Posted inଖେଳ

୨୦ରୁ ବିଜୟ ହଜାରେ ଟ୍ରଫି: ଗ୍ରୁପ୍‌ ସି’ରେ ଓଡ଼ିଶା

ନୂଆଦିଲ୍ଲୀ,୭।୨(ପି.ଟି.): ଦେଶର ସର୍ବବୃହତ୍‌ ଦିନିକିଆ ଘରୋଇ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫି ଆସନ୍ତା ଫେବୃୟାରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୪ରେ ଶେଷ ହେବ। ଦେଶର ୬ଟି ସହରର ଭେନ୍ୟୁରେ ମ୍ୟାଚ୍‌ ଆୟୋଜନ ହେବ। ଦଳଗୁଡିକ ୧୩ରୁ ବାୟୋ ବବଲରେ ପ୍ରବେଶ କରିବେ ଓ ୩ଟି କୋଭିଡ୍‌-୧୯ ପରୀକ୍ଷାର ସମ୍ମୁଖୀନ ହେବେ। ସୁରଟ, ଇନ୍ଦୋର, ବେଙ୍ଗାଲୁରୁ, କୋଲକାତା, ଜୟପୁର, ଚଣ୍ଡିଗଡ଼ରେ ମ୍ୟାଚ୍‌ଗୁଡିକ ଖେଳାଯିବ। ସେହିପରି ପ୍ଲେଟ ଗ୍ରୁପ୍‌ର ୮ଟି ଦଳଗୁଡିକ ତାମିଲନାଡୁର ବିଭିନ୍ନ ଗ୍ରାଉଣ୍ଡରେ ସେମାନଙ୍କର ମ୍ୟାଚ୍‌ ଖେଳିବେ। ଟୁର୍ନାମେଣ୍ଟର ନକ୍‌ ଆଉଟ୍‌ ମ୍ୟାଚ୍‌ଗୁଡିକ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବ।
ଅଂଶଗ୍ରହଣ କରିବାକୁ ଥିବା ଦଳଗୁଡିକୁ ବିଭିନ୍ନ ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗ୍ରୁପ୍‌ ସି’ରେ ଓଡ଼ିଶା ସାମିଲ ହୋଇଛି। ଓଡ଼ିଶା ସମେତ ଗ୍ରୁପ୍‌ ସି’ରେ କର୍ନାଟକ, ଉତ୍ତରପ୍ରଦେଶ, କେରଳ, ରେଲଓ୍ବ ଓ ବିହାର ପ୍ରଭୃତି ୬ଟି ଦଳ ସାମିଲ ରହିଛନ୍ତି।
ଏଲିଟ୍‌ ଗ୍ରୁପ୍‌ ଏ’: ଗୁଜରାଟ, ଛତିଶଗଡ଼, ହାଇଦ୍ରାବାଦ, ତ୍ରିପୁରା, ବରୋଦା ଓ ଗୋଆ। ଭେନ୍ୟୁ- ସୁରଟ।
ଗ୍ରୁପ୍‌ ବି’: ତାମିଲନାଡୁ, ପଞ୍ଜାବ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ବିଦର୍ଭ ଓ ଆନ୍ଧ୍ରପ୍ରଦେଶ। ଭେନ୍ୟୁ- ଇନ୍ଦୋର।
ଗ୍ରୁପ୍‌ ସି’: କର୍ନାଟକ, ଉତ୍ତରପ୍ରଦେଶ, କେରଳ, ଓଡ଼ିଶା, ରେଲଓ୍ବେ ଓ ବିହାର।
ଭେନ୍ୟୁ- ବେଙ୍ଗାଲୁରୁ।
ଗ୍ରୁପ ଡି’: ଦିଲ୍ଲୀ, ମୁମ୍ବାଇ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ରାଜସ୍ଥାନ, ପୁଡୁଚେରୀ। ଭେନ୍ୟୁ- ଜୟପୁର।
ଗ୍ରୁପ୍‌ ଇ’: ସର୍ଭିସେସ, ଜମ୍ମୁ ଓ କଶ୍ମୀର, ସୌରାଷ୍ଟ୍ର, ହରିୟାଣା ଓ ଚଣ୍ଡିଗଡ଼। ଭେନ୍ୟୁ- ଚଣ୍ଡିଗଡ଼।
ପ୍ଲେଟ୍‌ ଗ୍ରୁପ୍‌: ଉତ୍ତରାଖଣ୍ଡ, ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ଅରୁଣାଚଳ ପ୍ରଦେଶ, ମିଜୋରାମ ଓ ସିକ୍କିମ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କ ସହ ଧୋକା! ଦେଶକୁ ଫେରି କହିଲେ- ମୋଠାରୁ ଛଡ଼ାଇ ନିଆଗଲା…

ନୂଆଦିଲ୍ଲୀ,୨୫।୯: ୨୦୨୬ ଏସିଆନ ଗେମ୍ସରେ ଭାରତୀୟ ମିକ୍ସଡ ମାର୍ଶାଲ ଆଟର୍‌ସ (MMA) ଖେଳାଳି ସୁଚିକା ତାରିୟାଲ ଇତିହାସ ରଚିଛନ୍ତି। ମହିଳା ଟ୍ରାଡିସନାଲ ୬୦ କେଜି ବର୍ଗରେ ବ୍ରୋଞ୍ଜ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?