ଗ୍ରାମୀଣ ମହିଳାଙ୍କୁ ସକ୍ଷମ କରାଉଛି ବେଦାନ୍ତ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ପ୍ରତିଷ୍ଠାନ ବେଦାନ୍ତ ଆଲୁମିନିୟମ ହଜାର ହଜାର ଗ୍ରାମୀଣ ମହିଳାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇଛି। ବିଶେଷକରି ଦକ୍ଷତା, ଆର୍ଥିକ ସାକ୍ଷରତା, ସମ୍ବଳ, ପ୍ରଯୁକ୍ତିବିଦ୍ୟା ଏବଂ ବଜାର ସହାୟତା ଜରିଆରେ ସେମାନଙ୍କୁ ସକ୍ଷମ କରାଇ ଜାତୀୟ ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ସମାନ ଭାବେ ସାମିଲ କରାଇପାରିଛି। ଏପରିକି କମ୍ପାନୀର ମୌଳିକ ନୀତି ଓ ଦାରିଦ୍ର୍ୟ ଦୂରୀକରଣ ଉଦ୍ଦେଶ୍ୟରେ ଗ୍ରାମୀଣ ମହିଳାମାନଙ୍କ ପାଇଁ ଏଭଳି ଏକ ପଦକ୍ଷେପ ସେମାନଙ୍କୁ ନିରନ୍ତର ବିକାଶ ପଥରେ ଆଗେଇନେବ। ବିଶେଷକରି ଓଡ଼ିଶା ଓ ଛତିଶଗଡ଼ରେ ବେଦାନ୍ତ ଆଲୁମିନିୟମର କାର୍ଯ୍ୟ ପରିସର ହୋଇଥିବାରୁ କମ୍ପାନୀ ଉଭୟ ରାଜ୍ୟର କାର୍ଯ୍ୟ ପରିସର ଅଞ୍ଚଳର ମହିଳାମାନଙ୍କୁ ଆର୍ଥିକ, ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତ କରିବାକୁ ବ୍ୟାପକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛି। ଏହାଦ୍ୱାରା ୧୩,୦୦୦ରୁ ଅଧିକ ମହିଳା ଉପକୃତ ହେବା ସହ ଶୂନ୍ୟ ଦାରିଦ୍ର୍ୟ, ଶୂନ୍ୟ କ୍ଷୁଧା ଓ ଲିଙ୍ଗଗତ ସମାନତାର ବିଶ୍ୱସ୍ତରୀୟ ଲକ୍ଷ୍ୟ ପ୍ରତି କମ୍ପାନୀର ପ୍ରତିବଦ୍ଧତା ପୂରଣ ହୋଇପାରିଛି। ଆଜି ମହିଳାମାନେ ବିଭିନ୍ନ ପ୍ରକାର ସ୍ବାବଲମ୍ବନମୂଳକ କାର୍ଯ୍ୟ ଜରିଆରେ ନିଜକୁ ପ୍ରତିଷ୍ଠା କରାଇପାରିଛନ୍ତି। ଉଲ୍ଲେଖଯୋଗ୍ୟ, କମ୍ପାନୀର ପ୍ରମୁଖ କାର୍ଯ୍ୟକ୍ରମ ଯଥା ଶୁଭଲକ୍ଷ୍ମୀ ସମବାୟ, ଉନ୍ନତି ଏବଂ ସଖୀ ପ୍ରକଳ୍ପ ଜରିଆରେ ବିଭିନ୍ନ ବର୍ଗର ମହିଳାମାନେ ବେଶ୍‌ ଉପକୃତ ହେଉଛନ୍ତି। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଇଓ ରାହୁଲ ଶର୍ମା କହିଛନ୍ତି, ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବିଶେଷକରି ଭାରତର ଗ୍ରାମାଞ୍ଚଳରୁ ସାମିଲ ହେବା ଗୁରୁତ୍ୱପୂର୍ଣ୍ଣ। ସେହିପରି ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟସେବା, ଲିଙ୍ଗଗତ ସମାନତା କ୍ଷେତ୍ରରେ ମଧ୍ୟ ମହିଳାଙ୍କୁ ସମାନ ଅଧିକାର ପ୍ରଦାନ ଦିଗରେ ବେଦାନ୍ତ ପ୍ରୟାସ କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri