ସ୍ବାସ୍ଥ୍ୟ ଅଧିକାରୀଙ୍କ ନିଶା ସେବନ ଭିଡିଓ ଭାଇରାଲ

ବ୍ରହ୍ମପୁର ଅଫିସ,୨୮।୯: ସରକାର ହସ୍ପିଟାଲରେ ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଅନେକ ବିଭାଗ ଖୋଲିଛନ୍ତି। ହେଲେ ହସ୍ପିଟାଲ ଭିତରେ ଥିବା ନିଜ କାର୍ଯ୍ୟାଳୟରେ ଜଣେ ସ୍ବାସ୍ଥ୍ୟ ଅଧିକାରୀ ନିଶା ସେବନ କରୁଥିବା ଭିଡିଓ ଭାଇରାଲ ହୋଇଛି। ପରେ ଜଣେ ମହିଳା କର୍ମଚାରୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବା ଅଭିଯୋଗ ହୋଇଛି।
ଗଞ୍ଜାମ ଜିଲା ବ୍ରହ୍ମପୁର ସିଟି ହସ୍ପିଟାଲରେ ଥିବା ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସ୍‌କେ)କାର୍ଯ୍ୟାଳୟରେ ମଙ୍ଗଳବାର ଏହା ଦେଖିବାକୁ ମିଳିଛି। ଆରବିଏସ୍‌କେ ସହକାରୀ ମ୍ୟାନେଜର ସନ୍ଦୀପ ତ୍ରିପାଠୀ ନିଜ ଅଫିସ ଭିତରେ ଫିଲ୍ମ ଷ୍ଟାଇଲରେ ନିଶାପାନ କରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର ଜାଣିବାକୁ ପାଇଥିଲେ। ପରେ ସେ ତ୍ରିପାଠୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଅନ୍ୟପଟେ ଏହି ଘଟଣାର ତଦନ୍ତ କରିବା ପାଇଁ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର/କଲ୍ୟାଣ) ଡା. ଭି.ସରୋଜିନୀ ଦେବୀ ଓ ସିଟି ହସ୍ପିଟାଲ ଅଧୀକ୍ଷକ ଡା. ବିଶ୍ୱମ୍ଭର ବେହେରାଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ମଙ୍ଗଳବାର ଘଟଣାର ତଦନ୍ତ ସରିଛି ବୋଲି ସିଡିଏମ୍‌ଓ ମିଶ୍ର କହିଛନ୍ତି। ରିପୋର୍ଟ ମିଳିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟପଟେ ଆରବିଏସ୍‌କେର ସହକାରୀ ମ୍ୟାନେଜର ସନ୍ଦୀପ ତ୍ରିପାଠୀଙ୍କୁ ପଚାରିବାରୁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ମୁଁ ଅଫିସ ଭିତରେ ନିଶାପାନ କରିନାହିଁ। ମୋ ବିରୋଧରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦୃଶ୍ୟଟି ଭିତ୍ତିହୀନ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୈଳ ଦରବୃଦ୍ଧି ପ୍ରତିବାଦ: ୧୬ନଂ ଜାତୀୟ ରାଜପଥ ଅବରୋଧ

ଖୋର୍ଦ୍ଧା ଅଫିସ,୧୫।୭: ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ବାମପନ୍ଥୀ ଦଳ ପକ୍ଷରୁ ଓଡିଶାରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ...

ଦୁରଦିନରେ ବୁରୁଧ୍‌ ଦମ୍ପତି: ରାଧାଗୋବିନ୍ଦକଁର ଚିକିଛା ଲାଗି ଟଁକା ଅଭାବ୍‌

  ଲୋଇସିଂହା, ୮।୧୨(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର କୁମ୍ଭାରପଡ଼ାର ରାଧାଗୋବିନ୍ଦ ପୁଟେଲ(୭୦)। ମାଏକିନା ଭଗବତୀ ଆର ପଁାଚ୍‌ ପୁଓକୁଁ ନେଇ ତାକର ପରିବାର...

ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଜଣେ ଅଟକ

ବଲାଙ୍ଗୀର ଅଫିସ, ୨୮ା୨:ବଲାଙ୍ଗୀର ଜିଲା ଅନୁସୂଚିତ ବିଭାଗ ଅଧିନ ଏକ ସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣାପଡିଛି। ସୋମବାର...

ଭାରତ ବନ୍ଦରେ ଆଗୁଆ ଶୋଭାଯାତ୍ରା

ଭୋଗରାଇ, ୮।୧୨(ଡି.ଏନ୍‌.ଏ): ତିନୋଟି କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବା ପାଞ୍ଚ ଘଣ୍ଟିଆ ଭାରତ ବନ୍ଦକୁ ସମର୍ଥନକରି ବାଲେଶ୍ୱର ଜିଲା...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, ଅଞ୍ଚଳବାସୀ ଆତଙ୍କିତ

କାମାକ୍ଷାନଗର,୩୧।୫(ଡି.ଏନ.ଏ.)-କାମାକ୍ଷାନଗର ଏନ୍‌ଏସି ୧୦ ନମ୍ବର ଓ୍ବାର୍ଡରେ ଶୁକ୍ରବାର ଏକ ଭାଲୁ ଆକ୍ରମଣରେ ଭୁଲୁ ନାଏକଙ୍କ(୬୫) ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ...

ମଧ୍ୟପ୍ରଦେଶରେ ଫସିଛନ୍ତି ୧୪ ଶ୍ରମିକ: ଉଦ୍ଧାର ପାଇଁ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୫।୫-ସାରା ଦେଶରେ ଲକ ଡାଉନ ଜାରି ରହିଛି। ଏପରିସ୍ଥିତିରେ ଗୁଜୁରାଣ ମେଣ୍ଟାଇବା ପାଇଁ ମଧ୍ୟପ୍ରଦେଶ ଯାଇଥିବା ବରଗଡ଼ ଓ ସୁନ୍ଦରଗଡ଼ ଜିଲାର ୧୪ ଜଣ...

ଧୂଳି ଉଡ଼ି ନଷ୍ଟ ହେଉଛି ପରିଶ୍ରମର ଫସଲ

ଉମରକୋଟ, ୨୪।୧୨(ସ୍ବ.ପ୍ର.): ନବରଙ୍ଗପୁର ଉମରକୋଟ ଦେଇ ରାଇପୁରରୁ ବିଶାଖାପାଟଣା ଭାରତମାଳା ରାସ୍ତାର ନିର୍ମାଣ କାମ ଜୋର୍‌ସୋରରେ ଚାଲିଛି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁ...

ସହାୟତା ଅପେକ୍ଷାରେ ଚିନ୍ତାମଣି

ହାଟଡିହୀ,୨୮l୧୧(ଡି.ଏନ.ଏ.): ଭାରି କଷ୍ଟ ହେଉଛି। ସିଧା ହୋଇ ଠିଆ ହୋଇ ପାରୁନି କି ପେଟେଇ ଏବଂ କଡ଼ ଲେଉଟେଇ ଶୋଇ ପାରୁନି। ସବୁବେଳେ ଯନ୍ତ୍ରଣା ହେଉଛି...

Advertisement
Archives

Model This Week