କ୍ରୋଧର ଶିକାର

ନେପାଳରେ ଯୁବପିଢ଼ି ସେଠାକାର ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ପରେ ଉପୁଜିଥିବା ସ୍ଥିତିକୁ ନେଇ ସେପ୍ଟେମ୍ବର ୯ରେ ‘ଯୁବ ମେଣ୍ଢା’ ଶୀର୍ଷକରେ ସମ୍ପାଦକୀୟ ଲେଖିଥିଲୁ। ପୁରୁଣା ଢାଞ୍ଚାକୁ ଭାଙ୍ଗି ନୂଆ ସମାଜ ଓ ବ୍ୟବସ୍ଥା ସକାଶେ ପ୍ରଚେଷ୍ଟା କରିବା ଯୁବପିଢ଼ିର କର୍ତ୍ତବ୍ୟ ବୋଲି ଦର୍ଶାଇଥିଲୁ। ପରିବର୍ତ୍ତନ ଲାଗି ନେପାଳରେ ଯୁବବର୍ଗର ପ୍ରତିବଦ୍ଧତା ଆଗରେ ସରକାର ମୁଣ୍ଡ ନୁଆଁଇଲା ଭଳି ଛବି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏବେ ଆସିବାରେ ଲାଗିଛି। ସ୍ଥିତି ଏମିତି ସ୍ତରରେ ପହଞ୍ଚତ୍ଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଝାଲନାଥ ଖନାଲଙ୍କ ସ୍ତ୍ରୀ ରାଜ୍ୟଲକ୍ଷ୍ମୀ ଚିତ୍ରକରଙ୍କୁ ଜିଅନ୍ତା ଜାଳି ଦିଆଯାଇଛି। ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ଓ ରାଷ୍ଟ୍ରପତି ଆର୍‌. ସି. ପୌଡେଲ ଇସ୍ତଫା ଦେଇଥିବା ବେଳେ ଅର୍ଥମନ୍ତ୍ରୀ ବିଷ୍ଣୁପ୍ରସାଦ ପୌଡେଲଙ୍କୁ ରାସ୍ତା ଉପରେ ବିକ୍ଷୋଭକାରୀ ଗୋଇଠା ବିଧା ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କେବଳ ରାଜନେତା ନୁହନ୍ତି, ସେଠାକାର ପ୍ରଶାସନିକ ଅଧିକାରୀଙ୍କୁ ପାଣି ଭିତରେ ଗୋଡ଼ାଇ ଗୋଡ଼ାଇ ପିଟିବାର ଦୃଶ୍ୟ ପଦାକୁ ଆସିଛି। ଏମାନେ ଭାବିପାରି ନ ଥିଲେ ଯେ ‘ଜେଡ୍‌ ସିକ୍ୟୁରିଟି’ ଓ ପୋଲିସ ସୁରକ୍ଷା ଥିବା ସତ୍ତ୍ୱେ ସେମାନଙ୍କୁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିବ। କୁହାଯାଇପାରେ ଯେ, ଯେତେବେଳେ ନାଗରିକ ଅତିଷ୍ଠ ହୋଇ ସରକାର ଓ ଏହାର ବ୍ୟବସ୍ଥା ବିରୋଧରେ ମାତିବେ ସେତେବେଳେ କୌଣସି ସୁରକ୍ଷା ବଳୟ କାମ ଦେବ ନାହିଁ। କାରଣ ସ୍ଥିତି ଦେଖି ସୁରକ୍ଷା ବଳୟ ଦାୟିତ୍ୱରେ ଥିବା କର୍ମଚାରୀ ମଧ୍ୟ ତତ୍‌କ୍ଷଣାତ୍‌ ଓଲଟି ପଡ଼ି ପ୍ରତିବାଦକାରୀଙ୍କ ସହ ସାମିଲ ହୋଇଯାଇଥାଆନ୍ତି। ଆଜି ନେପାଳରେ ସେହି ଅବସ୍ଥା।
ଦେଖିବାକୁ ଗଲେ ତିନି ବର୍ଷ ମଧ୍ୟରେ ଭାରତର ପଡ଼ୋଶୀ ଶ୍ରୀଲଙ୍କା ଓ ବାଂଲାଦେଶ ପରେ ଏବେ ନେପାଳ ଗଣପ୍ରତିବାଦର ସମ୍ମୁଖୀନ ହୋଇ ଶାସକଙ୍କୁ ବିତାଡ଼ିତ କରିଛି। ଜୁଲାଇ ୨୦୨୨ରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଗାଦିଚ୍ୟୁତ ହୋଇ ଦେଶଛାଡ଼ି ପଳାଇଥିଲେ। ସେହିଭଳି ଜୁଲାଇ ୨୦୨୪ରେ ବାଂଲାଦେଶର ହିଂସାତ୍ମକ ପ୍ରତିବାଦ ଯୋଗୁ ଗାଦି ଛାଡ଼ି ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଓ୍ବାଜେଦ୍‌ ଭାରତ ପଳାଇ ଆସିଥିଲେ। ଏପରିକି ରାଜନୈତିକ ଦଳର କର୍ମୀ ମଧ୍ୟ ରାସ୍ତାରେ ବାହାରିବା ପାଇଁ ଭୟ କରିଥିଲେ। ପୋଷା ଗୁଣ୍ଡାମାନେ ଲୁଚିବା ପାଇଁ ସ୍ଥାନ ଖୋଜିଥିଲେ। ବାଂଲାଦେଶରେ ହାସିନା ସରକାର ପତନ ବେଳକୁ ଯାହା ଦୃଶ୍ୟ ଦେଖିବାକୁ ମିଳିଥିଲା ତାହା ଏବେ ନେପାଳରେ ପୁନର୍ବାର ଦେଖିବାକୁ ମିଳିଛି। ଏହା ପୂର୍ବରୁ ଶ୍ରୀଲଙ୍କାର ଗୋଟାବାୟାଙ୍କ ଶାସନ ବେଳେ ସାଧାରଣ ନାଗରିକ ଯେଉଁଭଳି ଭାବେ ସରକାରୀ ଲୋକଙ୍କୁ ନିର୍ଘାତ ମାଡ଼ ଦେଲେ ସେଥିରୁ ପ୍ରମାଣ ମିଳୁଛି ଯେ ଉତ୍ତ୍ୟକ୍ତ ଜନତା ମାତିଲେ କୌଣସି ପୋଲିସ, ମିଲିଟାରୀ ବା ଦଳୀୟ ଗୁଣ୍ଡା ସୁରକ୍ଷା ଯୋଗାଇ ପାରନ୍ତି ନାହିଁ। ସମସ୍ତେ ନିଜ ନିଜର ଜୀବନ ବଞ୍ଚାଇ ଦୌଡ଼ିବା ପାଇଁ ଲକ୍ଷ୍ୟ ରଖିଥିବାରୁ ନେତା ଓ ବଡ଼ ଅଫିସରଙ୍କ ସୁରକ୍ଷା ଚିନ୍ତା ବ୍ୟସ୍ତ କରେନାହିଁ। ନେପାଳର ଯୁବବର୍ଗ ଆହୁରି ଆଗକୁ ଯାଇ କେବଳ ଶାସନରେ ଥିବା ନେତା ନୁହନ୍ତି, ଅନ୍ୟ ରାଜନୈତିକ ଦଳର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ଦୀର୍ଘବର୍ଷ ଧରି ସେଠାରେ ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ମାନ୍ଦାବସ୍ଥା ଏବଂ ବେକାରି ସମସ୍ୟା ଉତ୍କଟ ହେବା ସହ ସୋସିଆଲ ମିଡିଆର ବ୍ୟାନ୍‌ ଯୁବପିଢ଼ିର ପୁଞ୍ଜିଭୂତ କ୍ରୋଧକୁ ପରିପ୍ରକାଶ କରାଇଛି। ଏଥିରୁ ବୁଝାପଡ଼ିଯାଉଛି ଯେ, ନାଗରିକଙ୍କ ସ୍ବାର୍ଥକୁ ଅଣଦେଖା କଲେ କୌଣସି ରାଜନେତା, ପ୍ରଶାସନିକ ଅଧିକାରୀ ଓ ପୋଲିସ ସୁରକ୍ଷିତ ଭାବେ ରହିପାରିବେ ନାହିଁ। ଏହି ଶିକ୍ଷା ଭାରତ ମଧ୍ୟ ନେବା ଦରକାର। ଯେତେବେଳେ କ୍ରୋଧ ଜାଗ୍ରତ ହେବ, ତାହା କେଉଁଭଳି ରୂପ କରିବ କହିହେବ ନାହିଁ। କେହି ଯଦି ଭାବୁଥିବେ ଭାରତରେ ଏଭଳି ହୋଇପାରିବ ନାହିଁ, ଏହା ଏକ ବିରାଟ ଦେଶ, ବଡ଼ବଡ଼ିଆମାନେ ଜେଡ୍‌ ପ୍ଲସ୍‌ ସିକ୍ୟୁରିଟିରେ ରହୁଥିବାରୁ ତାଙ୍କୁ କେହି ଛୁଇଁପାରିବେ ନାହିଁ କିମ୍ବା ବିରୋଧୀଙ୍କୁ ଦଳୀୟ କର୍ମୀ ସାମ୍ନା କରିନେବେ ଭଳି ଭ୍ରମ ଧାରଣା ପୋଷଣ କଲେ ତାହା ମାରାତ୍ମକ ମୋଡ଼ ନେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?