ପରିବା ବିକ୍ରି ଆଢୁଆଳରେ ଜୁଆଖେଳ

ଖଇରା,୪।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ବିଭିନ୍ନ ଗ୍ରାମାଞ୍ଚଳର ବିଭିନ୍ନ ସାପ୍ତାହିକ ହାଟର ଦୃଶ୍ୟ ଏବେ ନ କହିବା ଭଲ। ଅଧିକାଂଶ ଗାଁ ହାଟରେ ପରିବା ବିକ୍ରି ଆଢୁଆଳରେ ଜୁଆ ଖେଳ ସାଙ୍ଗକୁ ନିଶାକାରବାର ଚାଲୁଛି। ଏଭଳି ବେଆଇନ କାର୍ଯ୍ୟ ପଛରେ ଥାନା କର୍ମଚାରୀଙ୍କ ପରୋକ୍ଷ ସହଯୋଗ ଥିବା ନେଇ ଆଲୋଚନା ଜୋର ଧରିଛି। ଏହି ଜୁଆଖେଳ ଏବେ ଆଉ କେବଳ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ। କଲେଜ ପଢୁଆ ପିଲା, ଚାଷୀ, ଶିକ୍ଷକଙ୍କ ସମେତ ଅନ୍ୟାନ୍ୟ ସରକାରୀ ଚାକିରିଆଙ୍କ ଦ୍ୱାରା ଚାଲିବା ଖଇରାର ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳା ପରିସ୍ଥିତିକୁ ପ୍ରମାଣିତ କରୁଛି। ଯଦି ପୋଲିସ ଏସ୍‌ପି ଏବଂ ଗୃହ ବିଭାଗ ଏହା ଉପରେ କଡ଼ା ଦୃଷ୍ଟି ନ ଦିଅନ୍ତି ତେବେ ଅଳ୍ପ ଦିନରେ ଏହା ମହାମାରୀ ଭଳି ଗଳିକନ୍ଦିକୁ ବ୍ୟାପିବ ଏଥିରେ ସନ୍ଦେହ ନାହିଁ।

ଗହଳିରେ ଉତ୍ପାଦିତ ଦ୍ରବ୍ୟର କିଣାବିକା ପାଇଁ ବିଭିନ୍ନ ସ୍ଥାନରେ ଗାଁ ହାଟର ସ୍ଥାପନା କରାଯାଇଛି। ହେଲେ ଖଇରା ଥାନା ଅଧୀନରେ ବିଭିନ୍ନ ହାଟଗୁଡ଼ିକରେ ପରିବା ଓ ତେଜରାତି ସଉଦା ବିକ୍ରି ସାଙ୍ଗକୁ ଜୁଆ ଆଡ୍ଡା ଓ କୁକୁଡ଼ା ଲଢ଼େଇ ଭଳି ବେଆଇନ କାର୍ଯ୍ୟ ବଢ଼ିଚାଲିଛି। ଯାହା ଯୁବପିଢିଙ୍କୁ ଆକର୍ଷିତ କରିବାରେ ଲାଗିଛି। ବିଶେଷ ଭାବେ ଏହି ଥାନା ଅଧୀନ ଦୋମୁହଁାଣି, ରମଦା, ପାତ୍ରଖୁଣ୍ଟା, ଡଗରପଡ଼ାରେ ଏବେ ବହୁଳ ଭାବରେ ଜୁଆ ଆଡ୍ଡା ଚାଲିଥିବା ନେଇ ଅଭିଯୋଗ ହେଉଛି। ଏହି କାରଣରୁ କୁପାରୀ ଜୋନର ବାଉଁଶଗଡ଼ିଆ,ହରିପୁର, ଗଡ଼ପୋଖରୀ,ରଟିଣା ପଞ୍ଚାୟତର ଗ୍ରାମଗୁଡ଼ିକରେ ଘରୋଇ ହିଂସା ସାଙ୍ଗକୁ ଆମତ୍ହତ୍ୟା ବଢ଼ିଚାଲିଛି। ୨୦୨୨ରେ ଘରୋଇ ହିଂସା ପାଇଁ ୨୦ରୁ ଅଧିକ ଆମତ୍ହତ୍ୟା ଘଟଣା ଘଟିଯାଇଥିବା ବେଳେ ୨୦୨୩ରେ ଅଦ୍ୟାବଧି ୧୨ରୁ ଅଧିକ ଆମତ୍ହତ୍ୟା ଘଟଣା ଘରୋଇ ହିଂସା କାରଣରୁ ଘଟିଥିବା ନେଇ ଅଭିଯୋଗ ହୋଇଛି। ୫ବର୍ଷ ତଳେ ତତ୍କାଳୀନ ଆଇଆଇସି ଲୋପାମୁଦ୍ରା ନାୟକ ଏଭଳି ବେଆଇନ କାର୍ଯ୍ୟରେ ରୋକ୍‌ ଲାଗାଇଥିଲେ। ଏବେ ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ପରିସ୍ଥିତି ସଙ୍ଗିନ ହୋଇ ପଡ଼ିଛି। ଡଗରପଡ଼ା ବଜାରରେ ଦୈନିକ ଏହି ଖେଳ ଚାଲୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ। ଏ ନେଇ ଖଇରା ଥାନା ଆଇଆଇସି ଗୟାଧର ବେହେରା କୁହନ୍ତି, ସେ ୨ଥର ଟିମ୍‌ ନେଇ ଚଢ଼ାଉ କଲେଣି। ହେଲେ ଜୁଆ ଖେଳାଳିମାନେ ଦୌଡ଼ି ପଳାଉଛନ୍ତି। ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?