Advertisement

ମାସ୍କ ନ ପିନ୍ଧିବାରୁ ଯୁବତୀଙ୍କ ତଣ୍ଟି ଚିପିଦେଲା ପୋଲିସ

ମେଲବୋର୍ନ, ୧୨।୮: ଅଷ୍ଟ୍ରେଲିଆରେ ଜଣେ ଯୁବତୀ ମାସ୍କ ପରିଧାନ କରି ନ ଥିବାରୁ ଜଣେ ପୋଲିସ ଅଧିକାରୀ ତାଙ୍କ ତଣ୍ଟି ଚିପିଦେଇଥିବା ଦେଖିବାକୁ ମିଳିଛି। ଏଥିସହ ପୋଲିସ ସେହି ଯୁବତୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୋଲିସ ଅଧିକାରୀଜଣଙ୍କ ଯୁବତୀଙ୍କ ତଣ୍ଟି ଚିପି ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଅନେକ ନାପସନ୍ଦ କରିଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ, ସୋମବାର ଅପରାହ୍ନରେ ମେଲବୋର୍ନର କଲିଂଉଡ୍‌ସ୍ଥିତ ଓ୍ବେଲିଂଟନ୍‌ ଷ୍ଟ୍ରିଟ୍‌ରେ ଜଣେ ଯୁବତୀ ବିନା ମାସ୍କରେ ଯାଉଥିଲେ। ଏହାପରେ ଦୁଇଜଣ ପୋଲିସ ଅଧିକାରୀ ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଠେଲାପେଲା ମଧ୍ୟରେ ଜଣେ ପୋଲିସ ଅଧିକାରୀ ଯୁବତୀଙ୍କ ତଣ୍ଟିକୁ ଧରି କାନ୍ଥରେ ଚିପି ଦେଇଥିଲେ। ଏହାପରେ ତାଙ୍କୁ ଭୂମିରେ ପକାଇ ପଛପଟୁ ମାଡ଼ି ବସି ଗିରଫ କରିଥିଲେ। ଯୁବତୀ ଜଣଙ୍କ ତାଙ୍କୁ ଅଣନିଶ୍ୱାସୀ ଲାଗୁଛି ବୋଲି କହିଥିଲେ ମଧ୍ୟ ପୋଲିସ ଅଧିକାରୀଜଣଙ୍କ ସେମିତି ତଣ୍ଟି ଚିପି ଧରିଥିଲେ। ଗିରଫଦାରୀକୁ ବିରୋଧ କରିବା ଏବଂ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ଯୁବତୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ତେବେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ଅନେକ ପସନ୍ଦ କରିନାହାନ୍ତି। ଏହାର ତଦନ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କଟକଣା: ବିଭିନ୍ନ ହୋଟେଲ, ଫାଷ୍ଟଫୁଡ୍‌, ଉଠାଦୋକାନ ବନ୍ଦ

ବଡ଼ବିଲ,୨୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ପୌର ପ୍ରଶାସନ କରୋନା ନିମନ୍ତେ କଡ଼ା ପଦକ୍ଷେପ ନେଇଛି। ଜିଲାରେ ୧୪୪ ଧାରା ଲାଗୁ ସତ୍ତ୍ୱେ ଜନସମାଗମ ଏଡ଼ାଇବା ସମ୍ଭବ...

ଭଦ୍ରକ ଜିଲାର କରୋନା ଆକ୍ରାନ୍ତଙ୍କ ସହ ଯାଜପୁର ଲିଙ୍କ୍‌: ସ୍ପଷ୍ଟ କଲେ ଯାଜପୁର ଜିଲାପାଳ

ଯାଜପୁର ଅଫିସ,୨୦।୪: ଭଦ୍ରକ ଜିଲାର ଜଣେ କରୋନା ଆକ୍ରାନ୍ତଙ୍କ ସହ ଯାଜପୁର ଜିଲାର ୬ ଜଣଙ୍କ ଲିଙ୍କ୍‌ ରହିଥିବା ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ...

ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ପ୍ରତିଶତ କମିଲା

ନୂଆଦିଲ୍ଲୀ, ୬।୧୦: ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୧ ହଜାର ୨୬୭ ଜଣ ନୂଆ ଆକ୍ରାନ୍ତ...

ଚେତାବନୀ ଦେଲେ ନେପାଳ ସରକାର

କାଠମାଣ୍ଡୁ,.୫।୯: ନେପାଳ ସରକାର ରବିବାର ନାଗରିକମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ସେମାନେ ଏପରି ଲଜ୍ଜାଜନକ କାର୍ଯ୍ୟ କରିବା ଉଚିତ ନୁହେଁ, ଯାହା ଦ୍ୱାରା ବନ୍ଧୁତ୍ୱପୂର୍ଣ୍ଣ...

ହଂକଂରେ ସରକାର ବିରୋଧୀ ବିଶାଳ ରାଲି

ହଂକଂ,୧୯ା୮: ହଂକଂରେ ୧୧ ସପ୍ତାହ ହେଲା ସରକାର ବିରୋଧୀ ଆନ୍ଦୋଳନ ଜାରି ରହିଛି। ରବିବାର ପ୍ରବଳ ବର୍ଷା ସତ୍ତ୍ୱେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ଛତାଧରି...

୨୦୯ ବର୍ଷ ପୁରୁଣା କବରସ୍ତାନରେ ହେବ ରେଳଷ୍ଟେଶନ: ବାହାର କରାଯିବ ୬ହଜାର ୫ଶହ ମଣିଷ କଙ୍କାଳ

ବର୍ମିଂହାମ୍‌,୨୪।୯: ବ୍ରିଟେନରେ ଏକ ୨୦୯ ବର୍ଷ ପୁରୁଣା କବରସ୍ତାନରେ ରେଳଷ୍ଟେଶନ କରାଯିବା ଳାଗି ଯୋଜନା ହୋଇଛି। ଏଠାରେ ଏଚଏସଟୁ ରେଳଷ୍ଟେଶନ ନିର୍ମାଣ କରାଯିବ। ଏଥିପାଇଁ ଏହି...

ନକଲି ଇଞ୍ଜେକଶନ୍‌, ମିଛ ଆର୍‌ଟି-ପିସିଆର୍‌ ରିପୋର୍ଟ ଯୋଗୁ ବଢୁଛି ସଙ୍କଟ…

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବଜାରରେ କରୋନାର ନକଲି ଇଞ୍ଜେକଶନ କାରବାର କରୁଥିବା ଲାଭଖୋର୍‌ ବେପାରୀଙ୍କ ସହିତ ନକଲି ଆର୍‌ଟି-ପିସିଆର୍‌...

ପବନ ମଝିରେ ଚାଇନା ବିମାନରେ ସୃଷ୍ଟି ହୋଇଥିଲା ଫାଟ !

ବେଜିଂ,୨୫।୩: ଚାଇନାରେ ଗତ ସୋମବାର ଘଟିଥିବା ବୋଇଂ ୭୩୭-୮୦୦ ଯାତ୍ରୀବାହି ବିମାନ ଦୁର୍ଘଟଣା ପଛର କାରଣ ଜାଣିବା ପାଇଁ ବିଶେଷଜ୍ଞମାନେ ତଦନ୍ତ ଚଲାଇଛନ୍ତି। ଏହା ମଧ୍ୟରେ...

Advertisement
Archives

Model This Week