ପରିବା ଦର ନିୟନ୍ତ୍ରଣ ବାହାରେ

ଜଗତ୍‌ସିଂହପୁର, ୧୦ା୭ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାରେ ସମ୍ପ୍ରତି ପରିବା ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏବେ କୌଣସି ପରିବା ଦର ୫୦ ଟଙ୍କା ତଳକୁ ନାହିଁ। ଟମାଟୋ କିଲୋଗ୍ରାମ ପ୍ରତି ଦର ୧୨୦ ଟଙ୍କାରେ ପହଞ୍ଚତ୍ଥିବା ବେଳେ ବିନ୍‌ ୧୦୦, କାଙ୍କଡ଼ ୯୦, ଭେଣ୍ଡି ୯୦, ପୋଟଳ ୮୦, ଝୁଡ଼ଙ୍ଗ ୮୦, ସଜନା ୮୦, ସାରୁ ୬୦ରୁ ୮୦, ବାଇଗଣ ୭୦, ଜହ୍ନି ୬୦, ଗାଜର ୬୦ ଟଙ୍କାକୁ ବୃଦ୍ଧି ପାଇଲାଣି। ଏପରି କି କଖାରୁ କିଲୋ ପ୍ରତି ଦର ୨୫ରୁ ୩୦ ଟଙ୍କା ହେଲାଣି। ଅଦା ୨୦୦, ରସୁଣ ୩୦୦ ଟଙ୍କାରେ ପହଞ୍ଚତ୍ଛି। କେବଳ ଆଳୁ ୨୦ ଓ ପିଆଜ ୩୦ ଟଙ୍କା ଥିବାରୁ ଲୋକେ କେତେକାଂଶରେ ଆଶ୍ୱସ୍ତ ଅଛନ୍ତି। ବଡ କଥା ହେଲା ଦର ବୃଦ୍ଧି ସତ୍ତ୍ବେ ବଜାରରେ ଆବଶ୍ୟକ ପରିମାଣର ପରିବା ଉପଲବ୍ଧ ହେଉନାହିଁ। ଦର ବୃଦ୍ଧି ଯୋଗୁ ଯେଉଁମାନେ କିଲୋଗ୍ରାମ ହିସାବରେ ପରିବା କିଣୁଥିଲେ ସେମାନେ ଏବେ ୨୫୦ରୁ ୫୦୦ ଗ୍ରାମ ନେଉଛନ୍ତି। ଏବେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ୍‌ ଭରୁନି। ଏନେଇ ଯଦିଓ ସାଧାରଣରେ ଚିନ୍ତା ପ୍ରକଟ କରାଯାଉଛି କିନ୍ତୁ ଏହାର କୌଣସି ସ୍ଥାୟୀ ସମାଧାନ ହେଉନାହିଁ। ପ୍ରତିବର୍ଷ ପରିବା ଦରରେ ଅସମାନତା କଥା ସରକାର ଜାଣିଛନ୍ତି। ବିଭିନ୍ନ ସମୟରେ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରାଯାଉଛି। ହେଲେ ଦେଶର ସର୍ବାଧିକ ଜନତା ଚାଷୀ ହୋଇଥିଲେ ସୁଦ୍ଧା ସେମାନଙ୍କ ସ୍ବାର୍ଥକୁ ଗୌଣ କରାଯାଉଛି। ମଣିଷ ଜୀବନଧାରଣର ପ୍ରମୁଖ ମାଧ୍ୟମ ପରିବା ହୋଇଥିଲେ ସୁଦ୍ଧା ଏହା ଉପରେ ସେଭଳି ଦୃଷ୍ଟି ଦିଆ ନ ଯିବା ସାଧାରଣରେ ଅସନ୍ତୋଷର କାରଣ ହୋଇଛି।
ଜଗତ୍‌ସିଂହପୁର ଏକ କୃଷିପ୍ରଧାନ ଜିଲା। ଏ ଜିଲାର ଜମି ଉର୍ବର ହୋଇଥିବାରୁ ପରିବା ଚାଷ ପାଇଁ ଅନୁକୂଳ। ହେଲେ ଆବଶ୍ୟକ ସରକାରୀ ପ୍ରୋତ୍ସାହନ ଅଭାବରୁ ଚାଷୀ କ୍ଷତିରେ ପଡ଼ୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ଚାଷୀ ପ୍ରତିକ୍ରିୟାରେ କହିଛନ୍ତି, ଜିଲାରେ ଥିବା ସରକାରୀ ଶୀତଳ ଭଣ୍ଡାରଗୁଡିକ ବନ୍ଦ ହୋଇଯାଇଛି। ବେସରକାରୀ ଶୀତଳ ଭଣ୍ଡାର ସଂଖ୍ୟା ନଗଣ୍ୟ। ଏଥିଯୋଗୁ ଚାଷୀ ଉତ୍ପାଦିତ ପରିବା ସଂରକ୍ଷଣ କରିପାରୁନାହିଁ। ଉତ୍ପାଦନ ସମୟରେ ନଷ୍ଟ ହୋଇଯିବା ଭୟରେ ଶସ୍ତାରେ ବିକିବାକୁ ବାଧ୍ୟ ହେଉଛି। ସାର, କୀଟନାଶକ ଔଷଧ ଆଦିର ଦର ଅଧିକ। ଖର୍ଚ୍ଚାନ୍ତ ସହ ବହୁ ପରିଶ୍ରମ କରି ଚାଷୀ ଫଳ ଉତ୍ପାଦନ କରୁଛି। କିନ୍ତୁ ଉଚିତ ମୂଲ୍ୟ ମିଳିବା ତ ଦୂରର କଥା ଅନେକ ସମୟରେ ମୂଳଧନ ନ ପାଇ ନିରାଶ ହୋଇପଡ଼ୁଛି। ତା’ ଭିତରେ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଛି। ଅନ୍ୟପଟେ ବିକ୍ରି ପାଇଁ ଉତ୍ତମ ବଜାର ବ୍ୟବସ୍ଥା ନାହିଁ। ସରକାର ଯେପରି ଧାନ ପାଇଁ ମଣ୍ଡି ଖୋଲୁଛନ୍ତି ସେହିପରି ପରିବା ମଣ୍ଡି କଲେ ଚାଷୀ ଚାଷ ଆଡକୁ ଆକର୍ଷିତ ହୁଅନ୍ତେ। ସରକାର ଏହା ଜାଣି ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି। ସରକାର ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହିତ କରୁଛନ୍ତି। ମିଶନ ଶକ୍ତିର କାୟା ବୃଦ୍ଧି ହୋଇଥିବା କହି ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ସେମାନଙ୍କ ମାଧ୍ୟମରେ କିପରି ପରିବା ଉତ୍ପାଦନ ବୃଦ୍ଧି ସାଙ୍ଗକୁ ଉତ୍ତମ ବଜାର ଖୋଲାଯାଇପାରିବ ସେନେଇ ପ୍ରୋତ୍ସାହିତ କରୁନାହାନ୍ତି। ଏଭଳି ହେଲେ କେତେକାଂଶରେ ସୁଫଳ ମିଳିପାରନ୍ତା। ଏହାବାଦ୍‌ ଜିଲାରେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଢାଞ୍ଚାରେ ବଜାର ଓ ଉତ୍ପାଦନ ପାଇଁ ସୁଯୋଗ ସୃଷ୍ଟି କରିବା ଉଚିତ। ଓଡ଼ିଶା ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ।
ପଶ୍ଚିମବଙ୍ଗର ଅଧିକାଂଶ ଚାଷୀ ବ୍ୟକ୍ତିଗତ ଛୋଟ ଶୀତଳ ଭଣ୍ଡାର କରିଛନ୍ତି। ଅନୁରୂପ ଭାବେ ଆନ୍ଧ୍ରପ୍ରଦେଶରେ ମଧ୍ୟ ବହୁ ସଂଖ୍ୟାରେ ଶୀତଳ ଭଣ୍ଡାର ରହିଛି। ତେଣୁ ସରକାର ସରକାରୀ ଓ ବେସରକାରୀ ଭାବେ ବହୁ ସଂଖ୍ୟକ ଶୀତଳ ଭଣ୍ଡାର ଖୋଲିବା ପାଇଁ ଆନ୍ତରିକତା ପ୍ରକାଶ କରିବା ଉଚିତ। ବାସ୍ତବ ଲକ୍ଷ୍ୟ ପୂରଣ କରିବାକୁ ହେଲେ ନୂଆ ଯୋଜନା କାର୍ଯ୍ୟକାରୀ କରିବା ଦରକାର। କାରଣ ବିଦ୍ୟୁତ୍‌ ୟୁନିଟ୍‌ ପ୍ରତି ଦର ଶୀତଳ ଭଣ୍ଡାର ନିର୍ମାଣରେ ବାଧକ ସାଧୁଛି। ନୂଆ ଯୋଜନାରେ ବିଦ୍ୟୁତ୍‌ ଦର କୋହଳ କରାଗଲେ ଶୀତଳ ଭଣ୍ଡାର ସଂଖ୍ୟା ଆପେ ଆପେ ବଢ଼ିଯିବ। ଏଥିସହ ସହଜରେ ବୀମା ସୁବିଧା ଓ ପରିବା ଚାହିଦା ବୃଦ୍ଧି ପାଇଁ ପ୍ରୋସେସିଂ ୟୁନିଟ୍‌କୁ ପ୍ରୋତ୍ସାହନ ଦେବାକୁ ପଡ଼ିବ। ବିକ୍ରି ପାଇଁ ଯୋଜନାବଦ୍ଧ ଖସଡା ପ୍ରସ୍ତୁତ କରିବା ଦରକାର। କେବଳ ପରିବା ଚାଷ କରିଦେଲେ ହେବନାହିଁ ମାନ ବୃଦ୍ଧି ପାଇଁ ଆବଶ୍ୟକ କୌଶଳ ଓ ବୈଷୟିକ ଜ୍ଞାନ ଆଦିର ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯିବା କଥା। ସେହିପରି ପରିବା ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ରିହାତି ସୁବିଧା ଦିଆଯିବା ଆବଶ୍ୟକ ା କେତେ ପରିମାଣର ଅମଳ କଲେ କେତେ ରିହାତି ମିଳିବ ତା’ର ଏକ ଚାର୍ଟ ପ୍ରସ୍ତୁତ କରାଯିବା ଉଚିତ। ଏସବୁ ଦିଗ ପ୍ରତି ଧ୍ୟାନ ଦିଆଗଲେ ଲୋକେ ଚାଷ ଆଡକୁ ଆକର୍ଷିତ ହୋଇପାରନ୍ତେ। ଏହାଦ୍ୱାରା ବାସ୍ତବ ଲକ୍ଷ୍ୟ ପୂରଣ ହେବା ସାଙ୍ଗକୁ ପରିବା ଦରରେ ଦେଖାଦେଉଥିବା ଅସମାନତା ଦୂର ହୋଇପାରିବ ବୋଲି ଯୁକ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri