ଜିଓ ମାର୍ଟ, ସ୍ମାର୍ଟ ଷ୍ଟୋରରେ ‘ବେଷ୍ଟିଭାଲ୍‌ ସେଲ୍‌’

ନୂଆଦିଲ୍ଲୀ,୧୬।୧୦: ରିଲାଏନ୍ସ ରିଟେଲ୍‌ର ଜିଓ ମାର୍ଟ ଏବଂ ସ୍ମାର୍ଟ ଷ୍ଟୋର ପକ୍ଷରୁ ‘ବେଷ୍ଟିଭାଲ୍‌ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସ୍ବତନ୍ତ୍ର ସେଲ୍‌ (ଅଫର) ଚଳିତ ବର୍ଷ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଏଥିରେ ଇ-ମାର୍କେଟ୍‌ପ୍ଳେସ୍‌ର ଦ୍ରୁତ ସମ୍ପ୍ରସାରଣ ହେଉଛି। ଏଥିରେ ଅନେକ ନୂଆ ବର୍ଗକୁ ମଧ୍ୟ ସାମିଲ କରାଯାଇଛି। ବିଶେଷ କରି ଫ୍ୟାଶନ ଓ ଲାଇଫଷ୍ଟାଇଲ୍‌ ସହ କଞ୍ଜୁମର ଇଲେକ୍‌ଟ୍ରୋନିକ୍‌ସ, ହୋମ୍‌ ଏବଂ କିଚେନ୍‌ ଉତ୍ପାଦ ଆଦି ସାମିଲ ରହିଛି। ଏହି ସେଲ୍‌ ଜିଓ ମାର୍ଟ, ଇ-ମାର୍କେଟ୍‌ପ୍ଲେସ୍‌ ପ୍ଲାଟ୍‌ଫର୍ମ ଏବଂ ୩୦୦୦ରୁ ଅଧିକ ସ୍ମାର୍ଟ ଷ୍ଟୋରରେ ଉପଲବ୍ଧ ହେବ। ସାରା ଦେଶର ସ୍ମାର୍ଟ ବଜାର, ସ୍ମାର୍ଟ ସୁପର ଷ୍ଟୋର ଓ ସ୍ମାର୍ଟ ପଏଣ୍ଟ ଆଦି ଅନ୍ତର୍ଭୁକ୍ତ ରହିଛି। ଗତ ୨ବର୍ଷ ଧରି ସ୍ମାର୍ଟ ଷ୍ଟୋର ଭାଲ୍ୟୁ ଶପିଂ, ଡେଷ୍ଟିନେସନ ଓ ସୁବିଧାଜନକ ଶପିଂ ଫର୍ମାଟକୁ ସମ୍ପ୍ରସାରିତ କରିଛି। ସେହିଭଳି ଚଳିତ ‘ବେଷ୍ଟିଭାଲ୍‌ ସେଲ୍‌’ରେ ଏକ୍ସକ୍ଲୁସିଭ୍‌ ଅଫର ଓ ଡିଲ୍‌ ସାଙ୍ଗକୁ ବ୍ୟାଙ୍କ ଟାଏଅପ୍‌ସ ଓ ଦୀପାବଳି ସାମଗ୍ରୀ ଏବଂ ଜେନେରାଲ୍‌ ମର୍ଚ୍ଚାଣ୍ଡାଇଜ୍‌ ଉପରେ ସ୍ବତନ୍ତ୍ର ରିହାତି ସୁବିଧା ଦିଆଯାଉଛି। ଏ ସମ୍ପର୍କରେ ରିଲାଏନ୍ସ ରିଟେଲ୍‌ର ସିଇଓ (ଗ୍ରୋସେରି) ଦାମୋଦର ମଲ୍ଲ କହିଛନ୍ତି, ଚଳିତ ବେଷ୍ଟିଭାଲ୍‌ ସେଲ୍‌ରେ ଗ୍ରାହକଙ୍କୁ ଅତୁଳନୀୟ ମୂଲ୍ୟ ସୁବିଧା ପ୍ରଦାନ କରୁଛୁ। ଆମର କ୍ରେତାମାନେ ବିଭିନ୍ନ ବର୍ଗରେ ୮୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଦିୱାଲି ସ୍ପେଶିଆଲ ଡିଲ୍‌ରୁ ମଧ୍ୟ ଦିୟା, କ୍ୟାଣ୍ଡେଲ, ଉପହାର, ମିଠା, ସ୍ନାକ୍‌ସ ଓ ରଙ୍ଗୋଲି ଆଦି ମଧ୍ୟ ବାଛିପାରିବେ। ଗ୍ରାହକମାନଙ୍କର ସମସ୍ତ ପାର୍ବଣ ଆବଶ୍ୟକତାକୁ ଏହା ପୂରଣ କରିବ। ଏହା ସହିତ ସେମାନେ ଭାରତୀୟ ମିଠାଇ ଓ ଡ୍ରାଏ ଫ୍ରୁଟ୍‌ ଗିଫ୍‌ଟ ପ୍ୟାକ୍‌ରେ ୫୦% ପର୍ଯ୍ୟନ୍ତ ରିହାତି ସୁବିଧା ମଧ୍ୟ ପାଇପାରିବେ। ସେହିଭଳି ଜିଓମାର୍ଟର ସିଇଓ ସନ୍ଦୀପ ଭରଗାଣ୍ଟିି କହିଛନ୍ତି, ଆମେ ଆମର କ୍ରସ୍‌ କାଟେଗୋରି ସମ୍ପ୍ରସାରଣର ସଫଳତା ନେଇ ବହୁତ ଉତ୍ସାହୀ ଅଛୁ, ଯାହାକୁ ସାରା ଦେଶରେ ଗ୍ରହଣ କରାଯାଇଛି। ଆମେ ଅଣ ଗ୍ରୋସେରି ବର୍ଗରେ ଗତ ୧୫ଦିନ ମଧ୍ୟରେ ବିକ୍ରିରେ ୩ଗୁଣା ବୃଦ୍ଧି ପରିଲକ୍ଷିତ କରିଛୁ। ବିଶେଷକରି ସାମଗ୍ରିକ କ୍ଷେତ୍ରରେ ଆମେ ଆଶାଠାରୁ ଅଧିକ ସଫଳତା ହାସଲ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri