ଭେଲ୍‌ଭେଟ୍‌ ଫୁଟ୍‌ଓ୍ବେର

ଅଲ୍‌ଟାଇମ୍‌ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ ଭେଲ୍‌ଭେଟ୍‌ ଆଉଟ୍‌ଫିଟ୍‌। ଖାସ୍‌କରି ଶୀତଦିନେ ପିନ୍ଧିବା ପାଇଁ ଭେଲ୍‌ଭେଟ୍‌ଠାରୁ ଭଲ ଅପ୍ସନ ଆଉ କ’ଣ ହୋଇପାରେ। ତେବେ ଏହାର ଯେ କେବଳ ଆଉଟ୍‌ଫିଟ୍‌ ଆସେ ତାହା ନୁହେଁ, ଏହି ମ୍ୟାଟେରିଆଲ୍‌ର ଖୁବ୍‌ ସୁନ୍ଦର ସୁନ୍ଦର ଫୁଟ୍‌ଓ୍ବେର୍‌ ବି ରହିଛି; ଯାହାକୁ ପାର୍ଟି, ଫଙ୍କଶନ୍‌ଠାରୁ ଆରମ୍ଭ କରି ଆଉଟିଂ ଏପରିକି ଅଫିସ୍‌କୁ ମଧ୍ୟ ପିନ୍ଧିକି ଯାଇହୁଏ। ଜାଣନ୍ତୁ ସେମିତି କେତୋଟି ଆକର୍ଷଣୀୟ ଭେଲ୍‌ଭେଟ୍‌ ଫୁଟ୍‌ଓ୍ବେର୍‌ ସମ୍ପର୍କରେ…
* ଭେଲ୍‌ଭେଟ୍‌ ହିଲ୍ସ: ଆକର୍ଷଣୀୟ ପାର୍ଟି ଲୁକ୍‌ ପାଇଁ ଏହି ଫୁଟ୍‌ଓ୍ବେର୍‌ ପରଫେକ୍ଟ ହୋଇଥାଏ। ଆପଣ ଚାହିଁଲେ ଯେକୌଣସି ଡାର୍କ କଲର୍‌ର ଭେଲ୍‌ଭେଟ୍‌ ହିଲ୍‌ ଏଥିପାଇଁ ଟ୍ରାଏ କରିପାରିବେ। ଖାସ୍‌କରି ଲଙ୍ଗ୍‌ ଡ୍ରେସ୍‌ ସହ ଏହି ଟାଇପ୍‌ର ହିଲ୍ଲ୍ସ ପିନ୍ଧିଲେ ପ୍ରିନ୍‌ସେସ୍‌ ଲୁକ୍‌ ମିଳିଥାଏ। ଜିନ୍ସ ସହ ମଧ୍ୟ ଏହାକୁ ପିନ୍ଧାଯାଇପାରେ।

* ଭେଲ୍‌ଭେଟ୍‌ ବୁଟ୍ସ: ଶୀତଦିନେ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ ଭେଲ୍‌ଭେଟ୍‌ ବୁଟ୍ସ। ଏହାର ଅନେକ ଭେରାଇଟି ମଧ୍ୟ ଆସିଥାଏ। ତନ୍ମଧ୍ୟରୁ ଆଙ୍କେଲ୍‌ ଲେଙ୍ଗ୍‌ଥ ବୁଟ୍‌ ହେଉଛି ଅନ୍ୟତମ; ଯାହାକୁ ଆଉଟିଂ ହେଉ ଅବା ପାର୍ଟିରେ ପିନ୍ଧା ଯାଇପାରେ। ନି ଲେଙ୍ଗ୍‌ଥ ଜିନ୍ସ ହେଉ ଅବା ଓ୍ବାନ୍‌ ଥାର୍ଡ କିମ୍ବା ଆଙ୍କେଲ୍‌ ଲେଙ୍ଗ୍‌ଥ ଜିନ୍ସ ସହ ଏହାକୁ ପିନ୍ଧିଲେ ଭଲ ମାନିଥାଏ। ଆଉ ଯେଉଁମାନେ ଟିକେ ମଡର୍ନ ଲୁକ୍‌ ଚାହାନ୍ତି, ସେମାନେ ସଟର୍‌ସ ସହ ମଧ୍ୟ ଏହାକୁ ଟ୍ରାଏ କରିପାରିବେ।

* ଫ୍ଲାଟ୍‌ କାଜୁଆଲ୍‌ ଭେଲ୍‌ଭେଟ୍‌ ଫୁଟ୍‌ଓ୍ବେର୍‌: କାଜୁଆଲ୍‌ ଲୁକ୍‌ ପାଇଁ ବକଲ୍‌ବାଲା ଫ୍ଲାଟ୍‌ ଭେଲ୍‌ଭେଟ୍‌ ଫୁଟ୍‌ଓ୍ବେର୍‌ ଏକ ଭଲ ଅପ୍ସନ। ଏହାକୁ ଜିନ୍ସ, ସ୍କର୍ଟ ଅବା ଡ୍ରେସେସ୍‌ ସହ ମଧ୍ୟ ମ୍ୟାଚିଂ କରି ପିନ୍ଧାଯାଇପାରେ।

* ଭେଲ୍‌ଭେଟ୍‌ ଲୋଫର୍ସ: କୁଲ୍‌ କାଜୁଆଲ୍‌ ଲୁକ୍‌ ଦେଇଥାଏ ଲୋଫର୍ସ। ଆଉ ଯଦି କଥା ଭେଲ୍‌ଭେଟ୍‌ ଲୋଫର୍ସର ଉଠେ, ତା’ହେଲେ ତ ଖୁସିର ସୀମା ରହେନାହିଁ। ଖାସ୍‌ କରି ଜିନ୍ସ ସହ ଏହି ମ୍ୟାଟେରିଆଲ୍‌ର ଲୋଫର୍ସ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।

* ଭେଲ୍‌ଭେଟ୍‌ ସ୍ନିକର୍ସ: ଶୀତଦିନେ ଭେଲ୍‌ଭେଟ୍‌ ସ୍ନିକର୍ସ ଟ୍ରାଏ କରିପାରିବେ। ଏହା ଟ୍ରେଣ୍ଡି ଲୁକ୍‌ ଦେଇଥାଏ। ଏହିଦିନେ କୁଆଡ଼େ ବୁଲିବାକୁ ଗଲାବେଳେ ଭେଲଭେଟ୍‌ ସ୍ନିକର୍ସ ପିନ୍ଧିଲେ ପାଦକୁ ବେଶ୍‌ କମ୍ଫର୍ଟେବଲ୍‌ ମଧ୍ୟ ଲାଗିଥାଏ।

* ଭେଲ୍‌ଭେଟ୍‌ ଜୁତି: ଏଥିରେ ବେଶୀ ହିଲ୍‌ ନଥାଏ ସତ କିନ୍ତୁ ଦେଖିବାକୁ ବେଶ୍‌ ଆକର୍ଷଣୀୟ। ଏହି ଟାଇପ୍‌ର ଜୁତିକୁ ଏଥିନିକ୍‌ ଡ୍ରେସ୍‌ ସହିତ ମ୍ୟାଚିଂ କରି ପିନ୍ଧିଲେ ଲୁକ୍‌ ବେଶ୍‌ ଷ୍ଟାଇଲିଶ୍‌ ଲାଗେ। ବିଶେଷକରି କଳା, ସୁନେଲି, ନୀଳ, ଗୋଲାପୀ ତଥା ସବୁଜ ରଙ୍ଗର ଭେଲ୍‌ଭେଟ୍‌ ଜୁତିର ଅଧିକ ଚାହିଦା ରହୁଥିବା ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

ଅଧିକ ଲୁଣ ଖାଉଥିଲେ ସାବଧାନ! ଚେତାବନୀ ଦେଲା WHO, ପଢନ୍ତୁ ଦୌନିକ କେତେ ଖାଇବା ଉଚିତ୍‌

ନୂଆଦିଲ୍ଲୀ,୧୪।୮: ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଲୁଣ ଅତ୍ୟନ୍ତ ଜରୁରୀ। କିନ୍ତୁ ଲୁଣର ପରିମାଣ ଉପରେ ନଜର ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ…

ଆଜି ମେଷ-ମିଥୁନ ସମେତ ୫ ରାଶିର ଭାଗ୍ୟୋଦୟ, ଗ୍ରହ ଚଳନରୁ ଧନ- କ୍ୟାରିୟରରେ ମିଳିବ ବଡ଼ ଖୁସିଖବର

ଆଜି ଶ୍ରାବଣ ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଶୁକ୍ରବାର। ଦୃକ ପଞ୍ଚାଙ୍ଗ ଅନୁସାରେ ପ୍ରତିପଦା ତିଥି ସନ୍ଧ୍ୟା ୬ଟା ୪୬ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri