ବେଦାନ୍ତ ଆଲୁମିନିୟମକୁ ଜାତୀୟ ଶକ୍ତି ସଂରକ୍ଷଣରେ ୨ ପୁରସ୍କାର

ଭୁବନେଶ୍ୱର: ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦ ଭାବରେ ଭାରତର ବୃହତ୍ତମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଲିମିଟେଡ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉପଯୁକ୍ତ ପ୍ରୟାସ, ଉନ୍ନତ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଓ ଅଭିନବ ସମାଧାନ ପନ୍ଥା ପାଇଁ ସମ୍ମାନଜନକ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ୨୦୨୦ (ଏନଇସିଏ) ରେ ୨ଟି ପ୍ରଥମ ପୁରସ୍କାର ଲାଭ କରିଛି। ଭାରତ ସରକାରଙ୍କ ବ୍ୟୁରୋ ଅଫ ଏନର୍ଜି ଦକ୍ଷତା (ବିଇଇ) ଦ୍ୱାରା ପ୍ରତିଷ୍ଠିତ ଏନଇସିଏ ପୁରସ୍କାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଓଦ୍ୟୋଗିକ କ୍ଷେତ୍ରରେ ସର୍ବୋତ୍କୃଷ୍ଟ ବ୍ୟବସାୟରେ ଅଂଶଗ୍ରହଣ ଏହାର ଉଦାହରଣ ଅଟେ। ଗତ ୧୧ ଜାନୁୟାରୀ ୨୦୨୧ରେ ଆୟୋଜିତ ଭର୍ଚୁଆଲ ପୁରସ୍କାର ବିତରଣ ଉତ୍ସବରେ ବେଦାନ୍ତ ଲିମିଟେଡର ଝାରସୁଗୁଡ଼ା (ଓଡ଼ିଶା) ସ୍ମେଲଟର-୧ ଆଲୁମିନିୟମ (ବୃହତ୍‌) ସେକ୍ଟରରେ ପ୍ରଥମ ପୁରସ୍କାର ଲାଭ କରିଥିବା ବେଳେ ବେଦାନ୍ତ ଲିମିଟେଡ ଲାଞ୍ଜିଗଡ଼ (ଓଡ଼ିଶା) ଆଲୁମିନିୟମ (କ୍ଷୁଦ୍ର) ସେକ୍ଟରରେ ମଧ୍ୟ ପ୍ରଥମ ପୁରସ୍କାର ଲାଭ କରିଛି। କମ୍ପାନୀର ଉଭୟ ଦୁଇଟି ଯାକ ୟୁନିଟ ପ୍ଲାଣ୍ଟ ମଧ୍ୟରେ ଦକ୍ଷତା ଶକ୍ତି ବୃଦ୍ଧି ପାଇଁ ଗତ ୩ ବର୍ଷ ଧରି ପ୍ରାୟ ୮୦ଟି ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି ପୁରସ୍କାର ସମ୍ପର୍କରେ ସିଇଓ-ଆଲୁମିନିୟମ ଓ ଶକ୍ତି ଏବଂ ଏମ୍‌ଡି-କମର୍ସିଆଲ, ବେଦାନ୍ତ ଲିମିଟେଡର ଅଜୟ କାପୁର କହିଥିଲେ ଯେ, ”ବେଦାନ୍ତରେ ଆମେ ନିୟମିତ ଭାବରେ ଆମର ଶକ୍ତି ଉପଯୋଗିତାକୁ ବ୍ୟବହାର କରି ତାହାକୁ ଶିଳ୍ପ କାର୍ଯ୍ୟରେ ବ୍ୟବହାର କରିଥାଉ ଓ ନିର୍ଦ୍ଦିଷ୍ଟ ଶକ୍ତି ଉପଯୋଗିତାର ଉନ୍ନତି ଆଣିବାକୁ ଉଦ୍ୟମ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...

ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...

ଡଲାର ତୁଳନାରେ ୯୦ ଟପିଲା ଟଙ୍କା, ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା

ମୁମ୍ବାଇ,୩ା୧୨: ଭାରତୀୟ ଟଙ୍କା ବୁଧବାର ଆମେରିକୀୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ମୂଲ୍ୟ ଖସିଯାଇ ଡଲାର୍...

ପଲସର୍‌ ଆଣିଲା ଧୂଆଁଧାର ଅଫର୍‌, ମାତ୍ର ଏତିକି ଟଙ୍କାରେ ମିଳିବ…

ନୂଆଦିଲ୍‌ଲୀ,୩।୧୨: ବର୍ଷର ଶେଷ ମାସଗୁଡ଼ିକରେ, ଦୁଇଚକିଆ ଯାନ ନିର୍ମାତା ବାଜାଜ ଅଟୋ ପୁଣି ଥରେ ଏହାର ଲୋକପ୍ରିୟ ପଲସର ହାଟ୍ରିକ ଅଫରକୁ ଆରମ୍ଭ କରିଛି। ଦୀପାବଳି...

ରୁଫ୍‌ଟପ୍‌ ସୋଲାର ସିଷ୍ଟମ ପାଇଁ ଗ୍ରାମପଞ୍ଚାୟତକୁ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର,୩।୧୨,(ଅନୁରାଧା ମହାରଣା): ଟାଟା ପାୱାର ଏବଂ ରାଜ୍ୟ ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏହାର ବ୍ୟବସାୟିକ...

ଏହି ୫ଟି ଟ୍ରାଞ୍ଜାକ୍ସନବେଳେ ରୁହନ୍ତୁ ସତର୍କ! ନଚେତ ସିଧା ଘରେ ପହଞ୍ଚିଯିବ…

ନୂଆଦିଲ୍ଲୀ,୨।୧୨: ଆୟକର ବିଭାଗ କେବଳ ଆପଣଙ୍କ ଆୟ ଉପରେ ଟିକସ ଲଗାଏ ନାହିଁ, ବରଂ କିଛି ପ୍ରକାରର ଆର୍ଥିକ କାରବାର ଉପରେ ମଧ୍ୟ କଡ଼ା ନଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri