Posted inଫୁରସତ

ହାତ ଥିବା ଚଢ଼େଇ ଭିଡିଓ

ନୂଆଦିଲ୍ଲୀ: ଚଢ଼େଇମାନଙ୍କର ଯଦି ହାତ ଥାନ୍ତା, ତେବେ ସେମାନେ ବି ମଣିଷଙ୍କ ଭଳି ବିଭିନ୍ନ ପ୍ରକାର କାମ କରିପାରିଥାନ୍ତେ। ଏମିତି ଏକ ଭାବନାକୁ ଏବେ ଟୁଇଟରରେ ରୂପ ଦେଇଛନ୍ତି କର୍ଲି କିଡ୍‌ ଲାଇଫ୍‌। ବିଭିନ୍ନ ପ୍ରକାର ପକ୍ଷୀଙ୍କର ହାତ ଥିବାରୁ ସେମାନେ କରୁଥିବା ଅନେକ କାମକୁ ନେଇ ସେ ଏକ କଳ୍ପନାତ୍ମକ ଭିଡିଓ ପ୍ରସ୍ତୁତ କରିଛନ୍ତି ଯାହା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଚଢ଼େଇଙ୍କର ଏହି କଳ୍ପନାତ୍ମକ ଭିଡିଓରେ ବହୁ କିସମର ଚଢ଼େଇ ଅଛନ୍ତି ଯେଉଁମାନେ ହାତ ଥିବା ଯୋଗୁଁ ମଣିଷ ଭଳି ସବୁ କାମ କରି ପାରୁଛନ୍ତି। ଚଢେଇମାନେ ସେଲ୍‌ଫି ନେଇପାରୁଛନ୍ତି, ବାସନ ସଫା କରି ପାରୁଛନ୍ତି, ଗୀଟାର ବଜାଇ ପାରୁଛନ୍ତି, ମାର୍କେଟିଂ କରିପାରୁଛନ୍ତି, ଅଫିସ୍‌ ଯାଉଛନ୍ତି ଏବଂ ସ୍କୁଲ ଯାଇ ପାଠ ପଢୁଛନ୍ତି, ଜିମ୍‌ ଯାଉଛନ୍ତି ଇତ୍ୟାଦି ସବୁ କାମ କରିପାରୁଛନ୍ତି। କାଉ, ଓଟ, ପାରା, ବତକ, ପେଙ୍ଗୁଇନ୍‌ ଆଦି ଚଢ଼େଇଙ୍କୁ ଏହି ଭିଡିଓରେ ଦେଖିବାକୁ ମିଳୁଛି। ତେବେ ସୋସିଆଲ୍‌ ମିଡିଆରେ ଏହି ଭିଡିଓକୁ ଶେୟାର କରିବା ପରେ ବହୁସଂଖ୍ୟାରେ ଲୋକ ଏହାକୁ ପ୍ରଶଂସା କରିଛନ୍ତି। ଏହା ସହିତ କର୍ଲିଙ୍କର ଏଡିଟିଂ ଦକ୍ଷତା ଓ କଳ୍ପନାକୁ ବି ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁର ବିକାଶ ପାଇଁ ନିଜ ରୋଜଗାରରୁ ଏତିକି କୋଟି ଖର୍ଚ୍ଚ କଲେ ଏହି ବ୍ୟକ୍ତି, ଜାଣିଲେ…

ନିଜ ଅପେକ୍ଷା କେବେ ପୂରା ଗାଁର କଥା ଚିନ୍ତା କରିଛନ୍ତି? ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି କିନ୍ତୁ ଏପରି କରି ଦେଖାଇଛନ୍ତି। ନିଜ ରୋଜଗାରର ସମସ୍ତ ଦରମା...

ଘର ସଫା କରିବା ସମୟରେ ମିଳିଲା ଜେଜେବାପାଙ୍କ ଡାଏରୀ, ଏଥିରେ ଯାହା ଲେଖାଥିଲା ନାତି ହେଲେ ଆଶ୍ଚର୍ଯ୍ୟ

ଜଣେ ଯୁବକ ତାଙ୍କ ମା’ଙ୍କ ସହିତ ଘର ସଫା କରୁଥିବା ସମୟରେ ଏକ ଡାଏରୀ ପାଇଥିଲେ। ଏଥିରୁ ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ...

ପ୍ରଥମ ଦରମା ଟଙ୍କା ବୋଉକୁ ଦେଇଥିଲି: ନାଟ୍ୟ ନିର୍ଦ୍ଦେଶକ ତ୍ରିନାଥ ମହାପାତ୍ର

ନୟାଗଡ଼ ଜିଲା ରଣପୁର ବ୍ଲକ୍‌ କୁଳାସର ଗ୍ରାମପଞ୍ଚାୟତ ଅଧୀନ ବେଣୁଧରପୁର ଶାସନରେ ମୋର ଜନ୍ମ। ହେଲେ ମୋତେ ଯେତେବେଳେ ମାତ୍ର ୫ ବର୍ଷ ହୋଇଥିଲା ମୁଁ...

ଏକ ସିମ୍ପାଜିକୁ ଆରକ ଦେଖି ହେଉଛନ୍ତି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବିବାହ ନିମନ୍ତ୍ରଣ କାର୍ଡରେ କୃଷକ ଆନ୍ଦୋଳନ ବାର୍ତ୍ତା, ଲେଖାଅଛି ଏମିତି…

ଚଣ୍ଡିଗଡ଼,୪।୨: ସାଧାରଣତଃ ବିବାହ ନିମନ୍ତ୍ରଣ କାର୍ଡରେ ଲୋକେ ଦେବଦେବୀଙ୍କ ଫଟୋ କିମ୍ବା ବରକନ୍ୟାଙ୍କ ଫଟୋ ଛପାଇଥାନ୍ତି। ମାତ୍ର ବର୍ତ୍ତମାନ କୃଷକ ଆନ୍ଦୋଳନ ଚାଲିଥିବାରୁ ଏକ ବିବାହ...

ପଛ ପଟୁ ଆସି ଗୋଡ଼ରେ ଠେଲି ଦେଲା ବିଲେଇ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ମଦ ନିଶାରେ ବିଦ୍ୟୁତ୍‌ ତାରରେ ଝୁଲି ପଡ଼ିଲେ ବ୍ୟକ୍ତି, ହାଇ ଭୋଲ୍‌ଟେଜ୍‌ ଡ୍ରାମା ଦେଖି…

ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ସାମ୍ନାକୁ ଆସେ, ଯାହାକୁ ଦେଖିଲେ ବିଶ୍ୱାସ କରିବା ମୁସ୍କିଲ ହୋଇଯାଏ। ସେଭଳି ଏକ ଭିଡିଓ ଏବେ ଭାଇରାଲ ହେଉଛି।...

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ ତେହରାନ,୨୬।୮: ଗୋଟିଏ ଦେଶର ଏଭଳି ଏକ ସହର ରହିଛି ଯେଉଁଠାରେ ଆମ୍ବୁଲାନ୍ସକୁ ଲୋକେ ବାଟ ଛାଡୁ ନାହାନ୍ତି।...

Advertisement
Archives

Model This Week