ଗର୍ଭପାତ କଟକଣା: ଆମେରିକାରେ ଦ୍ୱନ୍ଦ୍ୱ

ଓ୍ବାଶିଂଟନ,୫ା୫: ୧୯୭୩ ମସିହାରେ ଆମେରିକା ସୁପ୍ରିମକୋର୍ଟ ‘ରୋ ବନାମ ଓ୍ବେଡ୍‌’ ମାମଲାର ବିଚାର କରି ଗର୍ଭପାତ କରାଇବା ସପକ୍ଷରେ ରାୟ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ଏହି ଐତିହାସିକ ନିଷ୍ପତ୍ତି ଗର୍ଭପାତ ଅଧିକାରକୁ ଆଇନତଃ ବୈଧ କରିଥିବାବେଳେ ଦେଶରେ ଏହାକୁ ନେଇ ଆଣ୍ଟାଇ ଆବର୍ସନ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଯଦିଓ ପୂର୍ବରୁ ମଧ୍ୟ ଏଭଳି ବିକ୍ଷୋଭ ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳୁଥିଲା, ତେବେ ଉକ୍ତ ରାୟ ଏହାକୁ ଜାତୀୟସ୍ତରୀୟ ଆନ୍ଦୋଳନର ରୂପ ଦେଇଥିଲା। ଏବେ ସୁପ୍ରିମକୋର୍ଟ ଉକ୍ତ ଗର୍ଭପାତ ଅଧିକାର ରାୟକୁ ପଲଟାଇପାରନ୍ତି ବୋଲି ଆମେରିକୀୟମାନେ ଆଶଙ୍କା କରି ରାସ୍ତାକୁ ଓହ୍ଲାଇଛନ୍ତି। ମୋଟାମୋଟି ଭାବେ ଏହା ଏକ ରାଜନୈତିକ ପ୍ରସଙ୍ଗ ପାଲଟିଯାଇଛି। ତେବେ ପ୍ରଧାନ ବିଚାରପତି ଜନ୍‌ ଗ୍ଲୋଭର ରବଟର୍‌ସ କହିଛନ୍ତି, ପ୍ରଘଟ ହୋଇଥିବା ଡ୍ରାଫ୍ଟ ଓପିନିୟନ୍‌ କୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ନୁହେଁ। ଯଦି ସୁପ୍ରିମକୋର୍ଟ ଏପରି ରାୟ ଦିଅନ୍ତି ତେବେ ଦେଶର ୨୨ ରାଜ୍ୟରେ ଗର୍ଭପାତ ଅବୈଧ ହୋଇଯିବ।

ଗର୍ଭପାତ ନିରୋଧୀ ୯୮ ପୃଷ୍ଠା ସମ୍ବଳିତ ଚିଠା ମତାମତ ସୋମବାର ରାତିରେ ଲିକ୍‌ ହେବା ପରେ ଦେଶରେ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଛି। କାରଣ ଶୀର୍ଷ ଅଦାଲତଙ୍କ ରାୟ ଆସିବା ପରେ ଦେଶର ସମସ୍ତ ରାଜ୍ୟରେ ତାହା ଲାଗୁ ହେବ। କେତେକ ରାଜ୍ୟ ବିଧାନସଭାରେ ଶାସକ ଦଳ ପକ୍ଷରୁ ଗର୍ଭପାତ ବନ୍ଦ ନେଇ ଆଇନ ଅଣାଯିବ। ଏଥିସହ ଗର୍ଭପାତ ପାଇଁ ବାହାରକୁ ଯିବାକୁ ଆଗ୍ରହୀ ମହିଳାଙ୍କ ଯାତ୍ରା ଉପରେ କଟକଣା ଲଗାଯାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗତ କିଛିବର୍ଷ ଧରି ସଂଗୃହୀତ ଜନମତ ଅନୁସାରେ ଅଧିକାଂଶ ଆମେରିକୀୟ ଆବର୍ସନ ଉପରେ କଟକଣାକୁ ବିରୋଧ କରନ୍ତି। ନିକଟରେ ଏବିସି/ଓ୍ବାଶିଂଟନ ପୋଷ୍ଟ ପକ୍ଷରୁ ଏକ ଜନମତ ସର୍ଭେ କରାଯାଇଥିଲା। ୫୪% ଲୋକ ‘ରୋ ବନାମ ଓ୍ବେଡ୍‌’ ମାମଲାର ରାୟ ବଳବତ୍ତର ରହୁ ବୋଲି ଚାହୁଁଥିବାବେଳେ ୨୮ ପ୍ରତିଶତଙ୍କ ମତରେ ଏହାକୁ ପଲଟାଇ ଦିଆଯିବା ଉଚିତ। ଅନ୍ୟପକ୍ଷେ ୧୮% ଆମେରିକୀୟ ମତାମତ ଦେବାକୁ ମନା କରିଦେଇଥିଲେ। ଉପରୋକ୍ତ ମାମଲାର ରାୟକୁ ବଦଳାଇବା ନେଇ ବିବାଦ ଉପୁଜିବା ନୂଆ ନୁହେଁ। ସିଏନ୍‌ଏନ୍‌ ପକ୍ଷରୁ ୧୯୮୯ରେ ଏନେଇ କରାଯାଇଥିବା ଏକ ପୋଲ୍‌ରେ ଜଣାପଡ଼ିଥିଲା ଯେ, ଉକ୍ତ ରାୟ ବଦଳାଇବା ସପକ୍ଷରେ ଥିବା ଆମେରିକୀୟଙ୍କ ସଂଖ୍ୟା କେବେହେଲେ ୩୫%ରୁ ଊର୍ଦ୍ଧ୍ୱକୁ ଯାଇନାହିଁ। ତେଣୁ ବର୍ତ୍ତମାନ ସୁପ୍ରିମକୋର୍ଟ ସଂଖ୍ୟାଗରିଷ୍ଠ ଆମେରିକୀୟ ଚାହୁଁଥିବା ଆଇନ ଅନୁରୂପ ଏକ ରାୟ ଦେଇପାରନ୍ତି ବୋଲି କୁହାଯାଉଛି।

