ଶାକାହାରୀ ଓ ମାଂସାହାରୀ ଦୁଗ୍ଧ

ଭାରତରୁ ରପ୍ତାନି ହେଉଥିବା ଦ୍ରବ୍ୟ ଉପରେ ଆମେରିକା ୫୦%ରୁ ୧୦୦% ପର୍ଯ୍ୟନ୍ତ ଶୁଳ୍କ ଧାର୍ଯ୍ୟ କରି ପ୍ରକାରାନ୍ତରେ ଭାରତରେ ତା’ର ଉପତ୍ାଦିତ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ, ଆନୁବଂଶିକ ସଂଶୋଧିତ ଫସଲ (ଜେନେଟିକ୍‌ ମଡିଫାଏଡ୍‌ କ୍ରପ୍‌) ଓ ମତ୍ସ୍ୟ ସାମଗ୍ରୀର ବଜାର ସୃଷ୍ଟି କରିବା ପାଇଁ ଚାପ ସୃଷ୍ଟି କରୁଛି। ଆଲୋଚ୍ୟର ବିଷୟ ହେଉଛି ଭାରତରେ ଉପତ୍ାଦିତ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଶାକାହାରୀ ହୋଇଥିବା ବେଳେ ଆମେରିକାରେ ଉପତ୍ାଦିତ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଶାକାହାରୀ କି ? ନା, ଏହା ମାଂସାହାରୀ ଦୁଗ୍ଧ। ନୂଆକରି ନୈତିକ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଏ ମାଂସାହାରୀ ଦୁଗ୍ଧ କ’ଣ? ଆମେରିକାରେ ଗୋପାଳନର ଦୁଇଟି ଦିଗ, ପ୍ରଥମଟି ଗୋଖାଦ୍ୟରେ ପ୍ରାଣୀମାନଙ୍କର ଅବଶିଷ୍ଟାଂଶ ମିଶ୍ରଣରେ ପୁଷ୍ଟିସାର ପ୍ରୟୋଗ କରି ଅତ୍ୟଧିକ ପୋଷଣ ବୃଦ୍ଧି ପୂର୍ବକ ଦୁଗ୍ଧ ଉପତ୍ାଦନ ଓ ଦ୍ୱିତୀୟରେ ସେମାନଙ୍କୁ ହୃଷ୍ଟପୁଷ୍ଟ ସ୍ଥୂଳକାୟ କରି ମାଂସ ଉପତ୍ାଦନ କରିବା। ସେମାନେ ଗାଈର ଚାରା ଓ ଗୋଖାଦ୍ୟରେ ଘୁଷୁରି, ଗାଈ, କୁକୁଡ଼ା, ଘୋଡ଼ା, ବିରାଡ଼ି, କୁକୁର ଓ ମାଛଙ୍କ ଅବଶିଷ୍ଟାଂଶ, ଚର୍ବି, ରକ୍ତ ଓ ପ୍ରାଣୀ ହାଡ଼ର ପାଉଡ଼ରକୁ ସୂକ୍ଷ୍ମ ଭାବରେ ମିଶ୍ରଣ କରି ଖାଇବାକୁ ଦିଅନ୍ତି ଯାହା ଦୁଗ୍ଧ ଓ ମାଂସ ଉପତ୍ାଦନରେ ଉଲ୍ଲେଖନୀୟ ସଫଳତା ଦିଏ। ଏହାକୁ ମାଂସାହାରୀ ଦୁଗ୍ଧ, ଆମିଷାଶୀ ଦୁଗ୍ଧ ବା ରକ୍ତ ଦୁଗ୍ଧ କୁହାଯାଇପାରିବ। ଅଧିକ ଉପତ୍ାଦନ କ୍ଷମତାପୂର୍ଣ୍ଣ ସଙ୍କର (ହାଇବ୍ରିଡ୍‌) ଜାତୀୟ ଗାଈର ହାରାହାରି ଦୈନିକ ଦୁଗ୍ଧ ଉପତ୍ାଦନ କ୍ଷମତା ୩୪ ଲିଟର ଥିବାବେଳେ ଶୀର୍ଷ ଅବଧି ସମୟରେ (ପିକ୍‌ ପିରିୟଡ୍‌)ରେ ୬୦ ଲିଟର ପର୍ଯ୍ୟନ୍ତ ଦୁଗ୍ଧ ଦେଇଥାଏ। ଆଇନତଃ ଏହା ଆମେରିକାରେ ସ୍ବୀକାର୍ଯ୍ୟ ଏବଂ ସାଧାରଣ ଭାବରେ ଦୁଗ୍ଧ ଉପତ୍ାଦନ ସଂସ୍ଥା (ଡେଏରି ଫାର୍ମ)ରେ ଦୁଗ୍ଧରେ ପ୍ରୋଟିନ୍‌ ଓ କ୍ୟାଲୋରୀ ବୃଦ୍ଧି ନିମନ୍ତେ ବ୍ୟବହାର କରାଯାଏ। ଆମେରିକା ସରକାର ମଧ୍ୟ ଦେଶର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଦୁଗ୍ଧ ଉପତ୍ାଦନକାରୀ ସଂସ୍ଥାମାନଙ୍କୁ ତାଙ୍କର ବ୍ୟବସାୟିକ ସଫଳତା ଓ କର୍ମନିଯୁକ୍ତି ସୁଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଆର୍ଥିକ ସାହାଯ୍ୟ ଦେଇଥାନ୍ତି। ଆମେରିକାରେ ଗାଈ ମଧ୍ୟ ଶାକାହାରୀ କିନ୍ତୁ ବ୍ୟବସାୟିକ ଲାଭଖୋର ମନୋବୃତ୍ତି ନେଇ ସେମାନଙ୍କୁ ମାଂସାହାରୀ କରିଦିଆଯାଏ। ଭାରତରେ ଉଦ୍ଭିଦ ଆଧାରିତ ଶାକାହାରୀ ଖାଦ୍ୟ ଦିଆଯାଏ। ଭାରତୀୟ ଗୋପାଳକମାନେ ଗୋଖାଦ୍ୟରେ ସବୁଜ ଘାସ, ନଡ଼ା, ମକା, ବାଜରା, ବୋତି, ଚୋକଡ଼, ପିଡ଼ିଆ, କୁଣ୍ଡା, କୋଳଥ ଓ ବିରି ଚୂନି ଇତ୍ୟାଦି ଦେଇଥାନ୍ତି।
ଆମେରିକା ଭାରତର ଦୁଗ୍ଧଜାତ ବଜାରରେ ପ୍ରବେଶ ଅନୁମତି ପରିପ୍ରେକ୍ଷୀରେ ଭାରତର ସର୍ତ୍ତ ହେଲା, ଆମେରିକା ଏକ ସତର୍କତାମୂଳକ ସତ୍ୟ ସ୍ବୀକୃତ ପ୍ରମାଣପତ୍ର (ସାର୍ଟିଫିକେଟ୍‌) ଦେଉ ଯେ, ଭାରତକୁ ଯେଉଁ ଦୁଗ୍ଧଜାତ ଦ୍ରବ୍ୟ ରପ୍ତାନି କରାଯିବ ତାହା ସମ୍ପୂର୍ଣ୍ଣରୂପେ ନିରାମିଷ ଖାଦ୍ୟ ଖାଉଥିବା ଗାଈର ହୋଇଥିବ। ଏହାକୁ ଆମେରିକାର ଦୁଗ୍ଧ ଉପତ୍ାଦନକାରୀ ସଂସ୍ଥାମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ସେମାନଙ୍କ ଯୁକ୍ତି ହେଲା, ପ୍ରାଣୀଙ୍କର ଅବଶିଷ୍ଟାଂଶକୁ ଗାଈଙ୍କ ଖାଦ୍ୟରେ ଦିଆଯାଉଛି, ଉପତ୍ାଦିତ ଦୁଗ୍ଧରେ ଦିଆଯାଉ ନାହିଁ, ଏଣୁ ଏହା କିପରି ଆମିଷ ହେଲା। ଯଦି ଆମେରିକାରୁ ଦୁଗ୍ଧ ଆମଦାନୀ କରାଯିବ ତେବେ ଏହାକୁ ଶାକାହାରୀ ନା ମାଂସାହାରୀ କୁହାଯିବ ? ପ୍ରାୟତଃ ୩୮% ଶାକାହାରୀ ଭାରତୀୟ ଦୁଗ୍ଧର ପୂର୍ଣ୍ଣ ଶୁଦ୍ଧତାକୁ ନେଇ ସମାଧାନର କୌଣସି ମଧ୍ୟମ ପନ୍ଥାକୁ କେତେଦୂର ଗ୍ରହଣ କରିବେ ତାହା ସମୟ ନିର୍ଣ୍ଣୟ କରିବ। ଭାରତ ଦୁଗ୍ଧ ଉପତ୍ାଦନରେ ସ୍ବୟଂସମ୍ପୂର୍ଣ୍ଣ। ଶ୍ୱେତକ୍ରାନ୍ତି ପୂର୍ବରୁ ଭାରତ ପ୍ରାୟ ବାର୍ଷିକ ୨୧ନିୟୁତ ମେଟ୍ରିକ୍‌ ଟନ୍‌ ଦୁଗ୍ଧ ଉପତ୍ାଦନ କରୁଥିଲା। ଡ. ଭର୍ଗିସ୍‌ କୁରିୟନ୍‌ଙ୍କ ନେତୃତ୍ୱରେ ୧୯୭୦ରେ ଆରମ୍ଭ ହୋଇଥିବା ଶ୍ୱେତକ୍ରାନ୍ତି ଫଳରେ ଉଲ୍ଲେଖନୀୟ ଅଗ୍ରଗତି ହେଲା। ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ୬୩.୫୬% ବୃଦ୍ଧି ପାଇ ୨୩୯.୩ ନିୟୁତ ମେଟ୍ରିକ୍‌ଟନ୍‌ ଦୁଗ୍ଧ ଉପତ୍ାଦନ ହୋଇଥିବାବେଳେ ୨୦୨୨-୨୩ ବର୍ଷ ତୁଳନାରେ ୩.୭୮% ଅଧିକ ଉପତ୍ାଦିତ ହୋଇଛି। ବିଶ୍ୱର ମୋଟ୍‌ ଦୁଗ୍ଧ ଉପତ୍ାଦନରେ ଭାରତର ୨୫% ଯୋଗଦାନ ରହିଛି ଓ ୧୯୯୮ ମସିହାଠାରୁ ଭାରତ ବିଶ୍ୱର ସର୍ବୋଚ୍ଚ ଦୁଗ୍ଧ ଉପତ୍ାଦନକାରୀ ରାଷ୍ଟ୍ର। ୧୯୫୦-୫୧ରେ ଭାରତରେ ବ୍ୟକ୍ତି ପିଛା ଦୈନିକ ୧୨୪ଗ୍ରାମ୍‌ ଦୁଗ୍ଧ ଉପଲବ୍ଧ ହେଉଥିବା ବେଳେ ୨୦୨୩-୨୪ବର୍ଷ ବେଳକୁ ବୃଦ୍ଧି ପାଇ ଭାରତର ଦୈନିକ ମୁଣ୍ଡ ପିଛା ୪୭୧ଗ୍ରାମ୍‌ ଦୁଗ୍ଧ ଉପଲବ୍ଧ ଓ ବିଶ୍ୱରେ ଏହା ୩୨୨ଗ୍ରାମ୍‌।
ଭାରତରେ କୃଷି ଓ କୃଷକ ସହିତ ଦୁଗ୍ଧ ଉପତ୍ାଦନ ସମ୍ପୂର୍ଣ୍ଣ ରୂପେ ଜଡ଼ିତ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ତଥ୍ୟ ଅନୁସାରେ ଯଦି ଭାରତର ଦୁଗ୍ଧ ବଜାରରେ ଆମେରିକାର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ପ୍ରବେଶ ପାଇଁ ଅନୁମତି ଦିଆଯାଏ ତେବେ ପାଖାପାଖି ବାର୍ଷିକ ୧.୦୩ ଲକ୍ଷ କୋଟି ଆର୍ଥିକ କ୍ଷତି ସହିବାକୁ ପଡ଼ିବ ଓ ଏଥିପାଇଁ ଛୋଟ ଛୋଟ ପଶୁପାଳକମାନେ କ୍ଷତିଗ୍ରସ୍ତ ହେବେ। ପ୍ରାୟ ଦୁଇଲକ୍ଷ ତିରିଶ ହଜାର ଗ୍ରାମ ଏଥିରେ ସମ୍ପୃକ୍ତ ଥିବାବେଳେ ୮କୋଟି ଲୋକଙ୍କର ଏହା ଜୀବିକାର୍ଜନର ପନ୍ଥା ଓ ଚାଳିଶକୋଟି ଲୋକଙ୍କର ଆବଶ୍ୟକତା ପୂରଣ କରେ। ଆମେରିକାରୁ ଆମଦାନୀ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ରାୟ ୧୫% କମ୍‌ ମୂଲ୍ୟରେ ବଜାରରେ ଉପଲବ୍ଧ ହେବ। କମ୍‌ ଦାମ୍‌ ହେତୁ ଆମେରିକା ଦୁଗ୍ଧର ଚାହିଦା ବୃଦ୍ଧି ହେବ ଓ ଭାରତୀୟ ଦୁଗ୍ଧର ଚାହିଦା କମିଯିବ। ଗ୍ରାମ୍ୟ କୃଷ୍ଟି ବାଧାପ୍ରାପ୍ତ ହେବା ଆଶଙ୍କା ଥିବା ସହ ଭାରତୀୟଙ୍କର ସ୍ବାସ୍ଥ୍ୟ, ଧର୍ମ, ସଂସ୍କୃତି, ଶାକାହାରୀ ଉପଭୋକ୍ତାଙ୍କର ଚିନ୍ତାଧାରା ପ୍ରଭାବିତ ହେବ। ଏତଦ୍‌ବ୍ୟତୀତ ଆଗାମୀ ସମୟରେ ପ୍ରଚୁର ଦୁଗ୍ଧ ଉପତ୍ାଦନ କରୁଥିବା ରାଷ୍ଟ୍ର ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ମଧ୍ୟ ଭାରତର ଦୁଗ୍ଧ ବଜାରରେ ପ୍ରବେଶ କରି ବାଣିଜ୍ୟ କରିବା ପାଇଁ ଚାପ ସୃଷ୍ଟି କରିବାକୁ ଚାହିଁବେ। ଏ ସବୁ ଦୃଷ୍ଟିରୁ ଭାରତ ଛୋଟ କୃଷକଙ୍କ ସ୍ବାର୍ଥ ପାଇଁ ଢାଲ ହୋଇ ପ୍ରତିବନ୍ଧକ ସାଜିଛି।

ଜ୍ୟୋତିପ୍ରକାଶ କର
ଶକ୍ତିନଗର କଟକ, ମୋ: ୯୪୩୮୫୩୨୪୫୭

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?