ଗଞ୍ଜାଙ୍କୁ ଭାଏଗ୍ରା

ଭାରତ ବହୁବିଧ ସଂସ୍କୃତିରେ ଭରପୂର। ଜାନୁଆରୀ ମଧ୍ୟବର୍ତ୍ତୀ ସମୟରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୋଇଥାଏ। ଅର୍ଥାତ୍‌ ଶୀତ ସରିଯିବାର ଏହା ସଙ୍କେତ ଦିଏ। ଓଡ଼ିଶାରେ ଏହା ମକର ସଂକ୍ରାନ୍ତି ଭାବେ ପାଳନ କରାଯାଉଥିବା ବେଳେ ଆନ୍ଧ୍ରପ୍ରଦେଶରେ ସଂକ୍ରାନ୍ତି, ଆସାମରେ ମାଘ ବିହୁ, ତାମିଲନାଡୁରେ ପୋଙ୍ଗଲ, ପଞ୍ଜାବରେ ଲୋହରି, ଗୁଜରାଟରେ ଉତ୍ତରାୟଣ ଆଦି ଭିନ୍ନ ଭିନ୍ନ ନାମରେ ଉତ୍ସବ ପାଳନ ହୋଇଥାଏ। କୃଷିକୈନ୍ଦ୍ରିକ ଭାରତରେ ଏହା ଅମଳର ସମୟ ହୋଇଥିବାରୁ ସବୁଆଡ଼େ ଖାଦ୍ୟକୁ ନେଇ ଆନନ୍ଦ ପ୍ରକାଶ ପାଇଥାଏ। ହେଲେ କିଛି ଅଞ୍ଚଳରେ ଅଜବ ଧରଣର ପରମ୍ପରାକୁ ଗୁରୁତ୍ୱ ଦିଆଯାଇ ତାହାକୁ ଧୂମଧାମ୍‌ରେ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି। ତାମିଲନାଡୁରେ ଜାଲିକାଟୁକୁ ନେଇ ବିବାଦ ଲାଗିରହିଥିବା ବେଳେ ଆନ୍ଧ୍ରପ୍ରଦେଶରେ ଆଉ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଛି। ମକର ସଂକ୍ରାନ୍ତି ବେଳେ ଆନ୍ଧ୍ରପ୍ରଦେଶର ବହୁ ସ୍ଥାନରେ ଗଞ୍ଜା ଲଢ଼େଇ ହୋଇଥାଏ, ଯେଉଁଥିରେ ଅନେକ କୋଟି ଟଙ୍କାର ଖେଳ ହୁଏ। କିନ୍ତୁ ଏବେ ଭାରତର ବହୁ ସ୍ଥାନରେ କୁକୁଡ଼ାଙ୍କ ମଧ୍ୟରେ ଶ୍ୱାସପ୍ରଶ୍ୱାସଜନିତ ରୋଗ ବ୍ୟାପୁଛି। ତାହାକୁ ରାଣୀଖେତ ନାମ ଦିଆଯାଇଛି। ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିବା ଗଞ୍ଜା ଆସନ୍ତା ସଂକ୍ରାନ୍ତି ସମୟରେ ଭଲଭାବେ ଲଢ଼ିପାରିବ ବୋଲି ମାଲିକମାନଙ୍କର ବିଶ୍ୱାସ ହେଉନାହିଁ। ସେଥିପାଇଁ ଏବେଠାରୁ ମାଲିକମାନେ ନିଜର ଲଢ଼ୁଆ ଗଞ୍ଜାଙ୍କୁ ଭିଟାମିନ ଏବଂ ମଣିଷ ଖାଉଥିବା ଭାଏଗ୍ରା ଦେବାକୁ ଆରମ୍ଭ କଲେଣି। ଉଲ୍ଲେଖଯୋଗ୍ୟ ଯେ ଭାଏଗ୍ରା ମୂଳତଃ ଉଚ୍ଚରକ୍ତଚାପ ଓ ହୃତ୍‌ପିଣ୍ଡ ସମ୍ବନ୍ଧୀୟ ରୋଗ ଉପଶମ ଲାଗି ପ୍ରସ୍ତୁତ କରାଯାଇଥିଲା। ପରୀକ୍ଷା ବେଳେ ଜଣାପଡ଼ିଲା ଯେ, ତାହା ସେହି ରୋଗ ପାଇଁ କାର୍ଯ୍ୟ କରୁନାହିଁ। କିନ୍ତୁ ପୁରୁଷଙ୍କ ଯୌନ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇବାରୁ ଏହା ଉପରେ ଗବେଷଣା କରି ଉଦ୍ଭାବନ କରିଥିବା ଔଷଧୀୟ କମ୍ପାନୀ ଫାଇଜର ତାହାକୁ ଭିନ୍ନ ଭାବେ ବିକ୍ରି କଲା। ଫଳସ୍ବରୂପ ଭାଏଗ୍ରା ଔଷଧ ଜଗତରେ ଏକ ବିପ୍ଳବ ଆଣିଲା। ବିଶେଷଜ୍ଞଙ୍କ ମତରେ ଆନ୍ଧ୍ରର ଗଞ୍ଜାଗୁଡ଼ିକୁ ଭାଏଗ୍ରା ସହିତ ଷ୍ଟେରଏଡ୍‌ଯୁକ୍ତ ଖାଦ୍ୟ ଖାଇବାକୁ ଦିଆଯାଉଥିବାରୁ ତାହାର ନକାରାତ୍ମକ ଦିଗ ପରବର୍ତ୍ତୀ ସମୟରେ ଜଣାପଡ଼ିପାରେ। ଏହି ଗଞ୍ଜା ଓ କୁକୁଡ଼ାଗୁଡ଼ିକୁ ଯଦି ମଣିଷ ଖାଇବେ ତେବେ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିପାରେ।
କୋଭିଡ୍‌-୧୯ର ଉତ୍ପତ୍ତି ଚାଇନାରୁ ହୋଇଥିବା ବିଶ୍ୱାସ କରାଯାଉଛି। ଖାଦ୍ୟ ଚାହିଦା ମେଣ୍ଟାଇବା ଲାଗି ସେଠାରେ କୁକୁଡ଼ାଠାରୁ ଆରମ୍ଭ କରି କୁକୁରଗୁଡ଼ିକୁ କିଭଳି କମ୍‌ ସମୟରେ ବଢ଼ାଇ ଦିଆଯାଇପାରିବ, ସେଥିଲାଗି ଅନେକ ପ୍ରକାର ଇଞ୍ଜେକଶନ ଦିଆଯାଉଥିବା ଭିଡିଓ ଡିଜିଟାଲ ଗଣମାଧ୍ୟମରୁ ଦେଖିବାକୁ ମିଳୁଛି। ଅର୍ଥାତ୍‌ ଏହି ଜୀବଗୁଡ଼ିକୁ ପ୍ରାକୃତିକ ଉପାୟରେ ବଢ଼ିବା ଲାଗି ସୁଯୋଗ ଦିଆଯାଉ ନାହିଁ। ଭାରତ ମଧ୍ୟ ଅନୁରୂପ ପଦ୍ଧତି ଅନୁସରଣ କରିବାରେ ବ୍ୟସ୍ତ। ସମ୍ଭବତଃ ସେଥିପାଇଁ ଦିନକୁ ଦିନ ନୂଆ ଭୂତାଣୁର ଆବିର୍ଭାବ ଘଟୁଛି। ବର୍ତ୍ତମାନ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ, ପ୍ଲାଷ୍ଟିକ୍‌ଭର୍ତ୍ତି ପରିବେଶ ଓ ଧୂଳିଧୂଆଁରେ ଆଚ୍ଛାଦିତ ବାୟୁମଣ୍ଡଳରେ ପ୍ରଶ୍ୱାସ ନେବା କଷ୍ଟକର ହେଉଥିବା ବେଳେ ମଣିଷ ପ୍ରକୃତି ଓ ଜୀବଜନ୍ତୁଙ୍କ ଜୀବନକୁ ଦୁର୍ବିଷହରେ ପକାଇ ଆଗକୁ ଆହୁରି ଦୁର୍ଦ୍ଦିନକୁ ଡାକିଆଣୁଛି। କହିବାକୁ ଗଲେ ମଣିଷ ନିଜ ଗୋଡ଼ରେ କୁରାଢ଼ି ମାରୁଛି।
ସଂକ୍ରାନ୍ତି ଭଳି ପର୍ବ ପ୍ରକୃତି ସହିତ ସମ୍ପୂର୍ଣ୍ଣ ଭାବେ ଜଡ଼ିତ ଥିଲା। ମଣିଷର ଲୋଭ ସେହିସବୁ ପର୍ବପର୍ବାଣିକୁ ବିକୃତ ରୂପ ଦେବାକୁ ଆରମ୍ଭ କଲାଣି। ଜାଣତରେ ହେଉ ବା ଅଜାଣତରେ, ଯେଉଁସବୁ ଆଧୁନିକ ଉପାୟ ବ୍ୟବହାର କରି ମଣିଷ ଭାବୁଛି ତାହାର ଐତିହ୍ୟକୁ ଭିନ୍ନ ରୂପେ ଆଙ୍କିବ, ସେଥିରେ ଅନେକ ଦୁର୍ଦ୍ଦଶା ଘଟିପାରେ। ଉଦାହରଣସ୍ବରୂପ, କେନ୍ଦ୍ର ସରକାର ନିକଟରେ ପରିବର୍ତ୍ତନ କରିଥିବା ନ୍ୟାୟ ସଂହିତାକୁ ଦେଖିଲେ ଏକ ବିକୃତ ମାନସିକତାର ପରିଚୟ ମିଳୁଛି। ଏହି ନୂତନ ଆଇନ ବହିରୁ ବାଦ୍‌ପଡ଼ିଛି ଏକ ଗୁରୁତ୍ୱପୂର୍ଣ୍ଣ ଭାଗ। ପୂର୍ବରୁ ଥିଲା ମଣିଷ ଯଦି ପଶୁପକ୍ଷୀଙ୍କୁ ଯୌନ ନିର୍ଯାତନା ଦେଇଥାଏ, ତେବେ ତାହା ଦଣ୍ଡନୀୟ ଅପରାଧ ଭାବେ ପରିଗଣିତ ହେଉଥିଲା। ନୂଆ ଭାରତୀୟ ନ୍ୟାୟ ସଂହିତାରେ ସେହି ଆଇନକୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ପକାଇ ଦିଆଯାଇଛି। ଏହା ଫଳରେ ଅନେକ ନାମୀଦାମୀ ଲୋକଙ୍କୁ ସହଜରେ ପ୍ରଶ୍ୱାସ ନେବାର ସୁଯୋଗ ସୃଷ୍ଟି କରାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?