ପ୍ରଥମ ପ୍ରେମରେ ଧୋକା ଖାଇଥିଲେ ବିଦ୍ୟା

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବଲାନ୍‌ ନିଜର ଚମତ୍କାର ଅଭିନୟ ବଳରେ ଦୀର୍ଘ ବର୍ଷ ଧରି ପ୍ରଶଂସକଙ୍କ ହୃଦୟରେ ରାଜୁତି କରିଆସୁଛନ୍ତି। ନିଜର ବିନ୍ଦାଶ ଶୈଳୀ ପାଇଁ ବେଶ୍‌ ପରିଚିତି ଲାଭ କରିଥିବା ଏହି ଅଭିନେତ୍ରୀ ଜଣକ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦୋ ଔର ଦୋ ପ୍ୟାର’ର ପ୍ରମୋଶନରେ ଏବେ ବ୍ୟସ୍ତ ଅଛନ୍ତି।
ଫିଲ୍ମ ‘ଦୋ ଔର ଦୋ ପ୍ୟାର’ ର ପ୍ରମୋଶନ ବେଳେ ଏକ ସାକ୍ଷାତ୍‌କାରରେ ବିଦ୍ୟା ନିଜ ପ୍ରଥମ ପ୍ରେମ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି। ତାଙ୍କର ପୂର୍ବତନ ପ୍ରେମିକ ତାଙ୍କୁ ପ୍ରତାରଣା କରିଥିଲେ, ଫଳରେ ତାଙ୍କ ହୃଦୟ ଭାଙ୍ଗିଯାଇଥିଲା ବୋଲି ବିଦ୍ୟା ଏହି ସାକ୍ଷାତ୍‌କାରରେ କହିଛନ୍ତି। ପ୍ରଥମ ପ୍ରେମରେ ତାଙ୍କ ସହ ବିଶ୍ୱାସ ଘାତକତା ହୋଇଥିଲା ବୋଲି ନିଜ ଅତୀତକୁ ମନେ ପକାଇ ବିଦ୍ୟା ପ୍ରକାଶ କରିଛନ୍ତି। ସେତେବେଳେ ସେ ପ୍ରଥମ ଥର ପାଇଁ ଗୋଟିଏ ପୁଅ ସହ ଡେଟ୍‌ କରୁଥିଲେ, ଯିଏ ପରବର୍ତ୍ତୀ ସମୟରେ ତାଙ୍କର ହୃଦୟ ଭାଙ୍ଗିଥିଲେ। ଭାଲେଣ୍ଟାଇନ ଡେ ଦିନ ତାଙ୍କ ପ୍ରଥମ ପ୍ରେମର ବ୍ରେକ୍‌ଅପ୍‌ ହୋଇଥିବା ବିଦ୍ୟା ଏହି ସାକ୍ଷାତ୍‌କାରରେ ଜଣାଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ସେ ଏହାକୁ ଭୁଲି ଜୀବନରେ ଆଗେଇଥିବା ବିଦ୍ୟା କହିଛନ୍ତି। ସୂଚନାଯୋଗ୍ୟ, ବଲିଉଡ୍‌ ଅଭିନେତା ଆଦିତ୍ୟ ରୟ କପୁରଙ୍କ ବଡ ଭାଇ ତଥା ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ରୟ କପୁରଙ୍କୁ ୨୦୧୨ରେ ଅଭିନେତ୍ରୀ ବିଦ୍ୟା ବଲାନ ବିବାହ କରିଥିଲେ।
ବିଦ୍ୟାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ଦୋ ଔର ଦୋ ପ୍ୟାର’ ଆସନ୍ତା ଏପ୍ରିଲ ୧୯ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହା ପରେ ତାଙ୍କୁ ପ୍ରସିଦ୍ଧ ହରର୍‌ କମେଡି ଫିଲ୍ମ ‘ଭୁଲ୍‌ ଭୁଲାଇୟା ୩’ରେ ଦେଖିବାକୁ ମିଳିବ, ଯାହା ଚଳିତ ବର୍ଷ ଦୀପାବଳି ଉପଲକ୍ଷେ ମୁକ୍ତିଲାଭ ହେବା ନେଇ ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାରାହ ଖାନ୍‌ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ମା’ ମେନକା ଇରାନିଙ୍କ ନିଧନ

ବମ୍ବେ: ମା’ଙ୍କୁ ହରାଇଛନ୍ତି କୋରିଓଗ୍ରାଫର-ନିର୍ଦ୍ଦେଶକ ଫାରାହ ଖାନ୍‌। ଶୁକ୍ରବାର ତାଙ୍କର ମା’ ମେନକା ଇରାନୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।...

ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...

ଐଶ୍ୱର୍ଯ୍ୟାଙ୍କୁ ସରପ୍ରାଇଜ୍‌ ଦେଲେ ଅଭିଷେକ! ବିବାହ ବିଚ୍ଛେଦ ଖବର ଭିତରେ ଆସିଲା ନୂଆ ଟ୍ବିଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ହେବାର ୧୭ ବର୍ଷ ବିତିଗଲାଣି। ହେଲେ ଏବେ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଲାଗି ରହିଛି।...

ଅଡୁଆରେ କଙ୍ଗନା, ହରାଇବେ ଏମପି ପଦ!

ନୂଆଦିଲ୍ଲୀ,୨୫।୭: ଅଡୁଆରେ ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତ। ହରାଇପାରନ୍ତି ଏମପି ପଦ। ହିମାଚଳ ପ୍ରଦେଶର ମାଣ୍ଡି ଲୋକ ସଭା ଆସନରୁ କଙ୍ଗନାଙ୍କୁ...

ବିବାହବେଳେ ଅଜବ ସର୍ତ୍ତ ରଖିଥିଲେ କାଜୋଲ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅଭିନେତା ଅଜୟ ଦେବ୍‌ଗନ୍‌ ଓ ଅଭିନେତ୍ରୀ କାଜୋଲ ଅନ୍ୟତାମ। ବ୍ୟକ୍ତିଗତ ଜୀବନକୁ ନେଇ ଏହି ଷ୍ଟାର ଦମ୍ପତି ଅନେକବାର...

ଅଲଗା ହେବାପରେ ପ୍ରଥମଥର ନତାଶାଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୪।୭: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ ଶେଷରେ ଅଲଗା ହୋଇଯାଇଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଉଭୟ ଏନେଇ ସୂଚନା ଦେଇଛନ୍ତି। ନତାଶା ପୁଅ...

ସବୁ ରେକର୍ଡ ଭାଙ୍ଗିଦେଲେ ଦୀପିକା: ପ୍ରଥମ ଭାରତୟ ଅଭିନେତ୍ରୀ ଭାବେ…

ବଲିଉଡ୍‌ ଅଭିନେତ୍ରୀ ୧୭ ବର୍ଷର ଅଭିନୟ କ୍ୟାରିୟରରେ ବିଶେଷ ନାମ ଅର୍ଜନ କରିଛନ୍ତି। ଆଜିକାଲି ଦୀପିକା ଫିଲ୍ମ ‘କଲକି 2898 AD’ ମାଧ୍ୟମରେ ଅନେକ ପ୍ରଶଂସକଙ୍କ...

ମୋ ପରିବାରକୁ ମାରିବାକୁ ଚାହୁଁଛନ୍ତି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍: ସଲମାନ ଖାନ୍

ମୁମ୍ବାଇ,୨୪ା୭: ବଲିଉଡ ଅଭିନେତା ସଲମାନ ଖାନ ପୋଲିସକୁ କହିଛନ୍ତି ଯେ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଚଳିତ ବର୍ଷ ଏପ୍ରିଲରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଗୁଳି ଚଳାଇଥିଲେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri