବୀ ଭାବେ ମା’ ଲଙ୍କେଶ୍ୱରୀ ପୂଜା ପାଇ ଆସୁଛନ୍ତି। ପୂର୍ବକାଳରେ ନାଗବଂଶୀୟ ରାଜାମାନେ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ଉତ୍ସବକୁ ପ୍ରତିବର୍ଷ ମହାସମାରୋହରେ ପାଳନ କରିଆସୁଥିଲେ ବୋଲି କୁହାଯାଏ। ସେହି ପରମ୍ପରା ବର୍ତ୍ତମାନ ମଧ୍ୟ ନିରବଚ୍ଛିନ୍ନ ଭାବେ ଉତ୍ସାହ ଉଦ୍ଦିପନା ସହ ଚାଲିଆସୁଛି। ଅଭୟ ବରଦା, ଚତୁର୍ଭୁଜା, ପଦ୍ମାସୀନା, ମା’ ଲଙ୍କେଶ୍ୱରୀ ଶକ୍ତିପୀଠାଧିଶ୍ୱରୀ ଭାବେ ପୂଜା ପାଇଆସୁଛନ୍ତି। ଆଶ୍ୱିନ ମୂଳାଷ୍ଟମୀ ଦିନ ଦେବୀଙ୍କ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୁଏ। ଦେବୀଙ୍କ ଖଡ୍ଖ ବା ଖଣ୍ଡା ହେଉଛି ଶକ୍ତି ଓ ସୌର୍ଯ୍ୟର ପ୍ରତୀକ। ସେଥିପାଇଁ କେଉଁ ଆବାହନ କାଳରୁ ରାଜାମାନେ ଦେବୀ ଉପାସନା କରିବା ସହିତ ଶକ୍ତି ଓ ଶୌର୍ଯ୍ୟର ପ୍ରତୀକ ରୂପେ ଖଣ୍ଡାକୁ ପୂଜା କରିଆସୁଛନ୍ତି। ଏହି ପର୍ବ ପୂର୍ବରୁ ଖଣ୍ଡାକୁ ବାହାର କରି ମାର୍ଜନା କରାଯାଏ ଓ ଶୁଦ୍ଧପୂତ୍ତ କରି ଅକ୍ଷତ ଅରୁଆ ଚାଉଳ ଉପରେ ଥୋଇ ପୂଜାର୍ଚ୍ଚନା କରାଯାଏ। ତା’ପରେ ଏହାକୁ ମା’ଙ୍କ ସିଂହାସନ ପାଖରେ ରଖାଯାଇଥାଏ।
ଉତ୍ସବର ପୁରୋଧା: କଳାହାଣ୍ଡି ମହାରାଜା ହେଉଛନ୍ତି ଏହି ପର୍ବର ମୁଖ୍ୟ ପୁରୋଧା। ପର୍ବ ପାଳନର ପର୍ବଦିନ ସେ ଭବାନୀପାଟଣା ରାଜବାଟୀରୁ ଜୁନାଗଡ ଆସି ଡାକବଙ୍ଗଳାରେ ସପରିବାର ଉପସ୍ଥିତ ହୋଇଥାନ୍ତି। ତାଙ୍କ ଆଗମନରେ ସ୍ବାଗତ ଜଣାଇବା ପାଇଁ ବାଜି ଉଠେ ବୀରବାଦ୍ୟ ଘୁମୁରା। ଲୋକେ ତାଙ୍କୁ ବାଜା ରୋଶଣିରେ ପାଛୋଟି ଆଣନ୍ତି ଡାକ ବଙ୍ଗଳାକୁ। ପୂର୍ବରୁ କଳାହାଣ୍ଡି ମହାରାଜ ଜୁନାଗଡକୁ ଆସିଲେ ଏହି ପୁରାତନ ଡାକବଙ୍ଗଳାରେ ଅବସ୍ଥାନ କରୁଥିଲେ। ସେହି ପରମ୍ପରା ଅନୁସାରେ ଉତ୍ସବ ଦିନ ରାଜ ପରିବାର ଡାକବଙ୍ଗଳାରେ ରହିଥାନ୍ତି। ଲଙ୍କେଶ୍ୱରୀ ମନ୍ଦିର ନିକଟ ବୁଢାରଜା ମନ୍ଦିରରୁ ସଙ୍ଗୁଆରୀ ଖଣ୍ଡା ଓ ଲଙ୍କେଶ୍ୱରୀ ମନ୍ଦିରରୁ ପାଟଖଣ୍ଡା ଡାକବଙ୍ଗଳା ପରିସରରେ ନିର୍ମିତ ହୋଇଥିବା ଅସ୍ଥାୟୀ କୁଡିଆକୁ ପୂଜକ ଆଣିବେ। ପରେ ସ୍ବର୍ଣ୍ଣକାର ଦୁଇଟି ଖଣ୍ଡାକୁ ମାର୍ଜନା କରିବେ। ମାର୍ଜନା ପରେ ବିବିଧ ବାଦ୍ୟ ବାଦିତ ହୋଇ ଏକ ଶୋଭାଯାତ୍ରାରେ ପୂଝାରୀ ଖଣ୍ଡାକୁ ମନ୍ଦିରରେ ପ୍ରବେଶ କରାଇବା ପରେ ରାଜା ମନ୍ଦିରକୁ ଆସନ୍ତି। ସେଠାରେ ଦେବୀଙ୍କ ଖଣ୍ଡାବସା ପୂଜା ନିମିତ୍ତ ଷୋଡଶ କଳସ ସ୍ଥାପନ ପୂର୍ବକ ପଣ୍ଡିତମାନଙ୍କୁ ଯଥା ଯୋଗ୍ୟ ବରଣ କରି ପାଟଖଣ୍ଡାକୁ ଦେବୀଙ୍କ ପାର୍ଶ୍ୱରେ ଥିବା ଚାଉଳ ଉପରେ ଉପବେଶନ କରାନ୍ତି। ପରେ ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ଆରମ୍ଭ ହୁଏ। ବାମ ଓ ଦକ୍ଷିଣ ପାର୍ଶ୍ୱରେ ସ୍ଥାପନ ପୂର୍ବକ ଶକ୍ତି ପୂଜା ଓ ତନ୍ତ୍ର ପୂଜା ମାଧ୍ୟମରେ ପୂଜା ପାଠ କରନ୍ତି। ପରେ ଅଖଣ୍ଡ ଓ ମହାଯୋଗ ନାମକ ଦୁଇଟି ଦୀପକୁ ପ୍ରଜ୍ୱଳନ କରନ୍ତି। ଲୋହିତ ପାଟବସ୍ତ୍ର ସୁଶୋଭିତା, ମନ୍ଦାର ମାଳା ବିମଣ୍ଡିତା ଦେବୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରନ୍ତି। ଧୂପଦୀପ, ନୈବେଦ୍ୟ ଅର୍ପଣ ପରେ ଲଙ୍କେଶ୍ୱରୀଙ୍କ ପୂଜକ ପାଟଗଡରା ନାମକ ପଶୁ (ମେଷ) ଓ ମହାପଶୁ(ପୋଢ) ମା’ଙ୍କ ଉଦ୍ଦେଶ୍ୟରେ ବଳି ଦିଆଯାଏ। ଏହାପରେ ଜନସାଧାରଣ ଆଳତି ଦର୍ଶନ କରନ୍ତି, ପୂଜା ସମାପନ ହୁଏ। ଖଣ୍ଡାବସା ସାରି ମହାରାଜା ଲଙ୍କେଶ୍ୱରୀଙ୍କ ପାର୍ଶ୍ୱଦେବତା ଶ୍ରୀ ଶ୍ରୀ ବୁଢାରଜା ଲିଙ୍ଗକୁ ପୂଜାର୍ଚ୍ଚନା ପାଇଁ ବୁଢାରଜାଙ୍କ ମନ୍ଦିରକୁ ବିଜେ କରନ୍ତି। ବୁଢାରଜାଙ୍କ ପୂଜା ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ହୁଏ। ଏଥିପାଇଁ ପୂଜକ, ପୂଝାରୀ, ସୁଆର, ବୋଉଦ, ଫୁଲବାଲା, ବାଜାବାଲା, ଘଣ୍ଟୁଆ, ଶଙ୍ଖୁଆ ବଂଶାନୁକ୍ରମେ ଦେବୀଙ୍କ ସେବା କରିଆସୁଛନ୍ତି।
ଉତ୍ସବର ମାହୋଲ: ଖଣ୍ଡାବସା ରାତିରେ ହସିଉଠେ ଜୁନାଗଡ ସହର। ଜିଲାର ବିଭିନ୍ନ ଅଞ୍ଚଳ ସମେତ ଜିଲା ବାହାରୁ ଏପରିକି ରାଜ୍ୟ ବାହାରରୁ ବହୁ ଦର୍ଶକ, ଶ୍ରଦ୍ଧାଳୁ ଏହି ପର୍ବ ଦେଖିବାକୁ ଆସିଥାନ୍ତି। ଅତୀତରେ ପଡୋଶୀ ଛତିଶଗଡ ରାଜ୍ୟ ଲୋକଙ୍କ ମଧ୍ୟ ଏହା ପ୍ରିୟ ଉତ୍ସବ ଥିଲା। ପାର୍ବଣ ସମୟରେ ସେଠାରୁ ଅନେକ ବ୍ୟବସାୟୀ ଏଠାକୁ ଆସନ୍ତି। ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ନୃତ୍ୟଗୀତ ପ୍ରତିଯୋଗିତା, ଘୁମୁରା ପ୍ରତିଯୋଗିତା, ଘୋଡାନାଚ, ଫୁଟବଲ ପ୍ରତିଯୋଗିତା, ନାଟକ, କୀର୍ତ୍ତନ ପରିବେଷଣ ହୋଇଥାଏ। ଶୁକ୍ରବାର ମା’ଙ୍କ ଖଣ୍ଡାବସା ପର୍ବ ପାଳନ ହେଉଥିବାରୁ ଜୁନାଗଡ ସହର ଚଳଚଞ୍ଚଳ ହୋଇଉଠିଛି।

ରିପୋର୍ଟ- ଉତ୍ତମ କୁମାର ଦାଶ, କଳାହାଣ୍ଡି


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri