୩୦ ହଜାର କୋଟି ପଇଠ କରିବ ଭିଡିଓକନ୍‌ ଗ୍ରୁପ୍‌

ନୂଆଦିଲ୍ଲୀ: ବର୍ତ୍ତମାନ ଭିଡିଓକନ୍‌ ଗ୍ରୁପ୍‌ ଇନ୍‌ସଲଭେନ୍ସି ମାମଲାର ସମ୍ମୁଖୀନ ହୋଇଛି। ବ୍ୟାଙ୍କଗୁଡିକୁ ୩୦ ହଜାର କୋଟି ଟଙ୍କାର ଋଣ ପଇଠ କରିବା ଲାଗି କମ୍ପାନୀ ପ୍ରତିଷ୍ଠାତାଙ୍କ ପରିବାର ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଭିଡିଓକନ୍‌ ଗ୍ରୁପ୍‌ର ୧୩ କମ୍ପାନୀ ବିରୋଧରେ ବର୍ତ୍ତମାନ ଦେବାଳିଆ ପ୍ରକ୍ରିୟା ଚାଲିଥିବା ବେଳେ ଋଣ ପଇଠ କରି କମ୍ପାନୀଗୁଡିକୁ ଏହି ପ୍ରକ୍ରିୟାରୁ ବାହାରକୁ ଆଣିବା ଲାଗି ବେଣୁଗୋପାଳ ଧୂତ୍‌ଙ୍କ ପରିବାର ପ୍ରୟାସ କରିଛି। ଏ ସଂକ୍ରାନ୍ତ ପ୍ରସ୍ତାବକୁ କମିଟି ଅଫ୍‌ କ୍ରେଡିଟର(ସିଓସି) ନିକଟକୁ ପଠାଯାଇଥିବା ଗ୍ରୁପ୍‌ର ପ୍ରତିଷ୍ଠାତା ଧୂତ୍‌ କହିଛନ୍ତି। ଭିଡିଓକନ ଇଣ୍ଡଷ୍ଟ୍ରି ବୋର୍ଡରେ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଧୂତ ଅବସ୍ଥାପିତ ଥିଲେ। ଦେବାଳିଆ ପ୍ରକ୍ରିୟା ଚାଲିବା ପରେ ବର୍ତ୍ତମାନ ବୋର୍ଡକୁ ବରଖାସ୍ତ କରାଯାଇଛି। ଧୂତ୍‌ଙ୍କ ପରିବାର ଏହି ଗ୍ରୁପ୍‌ରେ ପ୍ରମୋଟର ରହି ଆସିଛନ୍ତି। ଋଣ ପଇଠ ନେଇ ପ୍ରସ୍ତାବ ଚଳିତ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟକାରୀ ହେବା ନେଇ ଧୂତ୍‌ଙ୍କ ପରିବାର ଆଶା ରଖିଛି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆଗାମୀ ୨ ମାସ ଶେଷ ସୁଦ୍ଧା ଆସିପାରେ ବୋଲି ବେଣୁଗୋପାଳ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଜ଼ିଲା ଉପସଭାପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୭୦ ଭରି ସୁନା,୨ ଲକ୍ଷ ଟଙ୍କା ଲୁଟ

ଗୁଣପୁର,୨୭/୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଘର ବନ୍ଦ ଥିବାର ସୁଯୋଗ ନେଇ କଳା କନା…

ଧରିତ୍ରୀ ପ୍ରଭାବ…କାଇଁଚପୁର ପଞ୍ଚାୟତକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓଙ୍କୁ କୃତଜ୍ଞତା

ଗଞ୍ଜାମ,୨୭।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତକୁ ଗଡୁନଥିଲା ମୁଖ୍ୟମନ୍ତ୍ରୀ ବସ୍ । ଏନେଇ ଶନିବାର ଧରିତ୍ରୀରେ ଖବର ପ୍ରସାରଣ ହୋଇଥିଲା । ଯାହାକୁ…

ବିଦ୍ୟୁତ ଖୁଣ୍ଟକୁ ପିଟିଲା ସ୍କୁଲ ଭ୍ୟାନ୍‌: ଆଉ ତା’ପରେ ଘଟିଲା…

ଗୁଣପୁର,୨୭।୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ସହରରେ ଥିବା ଲଣ୍ଡନ କିଡ୍ସ ନାମକ ଏକ ଘରୋଇ ସ୍କୁଲରୁ ପିଲାଙ୍କୁ ସ୍କୁଲ ଭ୍ୟାନ୍‌ଟି ନେଇ ଯାଉଥିବାବେଳେ କୌଣସି କାରଣବଶତଃ ବିକ୍ରମପୁର…

ଦୀର୍ଘ ୧୫ ବର୍ଷ ଧରି ମରାମତି ହେଉନାହିଁ ରାସ୍ତା, ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ ଦେଲେ ଅଞ୍ଚଳବାସୀ

ଧାମନଗର,୨୭।୭( ସନ୍ତୋଷ କୁମାର ମହାପାତ୍ର): ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ସ୍ଥିତ ବାଇଦିପୁର ଗ୍ରାମ ( ୱାର୍ଡ ନଂ ୩) ମୁଖ୍ୟ ରାସ୍ତା ଦୀର୍ଘ ବର୍ଷ ହେବ…

ଗାଁକୁ ଆସୁନି ନେଟୱାର୍କ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ଖଜୁରିପଡ଼ା,୨୭ା୭(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଗୁଦାରି ଗାଁରେ ଦୀର୍ଘ ଦିନ ହେବ ନେଟୱାର୍କ ସମସ୍ୟା ଲାଗିରହିଛି। ଏହି ଗାଁଟି ଫୁଲବାଣୀ ସହରଠାରୁ ମାତ୍ର ୨ କିଲୋମିଟିର ଦୂରରେ…

ସ୍କୁଲରେ ପଶିଲା ସାପ, ଆଉ ତା’ପରେ…

ବଡ଼ଗାଁ,୨୭ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା ପଞ୍ଚାୟତର ଜାଙ୍ଗଲି ପ୍ରାଥମିକ ବିଦ୍ୟାଳୟ କୋଠରୀରେ ଥିବା ୨ଟି ସାପକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡାଯାଇଛି।…

ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ଗର୍ଜିଲା ସିପିଆଇ

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲା କମିଟି ପକ୍ଷରୁ ଦିଲ୍ଲୀସ୍ଥିତ ଜନ୍ତରମନ୍ତରଠାରେ ହୋଇଥିବା ଯୁବଛାତ୍ର ଆନ୍ଦୋଳନର ସଫଳତା ପରିପ୍ରେକ୍ଷୀରେ ଦେଶର ଅଗଣିତ ଛାତ୍ରୀଛାତ୍ର ଓ…

ପୁଣି ଚର୍ଚ୍ଚାରେ ଦାନ ମାଝୀ, ଏହି କାରଣକୁ ନେଇ ଫିଲ୍ମ ‘ଲାଶ୍’ର ପ୍ରଯୋଜକଙ୍କ ନାଁରେ ଦେଲେ ଏତଲା

ଭବାନୀପାଟଣା,୨୭।୭(ଉତ୍ତମ କୁମାର ଦାଶ): କାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri