ଶାଗ ୩୦ ପଇସାରୁ ୧୦ ଟଙ୍କା

ଦାରିଙ୍ଗବାଡି,୨୧ା୧୨(ଅରୁଣ ସାହୁ)ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମୁଖ୍ୟ ଚାଷ ହଳଦୀରୁ ଚାଷୀ ମୁହଁ ଫେରାଇ ନେଲେଣି। ଉଦ୍ୟାନ ଚାଷ କରି ଏବେ ଚାଷୀ ଲାଭବାନ ହେଉଥିବା ବେଳେ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି। ଏଭଳି ଜଣେ ଉଦ୍ୟାନ ଚାଷରେ କେବଳ ଶାଗ ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ମହୁ, ଦେଶୀ କୁକୁଡ଼ା ପାଳନ ସହ ଗୋପାଳନ, ଛେଳି ଆଦି ଚାଷ କରି ପରିବାର ପ୍ରତିପୋଷଣ କରିବା ସହ ଝିଅକୁ ଆଇନ ପାଠ ପଢ଼ାଉଥିବା ବେଳେ ପୁଅ ବିଜ୍ଞାନରେ ଡିଗ୍ରୀ କରୁଛନ୍ତି। ଏଭଳି ଜଣେ ସଫଳ ଚାଷୀ ହେଉଛନ୍ତି ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଉକ୍ତ ବ୍ଲକ ସାନିକେତା ପଞ୍ଚାୟତ ସୁଗାନକେତା ଗ୍ରାମର ଯୁଧିଷ୍ଠିର ପ୍ରଧାନ। ସେ ଗତ ୧୫ବର୍ଷ ଧରି ଅଦା, ହଳଦୀ ଚାଷ ଛାଡି ଶାଗ ଚାଷ କରି ସଫଳତା ପାଇଛନ୍ତି। ଶାଗ ବିଡା ୩୦ ପଇସାରୁ ବିକ୍ରି ଆରମ୍ଭ କରିଥିବା ଯୁଧିଷ୍ଠିର ଏବେ ଶାଗ ବିଡ଼ାକୁ ୧୦ ଟଙ୍କାରେ ବିକ୍ରି କରୁଛନ୍ତି। ଜୈବିକ ପଦ୍ଧତିରେ ଏହି ଚାଷ କରୁଥିବା ବେଳେ ଗୋପାଳନ କରୁଥିବାରୁ ଯେଉଁ ଗୋବର ଖତ ସଂଗ୍ରହ କରନ୍ତି ତାକୁ ସେ ଚାଷରେ ବ୍ୟବହାର କରି ଯଥେଷ୍ଟ ଶାଗ ଅମଳ କରୁଥିବା କହିଛନ୍ତି। ଗତ ୧୫ବର୍ଷ ପୂର୍ବରୁ ପାରମ୍ପରିକ ହଳଦୀ, ଅଦା, କାନ୍ଦୁଲ, ବିରି, ମୁଗ ଆଦି ଚାଷ କରୁଥିଲେ ହେଲେ ଯେତିକି ଚାଷରେ ସେ ଖର୍ଚ୍ଚ କରୁଥିଲେ ତାହାଠାରୁ ଯଥେଷ୍ଟ କମ୍‌ ଅମଳ ହେଉଥିଲା ଫଳରେ ସେ ସାହୁକାରଠାରୁ ଆଣୁଥିବା ଋଣ ଶୁଝି ପାରୁ ନ ଥିଲେ, ପରିବାର ଚଳାଇବା ମୁସ୍କିଲ ହୋଇପଡ଼ିଥିଲା। ଫଳରେ ଯୁଧିଷ୍ଠିର ଏବଂ ତାଙ୍କ ବାପା ଏବେ ଶାଗ ଚାଷ ଆରମ୍ଭ କରିଥିଲେ । ପ୍ରଥମେ ସେ ନିଜ ଗାଁରେ ଶାଗ ବିକ୍ରି ଆରମ୍ଭ କରିଥିଲେ ସେହି ସମୟରେ ମାତ୍ର ୩୦ ପଇସାରେ ଶାଗ ବିଡ଼ା ବିକ୍ରି କରୁଥିଲେ ସେତିକିରେ ମଧ୍ୟ ପରିବାର ଚଳିବା କଷ୍ଟ ଥିଲା। ଫଳରେ ସେ ଏହି ଚାଷକୁ ବୃଦ୍ଧି କଲେ ପରିବାରରେ ଯୁଧିଷ୍ଠିରଙ୍କ ବାପା, ମା ଓ ସାନ ଭାଇ ସହଯୋଗ କଲେ । ଏବେ ସେ ଏହି ଚାଷରେ ବଡ଼ ସଫଳତା ପାଇଛନ୍ତି। ସେ କୁହନ୍ତି ମାତ୍ର ଏକ ମାସରେ ଶାଗ ଅମଳ ହେଉଥିବାରୁ ଏହି ଚାଷ ତାଙ୍କୁ ଫାଇଦା ଦେଇଛି । ଅନ୍ୟ ପକ୍ଷରେ ସେ ଜୈବିକ ପଦ୍ଧତିରେ ଏହି ଚାଷ କରୁଥିବାରୁ ଗ୍ରାହକମାନେ ତାଙ୍କ ଶାଗକୁ ଅପେକ୍ଷା କରି ରହିଥାନ୍ତି ଓ କିଛି ଗ୍ରାହକ ତାଙ୍କ ଘର ନିକଟରେ ପହଞ୍ଚିଥାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?