ବୈଦିକ ଯୁଗର ସିରିଏଲ୍‌ କିଲର

ଚାରି ବେଦ ମଧ୍ୟରେ ସାମ ବେଦ ଅନ୍ୟତମ। ଏହି ବେଦର ଗଦ୍ୟ ବିଭାଗ ହେଉଛି ଜୈମିନୀୟ ବ୍ରାହ୍ମଣ। ଆଜକୁ ୨୮୦୦ ବର୍ଷ ପୂର୍ବେ ଏହା ରଚନା କରାଯାଇଥିଲା। ଏଥିରେ ଯବକ୍ରିର କାହାଣୀ ଦେଖିବାକୁ ମିଳେ। ଯବକ୍ରି ହେଉଛି ହିନ୍ଦୁ ପୁରାଣଶାସ୍ତ୍ରରେ ବର୍ଣ୍ଣିତ ପ୍ରଥମ ସିରିଏଲ୍‌ କିଲର ଓ ବଳାତ୍କାରୀ।
ଜୈମିନୀୟ ବ୍ରାହ୍ମଣ ଅନୁଯାୟୀ, ଯବକ୍ରିର ଏକ ଭିନ୍ନ କଳା ରହିଥିଲା। ସେ ଯେକୌଣସି ମହିଳାଙ୍କୁ ତା’ ପ୍ରତି ଆକର୍ଷିତ କରିବା ସହ ସେମାନଙ୍କ ସହିତ ଯୌନ ସମ୍ପର୍କ ରଖେ। ପରେ ସେହି ମହିଳାମାନଙ୍କର ମୃତ୍ୟୁ ଘଟୁଥିଲା। ଯଦି ମହିଳାମାନେ ଯବକ୍ରିର କଥା ନ ରଖନ୍ତି, ତେବେ ସେମାନଙ୍କର ବି ମୃତ୍ୟୁ ଘଟେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ସେ ଯକୌଣସି ମହିଳାଙ୍କୁ ଆକର୍ଷିତ କରେ ସେମାନେ ତା’ ସହିତ ଯୌନ ସମ୍ପର୍କ ରଖନ୍ତୁ କିମ୍ବା ନ ରଖନ୍ତୁ, ସମସ୍ତେ ମୃତ୍ୟୁମୁଖରେ ପଡ଼ିିଥା’ନ୍ତି। ଏହି କ୍ରମରେ ଯବକ୍ରି ତା’ ଜୀବନ ବିତାଉଥାଏ। ଦିନେ ସେ ଜଣେ ବ୍ରାହ୍ମଣ ମହିଳାଙ୍କୁ ଯୌନ ସମ୍ପର୍କ ରଖିବାକୁ ପାଖକୁ ଡାକିଲା। ସେହି ମହିଳା ଜଣଙ୍କ ବି ତା’ ପାଖକୁ ଯିବା ଲାଗି ରାଜି ହୋଇଗଲା। ଯେତେବେଳେ ସେହି ମହିଳାଙ୍କ ସ୍ବାମୀ ଘଟଣା ସମ୍ପର୍କରେ ଜାଣିପାରିଲେ, ସେତେବେଳେ ସେ ଏକ ଯଜ୍ଞ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଯଜ୍ଞର ଉଦ୍ଦେଶ୍ୟ ଥିଲା ଯବକ୍ରିକୁ ମାରିବା ପାଇଁ ମାୟାବୀ ଜୀବ ସୃଷ୍ଟି କରିବା। ଏହି ମାୟାବୀ ଜୀବ ମଧ୍ୟରେ ଥିଲେ ଜଣେ ରାକ୍ଷସୀ ଓ ରାକ୍ଷସ। ଯଜ୍ଞରୁ ସୃଷ୍ଟି ହେବା ପରେ ମାୟାବୀ ରାକ୍ଷସୀ ଜଣକ ଯବକ୍ରିକୁ ମୋହିତ କରି ତା’ସହ ଯୌନ ସମ୍ପର୍କ ରଖିବା ପରେ କହିଛି ଯେ, ସେ ଜଣେ ସାଧାରଣ ମହିଳା ନୁହେଁ। ସେ ତା’ ପାଦ ତଳର କେଶକୁ ଦେଖାଇ ଯବକ୍ରି ସମ୍ମୁଖରେ ପ୍ରମାଣ କରିଛି। ଯବକ୍ରି ସହ ସମ୍ପର୍କ ବଢ଼ିବା ପରେ ରାକ୍ଷସୀର ସ୍ବାମୀ ତାହା ଜାଣିପାରିଛି ଓ ଶେଷରେ ଯବକ୍ରି ଧରାପଡ଼ିଯାଇଛି। ରାକ୍ଷସୀର ସ୍ବାମୀ ଧରି ତା’କୁ ମାରିଦେବାକୁ ନିଷ୍ପତ୍ତି ନେଇଛି। ଅନ୍ୟ କୌଣସି ଉପାୟ ନ ପାଇ ଶେଷରେ ଯବକ୍ରି ତା’ ପାଖରେ ନିଜ ଜୀବନ ଭିକ୍ଷା କରିଛି। ପରେ ରାକ୍ଷସୀର ସ୍ବାମୀ ତାକୁ ପାଗଳ କରି ଗାଁର ସମସ୍ତ ପ୍ରାଣୀମାନଙ୍କୁ ମାରିଦେବା ଲାଗି ବାଧ୍ୟ କରିଛି। ପାଗଳ ହୋଇ ଯବକ୍ରି ଗାଁର ସବୁ ପ୍ରାଣୀଙ୍କୁ ମାରିଦେବାରେ ଲାଗିପଡ଼ିଲା। ଏହା ଦେଖି ଗ୍ରାମବାସୀ ତାଙ୍କୁ ଧରି ବାନ୍ଧି ମାରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଯବକ୍ରିର ପିତା ତାକୁ ରକ୍ଷା କରିବାକୁ କିଛି ଯାଦୁକରୀ କଥା କହିଛନ୍ତି, ଯଦ୍ଦ୍ବାରା ତାଙ୍କ ପୁତ୍ରକୁ ଆଉ ଯେମିତି କେହି ମାରିପାରିବେ ନାହିଁ। ଦୁର୍ଭାଗ୍ୟବଶତଃ, ଜଣେ ବଧିର କାଠୁରିଆ ତାଙ୍କର ଏହି କଥା ଶୁଣିପାରିଲା ନାହିଁ। ଯବକ୍ରି ଅତି ନିର୍ଦ୍ଦୟ ଭାବେ ଗାଁର ପ୍ରାଣୀମାନଙ୍କୁ ମାରିଦେବା ଦୃଶ୍ୟ ଦେଖିଥିବାରୁ ସେ ଯବକ୍ରିର ମୁଣ୍ଡକୁ ଆଘାତ କଲା ଓ ସେଠାରେ ତାହାର ମୃତ୍ୟୁ ଘଟିଲା।
ଏକ ସମାନ ପ୍ରକାର ଯବକ୍ରି କାହାଣୀ ବି ମହାଭାରତରେ ଦେଖିବାକୁ ମିଳେ। ରୈଭ୍ୟ ନାମକ ଜଣେ ଋଷି ତାଙ୍କ ଘର ଭିତରେ ପ୍ରବେଶ କରିବା ପରେ ଯବକ୍ରି ତାଙ୍କ ବୋହୂ ଉପରେ ବଳପ୍ରୟୋଗ କରୁଥିବା ଦେଖିବାକୁ ପାଇଛନ୍ତି। ଏହାଦେଖି ସେ ଭୟଭୀତ ହୋଇ ଯାଇଛନ୍ତି। ଯବକ୍ରିକୁ ମାରିବା ଲାଗି ଯଜ୍ଞ ବଳରେ ଭୟଙ୍କର ରାକ୍ଷସୀ ଓ ରାକ୍ଷସ ସୃଷ୍ଟି କରିଛନ୍ତି। ରାକ୍ଷସୀ ଯବକ୍ରିକୁ ମୋହିତ କରି ତା’ ସହ ଯୌନ ସମ୍ପର୍କ ସ୍ଥାପନ କରିଛି। ଏହା ଫଳରେ ରାକ୍ଷସୀ ତାକୁ ଅପବିତ୍ର କରିଦେବାରୁ ତା’ସ୍ବାମୀ ଯବକ୍ରିକୁ ହତ୍ୟା କରିବା ଲାଗି ଶକ୍ତି ପାଇଛି। ଯବକ୍ରି ତା’ ଜୀବନକୁ ଭୟ କରି ତା’ ପିତାଙ୍କ ବଳିବେଦି ଆଡ଼କୁ ଦୌଡ଼ିବାରେ ଲାଗିଲା। କିନ୍ତୁ ଜଣେ ଦୃଷ୍ଟିବାଧିତ ସେବକ ତାକୁ ସେହି ପବିତ୍ର ପରିସରକୁ ପ୍ରବେଶ କରିବାକୁ ଦେଲାନାହଁି, ଯାହାଫଳରେ ସେ ଭିତରକୁ ଯିବା ଲାଗି ସକ୍ଷମ ହୋଇପାରିଲା ନାହିଁ। ଏଣୁ ଖସିଯିବାର ସବୁ ବାଟ ବନ୍ଦ ହୋଇଗଲା। ସେ ରାକ୍ଷସ ଦ୍ୱାରା ଧରାପଡ଼ିଗଲା ଓ ସେ ତାକୁ ପିଟିପିଟି ମାରିଦେଲା।
ଉଭୟ କାହାଣୀରେ ଯବକ୍ରି ମହିଳାଙ୍କ ସହ ଯୌନ ସମ୍ପର୍କ ରଖିଥିତ୍ବା ଦେଖିବାକୁ ମିଳେ। ସେ ଯେକୌଣସି ମହିଳାଙ୍କୁ ଆକର୍ଷଣ କରି ତା’ ସହ ଯୌନ ସମ୍ପର୍କ ରକ୍ଷାକରିପାରେ ବୋଲି ବୈଦିକ କାହାଣୀରେ ବର୍ଣ୍ଣନା ରହିଛି। କିନ୍ତୁ ଏହି ସବିଶେଷ କାହାଣୀ ମହାଭାରତରେ ଦେଖାଯାଏ ନାହଁି। ବୈଦିକ କାହାଣୀରେ ରାକ୍ଷସୀର ସ୍ବାମୀ ଅନ୍ୟ ଦାନବମାନଙ୍କୁ ସୃଷ୍ଟି କରିଛନ୍ତି, ଯେଉଁମାନେ ଯବକ୍ରିକୁ ହତ୍ୟା କରିଛନ୍ତି। ଅପରପକ୍ଷେ ମହାଭାରତରେ ଶ୍ୱଶୁର ଉକ୍ତ କାର୍ଯ୍ୟ ତୁଲାଇଛନ୍ତି। ବୈଦିକ କାହାଣୀରେ ପିତା ପୁତ୍ରକୁ ରକ୍ଷା କରିବା ଲାଗି ଚେଷ୍ଟା କରିଥିବାବେଳେ ଜଣେ ବଧିର କାଠୁରିଆ ହାତରେ ତାହାର ମୃତ୍ୟୁ ଘଟିଛି। ମହାଭାରତର କାହାଣୀରେ ପିତାଙ୍କ ସୁରକ୍ଷାକୁ ଜଣେ ଦୃଷ୍ଟିବାଧିତ ଅସ୍ବୀକାର କରିଥିଲା। ଏଣୁ ପୁତ୍ରକୁ ଭଲପାଉଥିବା ପିତାଙ୍କ ସୁରକ୍ଷା ବଳୟରେ ଜଣେ ମହିଳାଙ୍କ ବଳାତ୍କାରୀ ଓ ହତ୍ୟାକାରୀ ରହିଥିଲେ ବି ରକ୍ଷା ପାଇପାରି ନାହିଁ। ସେ ତା’ କୃତକର୍ମର ପରିଣାମ ଭୋଗ କରିଛି। ଏସବୁ କ୍ଷେତ୍ରରେ ଦଣ୍ଡବିଧାନ ମାୟାବୀ ତଥା ଯାଦୁକରୀ ଜୀବଙ୍କ ଦ୍ୱାରା କରାଯାଇଛି, ଯେଉଁଥିରେ ମହିଳା (ରାକ୍ଷସୀ) ତା’ସହ ଯୌନ ସମ୍ପର୍କ ରଖିଛି ଓ ତାକୁ ଅପବିତ୍ର କରିଛି, ଯେମିତିକୁ ରାକ୍ଷସ ତାକୁ ମାରିପାରିବ।
ଏହି କାହାଣୀ ନାରୀ ବିରୋଧରେ ହିଂସାର କଥା କହେ। ଆଧୁନିକ ବିଚାରଧାରାକୁ ବାଦ୍‌ ଦେଇ ଆମେ ଯେତେବେଳେ ବୈଦିକ ଯୁଗର କାହାଣୀ ବିଷୟକୁ ବିଚାର କରୁ, ସେତେବେଳେ ଏହା ମଧ୍ୟ ଜଣେ ସିରିଏଲ କିଲ୍‌ର ଓ ହତ୍ୟାକାରୀ ସମ୍ପର୍କରେ ସୂଚିତ କରେ। ଜୈନ ସାହିତ୍ୟରେ ବି ସିରିଏଲ ହତ୍ୟାକାରୀ ଅର୍ଜୁନ -ମାଲିର କଥା ବର୍ଣ୍ଣନା କରାଯାଇଛି। ତା’ ସ୍ତ୍ରୀ ଗଣବଳାତ୍କାରର ଶିକାର ହେଉଥିବା ଦେଖି ସେ ପାଗଳ ହୋଇଯାଇଥିଲା ଓ ସମସ୍ତଙ୍କୁ ହତ୍ୟା କରିଥିଲା। ପରେ ମହାବୀର ତାକୁ ଭଲ କରିବା ସହ ପବିତ୍ର୍ର କରିଥିଲେ। ବୌଦ୍ଧ ଧର୍ମରେ ଅଙ୍ଗୁଲିଂ-ମାଲା କାହାଣୀ ଉଲ୍ଲେଖ କରାଯାଇଛି। ଗୁରୁପତ୍ନୀଙ୍କୁ ବଳାକତ୍ାର ଅଭିଯୋଗରେ ତାଙ୍କୁ ଭୁଲବଶତଃ ଦୋଷାରୋପ କରାଯାଇଥିଲା। ପରେ ସେ ଜଣେ ସିରିଏଲ କିଲର ପାଲଟି ଯାଇଥିଲେ। ସେ ଯେଉଁମାନଙ୍କୁ ହତ୍ୟା କରୁଥିଲା, ସେମାନଙ୍କ ବୃଦ୍ଧାଙ୍ଗୁଳିକୁ ସଂଗ୍ରହ କରୁଥିଲା। ସେ ବୁଦ୍ଧଙ୍କୁ ହତ୍ୟା କରିବାକୁ ମଧ୍ୟ ସବୁମତେ ଉଦ୍ୟମ କରିଥିଲା, କିନ୍ତୁ ବୁଦ୍ଧଙ୍କୁ ଧରିବା ଲାଗି ସକ୍ଷମ ହୋଇ ପାରି ନଥିଲା। ଶେଷରେ ସେ ତା’ ଭୟଙ୍କର ଅପରାଧ ପାଇଁ ଅନୁତାପ କରିଥିଲା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri