ଜିଏସ୍‌ଟି ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା ଅଫିସ, ୨୨।୧୨: ରାଉରକେଲା ଜିଏସ୍‌ଟି ଅଫିସରେ କାର୍ଯ୍ୟରତ ଅଲେଖ ମହାନନ୍ଦଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ଅଲେଖ ଜିଏସ୍‌ଟି ଅଫିସର ଭାବେ କମର୍ସିଆଲ ଡିପାର୍ଟମେଣ୍ଟରେ କାମ କରନ୍ତି।
ରାଉରକେଲା ଭିଜିଲାନ୍ସର ୪ଟି ସ୍ବତନ୍ତ୍ର ଟିମ୍‌ ଏହି ଚଢାଉରେ ସାମିଲ ହୋଇଛନ୍ତି। ଅଲେଖଙ୍କ ଗାଁ ସୁନ୍ଦରଗଡ଼ ଜିଲାର ଭଷ୍ମା ଥାନା ଅନ୍ତର୍ଗତ ମଙ୍ଗସପୁରରେ ଚଢ଼ାଉ ଜାରି ରହିଛି।
ଭିଜିଲାନ୍ସ ଏସ୍‌ପି ସୁବାସ ଚନ୍ଦ୍ର ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଡିଏସ୍‌ପି ବୀରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ୪ଟି ଟିମ୍‌ ଏକକାଳୀନ ଉଦିନଗର ଜିଏସ୍‌ଟି ଅଫିସ, ସୁନ୍ଦରଗଡ଼ ମଙ୍ଗସପୁରର ପୈତୃକ ଘର, ସୁନ୍ଦରଗଡ଼ ଗୋପାଳପୁର ଥାନା ଅନ୍ତର୍ଗତ ଚକରପୁର ଶ୍ୱଶୁର ଘରେ ଚଢ଼ଉ ଜାରି ରଖିଛନ୍ତି। ଟିମର ଅଧିକାରୀମାନେ ଉଦିତନଗର ଅଫିସ ଚାମ୍ବରରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି l
ରାଉରକେଲାରେ ଜିଏସ୍‌ଟି ଠକେଇର ନୂଆ ନୂଆ ଘଟଣା ସାମ୍ନାକୁ ଆସୁଥିବା ବେଳେ ଜିଏସଟି ଅଧିକାରୀ ଅଲେଖ ମହାନନ୍ଦଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦନାମ କରୁଛି ବନ ବିଭାଗ

ଅନୁଗୋଳ ଅଫିସ, ୩୦।୬: ସାତକୋଶିଆରେ ବଢ଼ିପାରିଲାନି ବାଘ ସଂଖ୍ୟା। ମହାବଳ ମହାବୀରକୁ ଫାଶରେ ପକାଇ ସରକାରଙ୍କ ବ୍ୟାଘ୍ର ବଂଶବୃଦ୍ଧି ଯୋଜନାକୁ ଫେଲ୍‌ କରିଦେଲେ ଶିକାରୀ। ପାଣିରେ...

ମା’ ବିରଜାଙ୍କ ରଥଯାତ୍ରା: ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା

ଯାଜପୁର ଟାଉନ, ୧୬।୧୦ (ଡି.ଏନ୍‌.ଏ.): ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏବଂ ଯାଜପୁର ଜିଲାପାଳଙ୍କ ନିଷ୍ପତ୍ତି ଆଧାରରେ ମା’ ବିରଜାଙ୍କ ଶାରଦୀୟ ଦୁର୍ଗାପୂଜା ଓ ରଥଯାତ୍ରା ରଥଯାତ୍ରା...

ୟୁଟ୍ୟୁବ୍‌ରୁ ମାସିକ ରୋଜଗାର ଲକ୍ଷେ

ବିଭୁ ପ୍ରସାଦ ବେହେରା ଭଦ୍ରକ ଅଫିସ, ୪।୧୧: ଦେବଦେବୀଙ୍କ ପ୍ରତିମାଠାରୁ ଆରମ୍ଭ କରି ଫଟୋଫ୍ରେମ୍‌, ଫୁଲଦାନି। ତା’ ସାଙ୍ଗକୁ ଭଳିକି ଭଳି ଘର ସାଜସଜ୍ଜା ଉପକରଣ।...

ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ସ୍ଥିତି ପରଖିଲେ ୫-ଟି ସଚିବ

ପୁରୀ ଅଫିସ,୨୪।୩ : ପୁରୀ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଆଜି ସକାଳେ ପୁରୀରେ ପହଞ୍ଚିବା ପରେ ମରଚିକୋଟ ଛକ ଠାରୁ ବ୍ୟାଟେରୀ...

CORONAVIRUS UPDATE: ରାଜ୍ୟରେ ୪୭,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୫୨୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୦ା୮(ବ୍ୟୁରୋ) : ସୋମବାର ୨୯ ଜିଲାରୁ ୧୫୨୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫ରେ ପହଞ୍ଚିଥିବା ରାଜ୍ୟ...

ଚୋରାରେ ବିକୁଥିଲେ ବିଦେଶୀ ମଦ, ୨ ମହିଳା ଗିରଫ

ଯୋଡ଼ା,୨୨।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ଥାନା ସହରସ୍ଥିତ ହନୁମାନ ହାଟିଂ ଠାରେ ବେଆଇନ ଭାବେ ବିଦେଶୀ ମଦ ରଖି ବିକ୍ରି କରୁଥିବା ବେଳେ ପୋଲିସ ହାତରେ...

ମାର୍ଚ୍ଚ ୨୫ରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ

ଭୁବନେଶ୍ୱର,୨୪।୨ (ବ୍ୟୁରୋ): ୨୦୨୩-୨୪ ବର୍ଷ ପାଇଁ ଆସନ୍ତା ମାର୍ଚ୍ଚ ୨୫ରେ ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ହେବ। ରାଜ୍ୟ ଆଇନଜୀବୀ ପରିଷଦର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଓକିଲ...

ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ୱର,୨୪-୫(ବ୍ୟୁରୋ):ରାଜ୍ୟରେ ଲଗାତର ପଞ୍ଚମଥର ପାଇଁ ସରକାର ଗଢ଼ିବାକୁ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଉଭୟ ଲୋକ ସଭା ଏବଂ ବିଧାନସଭାରେ ବିଜେଡିକୁ ଜନ ସମର୍ଥନ ମିଳିଛି।...

Advertisement
Archives

Model This Week