ବେଦ ଓ ବିଜ୍ଞାନ

ବେଦ ହିନ୍ଦୁମାନଙ୍କର ପବିତ୍ର ଶାସ୍ତ୍ର। ଏହାର ଧର୍ମୀୟ ଗୁରୁତ୍ୱ ରହିଛି। ଏହା ବ୍ୟତୀତ ବିଜ୍ଞାନ ସହିତ ବେଦର ସମ୍ପର୍କ ରହିଛି ବୋଲି ବହୁ ସମୟରେ ଯୁକ୍ତି ସାମ୍ନାକୁ ଆସିଥାଏ। ସେହି କ୍ରମରେ ନିକଟରେ ଜଣେ ବରିଷ୍ଠ ଭଦ୍ରବ୍ୟକ୍ତି ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ୟୁରୋପୀୟମାନେ ବେଦରୁ ବିଜ୍ଞାନ ଚୋରି କରି ନେଇଛନ୍ତି। ସେ ବେଦରେ ବର୍ଣ୍ଣିତ ପଦଗୁଡ଼ିକ ଉଦ୍ଧୃତ କରି ପ୍ରମାଣ କରିବାକୁ ଲାଗିଲେ। କହିଲେ, ମାଧ୍ୟାକର୍ଷଣ ଶକ୍ତିଠାରୁ ଆରମ୍ଭ କରି ନିଉଟନ୍‌ଙ୍କ ପଦାର୍ଥ ବିଜ୍ଞାନ ପର୍ଯ୍ୟନ୍ତ ସବୁକିଛି ସଙ୍କେତ ଋକ୍‌ବେଦର ମନ୍ତ୍ରରେ ମିଳିପାରିବ। ସେହି ଭଦ୍ରବ୍ୟକ୍ତି ଜଣକ ଅଭିଭାଷଣ ରଖୁଥିବା ସମୟରେ ସେହି ରୁମ୍‌ରେ ଯେଉଁମାନେ ଉପସ୍ଥିତ ଥିଲେ, ସେମାନେ କେହି ବେଦ କିମ୍ବା ବିଜ୍ଞାନ ଜାଣି ନ ଥିଲେ। ତେଣୁ ଭଦ୍ରବ୍ୟକ୍ତି ଜଣଙ୍କୁ କେହି ଚ୍ୟାଲେଞ୍ଜ କରିପାରିଲେ ନାହିଁ। ଏଣୁ ଏହି ଧାରଣା ସମସ୍ତଙ୍କୁ ଭଲ ଲାଗିଲା। ଏହା ସମସ୍ତଙ୍କୁ ଭଲ ଅନୁଭବ ହେଉଥିବାରୁ ସମସ୍ତେ ତାଙ୍କ ସହ ସହମତ ଥିବା ଭଳି ମନେହେଉଥିଲା ।
ବେଦ ସହିତ ବିଜ୍ଞାନର ସମ୍ପର୍କ ରହିଥିବା ସତ୍ୟାସତ୍ୟ ଉପରେ ଦାବି କରାଯାଉଥିବା ଅନେକ ଲେଖା ଦେଖିବାକୁ ମିଳିଥାଏ। ଏଭଳି ଲେଖାର ସତ୍ୟତାକୁ ଯେତେବେଳେ ତୁମେ ପରଖିବ ଏବଂ ଅନ୍ୟ ଗ୍ରନ୍ଥଗୁଡ଼ିକ ସହିତ ବେଦର ଲେଖାକୁ ଅଧିକ ଯତ୍ନର ସହିତ ସମୀକ୍ଷା କରିବ, ତେବେ କିଛି ନିଆରା ଅନୁଭବ କରିପାରିବ। ଏଗୁଡ଼ିକରେ କେତେକେ ଉତ୍ସାହୀ ଅନଭିଜ୍ଞ ବ୍ୟକ୍ତିବିଶେଷ ଚତୁରତାର ସହିତ ଶବ୍ଦକୁ ଭିନ୍ନ ମୋଡ଼ ଦେଇଛନ୍ତି, ଯେଉଁଥିରେ ସେମାନେ ବିଜ୍ଞାନ ବିଷୟରେ ସେମାନଙ୍କର ଦୁର୍ବଳ ଧାରଣାକୁ ସୁହାଇଲା ଭଳି ଆଳକାଂରିକ ଅଭିବ୍ୟକ୍ତିର ଅପବ୍ୟବହାର କରିଥିବା ଜାଣିିବାକୁ ପାଇବ। ଏପରିକି ସେମାନେ ଏହାର ପ୍ରକୃତ ଅର୍ଥ ନ ଜାଣି ଅନ୍ୟର ଶବ୍ଦଗୁଡ଼ିକୁ ନିଜର କହି ବ୍ୟବହାର କରିଛନ୍ତି ବୋଲି ଅନୁଭବ କରିପାରିବ।
ଏହି ଦୁଃଖଦ ବିଷୟ କେବଳ ଭାରତ କିମ୍ବା ହିନ୍ଦୁମାନଙ୍କ ମଧ୍ୟରେ ସୀମିତ ରହିନାହିଁ। ଏଭଳି ଘଟଣା ଅନ୍ୟସବୁ ସ୍ଥାନରେ କିମ୍ବା ଧର୍ମରେ ଆମେ ଦେଖିବାକୁ ପାଇଥାଉ। ଉଦାହରଣ ସ୍ବରୂପ, ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବାଇବେଲ୍‌ ପରେ ଆବିଷ୍କୃତ ସମୟ, ମହାକାଶ, ପଦାର୍ଥ, ଶକ୍ତି ପରି ବୈଜ୍ଞାନିକ ତତ୍ତ୍ୱ ବିଷୟରେ ସମସ୍ତ ସୂଚନା ବାଇବେଲ୍‌ରେ ଉଲ୍ଲେଖ ରହିଛି ବୋଲି ଦାବି କରନ୍ତି। ଏପରିକି ନିକଟ ଅତୀତରେ ଆବିଷ୍କୃତ ସାଧାରଣ ବିଜ୍ଞାନ ତଥା ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧିତ ତତ୍ତ୍ୱଗୁଡ଼ିକର ବର୍ଣ୍ଣନା ବାଇବେଲ୍‌ରେ ରହିଥିବା ଅନେକେ କହନ୍ତି। ଇସ୍‌ଲାମ ଧର୍ମରେ ମଧ୍ୟ ସମାନ ପ୍ରକାର ବିଷୟ ଦେଖିବାକୁ ମିଳିଥାଏ। ଆମକୁ କୁହାଯାଏ ଯେ, କୋରାନରେ ବିଜ୍ଞାନ ସମ୍ପର୍କରେ ସବୁକିଛି ଅଛି। ଆପେକ୍ଷିକ ତତ୍ତ୍ୱଠାରୁ ଆରମ୍ଭ କରି କ୍ୱାଣ୍ଟମ ମେକାନିକ୍ସ ପର୍ଯ୍ୟନ୍ତ, ବିଗ୍‌ ବ୍ୟାଙ୍ଗ ସିଦ୍ଧାନ୍ତରୁ ଆରମ୍ଭ କରି ବ୍ଲାକ୍‌ହୋଲ ତଥା ଥର୍ମୋଡାଇନାମିକ୍ସ ପର୍ଯ୍ୟନ୍ତ ସବୁ ବୈଜ୍ଞାନିକ ଧାରଣା କୋରାନରେ ରହିଛି। ବାସ୍ତବରେ ଯେଉଁମାନେ ପବିତ୍ର ଶାସ୍ତ୍ର କୋରାନକୁ ପଢ଼ିନାହାନ୍ତି କିମ୍ବା ବିଜ୍ଞାନ ବିଷୟରେ ଭଲ ଜ୍ଞାନ ନାହିଁ , ସେମାନଙ୍କୁ ଏହି ସବୁ କଥା ଆକର୍ଷିତ କରେ। ଏପରିକି ଯେଉଁ ଲୋକମାନେ ଏହିସବୁ ବିଷୟ ସୃଷ୍ଟି କରୁଛନ୍ତି, ସେମାନେ ଏହାର ବିଶ୍ୱସନୀୟତା ଉପରେ ସମୀକ୍ଷା କରୁନାହାନ୍ତି। କହିବାକୁ ଗଲେ ସେମାନେ ସାଧାରଣ ଶ୍ରେଣୀର ବିଦ୍ୱାନ୍‌। ସେମାନଙ୍କର ଶାସ୍ତ୍ର ଏବଂ ପ୍ରାଚୀନ ଭାଷା କିମ୍ବା ବିଜ୍ଞାନ ସମ୍ପର୍କିତ କୌଣସି ଜ୍ଞାନ ନାହିଁ। ସେମାନେ ଯାହା କହିଛନ୍ତି, ତାହା ହେଉଛି ଆତ୍ମବିଶ୍ୱାସ ଯାହା ଏହି କ୍ଷେତ୍ରରେ କାର୍ଯ୍ୟ କରୁଛି ଏବଂ ସେମାନଙ୍କୁ ଦର୍ଶକମାନେ କିମ୍ବା ପାଠକେ ବିଶ୍ୱାସ କରିବାରୁ ସେମାନଙ୍କ କଥା ସତ୍ୟ ହୋଇଯାଇଛି।
ତେବେ ବିଜ୍ଞାନ ଏବଂ ଧର୍ମ ମଧ୍ୟରେ ଏହି ମାନସିକ ଉତ୍ତେଜନା ବା ଦ୍ୱନ୍ଦ୍ୱ ବାସ୍ତବରେ କ’ଣ? ଦୀର୍ଘ ଦିନ ଧରି ଧର୍ମ ଦାବି କରିଆସୁଥିଲା ଯେ ଏହା ବିଶ୍ୱ ବିଷୟରେ ସତ୍ୟକୁ ଜାଣେ। କିନ୍ତୁ ତା’ପରେ ଯେତେବେଳେ ବିଜ୍ଞାନ ସାମ୍ନାକୁ ଆସିଲା ଏବଂ ଦୁନିଆକୁ ନୂତନ ଟେକ୍ନୋଲୋଜି (ପ୍ରଯୁକ୍ତି) ପ୍ରଦାନ କଲା, ସେତେବେଳେ ପ୍ରକୃତ ଭୌତିକ ସମସ୍ୟାର ସମାଧାନ ହେଲା। ଆଣ୍ଟିବାୟୋଟିକ, ବାଷ୍ପଚାଳିତ ଇଞ୍ଜିନ, ବିଦ୍ୟୁତ୍‌, କମ୍ପ୍ୟୁଟର ଆବିଷ୍କୃତ ହେବାରୁ ଏହା ସମ୍ଭବ ହୋଇପାରିଲା। ଧର୍ମୀୟ ମନ୍ତବ୍ୟ ଓ ଯୁକ୍ତିଗୁଡ଼ିକର ପ୍ରମାଣ କରାଯାଇପାରିଲା। ପ୍ରତିଶ୍ରୁତିର ମୂଲ୍ୟାୟନ ଏବଂ ପୂର୍ବାନୁମାନ ମଧ୍ୟ କରାଯାଇପାରିଲା। ଧର୍ମ ଯାହା କିଛି କରିପାରି ନ ଥିଲା ତାହା ବିଜ୍ଞାନ ଦ୍ୱାରା ସମ୍ଭବ ହେଲା। ତେଣୁ ବିଜ୍ଞାନ ଧର୍ମକୁ ଅତିକ୍ରମ କରିଗଲା। କେବଳ ଏତିକି ନୁହେଁ, ବିଜ୍ଞାନ ସମସ୍ତ ସମସ୍ୟାର ସମାଧାନ କରିପାରିବ ବୋଲି ଦାବି କଲା। ତଥାପି ଏକବିଂଶ ଶତାବ୍ଦୀରେ ଆମେ ଅନୁଭବ କରିଛୁ ଯେ ବିଜ୍ଞାନ ଓ ପ୍ରଯୁକ୍ତି ସବୁ ସମସ୍ୟାର ସମାଧାନ କରେ ନାହିଁ। ଯଦି ବିଜ୍ଞାନ କିଛି କରିଛି, ତେବେ ତାହା ସାମାଜିକ ଅସମାନତାକୁ ବୃଦ୍ଧି କରିବା ସହ ପରିବେଶ ପ୍ରଦୂଷଣକୁ ତୀବ୍ର କରିଛି ବୋଲି ଆମେ କହୁଛୁ। ବିଜ୍ଞାନ ବର୍ତ୍ତମାନ ଶତ୍ରୁ ହୋଇଯାଇଛି। ଏହା ସବୁ ସମସ୍ୟାର ନିବାରକ ବୋଲି ଯାହା ଦାବି କରାଯାଉଛି ତାହା ନୁହେଁ। ତେଣୁ ବର୍ତ୍ତମାନ ଧର୍ମ ଫେରିଛି ଏବଂ ତାହାର ହଜିଯାଇଥିବା ସ୍ଥିତିକୁ ପୁନର୍ବାର ପାଇବା ପାଇଁ ଜୋରସୋର ଉଦ୍ୟମ କରୁଛି।
ବିଜ୍ଞାନ ମୂଳତଃ ସନ୍ଦେହ ଏବଂ ମୂଲ୍ୟାୟନ ଉପରେ ଆଧାରିତ ବୋଲି କୁହାଯାଉଛି। ଏହା ମଧ୍ୟ କୁହାଯାଉଛି ଯେ, ବିଜ୍ଞାନ ଭୌତିକ ସମସ୍ୟାର ସମାଧାନ କରିପାରିବ, କିନ୍ତୁ ମାନସିକ ସମସ୍ୟା କିମ୍ବା ସାମାଜିକ ସମସ୍ୟା ନୁହେଁ। ବିଜ୍ଞାନ ବଡ଼ଧରଣର ଅସ୍ତ୍ରଶସ୍ତ୍ର ଏବଂ ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରିପାରିବ, କିନ୍ତୁ ଏହା ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଆଣିପାରିବ ନାହିଁ। ଏହା ବ୍ୟତୀତ ବିଜ୍ଞାନ ଈର୍ଷା, ଗର୍ବ, ଅହଂକାରକୁ ହ୍ରାସ କରିପାରିବ ନାହିଁ ବୋଲି ଧାରଣା ସୃଷ୍ଟି ହେବାରେ ଲାଗିଛି। ସେଥିପାଇଁ ଅଧିକରୁ ଅଧିକ ଲୋକ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଧର୍ମ ଆଡ଼କୁ ମୁହାଁଉଛନ୍ତି। ଧର୍ମ ବିଶ୍ୱାସ ଓ କାହାଣୀ ଉପରେ ଆଧାରିତ ଏବଂ ଏହା ଗୁରୁଙ୍କ ବଚନ ଓ ଆଲେଖ୍ୟ ଉପରେ ନିର୍ଭର କରେ, ଯାହାଙ୍କ ନିକଟରେ ଜଣେ ବୌଦ୍ଧିକ ଏବଂ ଭାବନାମତ୍କ ରୂପରେ ସମର୍ପଣ କରେ। ଦୁନିଆକୁ ଦେଖିବାର ଏହି ଦୁଇଟି ଦେଉଛି ସମ୍ପୂର୍ଣ୍ଣ ଭିନ୍ନ ପଥ ଏବଂ ଦୁଇଟିକୁ ତୁଳନା କରିବା କେବଳ ବୋକାମି, ମୂର୍ଖତା, ଅସୁରକ୍ଷିତତାର ପ୍ରାରମ୍ଭକୁ ସୂଚିତ କରେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?