ଯେ, ୨୦୧୬ ରାଷ୍ଟ୍ରପତି ନିର୍ବାଚନ ବେଳେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ରୋ ରାୟକୁ ବଦଳାଇବା ନିମନ୍ତେ ସୁପ୍ରିମକୋର୍ଟରେ ବିଚାରପତିମାନଙ୍କୁ ନିଯୁକ୍ତି ପ୍ରଦାନର ପ୍ରତିଶ୍ରୁତି ଦେଇ ହ୍ବାଇଟ୍‌ ହାଉସ୍‌କୁ ଯିବାରେ ସମର୍ଥ ହୋଇଥିଲେ। ଟ୍ରମ୍ପ୍‌ ମଝିରେ ଗର୍ଭପାତ ଅଧିକାରକୁ ସମର୍ଥନ କରିଥିଲେ ହେଁ ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ପାଳନ ହୋଇଛି। କିନ୍ତୁ ଗର୍ଭପାତ ସପକ୍ଷରେ ସଙ୍ଗଠିତ ବିରୋଧର ଇତିହାସ ‘ରୋ ବନାମ ଓ୍ବେଡ୍‌’ ମାମଲାର ରାୟ ଆସିବାର ପ୍ରାୟ ଏକ ଶତାବ୍ଦି ତଳେ ବ୍ରିଟିଶ୍‌ ଆଇନକୁ ଅନୁକରଣ କରି ଆରମ୍ଭ ହୋଇସାରିଥିଲା।

ଆମେରିକୀୟ ମହିଳାମାନଙ୍କ ମନରେ ଗର୍ଭପାତ କରିବା ନେଇ ସାମ୍ବିଧାନିକ ଅଧିକାର ହରାଇବା ଆଶଙ୍କା ଉପୁଜିଥିବାବେଳେ ୧୯୭୩ରେ ‘ରୋ ବନାମ ଓ୍ବେଡ୍‌’ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ଐତିହାସିକ ରାୟକୁ ଅନେକେ ମନେପକାଉଛନ୍ତି। ଏଥିସହ ରୋ ଏବଂ ଓ୍ବେଡ୍‌ ଚରିତ୍ରକୁ ନେଇ ମଧ୍ୟ ଲୋକଙ୍କ ମନରେ ଉତ୍ସୁକତା ବଢ଼ିବାରେ ଲାଗିଛି। ଜେନ୍‌ ରୋ ନାମରେ ପରିଚିତ ମହିଳାଙ୍କ ମୂଳ ନାମ ହେଉଛି ମେକ୍‌କୋର୍ଭି, ଯିଏକି ୧୯୬୯ରେ ତୃତୀୟ ଶିଶୁକୁ ଗର୍ଭରେ ଧାରଣ କରିଥିଲେ। ରୋ ଗର୍ଭପାତ କରାଇବାକୁ ଚାହୁଁଥିଲେ। କିନ୍ତୁ ସେ ଟେକ୍ସାସ୍‌ରେ ରହୁଥିବାରୁ ଅସୁବିଧା ହୋଇଥିଲା। କାରଣ ଟେକ୍ସାସ୍‌ରେ କେବଳ ମା’ଙ୍କ ଜୀବନ ରକ୍ଷା ପାଇଁ ଜରୁରୀ ହେଲେ ଏହାକୁ ଆଇନତଃ ସ୍ବୀକୃତି ମିଳୁଥିଲା। ରୋଙ୍କ ଓକିଲମାନେ ଫେଡେରାଲ କୋର୍ଟରେ ହେନେରି ଓ୍ବେଡ୍‌ଙ୍କ ବିରୋଧରେ ପିଟିଶନ ଦାଖଲ କରିଥିଲେ। ପରେ ଟେକ୍ସାସ୍‌ କୋର୍ଟ ଏହି ମାମଲାକୁ ସୁପ୍ରିମକୋର୍ଟକୁ ଶୁଣାଣି ପାଇଁ ସ୍ଥାନାନ୍ତର କରିଥିଲେ। ସୁପ୍ରିମକୋର୍ଟ ରୋଙ୍କ ସପକ୍ଷରେ ରାୟ ଦେଇଥିଲେ। ଏଥିପାଇଁ ଆମେରିକା ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନର ସହାୟତା ନିଆଯାଇଥିଲା, ଯାହାକି ଜଣେ ଗର୍ଭବତୀ ମହିଳାଙ୍କୁ ଗର୍ଭଧାରଣ/ଗର୍ଭପାତର ସ୍ବାଧୀନତା ଦେଇଥାଏ।

୧,୦୭୦ ଫୁଟ ଉଚ୍ଚ ଟାଓ୍ବାରକୁ ଚଢ଼ିଲେ ଗର୍ଭପାତ ବିରୋଧୀ କର୍ମୀ

ଇଣ୍ଟରନେଟ୍‌ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଆମେରିକାର ଜଣେ ଗର୍ଭପାତ ବିରୋଧୀ ଆକ୍ଟିଭିଷ୍ଟ ସାନ୍‌ ଫ୍ରାନ୍‌ସିସ୍କୋସ୍ଥିତ ସେଲ୍ସଫୋର୍ସ ଟାଓ୍ବାରକୁ ଚଢ଼ିଯାଇଥିବା ଦେଖିବାକୁ ମିଳୁଛି। ନିଜକୁ ‘ପ୍ରୋ-ଲାଇଫ୍‌ ସ୍ପାଇଡରମ୍ୟାନ୍‌’ ଦାବି କରୁଥିବା ଏହି ୨୨ ବର୍ଷୀୟ ବ୍ୟକ୍ତିଙ୍କ ନାମ ହେଉଛି ମେସିଅନ୍‌ ଡେସ୍‌ଚାମ୍ପ୍‌ସ। ମଙ୍ଗଳବାର ପୂର୍ବାହ୍ନ ୯ଟା ୨୧ରେ ସେ ଗର୍ଭପାତ ବିରୋଧରେ ବିକ୍ଷୋଭ କରିବାକୁ ଯାଇ ୧,୦୭୦ ଫୁଟ୍‌ ଉଚ୍ଚ ଟାଓ୍ବାରକୁ ଚଢ଼ିଥିଲେ।

ଆମେରିକାର ସପ୍ତଦଶ ଉଚ୍ଚତମ ଟାଓ୍ବାର ଉପରୁ ସେ ଟୁଇଟର ଓ ଇନ୍‌ଷ୍ଟାଗ୍ରାମ ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ନିଜେ ଚଢ଼ିବାବେଳର ଦୃଶ୍ୟ ପୋଷ୍ଟ କରିବା ପରେ ସେଗୁଡ଼ିକ ବହୁଳ ପ୍ରସାରିତ ହୋଇଛି। ଦେଖଣାହାରୀଙ୍କଠାରୁ ଖବର ପାଇ ପୋଲିସ ସେଠାକୁ ଯାଇ ମେସିଅନ୍‌ଙ୍କୁ ଗିରଫ କରିଥିଲା। ଗତମାସରେ ଓ୍ବାଶିଂଟନ ଡିସିର ଗର୍ଭପାତ ସପକ୍ଷବାଦୀ ଡାକ୍ତର ସେସାରେ ସାଣ୍ଟାନ୍‌ଗେଲୋଙ୍କ କ୍ଲିନିକ୍‌ ବାହାରେ ୧୧୫ ଶିଶୁଙ୍କ ଭ୍ରୂଣ ମିଳିଥିଲା। ସେସାରେ ସେମାନଙ୍କୁ ହତ୍ୟା କରିଥିଲେ। କିନ୍ତୁ ତାଙ୍କୁ ଜେଲ ପଠାଇବା ତ ଦୂରର କଥା, ତାଙ୍କ ବିରୋଧରେ କୌଣସି ତଦନ୍ତ ମଧ୍ୟ ଆରମ୍ଭ ହୋଇନାହିଁ ବୋଲି ଟାଓ୍ବାର ଚଢ଼ାଳି ମେସିଅନ୍‌ ନିଜ ପୋଷ୍ଟରେ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri