Posted inଖେଳ

ଅବସର ନେଲେ ଏହି ଭେଟେରାନ ହକି ଖେଳାଳି

ନୂଆଦିଲ୍ଲୀ,୨୩ା୬: ଭାରତର ଭେଟେରାନ ହକି ଫରଓ୍ବାର୍ଡ ଲଳିତ ଉପାଧ୍ୟାୟ ଅନ୍ତର୍ଜାତୀୟ ହକିରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଅନ୍ତର୍ଜାତୀୟ ହକି ଖେଳି ଆସୁଥିବା ଲଳିତ ଟୋକିଓ ଓ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି।

୨୦୧୪ ବିଶ୍ୱକପ୍‌ରେ ଲଳିତଙ୍କ ପ୍ରଥମ ପଦାର୍ପଣ ହୋଇଥିଲା। ଭାରତୀୟ ଦଳର ସେ ଜଣେ ଅନ୍ୟତମ ପ୍ରମୁଖ ଖେଳାଳି ପରିଗଣିତ ହେଉଥିଲେ। ତାଙ୍କ ଉପସ୍ଥିତିରେ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସ ଓ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଉତ୍ତର ପ୍ରଦେଶର ବାରଣାସୀ ଅନ୍ତର୍ଗତ ଏକ ଛୋଟିଆ ଗାଁରେ ଜନ୍ମ ଗ୍ରହଣ କରିଥିବା ସୀମିତ ସମ୍ବଳ ସହ ଅସୀମ ସ୍ବପ୍ନ ଦେଖିଥିଲେ ଏହି ହକି ଖେଳାଳି।

୩୧ ବର୍ଷୀୟ ଲଳିତ ୟୁରୋପିଆନ ଲେଗ୍‌ରେ ରବିବାର ଭାରତର ବେଲଜିୟମ ବିପକ୍ଷରେ ଅନ୍ତିମ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ମ୍ୟାଚ ପରେ ଏକ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ କରି ଅବସର ଘୋଷଣା କରିଛନ୍ତି।

ସେ ସିନିୟରସ୍ତରରେ ଭାରତ ପାଇଁ ୧୮୩ ମ୍ୟାଚ୍‌ ଖେଳି ୬୭ ଗୋଲ୍‌ ସ୍କୋର କରିଛନ୍ତି। ସେ ବର୍ଷ ବର୍ଷ ଧରି ଭାରତୀୟ ଫରଓ୍ବାର୍ଡ ଲାଇନ୍‌ରେ ଜଣେ ନିର୍ଭର ଯୋଗ୍ୟ ଖେଳାଳି ଥିଲେ। ଜୁନ୍‌ ୧୫ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ ଶେଷ ଥର ପାଇଁ ଭାରତୀୟ ଜର୍ସି ପରିଧାନ କରିଥିଲେ। ଏହି ଅବସରରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ, ଲଳିତ ତାଙ୍କ ପୀଢ଼ିର ଦକ୍ଷ ଓ ଉତ୍ସର୍ଗୀକୃତ ଫରଓ୍ବାର୍ଡମାନଙ୍କ ମଧ୍ୟରେ ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ନୂଆ ଇତିହାସ ଲେଖିଲା ଭାରତ: ଭାଙ୍ଗିଲା ଅନେକ ରେକର୍ଡ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଓପନର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଅନେକ…

ଅଭିଷେକ ଶର୍ମାଙ୍କ ରେକର୍ଡ ବର୍ଷା: କୋହଲିଙ୍କୁ ପକାଇଲେ ପଛରେ, ମାତ୍ର ୩୫ ବଲ୍‌ରେ କଲେ କମାଲ୍‌

ଓ୍ବେଲିଂଟନ୍‌,୨୭।୧୦:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଉଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ବ୍ୟାଟ୍‌ରୁ ରନ ବର୍ଷା ହୋଇଛି। ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୧୯୯ ରନ୍‌ର…

ଅଭିଷେକ-ବୈଭବଙ୍କ ଝଡ଼ରେ ଧରାଶୟୀ ନ୍ୟୁଜିଲାଣ୍ଡ: ଭାରତର ଧମାକାଦାର ବିଜୟ

ୱେଲିଂଟନ୍‌,୨୭।୧୦: ୱେଲିଂଟନ୍‌ରେ ନ୍ୟୁଜିଲାଣ୍ଡର ୱେଲିଂଟନ୍‌ରେ ଭାରତୀୟ ବ୍ୟାଟରଙ୍କ ଧମାକାଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ…

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଅଘଟଣ: ଏମିତି କିଛି ଘଟିଲା ଆଖି ବନ୍ଦ କରିଦେଲେ ବ୍ୟାଟର୍‌, ସମସ୍ତେ ଆଶ୍ଚର୍ଯ୍ୟ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଚାଲିଥିବା ବେଳେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ନ୍ୟୁଜିଲାଣ୍ଡର ବ୍ୟାଟର୍‌ ଡାରିଲ ମିଚେଲଙ୍କ ଏକ…

ଅର୍ଶଦୀପଙ୍କ ବିଶ୍ୱରେକର୍ଡ: ନ୍ୟୁଜିଲାଣ୍ଡ ବିପକ୍ଷରେ କଲେ କମାଲ୍‌

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏକ ବଡ଼ ରେକର୍ଡ ନିଜ ନାମରେ…

ହ୍ୟାରି କେନଙ୍କୁ ଅଭିନନ୍ଦନ ଜଣାଇଲେ ବିରାଟ କୋହଲି କହିଲେ – ‘ଆପଣ ଏହି ପୁରସ୍କାର ପାଇବାକୁ ଯୋଗ୍ୟ…’

ନୂଆଦିଲ୍ଲୀ,୨୭।୧୦: ଇଂରେଜ ଫୁଟବଲ ଖେଳାଳି ହ୍ୟାରି କେନ ‘ବ୍ୟାଲୋନ ଡି’ଅର୍‌’ (Ballon d’Or) ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛନ୍ତି। ଗତ ୨୫ ବର୍ଷ ମଧ୍ୟରେ ଏହି…

ମୋ ଜୀବନ ଚାଲିଯିବ.. ଲୋମଟାଙ୍କୁରା କାହାଣୀ ଶେୟାର କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ସିଡନୀ,୨୭।୧୦: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ଉସମାନ ଖ୍ବାଜାଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ନିଜ କ୍ରିକେଟ କ୍ୟାରିୟରର ଅଧିକାଂଶ ସମୟ ସେ ରୁମାଟଏଡ ଆର୍ଥ୍ରାଇଟିସ…

ତୃତୀୟ ଟି-୨୦ ପାଇଁ ପ୍ଲେଇିଂ ଏକାଦଶରେ ୩ ବଡ଼ ପରିବର୍ତ୍ତନ; ଏହି ୧୧ ଜଣ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇଛି ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୭।୧୦: ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ୱେଲିଂଟନର ହେନରୀ ଷ୍ଟାଡିୟମରେ, ପ୍ରଥମେ ବ୍ୟାଟିଂ କରିବା ଅପେକ୍ଷା ପରେ ବ୍ୟାଟିଂ କରି (ଲକ୍ଷ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?