ଭେଲ୍‌ଭେଟ୍‌ ଫୁଟ୍‌ଓ୍ବେର

ଅଲ୍‌ଟାଇମ୍‌ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ ଭେଲ୍‌ଭେଟ୍‌ ଆଉଟ୍‌ଫିଟ୍‌। ଖାସ୍‌କରି ଶୀତଦିନେ ପିନ୍ଧିବା ପାଇଁ ଭେଲ୍‌ଭେଟ୍‌ଠାରୁ ଭଲ ଅପ୍ସନ ଆଉ କ’ଣ ହୋଇପାରେ। ତେବେ ଏହାର ଯେ କେବଳ ଆଉଟ୍‌ଫିଟ୍‌ ଆସେ ତାହା ନୁହେଁ, ଏହି ମ୍ୟାଟେରିଆଲ୍‌ର ଖୁବ୍‌ ସୁନ୍ଦର ସୁନ୍ଦର ଫୁଟ୍‌ଓ୍ବେର୍‌ ବି ରହିଛି; ଯାହାକୁ ପାର୍ଟି, ଫଙ୍କଶନ୍‌ଠାରୁ ଆରମ୍ଭ କରି ଆଉଟିଂ ଏପରିକି ଅଫିସ୍‌କୁ ମଧ୍ୟ ପିନ୍ଧିକି ଯାଇହୁଏ। ଜାଣନ୍ତୁ ସେମିତି କେତୋଟି ଆକର୍ଷଣୀୟ ଭେଲ୍‌ଭେଟ୍‌ ଫୁଟ୍‌ଓ୍ବେର୍‌ ସମ୍ପର୍କରେ…
* ଭେଲ୍‌ଭେଟ୍‌ ହିଲ୍ସ: ଆକର୍ଷଣୀୟ ପାର୍ଟି ଲୁକ୍‌ ପାଇଁ ଏହି ଫୁଟ୍‌ଓ୍ବେର୍‌ ପରଫେକ୍ଟ ହୋଇଥାଏ। ଆପଣ ଚାହିଁଲେ ଯେକୌଣସି ଡାର୍କ କଲର୍‌ର ଭେଲ୍‌ଭେଟ୍‌ ହିଲ୍‌ ଏଥିପାଇଁ ଟ୍ରାଏ କରିପାରିବେ। ଖାସ୍‌କରି ଲଙ୍ଗ୍‌ ଡ୍ରେସ୍‌ ସହ ଏହି ଟାଇପ୍‌ର ହିଲ୍ଲ୍ସ ପିନ୍ଧିଲେ ପ୍ରିନ୍‌ସେସ୍‌ ଲୁକ୍‌ ମିଳିଥାଏ। ଜିନ୍ସ ସହ ମଧ୍ୟ ଏହାକୁ ପିନ୍ଧାଯାଇପାରେ।

* ଭେଲ୍‌ଭେଟ୍‌ ବୁଟ୍ସ: ଶୀତଦିନେ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ ଭେଲ୍‌ଭେଟ୍‌ ବୁଟ୍ସ। ଏହାର ଅନେକ ଭେରାଇଟି ମଧ୍ୟ ଆସିଥାଏ। ତନ୍ମଧ୍ୟରୁ ଆଙ୍କେଲ୍‌ ଲେଙ୍ଗ୍‌ଥ ବୁଟ୍‌ ହେଉଛି ଅନ୍ୟତମ; ଯାହାକୁ ଆଉଟିଂ ହେଉ ଅବା ପାର୍ଟିରେ ପିନ୍ଧା ଯାଇପାରେ। ନି ଲେଙ୍ଗ୍‌ଥ ଜିନ୍ସ ହେଉ ଅବା ଓ୍ବାନ୍‌ ଥାର୍ଡ କିମ୍ବା ଆଙ୍କେଲ୍‌ ଲେଙ୍ଗ୍‌ଥ ଜିନ୍ସ ସହ ଏହାକୁ ପିନ୍ଧିଲେ ଭଲ ମାନିଥାଏ। ଆଉ ଯେଉଁମାନେ ଟିକେ ମଡର୍ନ ଲୁକ୍‌ ଚାହାନ୍ତି, ସେମାନେ ସଟର୍‌ସ ସହ ମଧ୍ୟ ଏହାକୁ ଟ୍ରାଏ କରିପାରିବେ।

* ଫ୍ଲାଟ୍‌ କାଜୁଆଲ୍‌ ଭେଲ୍‌ଭେଟ୍‌ ଫୁଟ୍‌ଓ୍ବେର୍‌: କାଜୁଆଲ୍‌ ଲୁକ୍‌ ପାଇଁ ବକଲ୍‌ବାଲା ଫ୍ଲାଟ୍‌ ଭେଲ୍‌ଭେଟ୍‌ ଫୁଟ୍‌ଓ୍ବେର୍‌ ଏକ ଭଲ ଅପ୍ସନ। ଏହାକୁ ଜିନ୍ସ, ସ୍କର୍ଟ ଅବା ଡ୍ରେସେସ୍‌ ସହ ମଧ୍ୟ ମ୍ୟାଚିଂ କରି ପିନ୍ଧାଯାଇପାରେ।

* ଭେଲ୍‌ଭେଟ୍‌ ଲୋଫର୍ସ: କୁଲ୍‌ କାଜୁଆଲ୍‌ ଲୁକ୍‌ ଦେଇଥାଏ ଲୋଫର୍ସ। ଆଉ ଯଦି କଥା ଭେଲ୍‌ଭେଟ୍‌ ଲୋଫର୍ସର ଉଠେ, ତା’ହେଲେ ତ ଖୁସିର ସୀମା ରହେନାହିଁ। ଖାସ୍‌ କରି ଜିନ୍ସ ସହ ଏହି ମ୍ୟାଟେରିଆଲ୍‌ର ଲୋଫର୍ସ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।

* ଭେଲ୍‌ଭେଟ୍‌ ସ୍ନିକର୍ସ: ଶୀତଦିନେ ଭେଲ୍‌ଭେଟ୍‌ ସ୍ନିକର୍ସ ଟ୍ରାଏ କରିପାରିବେ। ଏହା ଟ୍ରେଣ୍ଡି ଲୁକ୍‌ ଦେଇଥାଏ। ଏହିଦିନେ କୁଆଡ଼େ ବୁଲିବାକୁ ଗଲାବେଳେ ଭେଲଭେଟ୍‌ ସ୍ନିକର୍ସ ପିନ୍ଧିଲେ ପାଦକୁ ବେଶ୍‌ କମ୍ଫର୍ଟେବଲ୍‌ ମଧ୍ୟ ଲାଗିଥାଏ।

* ଭେଲ୍‌ଭେଟ୍‌ ଜୁତି: ଏଥିରେ ବେଶୀ ହିଲ୍‌ ନଥାଏ ସତ କିନ୍ତୁ ଦେଖିବାକୁ ବେଶ୍‌ ଆକର୍ଷଣୀୟ। ଏହି ଟାଇପ୍‌ର ଜୁତିକୁ ଏଥିନିକ୍‌ ଡ୍ରେସ୍‌ ସହିତ ମ୍ୟାଚିଂ କରି ପିନ୍ଧିଲେ ଲୁକ୍‌ ବେଶ୍‌ ଷ୍ଟାଇଲିଶ୍‌ ଲାଗେ। ବିଶେଷକରି କଳା, ସୁନେଲି, ନୀଳ, ଗୋଲାପୀ ତଥା ସବୁଜ ରଙ୍ଗର ଭେଲ୍‌ଭେଟ୍‌ ଜୁତିର ଅଧିକ ଚାହିଦା ରହୁଥିବା ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri