Video: ଲାଞ୍ଚ ନ ଦେଲେ ପ୍ରମାଣପତ୍ର ରଦ୍ଦ: ତହସିଲ କାର୍ଯ୍ୟାଳୟରେ ହାତଗୁଞ୍ଜା କାରବାରର ଭିଡିଓ ଭାଇରାଲ

ଦାରିଙ୍ଗବାଡି, ୨୧।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ଲାଞ୍ଚ ନ ଦେଲେ କୌଣସି କାର୍ଯ୍ୟ ହେଉନାହିଁ। ବିଶେଷ କରି ଏବେ ପିଲାମାନଙ୍କ ଶିକ୍ଷା ପାଇଁ ଆବଶ୍ୟକ ପ୍ରମାଣପତ୍ର ପାଇଁ ଅଭିଭାବକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି। ସେମାନଙ୍କୁ ପ୍ରମାଣ ପତ୍ର ପାଇବାକୁ ହେଲେ ଦେବାକୁ ପଡୁଛି ଲାଞ୍ଚ। ଯିଏ ଏହା ଦେଇପାରିବନି ତାର ପ୍ରମାଣପତ୍ରକୁ ଅବିଳମ୍ବେ ରଦ୍ଦ କରିଦିଆଯାଉଛି। ଆଉ ଲାଞ୍ଚ ସିଧା କୌଣସି ଅଫିସର କି କିରାଣୀ ନେଉନାହାନ୍ତି ଏହି କାର୍ଯ୍ୟକୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦ୍ୱାରା କରାଯାଉଛି। ଏଭଳି ଲାଞ୍ଚନେଇ ଜଣେ କିରାଣୀଙ୍କ ଟେବୁଲ ଡ୍ରରେ ଗୁଞ୍ଜା ମାରୁଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି।

ମିଳିଥିବା ତଥ୍ୟ ପ୍ରକାରେ, ଦୁର୍ଗମ ଅଞ୍ଚଳ ହାତୀମୁଣ୍ଡା ପଞ୍ଚାୟତରୁ ଆସିଥିବା ଜଣେ ହିତାଧିକାରୀଙ୍କୁ ଜନ୍ମ ପଞ୍ଜିକରଣ ପାଇଁ ୫ ଶହ ଟଙ୍କା ଲାଞ୍ଚ ମଗାଯାଇଥିଲା। ସେଠାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଏହି ଟଙ୍କା ନେଇ କିରାଣୀଙ୍କ ଟେବୁଲ ଡ୍ରରେ ରଖିଥିବା ଭିଡିଓ ଘୁରିବୁଲୁଛି।ଏହାର ତଦନ୍ତ ପାଇଁ ଦାବି ଉଠିଛି।
ପ୍ରକାଶ ଯେ, ସୋମବାର କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଏବଂ ଏସପି ହରିଶ ବିସିଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା ଉକ୍ତ ଦିନ ଦାରିଙ୍ଗବାଡିର ନାରୀ ନେତ୍ରୀ ତଥା ସମାଜସେବୀ ବିଳାସିନି ନାୟକ ତହସିଲ କାର୍ଯ୍ୟାଳୟରେ ହେଉଥିବା ଅନିୟମିତତା ସମ୍ପର୍କରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦେଇଥିଲେ। ସେ ସେଠାରେ ଅତିରିକ୍ତ ତହସିଲଦାରଙ୍କ ଦାୟିତ୍ୱ ପ୍ରମାଣ ପତ୍ର ସଠିକ ଭାବେ ହିତାଧିକାରୀଙ୍କୁ ଦେବା କିନ୍ତୁ ସେ ସାଧାରନଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରିଥିଲେ। କୌଣସି ତଦନ୍ତ ନ କରି ପ୍ରମାଣପତ୍ରକୁ ରଦ୍ଦ କରୁଥିବା ଲୋକଙ୍କୁ ତହସିଲ କାର୍ଯ୍ୟାଳୟରୁ ତଡ଼ିଦେବା ଏଭଳି ଏକାଧିକ ସଙ୍ଗୀନ ଅଭିଯୋଗ କରାଯାଇଥିଲା। ଲାଞ୍ଚ ନେବା ଭିଡିଓ ଭାଇରଲ ସମ୍ପର୍କରେ ତହସିଲଦାର ଶରତ ଶବରଙ୍କ ପ୍ରତିକ୍ରିୟା ଜାଣିବାକୁ ଯୋଗାଯୋଗ ହେବାରୁ ସେ କହିଛନ୍ତି, ମୁଁ ଛୁଟିରେ ଅଛ। କଣ ହୋଇଛି ତା’ର ତଦନ୍ତ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri