ପୂର୍ବତନ ଆର୍‌ସିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମଗିରି,୧୨।୧(ଡି.ଏନ୍‌.ଏ): ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଖଟପିରିଙ୍ଗ ଗ୍ରାମର ଅବସରପ୍ରାପ୍ତ ଅତିରିକ୍ତ ରେଜିଷ୍ଟାର (କୋପର୍ଟିଭ୍‌ ସୋସାଇଟି)ରାଜକିଶୋର ପରିଡାଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ପୁରୀ, ଭୁବନେଶ୍ୱର, ବାରିପଦା, ବ୍ରହ୍ମଗିରି କଲେଜ ଛକ, ପୈତୃକ ବାସଭବନ ବ୍ରହ୍ମଗିରି ଖଟ ପିରୀଙ୍ଗି ଆଦି ପାଞ୍ଚଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏଆର୍‌ସିଏସ୍‌ ରାଜ କିଶୋର ପୁରୀ ବାସଭବନରେ ଉପସ୍ଥିତ ଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରିିଛି । ବ୍ରହ୍ମଗିରି ଓ ତାଙ୍କ ପୈତୃକ ଘର ଖଟ ପିରୀଙ୍ଗିରେ ମଧ୍ୟ ଏକ ଟିମ ଚଢାଉ ଜାରି ରଖିଛନ୍ତି । ୬ ଜଣିଆ ଟିମ୍‌ ବ୍ରହ୍ମଗିରୀ ଘରେ ଚଢ଼ାଉ କରିଛି। ୨ ଜଣ ଭିଜିଲାନ୍ସ ଇନ୍ସପେକ୍ଟର ସରିତା ତ୍ରିପାଠୀ ଓ ଚନ୍ଦ୍ରକଳା ଜେନା ନେତୃତ୍ୱରେ ଜଣେ ସବ ଇନ୍ସପେକ୍ଟର,୨ ଜଣ ଟେକ୍ନିକାଲ ଅଫିସର ସମେତ ୬ ଜଣ ଏହି ଟିମ୍‌ରେ ସାମିଲ ଅଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

୯୯% ଲକ୍ଷ୍ୟ, ୭୧%ଙ୍କୁ ମିଳିଛି ନିଯୁକ୍ତି

ସମ୍ବଲପୁର,୨୯।୧(ବ୍ୟୁରୋ): ଚଳିତ ଶିକ୍ଷାବର୍ଷ ଶେଷ ହୋଇନାହିଁ, ହେଲେ ଶେଷ ବର୍ଷର ୭୧ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ କମ୍ପାନୀ ପକ୍ଷରୁ ନିଯୁକ୍ତ ଦେବାକୁ ଅଫର ଦିଆସରିଛି। ସମ୍ବଲପୁର...

ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହେଲା ‘ନିମନ୍ତ୍ରଣ’

ଭୁବନେଶ୍ୱର, ୪।୯ (ବ୍ୟୁରୋ): ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାଣ୍ଟି ଓଡ଼ିଆ ବ୍ୟଞ୍ଜନ...

ବଡ଼ସାହିରେ ରକ୍ତଦାନ ଶିବିର

ବଡ଼ସାହି,୧୯ା୪(ସ୍ବ.ପ୍ର)-ମୟୂରଭଞ୍ଜ ଜିଲାରେ ରକ୍ତର ଅଭାବକୁ ନେଇ ବଡସାହି ଡାକ୍ତରଖାନା ପରିସରରେ ଏକ ରକ୍ତଦାନ ଶିବିର ବିକାଶ ମଞ୍ଚ ପକ୍ଷରୁ ଶନିବାର ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଦସ୍ୟ...

ନାସାରେ କୀର୍ତ୍ତିମାନ ରଚିଛନ୍ତି ଓଡ଼ିଆ ଝିଅ

ରାଜକନିକା,୨୮।୧୨(ଡି.ଏନ.ଏ.): ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ଶନିବାର ନୂଆ କୀର୍ତ୍ତିମାନ ରଚିଛନ୍ତି ଓଡ଼ିଆ ଝିଅ ଓଁ ନାରାୟଣୀ ନାୟକ(୩୦)। କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ...

ହୋଇପାରିଲାନି ଟିକାକରଣ: ଫେରିଲେ ଗର୍ଭବତୀ, ଶିଶୁ

ଆରଡ଼ି,୧ା୪(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଧାମନଗର ବ୍ଲକର ବେତାଳିଗାଁ ଅଞ୍ଚଳରେ ଥିବା ଏକ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବୁଧବାର ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରେ ନିକଟସ୍ଥ...

ଦଣ୍ଡବତ ଯାତ୍ରାରେ ସନ୍ଥ: ବିଶ୍ୱର ମଙ୍ଗଳ ପାଇଁ ରାଜସ୍ଥାନରୁ ପୁରୀ

ନୟାଗଡ଼ ଅଫିସ,୧୧।୮: ବିଶ୍ୱର ମଙ୍ଗଳ କାମନା ସହ ଭାରତରେ ଶାନ୍ତି ପ୍ରତିଷ୍ଠା ପାଇଁ ରାମସିଂ ଭଗତ ନାମକ ଜଣେ ସନ୍ଥ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଧାମ ପୁରୀକୁ ଦଣ୍ଡବତ...

ଚା’ ଦୋକାନରେ ଚଢ଼ାଉ କଲେ ତହସିଲଦାର

ଶେରଗଡ଼,୧୨ା୭(ଡି.ଏନ୍‌.ଏ.) : ଦିନକୁ ଦିନ ଗଞ୍ଜାମ ଜିଲା ଶେରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଅଦ୍ୟାବଧି ବ୍ଲକର ୨୦ରୁ ଅଧିକ ଗ୍ରାମରେ ୪୫ଜଣ ଆକ୍ରାନ୍ତ ଚିହ୍ନଟ...

ବ୍ଲକସ୍ତରୀୟ ଜନଶୁଣାଣି ଶିବିର: ୩୮ ପରିବାର କଲେ ଶହେ ଦିନର କାମ

ବିଜେପୁର, ୩।୧ (ଡି.ଏନ.ଏ): ବରଗଡ ଜିଲା ବିଜେପୁର ବ୍ଲକ ସଭା କକ୍ଷରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଶୁକ୍ରବାର...

Advertisement
Archives

Model This Week